ଅପରାଧ

ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଏମ୍.ଡ଼ି. ସମେତ ୬ ଅଧିକାରୀ ଗିରଫ

ପୁଣେ ୨୧ /୬ (ଓଡ଼ିଆ ପୁଅ) ପୁଣେ ପୁଲିସର ଆର୍ଥିକ ଅପରାଧ ଶାଖା ବୁଧବାରଦିନ ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଏମ୍.ଡ଼ି. ଏବଂ ସିଇଓ ରବୀନ୍ଦ୍ର ମରାଠେ, କାର୍ଯ୍ୟକାରୀ ନିର୍ଦ୍ଦେଶକ ରାଜେନ୍ଦ୍ର ଗୁପ୍ତାଣ ଏବଂ ଦୁଇ ଅନ୍ୟ ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିଛି। କଥିତ ରୂପରେ କହିଲେ ଡିଏସକେ ଡେଭେଲପର୍ସ ଲିମିଟେଡକୁ ବିନା ଉଚିତ ପ୍ରକ୍ରିୟା ଏବଂ ଆରବିଆଇର ନିୟମକୁ ଉଲ୍ଲଙ୍ଘନ କରି କୋଟି କୋଟି ଟଙ୍କା ଲୋନ ଦେବାର ଆରୋପ ଲାଗିଛି।

ପୁଲିସ କହିଛି କି ଗିରଫର କାରଣ ୨୦୪୩ କୋଟି ଟଙ୍କାର ଆର୍ଥିକ ଠକେଇ ମାମଲାରେ କରାଯାଇଛି ଯାହାର ବର୍ତ୍ତମାନ ଜାଞ୍ଚ ଚାଲିଛି। କୁହାଯାଉଛିଯେ, ଏହି ଠକେଇ ପୁଣେର ଡେଭଲପର ଡିଏସ କୁଲକର୍ଣ୍ଣି ଓରଫ ଡିଏସକେ ଏବଂ ତାଙ୍କର ଗ୍ରୁପ କମ୍ପାନୀଦ୍ୱାରା ହୋଇଛି। ବ୍ୟାଙ୍କର ପୂର୍ବତନ ଏମ୍.ଡ଼ି. ଏବଂ ସିଇଓ ସୁଶୀଲ ମୁହନୋତ, ଜୋନାଲ ମ୍ୟାନେଜର ନିତ୍ୟାନନ୍ଦ ଦେଶପାଣ୍ଡେ ଏବଂ ଡିଏସକେଡିଏଲର ଚିଫ ଇଞ୍ଜିନିୟର ଏବଂ ଭାଇସ୍ ପ୍ରେସିଡେଣ୍ଟ ରାଜୀବ ନେବାସ୍କୟରଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି।

ମୁହନୋତକୁ ଜୟପୁର ଏବଂ ଦେଶପାଣ୍ଡେଙ୍କୁ ଅହମଦାବାଦରୁ ଗିରଫ କରାଯାଇଛି। ବ୍ୟାଙ୍କ ଅଫ ମହାରାଷ୍ଟ୍ର ଏକମାତ୍ର ରାଷ୍ଟ୍ରୀୟ ବ୍ୟାଙ୍କ ଅଟେ ଯାହାର ମୁଖ୍ୟାଳୟ ପୁଣେରେ ଅଛି। ଜାଞ୍ଚ ଅଧିକାରୀ ଏବଂ ଆର୍ଥିକ ଅପରାଧ ଶାଖାରେ ସହାୟକ ପୁଲିସ ଆଯୁକ୍ତ ନୀଲେଶ ମୋରେ କହିଛନ୍ତି, ‘ ଏହି ବ୍ୟାଙ୍କ ଅଧିକାରୀମାନେ ଡିଏସକେଡିଏଲ ସହିତ ମିଶି ଲୋନ ଠକେଇର ଯୋଜନା କରିଥିଲେ।’

୨୦୪୩ କୋଟି ଟଙ୍କାର ଠକେଇରେ ଡିଏସକେ ଗ୍ରୁପ ପୂର୍ବରୁ ନିବେଶକ, ବ୍ୟାଙ୍କର, ଘର କ୍ରେତା ଏବଂ ଆର୍ଥିକ ସଂସ୍ଥା ଗୁଡ଼ିକରୁ ଅର୍ଥ ଏକାଠି କରିବା ପରେ ସେମାନଙ୍କ ସହିତ ଠକେଇ କରିବା ଆରମ୍ଭ କରିଦେଇଥିଲା। ନିଜର ଆଧିକାରିକ ବୟାନରେ ବ୍ୟାଙ୍କ କହିଛି କ‍ି ତା’ର ଡିଏସକେଡିଏଲ ଉପରେ ସର୍ବମୋଟ ୯୪ କୋଟି ୫୨ ଲକ୍ଷ ଟଙ୍କା ବାକୀ ଅଛି। ବ୍ୟାଙ୍କ କହିଛି କି ଏହି ଋଣ ଫେରସ୍ତ ନେବା ପାଇଁ ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ କିଛି ସଂପତ୍ତିର ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି।

ସେ କହିଲେ କି ବ୍ୟାଙ୍କ ଡିଏସକେଡିଏଲ ଏବଂ ପ୍ରମୋଟର୍ସଙ୍କୁ ୱିଲଫୁଲ ଡିଫଲ୍ଟର ଘୋଷିତ କରିଛନ୍ତି। ବିଶେଷ ଲୋକ ଅଭିଯୋଜକ ପ୍ରବୀଣ ଚୱ୍ୱାଣ କହିଛନ୍ତି, ‘ଆର୍ଥିକ ଶାଖା ମଧ୍ୟ ପାଞ୍ଚଜଣ ଅନ୍ୟ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀମାନଙ୍କର ଭୂମିକାକୁ ମଧ୍ୟ ଜାଞ୍ଚ କରୁଛି।

ବୁଧବାରଦିନ ମରାଠେ, ଗୁପ୍ତାଣ, ଦେଶପାଣ୍ଡେ ଏବଂ ନେବାସ୍କରଙ୍କୁ ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର କରାଯାଇଥିଲା। ଜଜ ତାଙ୍କୁ ୨୭ ଜୁନ ପର୍ଯ୍ୟନ୍ତ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ଜଜ କହିଲେ କି ମାମଲାର ଗମ୍ଭୀରତାକୁ ଦେଖି ଜାଞ୍ଚ ଅଧିକାରୀମାନଙ୍କୁ ପଚରା ଉଚରା କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଆବଶ୍ୟକ।

କୁହାଯାଇପାରେଯେ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ଠକେଇକୁ ଦେଖି ରିଜର୍ଭ ବ୍ୟାଙ୍କ ତାକୁ ପ୍ରମ୍ପ୍ଟ କରେକ୍ଟିବ ଆକ୍ସନ (ପିସିଏ) କ୍ୟାଟିଗୋରୀରେ ରଖିଛି। ପିସିଏରେ ରଖାଯିବା ସହିତ ଲୋନ ଦେବାକୁ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏପରି କ୍ଷେତ୍ରରେ ବ୍ୟାଙ୍କମାନେ ବିଭିନ୍ନ ଗ୍ରୁପକୁ ହେଲ୍ଦୀ ଲୋନ ଦେବାରେ ଇଚ୍ଛା ଶକ୍ତି କମ ହୋଇପାରେ। ଯେଉଁ ବ୍ୟାଙ୍କଗୁଡ଼ିକୁ ପିସିଏରେ ରଖାଯାଇଥାଏ, ସେମାନେ ବ୍ରାଞ୍ଚର ସଂଖ୍ୟା ବଢ଼ାଇ ପାରିବେ ନାହିଁ। ତାଙ୍କୁ ଡିବିଡେଣ୍ଡ ପେମେଣ୍ଟ ରୋକିବାକୁ ପଡ଼ିବ। ଲୋନ ଦେବା ଉପରେ ମଧ୍ୟ ଅନେକ ସର୍ତ୍ତ ଲଗାଯାଇଥାଏ। ଏ କ୍ଷେତ୍ରରେ ଆବଶ୍ୟକ ପଡ଼ିଲେ ରିଜର୍ଭ ବ୍ୟାଙ୍କ ଅଡିଟ ଏବଂ ରିଷ୍ଟ୍ରକ୍ଚରିଙ୍ଗ କରିବା ପାଇଁ ଆଦେଶ ଦେଇପାରନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top