ଓଡ଼ିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଦୁଇ ମୃତ

ବାରିପଦା ୪-୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧିନ ଜଗନ୍ନାଥ ଖୁଣ୍ଟାଠାରେ କୌଣସି ଅଜଣା ଗାଡି ଏକ ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ସରସକଣା ବ୍ଲକ ଅନ୍ତର୍ଗତ ଦୀପକ ସେଠି ଓ ଦିପୁନ ସାହୁ। ଘଟଣା ମୁତାବିକ ଗତ କାଲି ବୁଢାମରାଠାରେ ଯାତ୍ରା ଦେଖି ଆଜି ସକାଳୁ ଘରକୁ ଫେରିବା ରାସ୍ତାରେ ଏମାନେ ଦୁର୍ଘଟଣାର ଶିକାର ହୋଇଥିଲେ।ଘଟଣା ସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଦୁଇ ଜଣକୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ବ୍ୟବଛେଦ ପାଇଁ ପଠାଇଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top