ଭାଲୁ ଆକ୍ରମଣରେ ବନ କର୍ମଚାରୀଙ୍କ ସମେତ ୩ ମୃତ ୬ ଗୁରୁତର ଗୁରୁତରଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଭାଲୁକୁ ପିଟିପିଟି ମାରିଦେଲେ ଉତ୍ୟକ୍ତ ଲୋକେ

ତୁରୁମୁଙ୍ଗା ୨-୪ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ରଘୁନାଥପୁର ପଞ୍ଚାୟତ ଖେଡିଆ ଡିହି ଗ୍ରାମର ଭାଲୁପାହାଡ଼ି ସାହିରେ ଘଟିଛି ଏହି ଅଭାନୀୟ ଘଟଣା। ସୂଚନା ଅନୁଯାୟୀ ସଦର ବ୍ଲକ ରଘୁନାଥପୁର ପଞ୍ଚାୟତର ଖେଡ଼ିଆ ଡ଼ିହି ଗ୍ରାମର ଭାଲୁପାହାଡ଼ି ସାହିର କିଛି ବ୍ୟକ୍ତି ଗତକାଲି ସନ୍ଧ୍ୟାରେ ପଡୋଶୀ ଗ୍ରାମ ଗୋପପୁରକୁ ପାଲା ଦେଖିବାକୁ ଯାଇଥଲେ। ଆଜି ଭୋର ସକାଳ ସମୟରେ ପାଲା ଦେଖି ସାରି ନିଜ ଗାଁ’କୁ ଫେରୁଥିବା ସମୟରେ ଗୋଟେ ଭାଲୁ ଏମାନଙ୍କୁ ଆକ୍ରମଣ କଟିଥିଲା ଆକ୍ରମଣରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଭାଲୁକୁ ଘଉଡାଇବା ପାଇଁ ବନ କର୍ମଚାରୀ ଉକ୍ତ ଗାଁ ରେ ପହଁଚି ଭାଲୁ କୁ ଘଉଡାଇବା ସମୟରେ ଭାଲୁଟି ବନ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ବନ କର୍ମଚାରୀଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବନ କର୍ମଚାରୀ ବିଦେଶୀ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିଲା। ଏଥି ସହିତ ଭାଲୁପାହାଡ଼ି ସାହିର ନବ ନାଏକଙ୍କ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ୬ ଜଣଙ୍କୁ କେନ୍ଦୁଝର ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ଜଣା ପଡ଼ିଛି। ଅପର ପକ୍ଷେ ଉତ୍ୟକ୍ତ ଗ୍ରାମବାସୀ ଭାଲୁକୁ ପିଟିପିଟି ମାରିଦେଇଥିବା ଜଣା ପଡିଛି।

 

Leave a Reply

Your email address will not be published. Required fields are marked *