ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ

ତିର୍ତ୍ତୋଲ୧୦-୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶ) ପଞ୍ଚାୟତ ହାଟ ପଡ଼ିଆରେ ମା ଜିଙ୍ଗଲେଇ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୪ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଯାପନ ହୋଇଯାଇଛି। ଏଥିରେ ୮ ଗୋଟି ଦଳ ଭାଗନେଇଥିବାବେଳେ ଫାଇନାଲ ଖେଳଟି ବାବା ଅଖଣ୍ଡଳମଣି କ୍ରିକେଟ ଟିମ୍ ଓଳଗଦା ଓ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ବିଜିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାବା ଆଖଣ୍ଡଳ ମଣି କ୍ରିକେଟ୍ ଟିମ୍ ଟସ୍ ଜିତି ୧୨ ଓଭରରେ ୯ ୱିକେଟ ହରାଇ ୯୫ ରନ ସଂଗ୍ରହ କରିଥିଲା। ଜବାବରେ ମା ବୁଢ଼ି ଜାଗୁଳେଇ କ୍ରିକେଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୬୨ ରନ ସଂଗ୍ରହକରି…

"ମା ଜିଙ୍ଗଲେଇ କ୍ରିକେଟ୍ କ୍ଲବ : ଓଳଗଦା ଚମ୍ପିଆନ"

ଧର୍ମପ୍ରାଣା ଶୁକଲତାଙ୍କ ସ୍ମୃତି ଉଦେଶ୍ୟରେ ପାଠଚକ୍ର

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- -ତିର୍ତ୍ତୋଲ ବ୍ଲକ୍ ଉକୁସାହୀ ଗ୍ରାମର ପ୍ରମୁଖ ଧର୍ମପ୍ରାଣା ଶୁକଲତା ନାୟକଙ୍କୁ ତାଙ୍କ ଏକାଦଶାହରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ତାଙ୍କ ସ୍ମୃତି ଚାରଣ ସହ ମହାନ ଯୋଗୀ ଶ୍ରୀ ମା’ ଶ୍ରୀ ଅରବିନ୍ଦ ଦର୍ଶନ ସମ୍ବଳିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଅରବିନ୍ଦ ପାଠଚକ୍ରର ସଂଗଠନର କୁଜଙ୍ଗ ବ୍ଲକ୍ ସଂଯୋଜକ ତଥା ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ବାସୁଦେବ ନାୟକଙ୍କ ସଂଯୋଜନାରେ ହୋଇଥିବା ଏହି ପାଠ ଚକ୍ରରେ ଶ୍ରୀ ଅରବିନ୍ଦରଙ୍କ ବାଣୀ ‘ଅଥବା ପାରହୁଏ ଅନାତ୍ମା, ଆତ୍ମା, ଶୂନ୍ୟତ୍ମା’, ସତ୍ୟର ବିଗ୍ରହ ସଚେତନ ରହସ୍ୟର ମୁର୍ତ୍ତୀ, ‘ଗଢିଛି ମୂର୍ତ୍ତୀ ଏକ ନାମ ହେଉଛି ଭଗବାନ୍’ ସମ୍ପର୍କରେ କୁଜଙ୍ଗ ଅବନା ଘରର…

"ଧର୍ମପ୍ରାଣା ଶୁକଲତାଙ୍କ ସ୍ମୃତି ଉଦେଶ୍ୟରେ ପାଠଚକ୍ର"

ସତ୍ୟମେବ ଜୟତେ ୟୁଥ୍ କ୍ଲବ୍ ତରଫରୁ ଗରିବ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପର୍ଞ୍ଚାତର କୋପାଳ ଗ୍ରାମରେ ଗରିବ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେବଳ ନିଜ ବୃତ୍ତି ବା ପରିବାର ମଧ୍ୟରେ ନିଜର କାର୍ଯ୍ୟଧାରାକୁ ସୀମିତ ନକରି ସମାଜପାଇଁ କିଛି କରିବାର ଲକ୍ଷ ତଥା ନିସ୍ୱାର୍ଥପର ସେବା ମନୋବୃତ୍ତି ନେଇ ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କୋପାଳ ଗ୍ରାମରେ ଗଢିଉଠିଛି ସତ୍ୟମେବ ଜୟତେ ୟୁଥ୍ କ୍ଲବ୍। କିଛି ସମଭାବାପନ୍ନ ଯୁବକଙ୍କୁ ନେଇ ଗଠିତ ଏହି ୟୁଥ୍ କ୍ଲବ୍ର ସଦସ୍ୟ ମାନେ ପ୍ରବଳ ଶୀତପ୍ରବାହକୁ ଲକ୍ଷ୍ୟକରି ନିଜ ଗ୍ରାମ କୋପାଳ ସମେତ ଗରାମ, ଧମିଲୋ, ତୁରୁଖା, ଅଇରି, ଖଣ୍ଡକୋପାଳ, ଅଲଣା, ଅଲଣାମଠ, ତୁଳସୀପୁର,…

"ସତ୍ୟମେବ ଜୟତେ ୟୁଥ୍ କ୍ଲବ୍ ତରଫରୁ ଗରିବ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ"

ବର୍ଷାଧିକ କାଳ ତହସିଲଦାର ପଦବୀ ଫାଙ୍କା ପଡ଼ିଛି

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ୧୮ ମାସରୁ ଉର୍ଦ୍ଧହେବ ତହସିଲଦାର ପଦବୀ ଫାଙ୍କା ପଡ଼ିରହିଅଛି। ତିର୍ତ୍ତୋଲ ତହସିଲଦାର ଦାୟୀତ୍ୱ ବିଡ଼ିଓଙ୍କୁ ତୁଲାଇବାକୁ ଦିଆଯାଇଛି। ଯାହାଦ୍ୱାରା ତିର୍ତ୍ତୋଲରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ସୁଷ୍ଟି ହେଉଛି। ତହସିଲ ଅଧିନସ୍ଥ ବାଲିସୈରାତ ଗୁଡ଼ିକରେ ବେଆଇନି ଭାବେ ବାଲି ଉତ୍ତୋଳନ କରାଯାଉଛି। ନିଲାମଧାରୀମାନେ ମାସିକ ଏକ ନିର୍ଦ୍ଧିଷ୍ଟ ପରିମାଣର ବାଲି ଉତ୍ତୋଳନ କରିବାକୁ ସରକାରୀ ନିୟମ ଥିବାବେଳେ ମନମୁଖିଭାବେ ମେସିନ ସାହଯ୍ୟରେ ବେଆଇନି ବାଲି ଖନନ କରି ଦୈନିକ ହାଇୱା ଓ ବଡ଼ ବଡ଼ ଟ୍ରକ ଗୁଡ଼ିକରେ ଓଭର ଲୋଡ଼ କରି ବିକ୍ରି କରୁଛନ୍ତି। ଯାହାଦ୍ୱାରା ମାସିକ ଲକ୍ଷ ଲକ୍ଷ ଟଙ୍କାର…

"ବର୍ଷାଧିକ କାଳ ତହସିଲଦାର ପଦବୀ ଫାଙ୍କା ପଡ଼ିଛି"

୧୯୭୩ ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ

ତିର୍ତ୍ତୋଲ୦୭/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୧୯୭୩ ମସିହା ମାଟ୍ରିକ୍ ବ୍ୟାଚର ମନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଜୟ କୁମାର ମହାନ୍ତି, ବିଭୂତି ଭୂଷଣ ସାହୁ, ଗୋପବନ୍ଧୁ ରାଉତ, ସୁରେନ୍ଦ୍ର ବୈଶାଖ, ମାଗୁଣି ଚରଣ ବିଶ୍ୱାଳ, ଶୁଭ କୁମାର ବରାଳ, ଦିଲ୍ଲୀପ କୁମାର ମହାପାତ୍ର, ରଘୁନାଥ ଦାସ, ସୁରେନ୍ଦ୍ର ନାଥ ମହାନ୍ତି, କୁଳମଣି ରାଉତ, ନିରଞ୍ଜନ ମହାନ୍ତି, ନିତ୍ୟାନନ୍ଦ ସିଂ, ଅଖିଳ ମହାନ୍ତି, ରବିନ୍ଦ୍ର ନାଥ ସାହୁ, ଶୁସାନ୍ତ କୁମାର ସାହୁ, ଶୁସାନ୍ତ କୁମାର ଦାସ, ପ୍ରଦୀପ କୁମାର ଦାସ, ସୁବାଷ ସାମଲ, ମାନଗୋବିନ୍ଦ ଦାସ, ନାରାୟଣ ଦାସ ପ୍ରମୁଖ ୩୦ରୁ ଉର୍ଦ୍ଧ ୧୯୭୩ ମସିହା ମାଟ୍ରିକ୍…

"୧୯୭୩ ମାଟ୍ରିକ ବ୍ୟାଚ୍ର ବନ୍ଧୁମିଳନ"

ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ କଟରା ପଞ୍ଚାୟତ କଟରା ବଜାର ଠାରେ ଥିବା ଏ.ଏନ୍.ଏମ୍ କେନ୍ଦ୍ର ଓ ମେଡ଼ିକାଲକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତି କରଣ ପାଇଁ ଆର.ଡ଼ି ବିଭାଗ ପକ୍ଷରୁ ୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ବିନିମୟରେ ଚାଲିଛି ନିର୍ମାଣ କାର୍ଯ୍ୟ। ନିମ୍ନ ମାନର ଗୋଡ଼ି, ସିମେଣ୍ଟ ଓ ଉପଯୁକ୍ତ ସମିଶ୍ରଣ କରାନଯାଇ ହେଉଛି ନିର୍ମାଣ କାର୍ଯ୍ୟ। କାର୍ଯ୍ୟସ୍ଥଳରେ ନା ଅଛି ସୂଚନା ଫଳକ, ନା ଅଛନ୍ତି ବିଭାଗୀୟ ଯନ୍ତ୍ରୀ। କାର୍ଯ୍ୟସ୍ଥଳରେ ସୂଚନା ଫଳକ ଲଗାଯାଇନାହିଁ। ରବିବାର, ଛୁଟିଦିନ ଓ ରାତିଅଧିଆ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତୁରାରେ ନିମ୍ନମାନର…

"ବିନା ସୂଚନା ଫଳକ, ଅଧିକାରୀଙ୍କ ଅନୁପସ୍ଥିତି ଓ ରାତି ଅଧିଆ ଚାଲିଛି ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ"

ସାମ୍ବାଦିକଙ୍କ ପିତୃ ବିୟୋଗ

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ସଅଁରା ଗ୍ରାମର ସାମ୍ବାଦିକ ପ୍ରଶାନ୍ତ ପାଣିଙ୍କ ପିତା ମହେଶ୍ୱର ପାଣି(୭୧)ଙ୍କ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପିଡ଼ିତ ଥାଇ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଦ୍ଧିଜିବୀ ଓ ସାମ୍ବାଦିକ ସ୍ୱର୍ଗତ ପାଣିଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ସନ୍ତପ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ।

"ସାମ୍ବାଦିକଙ୍କ ପିତୃ ବିୟୋଗ"

ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା

ତିର୍ତ୍ତୋଲ ୫୦/୦୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡା ମୈାଜାର ଖାତା ନଂ ୮୨୪, ପ୍ଲଟ ନଂ ୧୮୬୩ ଶିକ୍ଷା ବିଭାଗ ଅଧିନରେ ରହିଛି। ଏଠାରେ ଗ୍ରାମ୍ୟ କମିଟି ତରଫରୁ ପଙ୍କଜ ବିହାରୀ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବା ବଦଳେ କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବେଆଇନ ଦଖଲ କରି ଘରବାଡୀ କରିଛନ୍ତି ଫଳରେ ବିଦ୍ୟାଳୟଟି ଏକ କ୍ଲବ ଘରେ ଦୟନୀୟ ଅବସ୍ଥାରେ ଚାଲୁଅଛି। ଦୀର୍ଘଦିନ ଧରି ଶିକ୍ଷା ବିଭାଗର ସଂପତିକୁ ଏହି ବେଆଇନ ଦଖଲ ଉଚ୍ଛେଦ କରିବା ପାଇଁ ୧୯୯୫ ମସିହା ଠାରୁ କୁଜଙ୍ଗ ତହସିଲଦାର କେବଳ ଏକ ଅବରୋଧ ମାମଲା ରଜୁ କରିଛନ୍ତି। ୨୦୦୩ ମସିହା ଠାରୁ ପଙ୍କଜ…

"ଜବର ଦଖଲରେ ବିଦ୍ୟାଳୟ ସଂପତି ; କ୍ଲବ ଘରେ ହେଉଛି ପାଠପଢା"