ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ, ୧୧/୪ (ଓଡ଼ିଆ ପୁଅ): -ବୁଧବାର ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ପାରମ୍ପରିକ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଶ୍ରୀଜିଉ ମାନଙ୍କର ଏହି ବନକଲାଗି ନୀତି କରାଯାଇଥିଲା। ଏହି ନୀତି ପାଇଁ ପ୍ରାୟ ୩.୩୦ ଘଣ୍ଟା ଧରି ଶ୍ରୀମନ୍ଦିର ଶ୍ରୀଜିଉମାନଙ୍କର ଦର୍ଶନ ବନ୍ଦ ରହିଥିଲା। ଅପରାହ୍ନ ୩.୩୦ ଟାରୁ ସଂଧ୍ୟା ପ୍ରାୟ ୭ ଟା ମଧ୍ୟରେ ଚତୁର୍ଦ୍ଦାମୂତିଙ୍କର ବନକ ଲାଗି କରାଯାଇଥିଲା। ଦତ ମହାପାତ୍ର ସେବକ ମାନେ ବିଭିନ୍ନ ପ୍ରକାର ପାରମ୍ପାରିକ ପ୍ରାକୃତିକ ରଙ୍ଗରେ ଶ୍ରୀ ଜିଉଙ୍କ ଶ୍ରୀ ମୁଖ ସିଙ୍ଗାର କରିଥିଲେ। ହିଙ୍ଗୁଳ, ହରିତାଳ, କଳା ଆଦି ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶ୍ରୀରଙ୍ଗାର କରାଯାଇଥିଲା। ବନକଲାଗି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢିଥିଲା। ଏହା ପରେ ଶ୍ରଦ୍ଧାଳୁ ମାନେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *