ଦେଶବ୍ୟାପି ବ୍ୟାଙ୍କ ହରତାଳ : ବେତନ ବୃଦ୍ଧି ଦାବିକୁ ନେଇ ବ୍ୟାଙ୍କ କର୍ମଚାରୀମାନଙ୍କର ୨ ଦିନିଆ ହରତାଳ ଚେତାବନୀ

ବ୍ୟାଙ୍କ କର୍ମଚାରୀ ସଂଗଠନ ସ୍ପଷ୍ଟ କରିଛନ୍ତି କି ଯଦି ତାଙ୍କ ଦାବିରେ ସକାରାତ୍ମକ ବିଚାର ନ ହୁଏ ତେବେ ସେମାନେ ୩୦-୩୧ ମଇରେ ହରତାଳ କରିବେ

ମୁଖ୍ୟ କଥା:
ବ୍ୟାଙ୍କ କର୍ମଚାରୀମାନଙ୍କ ହରତାଳର ଚେତାବନୀ
ବ୍ୟାଙ୍କ କର୍ମଚାରୀମାନେ ବେତନ ବୃଦ୍ଧି କରିବାକୁ ଦାବି କରୁଛନ୍ତି
ବର୍ତ୍ତମାନ ପର୍ଯ୍ୟନ୍ତ ଆଇବିଏ ଦାବି ମାନିନାହିଁ

ନୂଆଦିଲ୍ଲୀ ୨୯ ମଇ (ଓଡ଼ିଆ ପୁଅ) : ଦେଶର ଅନେକ ସରକାରୀ ବ୍ୟାଙ୍କର କର୍ମଚାରିମାନଙ୍କର ବେତନ ବୃଦ୍ଧିର ଦାବିକୁ ନେଇକରି ମ୍ୟାନେଜମେଣ୍ଟକୁ ଦୁଇ ଦିନର ହରତାଳ କରିବାକୁ ଚେତାବନୀ ଦିଆଯାଇଛି। ବ୍ୟାଙ୍କ କର୍ମଚାରିମାନଙ୍କର ସଂଗଠନ ପୂର୍ବରୁ ହିଁ ନୋଟିସ ଦେଇ ନିଜର ଦାବିକୁ ରଖିଛନ୍ତି। ବ୍ୟାଙ୍କ ୟୁନିୟନ ଅଶୋକ ଗୁପ୍ତା ଜାତୀୟ ଗଣମାଧ୍ୟମକୁ କହିଛନ୍ତିଯେ, ସୋମବାରଦିନ ମଧ୍ୟ ବ୍ୟାଙ୍କ ୟୁନିୟନର ସଂଗଠନ ବ୍ୟାଙ୍କ ସଂଘ ସହିତ କଥାବାର୍ତ୍ତା କରିଥିଲା। କିନ୍ତୁ କଥାବାର୍ତ୍ତା ସମ୍ପୂର୍ଣ୍ଣ ଭାବରେ ଫେଲ ହୋଇଗଲା। କାରଣ ଏହା ସ୍ପଷ୍ଟ ଥିଲା କି ବ୍ୟାଙ୍କ ସଂଙ୍ଘ କର୍ମଚାରିମାନଙ୍କ ଦାବି ଉପରେ ବିଚାର କରିବାକୁ ପ୍ରସ୍ତୁତ ନୁହେଁ। ମ୍ୟାନେଜମେଣ୍ଟ ତରଫରୁ କେବଳ ୨ ପ୍ରତିଶତ ବେତନ ବୃଦ୍ଧିର ପ୍ରସ୍ତାବ ପୁନଃ ଦୋହରାଯାଇଥିଲା ଯାହାକି ୟୁନିୟନ ପୂର୍ବରୁ ମଧ୍ୟ ଖାରଜ କରିଥିଲା ଏବଂ ପୁନଃ ଏହାକୁ ଖାରଜ କରିଛନ୍ତି।

ସେ ସ୍ପଷ୍ଟ କହିଛନ୍ତି କି ୧୪-୧୫ ପ୍ରତିଶତ ବେତନ ବୃଦ୍ଧିରୁ ତଳକୁ କର୍ମଚାରୀମାନେ ପ୍ରସ୍ତୁତ ନୁହେଁ। ଦୁଇ ପ୍ରତିଶତ ବୃଦ୍ଧିର କଥା କର୍ମଚାରିମାନଙ୍କ ସହିତ ଏକ ମଜାକ୍। ଗୁପ୍ତା କହିଛନ୍ତି କି ବୁଧବାରଦିନ ହରତାଳରେ ସାମିଲ ବ୍ୟାଙ୍କ କର୍ମୀ ୧୦ଟା ସମୟରେ ପାର୍ଲିଆମେଣ୍ଟ ଷ୍ଟ୍ରିଟରେ ଏକତ୍ର ହୋଇ ପ୍ରଦର୍ଶନ କରିବେ। ଗୁପ୍ତା ଏହା ମଧ୍ୟ କହିଛନ୍ତି କି ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଛି କି ସେ ଅଧିକ ବେତନ ଦେବା କିମ୍ବା ବଢ଼ାଇବାର ସ୍ଥିତିରେ ନାହାଁନ୍ତି।

ବ୍ୟାଙ୍କ କର୍ମଚାରୀ ସଂଗଠନ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି କି ସେମାନେ ୩୦-୩୧ ମଇରେ ହରତାଳରେ ରହିବେ ଯଦି ତାଙ୍କ ଦାବି ଉପରେ ସକାରାତ୍ମକ ବିଚାର ନ କରାଯାଏ। କୁହାଯାଇପାରେଯେ, କି ବ୍ୟାଙ୍କ କର୍ମଚାରୀମାନଙ୍କର ସଂଗଠନ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଦୁଇ ପ୍ରତିଶତ ବେତନ ବୃଦ୍ଧିର ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ସଂଗଠନ ନିଜର ଦାବି ପୂରଣ କରିବା ପାଇଁ ହରତାଳର ମଧ୍ୟ ଚେତାବନୀ ଦେଇଛି। ବ୍ୟାଙ୍କ କର୍ମଚାରୀମାନଙ୍କର ବେତନ ବୃଦ୍ଧି ଏକ ନଭେମ୍ବର ୨୦୧୭ ରୁ ଲମ୍ବିତ ଅଛି।

କର୍ମଚାରୀମାନଙ୍କର ସଂଗଠନ ଏଆଇବିଓସିର ମହାସଚିବ ଡି.ଟି. ଫ୍ରାଙ୍କ ଏକ ବୟାନରେ କହିଥିଲେ କି ଆଇବିଏ କେବଳ ଦୁଇ ପ୍ରତିଶତ ବେତନ ବୃଦ୍ଧିର ପ୍ରାରମ୍ଭିକ ପ୍ରସ୍ତାବ ଦେଇଥିଲା ଯାହା ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ (ୟୁଏଫବଓ) ଏହାକୁ ଖାରଜ କରିଥିଲେ। ୟୁଏଫବିଓ କର୍ମଚାରୀ ଏବଂ ଅଧିକାରୀ ସଂଗଠନମାନଙ୍କର ସମୂହ ସଂଘ ଅଟେ।

ନ୍ୟାସନାଲ ଅର୍ଗାନାଇଜେସନ ଅଫ ବ୍ୟାଙ୍କ ୱାର୍କର୍ସର ଉପାଧ୍ୟକ୍ଷ ଅଶ୍ଵନୀ ରାଣା କହିଛନ୍ତି କି ୟୁଏଫବିଓର ଶନିବାର ଦିନ ବୈଠକରେ ଆଇବିଏର ଦୁଇଟି ପ୍ରତିଶତ ବେତନ ବୃଦ୍ଧିର ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି। ଗତ ବେତନ ବୃଦ୍ଧିସମୟରେ ଆଇବିଏ ୧୫ ପ୍ରତିଶତ ବୃଦ୍ଧି କରିଥିଲା।

ସେ କହିଲେ କି ଯଦି ଆଇବିଏ କିମ୍ବା ସରକାର ତୁରନ୍ତ ଜବାବ ଦିଅନ୍ତି ନାହିଁ ତେବେ ସମସ୍ତ ସଂଗଠନ ଦୁଇ ଦିନର ହରତାଳ କରିବେ।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ କହିଛି କି ଯଦି ବିଭିନ୍ନ ବ୍ୟାଙ୍କ କର୍ମଚାରୀ ୟୁନିୟନ ୩୦-୩୧ ମଇ ରେ ନିଜର ପ୍ରସ୍ତାବିତ ହରତାଳରେ ଯିବେ ତେବେ ବ୍ୟାଙ୍କ ସେବା ଉପରେ ପ୍ରଭାବ ପଡ଼ିପାରେ। ବ୍ୟାଙ୍କ କର୍ମଚାରୀ ୟୁନିୟନ ବେତନ ବୃଦ୍ଧି ସହିତ ଅନେକ ଦାବିକୁ ନେଇକରି ହଡ଼ତାଳର ଚେତାବନୀ ଦେଇଛନ୍ତି।

ଏସବିଆଇ ଅନୁସାର ଇଣ୍ଡିଆନ୍ ବ୍ୟାକ୍ସ ଏସୋସିଏସନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିଏ) ହଡ଼ତାଳ ନୋଟିସ ବିଷୟରେ ସୂଚିତ କରାଯାଇଛି। ୟୁଏଫବିଏ ୩୦-୩୧ ମଇରେ ଦେଶବ୍ୟାପୀ ହଡ଼ତାଳର ଘୋଷଣା କରିଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *