ଓଡ଼ିଶା

ବର୍ଷା: କେତୋଟି ସ୍କେଚ୍

॥ ମୃଣାଳ॥

୧.

ଖରା ଥିଲା ଧୁଳି ଉଡ଼ି ମୁହଁରେ ମାଖି ହୋଇଯାଉଥିଲାା
ବର୍ଷା ଦିଟୋପା ବର୍ଷି ଗଲା ଯେ ସେଇ ଧୁଳି ଦେଖ କାଦୁଅ ହୋଇ ପାଦରେ ଲୋଟିଯାଉଛିା

୨.

ବର୍ଷା ବିନ୍ଦୁ କେତେ ପାପୀ ଦେଖ
ମାଟିରେ ପଡ଼ିଲା ତ
ଧୁଳିକୁ ପଙ୍କ କରିଦେଲାା

ବର୍ଷା ବିନ୍ଦୁ କେତେ ପବିତ୍ର ଦେଖ
ମାଟିରେ ପଡ଼ିଲା ତ
ବିହନକୁ ଅଙ୍କୁରିତ କରିଦେଲାା

୩.

ସହରରେ ବର୍ଷା

କଂକ୍ରୀଟ୍ ରାସ୍ତାରେ ପଡ଼ି ଖଣ୍ଡ ଖଣ୍ଡ ହୋଇଯାଏ ବର୍ଷା ବିନ୍ଦୁା ବୋହିଯାଏ ନର୍ଦ୍ଦମା ଭିତରକୁା ଅବରୁଦ୍ଧ ନର୍ଦ୍ଦମାରେ ଜମି ରହି ପଚୋ ଦୁର୍ଗନ୍ଧ ହୁଏା ପଚା ପାଣିରେ ପୋକଜୋକମଶାମାଛି ଜନ୍ମ ନିଅନ୍ତି। ନର୍ଦ୍ଦମା ପାଣି ଉଛୁଳି ଆସେ ରାସ୍ତା ଉପରକୁ। ଅଟକି ଯାଏ ଟ୍ରାଫିକ୍। କାର୍ ଚାଲିଯାଏ ଦୁର୍ଗନ୍ଧ ପାଣିର ଫୁଆରା ଛୁଟାଇା ଛୋଟ ଛୋଟ ଢେ଼ଉ ତୋଳି ନର୍ଦ୍ଦମାର ପାଣି ପଶିଯାଏ ବସ୍ତି ବାସିନ୍ଦାଙ୍କ ଘର।

ଖବରର ଶିରୋନାମା ହୁଏ: ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତା ବର୍ଷା ନିଜକୁ ଦୋଷୀ ଭାବି ବାଦଲ ଉହାଡ଼ରେ ମୁହଁ ଲୁଚାଏା ଭାବେ, ପରବର୍ଷ ଆଉ ଏଠି ଆସିବିନି।

ଗାଁରେ ବର୍ଷା

ଲଙ୍ଗଳ ଫାଳରେ ବିଦୀର୍ଣ୍ଣ ଜମିରେ ପଡ଼ି ମାଟି ଭିତରକୁ ପଶିଯାଏ ବର୍ଷାବିନ୍ଦୁା ମାଟି ଦେହରୁ ବାସ୍ନା ଚହଟି ଯାଏ। ପ୍ରୋଥିତ ବିହନ ଅଂକୁରିତ ହୋଇ ଉଠ। ଚାଷୀର ପଖିଆରୁ ବର୍ଷାବିନ୍ଦୁ ଝରିପଡେ଼ ସବୁଜ ଉଦ୍ଭିଦ ଉପରୋ ଚାଷୀ ତା ଶିରାଳ ହାତରେ ଆଉଁସି ଦିଏ ଟାଁଆସିଆ ଧାନପତ୍ରକୁ।

ଗାଁ ଦାଣ୍ଡ ଏବେ କଂକ୍ରୀଟ୍। ସେଠି କାଗଜ ଡଂଗା ଚାଲିପାରେନା। ହେଲେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ତିଆରି ରାସ୍ତାରେ ବହୁତ ଖାଲଖମାା ବର୍ଷା ବିନ୍ଦୁ ସେଠି ଅଟକି ଆତ୍ମହତ୍ୟା କରେ।

୪.

ଶୁଣୁଛି ତମ ସହରରେ ବହୁତ ବର୍ଷା
ବେଶି ଭିଜିବନି
ଯଦି ସବୁ ଭୁଲ ବୁଝାମଣା ଧୋଇଗଲା
ତେବେ ମୁଁ ବହୁତ ମନେ ପଡ଼ିବିା

(ସୌଜନ୍ୟ: ସୁନୀଲ ମିଶ୍ର)

୫.

ସିନେମାରେ ବର୍ଷା କେତେ ଭଲ ଲାଗୋ ନାୟକ ନାୟିକା ବର୍ଷାରେ ଭିଜି ଭିଜି ଗୀତ ଗାଆନ୍ତିା ନାଚନ୍ତିା ଆହୁରି କେତେ କଥା କରନ୍ତିା
ସେଦିନ ବର୍ଷାରେ ଭିଜି ଭିଜି ଘରକୁ ଫେରିଲିା କଲିଂ ବେଲ୍ ଚିପିବା ମାତ୍ରେ ପତ୍ନୀ ଧାଇଁ ଆସିଲ।
କହିଲେ, ସେଇଠି ରୁହା ଘରକୁ ପଶନିା ଜୋତା ବାହାରେ ଖୋଲା ନହେଲେ ଘର ସାରା କାଦୁଅ ହେବା ତମେ ପୋଛିବ ସେତେବେଳୋ
ମୋ ରୋମାଣ୍ଟିସିଜମ୍ ମୂର୍ଚ୍ଛା ହୋଇଗଲାା

୬.

ବର୍ଷା ପାଗ ହେଲା ମାତ୍ରେ ଆଳୁ ଆଉ ପିଆଜର ଦାୟିତ୍ୱ ହେଲା ସେମାନେ ନିଜ ଦେହରେ ବେସନ ବୋଳି ହୋଇ ଗରମ ତେଲ କଡେ଼ଇରେ ଡେଇଁ ପଡ଼ିବେ ଆଉ ତାପରେ ପ୍ଲେଟ୍ରେ ନିଜକୁ ବିଛେଇଦେଇ ଆମ ସାମ୍ନାକୁ ଚାଲିଆସିବୋ

ସଂଚାର ମାର୍ଗ, ଢେଙ୍କାନାଳ ୭୫୯୦୦୧

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top