ବେଆଇନ ବାଲି ଚୋରା ଚାଲାଣରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କଂଟିଲୋ ମହାନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାବେଳେ ଖଣ୍ଡପଡ଼ା ତହସିଲଦାର, ଖଣ୍ଡପଡ଼ା ପୋଲିସ କିମ୍ବା ଜିଲ୍ଳାପ୍ରଶାସନ ସବୁ ଜାଣି ଏବିଷୟରେ ଚୁପ୍ ରହିବା ଅନେକଙ୍କୁ ବିସ୍ମିତ କରିଛି। ସମ୍ପ୍ରତି ନୟାଗଡ଼ ଜିଲ୍ଳାରେ ଥିବା ନଦୀମାନଙ୍କରେ ବାଲି ସଙ୍କଟ ଦେଖାଦେଇଛି। ଜିଲ୍ଳାର ଦୁଆଂଟଣ୍ଟ, କୁସୁମୀ, ଡାହୁକା ଆଦି ନଦୀରେ ଆଉ ପ୍ରଚୁର ପରିମାଣରେ ବାଲି ଦେଖିବାକୁ ମିଳୁନାହିଁ। ଗ୍ରାମର ଲୋକମାନେ ଗ୍ରାମଛାଡ଼ି ସହରାଭିମୂଖୀ ହେଉଥିବାରୁ ଗାଁ ଗହଳିରେ ଘରଦ୍ୱାର ନକରି ସହରରେ ଘର କରି ରହିବାକୁ ପସନ୍ଦ କରୁଛନ୍ତି। ଗାଁମାନଙ୍କରେ ଯେତିକି ଜମି ଥିଲା ତାହା ଦିନକୁ କମୁଥିବାବେଳେ ଘର ନିର୍ମାଣ ସଂଖ୍ୟା ବଢିବାରେ ଲାଗିଲାଣି। ଫଳରେ ଗତ ୨୦ବର୍ଷ ଭିତରେ ନୟାଗଡ଼ର ଭୌଗଳିକ ମାନଚିତ୍ର ବଦଳିଯାଇଛି। ଗୋଟିଏ ଗୋଟିଏ ଗାଁରେ ତତୋଧିକ ସାହି ବସ୍ତି ଗଢି ଉଠିଥିବା ଦେଖାଦେଲାଣି। ଯାହାକି ଘର ନିର୍ମାଣ ସଂଖ୍ୟା ଆଶାତୀତଭାବେ ବଢୁଥିବାରୁ ଘର ନିର୍ମାଣ ପାଇଁ ଆବଶ୍ୟକ ବାଲି ସେହି ପରିମାଣରେ କମୁଥିବା ପରିଲକ୍ଷିତ ହୋଇଛି। ଯାହାକି ନଦୀମାନଙ୍କରେ ବାଲି ସଙ୍କଟ ଦେଖାଦେଇଛି। ସ୍ୱଚ୍ଛଳ ବର୍ଗର ଲୋକଟିଏ ଚଢା ଦରରେ ବାଲି କ୍ରୟ କରି ଘର ନିର୍ମାଣରେ ସଫଳ ହେଉଥିବାବେଳେ ସାଧାରଣ ବର୍ଗର ଲୋକଟିଏ ଘର ନିର୍ମାଣ କରିବାକୁ ଚାହିଁଲେବି ଘର ନିର୍ମାଣ କରିବାରେ ସଫଳ ହୋଇପାରୁନାହିଁ। ଏପରିକି ନଦୀମାନଙ୍କରେ ଆଉ ସେତେ ବାଲି ମହଜୁଦ ନଥିବାରୁ ବାଲି ଚଢା ଦରରେ ବିକ୍ରି ହେଉଛି। ଯାହାକି ସାଧାରଣ ଲୋକଟିଏ ବାଲି ଟ୍ରିପଟିଏ ମଧ୍ୟ କିଣିବାକୁ ସମର୍ଥ ହେଉନାହିଁ। ଜିଲ୍ଲାର ଛୋଟ ଛୋଟ ନଦୀ ମାନଙ୍କରେ ବାଲି ସଙ୍କଟ ଦେଖାଦେଇଥିବାଯୋଗୁଁ ମହାନଦୀର ବାଲି ଉପରେ ଏବେ ସମସ୍ତଙ୍କ ଆଖି ରହିଛି। ତେଣୁ ଏବେ ପ୍ରତିଦିନ ମହାନଦୀରୁ ବାଲି ବୋଝେଇ କରିବାକୁ ଶହ ଶହ ଗାଡ଼ିର ଲମ୍ବା ଧାଡ଼ି ଲାଗିଛି। ମହାନଦୀ ପଠାରୁ ଦୈନିକ ୨ଶହ ଟ୍ରିପ୍ ହାୱାଇ ଗାଡ଼ି ବାଲି ବୋଝେଇ କରୁଥିବାବେଳେ ସେମାନେ ବାଲି ବୋଝେଇ ପ୍ରତି ସେଠାରେ ଟ୍ରିପ ପ୍ରତି ୧୫ଶହ ଟଙ୍କା ଦେଉଛନ୍ତି ଏବଂ ନୟାଗଡ଼ ବଜାରରେ ତାହା ଟ୍ରିପ ପ୍ରତି ୯ହଜାର ଟଙ୍କାରେ ବିକ୍ରି କରାଯାଉଛି। ଯାହାକି ଦୈନିକ ହାୱାଇ ଗାଡ଼ିରୁ ୧୬ ଲକ୍ଷ ଟଙ୍କାର ବାଲି ବିକ୍ରି କରାଯାଉଛି। ସେହିପରି ଦୈନିକ ୨ଶହ ଟ୍ରିପ ମଧ୍ୟ ଟ୍ରାକ୍ଟରରେ ବାଲି ବୋଝେଇ ହେଉଛି। ଟ୍ରାକ୍ଟର ଲୋଡ଼ ପ୍ରତି ସେଠାରେ ୫୦ ଟଙ୍କା ଦେଉଥିବାବେଳେ ନୟାଗଡ଼ ବଜାରରେ ୧୨ଶହ ଟଙ୍କାରେ ବିକ୍ରି ହେଉଛି। ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା। ଏପରି ହାରାହାରି ହିସାବବୁ ନେଲେ ମାସକୁ ୬କେ୍ାଟି ଟଙ୍କାର ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଯାହାକି ସରକାରଙ୍କ ସିଧାସଳଖ ହାରିହାରି ମାସକୁ ୬କେ୍ାଟି ଟଙ୍କା ରାଜସ୍ୱ ହାନୀ ଘଟୁଛି। ତେବେ ସିଧାମୂଳା ମହାନଦୀ ଘାଟରୁ ଦୈନିକ ନୟାଗଡ଼, ଖଣ୍ଡପଡ଼ା, ଗଣିଆ, କଣ୍ଟିଲୋ, ଦଶପଲ୍ଳା ଏବଂ କଟକ ଜିଲ୍ଲାର ନରସିଂହପୁର, ବଡମ୍ବା, ଆଠଗଡ଼, କାନପୁର ପ୍ରଭୃତି ସ୍ଥାନକୁ ବାଲି ଚୋରାଣ ହେଉଥିବା ଅଭିଯୋଗ ହେଉଥିବାବେଳେ ଖଣ୍ଡପଡ଼ା ତହସିଲଦାର, ଖଣ୍ଡପଡ଼ା ପୋଲିସର ଧରାବନ୍ଧା କାର୍ଯ୍ୟାନୁଷ୍ଠାନ ଓ ଜିଲ୍ଳାପ୍ରଶାସନର ଟାଳଟୁଲ ନୀତିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *