ଝଙ୍କଡ ମା’ଶାରଳାଙ୍କ ମଧୂପାର୍ବଣ ପୂଜା ଉଯାପନ

ତିର୍ତ୍ତୋଲ୨୭/୦୩(ଓଡ଼ିଆ ପୁଅ/ଟୁକନ ସେଠୀ)-ପ୍ରସିଦ୍ଧ ତଥା ପ୍ରାଚୀନ ଶକ୍ତି ପୀଠ ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଚୌତ୍ର ମଧୁପାର୍ବଣ ପୂଜା ଗତ ମାର୍ଚ୍ଚ ୧୮ ତାରିଖ ରବିବାର ଦିନ ଠାରୁ ଶୁଭାରମ୍ଭ ହୋଇ ଗତକାଲି ମହା ସମାରୋହରେ ବୈଦିକ ବିଧିବିଧାନର ସହିତ ଉଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ୯ଦିନ ବ୍ୟାପି ମଧୁପାର୍ବଣକୁ ପଞ୍ଜିକା ମତଯୋଗୁ ୮ ଦିନ ଧରି ପାଳିତ ହୋଇଥିଲା। ଏହି ଉପଲକ୍ଷେ ଦୈନିକ ପାଞ୍ଜି ପାଠ, ସୂର୍ଯ୍ୟ ପୂଜା, ଷୋଢ଼ଷ ଉପଚାର ପୂଜା ସହିତ ଯଜ୍ଞ ଶାଳାରେ ବ୍ରାହ୍ମଣମାନଙ୍କ ଦ୍ୱାରା ବିଶ୍ୱଶାନ୍ତି ଯଜ୍ଞର ଆହୁତି ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ଆଳତୀ ସମୟରେ ସନ୍ଧ୍ୟାବେଶ ଦର୍ଶନ ନିମନ୍ତେ ମନ୍ଦିର ବେଢ଼ାରେ ପ୍ରବଳ…

"ଝଙ୍କଡ ମା’ଶାରଳାଙ୍କ ମଧୂପାର୍ବଣ ପୂଜା ଉଯାପନ"

ଢେଙ୍କାନାଳ ଜିଲ୍ଲା ବିଜେଡ଼ି ସଭାପତି ଯଶୋବନ୍ତ ପରିଡାଙ୍କ ପରଲୋକ ରେ ବିଜୁ ଯୁବ ଜନତା ଦଳ ର ଶ୍ରଧାଞ୍ଜଳି

ତିର୍ତ୍ତୋଲ୨୭/୦୩(ଓଡ଼ିଆ ପୁଅ/ଟୁକନ ସେଠୀ)-ଆଜି ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ତଥା ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଯଶୋବନ୍ତ ପରିଡା, କିଛି ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣରେ ଆଜି ମୃତ୍ୟୁବରଣ କରିଛନ୍ତି। ତାଙ୍କ ବିୟୋଗରେ ବିଜୁ ଜନତା ଦଳ ଏକ ଉଦିୟମାନ ଯୁବ ନେତୃତ୍ୟ ଏବଂ ଢେଙ୍କାନାଳ ଜିଲ୍ଲାର ଯୁବ ସଂଗଠନକୁ ହରାଇଛି। ତାଙ୍କ ମୃତ୍ୟୁ ସାରା ରାଜ୍ୟ ତଥା ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ପାଇଁ ଏକ ଅପୁରଣିୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଜଗତଜନନି ମା ଶାରଳାଙ୍କ ନିକଟରେ ବିନମ୍ର ପାର୍ଥନା ସହ ଶୋକସନ୍ତପ୍ତ ପରିବାରକୁ ଏଭଳି ଅକାଳ ବିୟୋଗରେ ଭଗବାନ ସହନ ଶକ୍ତି ଓ…

"ଢେଙ୍କାନାଳ ଜିଲ୍ଲା ବିଜେଡ଼ି ସଭାପତି ଯଶୋବନ୍ତ ପରିଡାଙ୍କ ପରଲୋକ ରେ ବିଜୁ ଯୁବ ଜନତା ଦଳ ର ଶ୍ରଧାଞ୍ଜଳି"

କୋଟକଣା – ବାନାମ୍ବର ସେତୁ ନିର୍ମାଣ ଦାବି ଯୋର ଧରିଲା ଆନ୍ଦୋଳନ

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଳ୍ଲାର ତିର୍ତ୍ତୋଲ ବ୍ଲକ କଟକ ପାରାଦୀପ ରାସ୍ତା ତରଜଙ୍ଗା ପଞ୍ଚାୟତ କୋଟକଣା – ବାନାମ୍ବର ମହାନଦୀରେ ସେତୁ ପାଇଁ ଦୀର୍ଘ ୩ ବର୍ଷ ହେବ ଦାବି ହୋଇ ଆସୁଥିବାବେଳେ ପ୍ରଶାସନର କୌଣସି ଠୋସ ପଦକ୍ଷେପ ଆଜି ପର୍ଯ୍ୟନ୍ତ ନେଇପାରିନାହିଁ। ଏହି ସ୍ଥାନରେ ପୋଲ ନିର୍ମାଣ କରାଗଲେ ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ର ବାଗଦେବୀ ମା ଶାରଳା, ବିଭୂତିକ୍ଷେତ୍ର ବାବା ଗୋରେଖ ନାଥଙ୍କ ପୀଠ, ଧୋୟା ଅଞ୍ଚଳରେ ଥିବା ପ୍ରସିଦ୍ଧ ଚକ୍ଷୁ ନିବାରଣ ମା ଦିଗବାରୁଣୀ ଠାକୁରାଣୀଙ୍କ ପୀଠ, ସିଦ୍ଧ ବାନାମ୍ବର, କେନ୍ଦ୍ରାପଡ଼ା ଜିଲ୍ଳାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର ସହିତ ସିଧାସଳଖ ଗମନାଗମନର ସୁବିଧା ହୋଇପାରିବ। ଫଳରେ ଦୁଇଜିଲ୍ଲାର ବିକାଶ ହେବା…

"କୋଟକଣା – ବାନାମ୍ବର ସେତୁ ନିର୍ମାଣ ଦାବି ଯୋର ଧରିଲା ଆନ୍ଦୋଳନ"

ରାଜସ୍ୱ ଆଦାୟ ଆଳରେ ଜନସମ୍ୟାକୁ ଅଣଦେଖା କରୁଛନ୍ତି ତିର୍ତ୍ତୋଲ ତହସିଲଦାର

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ତହସିଲରେ ତହସିଲଦାର ଭାବେ ରମେଶ ଚନ୍ଦ୍ର ପଣ୍ଡା ଯୋଗଦେବାର ମାତ୍ର କେଇଦିନ ଭିତରେ ବିଭିନ୍ନ ସୁତ୍ରରୂ ରେକର୍ଡ଼ ପରିମାଣର ରାଜସ୍ୱ ଆଦାୟ କରିଛନ୍ତି। ଏଥିପାଇଁ ପ୍ରଶାସନ ପକ୍ଷରୁ କୁଜଙ୍ଗ ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ବେଆଇନି ବାଲିଚାଲାଣ, ଇଟାଭାଟି, କାଠପରିବହନ ପ୍ରଭୃତିରୁ ବିପୁଳ ପରିମାଣର ରାଜସ୍ୱ ଆଦାୟ କରିବାରେ ନିଜର ଦକ୍ଷତା ତିର୍ତ୍ତୋଲ ତହସିଲଦାର ଦେଖାଇପରିଛନ୍ତି। ଅପରପକ୍ଷରେ ବାଲି ଚାଲାଣକାରୀମାନେ କଟକ-ପାରାଦୀପ ରାସ୍ତାରେ ବାଲିପରିବହନ କଲାବେଳେ ଉଭୟ ପାଶ୍ୱର୍ରେ ୫ ଇଞ୍ଚିବହଳର ବାଲି ଜମବିରହି ପଥଚାରୀଙ୍କୁ ଦୃର୍ଘଟଣାଗ୍ରସ୍ତ କରାଉଛି। ହାଇୱା ଓ ଟ୍ରାକ୍ଟର ନିଜ କ୍ଷମତା ଠାରୁ ଅଧିକ ପରିମାଣର ବାଲି…

"ରାଜସ୍ୱ ଆଦାୟ ଆଳରେ ଜନସମ୍ୟାକୁ ଅଣଦେଖା କରୁଛନ୍ତି ତିର୍ତ୍ତୋଲ ତହସିଲଦାର"

ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ମିଥ୍ୟା ଦରଖାସ୍ତ କରାଯାଇଥିବା ନେଇ ଅଭିଯୋଗ

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ମିଥ୍ୟା ଦରଖାସ୍ତ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ତିର୍ତ୍ତୋଲ ଥାନା ଅନ୍ତର୍ଗତ ଖୁଣ୍ଟଳ ଗ୍ରାମର ରାଜାଶିଷ ସାହୁ ଉପଜିଲ୍ଲାପାଳଙ୍କ ନିକଟରେ ଓ.ଏଲ.ଆର. କେଶ ନଂ ୩୮୯/୧୩ କୁ ନେଇ ଅପିଲ କରିଥିଲେ। ଅପିଲ କେଶ ନଂ୧୪/୧୫ ରେ ଉପ ଜିଲ୍ଲାପାଳ ଆଦେଶ କାର୍ଯ୍ୟକାରୀ କରିବାରେ ତହସିଲ କତ୍ତୃପକ୍ଷ ଅବହେଳା କରୁଥିବା ସଂପର୍କରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଶ୍ରୀ ସାହୁ ଅଭିଯୋଗ କରିଥିଲେ। ଅପର ପକ୍ଷରେ ଉପଜିଲ୍ଲାପାଳ ଦେଇଥିବା ଆଦେଶକୁ ନେଇ କଟକ ଲ୍ୟାଣ୍ଡ ରିଫର୍ମ କମିଶନର ଓଡ଼ିଶାଙ୍କ ଅଦାଲତରେ ରିଭିଜନ କେଶ ନଂ ୩/୧୮ ଦାଏର ହୋଇ ବିଚାରଧିନ…

"ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ମିଥ୍ୟା ଦରଖାସ୍ତ କରାଯାଇଥିବା ନେଇ ଅଭିଯୋଗ"

ମା ଦିଗବାରୁଣୀ ପୀଠରେ ବାସନ୍ତି ଦୂର୍ଗାପୂଜା ଅନୁଷ୍ଠିତ

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରସିଦ୍ଧ ଥିବା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ଥିବା ଚକ୍ଷୁରୋଗ ନିରାକରଣକାରୀ ମା ଦିଗବାରୁଣୀପୀଠରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମନ୍ଦିରର ମୁଖ୍ୟ ସେବାୟତ ବୈକୁଣ୍ଠ ନାଥ ପତିଙ୍କ ତତ୍ତ୍ୱାବଧାନରେ ବାସନ୍ତି ଦୂର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା ୪ଦିନ ବ୍ୟାପି ଚାଲିଥିବା ଅବସରରେ ମହାଯଜ୍ଞର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ସ୍ଥାନୀୟ ମତ୍ତଗଜପୁର ନିକଟସ୍ଥ ପାଇକା ନଦୀରୁ ପୂଜକ ଘଣ୍ଟ, ଘଣ୍ଟା ଓ ସଂଙ୍କୀର୍ତ୍ତନ ଦ୍ୱାରା ୨୭ଜଣ ମହିଳା ଶ୍ରଦ୍ଧାଳୁ କଳଶରେ ପାଣି ଆଣି ମାଙ୍କ ଯଜ୍ଞସ୍ଥଳରେ ପହଞ୍ଚିଥିଲେ। କର୍ତ୍ତାଭାବେ ଭଜହରି ପତି ଓ…

"ମା ଦିଗବାରୁଣୀ ପୀଠରେ ବାସନ୍ତି ଦୂର୍ଗାପୂଜା ଅନୁଷ୍ଠିତ"

କନିମୂଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗାଁ କଲ୍ୟାଣ ସମିତିର ବୈଠକ

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଁ କଲ୍ୟାଣ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କନିମୂଳ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଗୋପାଳପୁର(ଶ) ପଞ୍ଚାୟତ ସରପଞ୍ଚ କୃଷ୍ଣପ୍ରସାଦ ଦାସ, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, କୃଷ୍ଣାନନ୍ଦପୁର ସରପଞ୍ଚ ଗୋଲକ ନାରାୟଣ ଜେନା, ମଣିଜଙ୍ଗା ମେଡ଼ିକାଲ ବ୍ଲକ ପ୍ରକଳ୍ପ ପରିଚାଳିକା ରଞ୍ଜିତା ସିଂ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ ଦାସ, ଶିଶୁ କଲ୍ୟାଣ ଅଧିକାରିଣୀ ତନୁପ୍ରଭା ବେଉରା ପ୍ରମୁଖ ଯେଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୩ ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀମାନେ ଉପସ୍ଥିତି ରହିଥିଲେ। ମଣିଜଙ୍ଗା ମେଡ଼ିକାଲ ବ୍ଲକ ପ୍ରକଳ୍ପ ପରିଚାଳିକା…

"କନିମୂଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଗାଁ କଲ୍ୟାଣ ସମିତିର ବୈଠକ"

ଝଙ୍କଡ ମା’ଶାରଳାଙ୍କ ମଧୂ ପାର୍ବଣ ପୂଜା

ତିର୍ତ୍ତୋଲ୨୪/୦୩ (ଓଡ଼ିଆ ପୁଅ/ଟୁକନ ସେଠୀ)- ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ କନକପୁର ସ୍ଥିତ ପୂରାଣ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ମା’ଶାରଳା ଠାକୁରାଣୀଙ୍କ ଚୈତ୍ର ମଧୂ ପାର୍ବଣ ପୂଜା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ପ୍ରତ୍ୟହ ପ୍ରାତଃ ୫ଟା ବେଳେ ମା’ଙ୍କ ଶ୍ରୀମୁଖ ପ୍ରକ୍ଷାଳନ ପରେ ମଧୂସ୍ନାନ, ୭ଟା ସମୟରେ ମାର୍ଜନା ପରେ ଅଭିନବ ବେଶରେ ମା’ଙ୍କୁ ସଜ୍ମିତ କରାଯିବା ସହ ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇ ସର୍ବପ୍ରଥମେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ କରାଯାଉଛି। ଦୈନିକ ପାଞ୍ଜି ପାଠ, ବାଳଭୋଗ ପୂଜା, ସୂର୍ଯ୍ୟ ପୂଜା, ପାର୍ଶ୍ୱ ଦେବଦେବୀମାନଙ୍କୁ ପୂଜାର୍ଚ୍ଚନା କରାଯାଇଛି। ପଣ୍ଡିତ ଚିନ୍ତାମଣି ଦାଶଙ୍କ ଚଣ୍ଡୀପାଠ ମନ୍ତ୍ର ଧ୍ୱନିରେ ଝଙ୍କଡ ଶାରଳା ମନ୍ଦିର ବେଢାକୁ…

"ଝଙ୍କଡ ମା’ଶାରଳାଙ୍କ ମଧୂ ପାର୍ବଣ ପୂଜା"

ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ

ତିର୍ତ୍ତୋଲ ୧୩-୩ (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଚାଂୟତ ଗଙ୍ଗାଧରପୁର ଠାରେ ଥିବା ରାଇଗଣ ଉପାସନା କେନ୍ଦ୍ର ପକ୍ଷରୁ ଯୁଗ ପୁରୁଷୋତମ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୦ତମ ଆର୍ବିଭାବ ମହୋତ୍ସବ ସାରାଦିବସ ବ୍ୟାପି ବିବିଧ ମାଙ୍ଗଳିକ ଅନୁଷ୍ଠାନ ସହିତ ରବିବାର ଦିନ ପାଳିତ ହୋଇଯାଇଛି। ବେଦ ମାଙ୍ଗଳିକ, ନହବତ, ଭଷାକୀର୍ତନ, ପ୍ରଣାମୀ, ପ୍ରାର୍ଥନା, ଗ୍ରନ୍ଥପାଠ, ସଂଗୀତାଞ୍ଜଳୀ, ସୁଶୋଭିତ ରଥାରୁଢ ପ୍ରତିକୃତି ସହିତ ନଗର ସଂକୀର୍ତନ ପରେ ସନ୍ଧ୍ୟାରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ମତଗଜପୁର ସତସଙ୍ଗ ବିହାର ସଂପାଦକ ରତ୍ନାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଧର୍ମ ସଭାରେ ଉତ୍ସବ କମିଟିର ସଭାପତି ସତ୍ୟବାନ ତ୍ରୀପାଠି ପ୍ରାରମ୍ଭିକ ସୂଚନା…

"ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ"

ଅଶାନ୍ତ କୃଷ୍ଣାନନ୍ଦପୁର: ଗୁଳିକାଣ୍ଡ ଘଟଣାର୧୭ ଦିନପରେ ପୋଲିସ ହାତ ଖାଲି କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାରୋକ୍

ତିର୍ତ୍ତୋଲ ୧୩-୩ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଚଳିତ ବର୍ଷ ଫେବୃଆରୀ ୨୩ ତାରିଖ ରାତି ପ୍ରାୟ ଆଠଟା ହେବ, ଦୁବୃତ୍ତ ମାନଙ୍କ ଗୁଳିରେ ଦୁଇ ଯୁବକ ଆହତ ହୋଇଥିବା କୃଷ୍ଣାନନ୍ଦପୁର ଫାଣ୍ଡିରେ ଅଭିଯୋଗ କରାଯାଇଥିଲା। କୃଷ୍ଣାନନ୍ଦପୁର ଗ୍ରାମର ତବରେଜ୍ ଅହମଦ୍ ବସନ୍ତ ଛକ ଆଖୁନ୍ମହଲା ଗ୍ରାମ ପାନ ଦୋକାନ ନିକଟରେ ଛିଡା ହୋଇଥିବା ବେଳେ କୃଷ୍ଣାନନ୍ଦପୁର ଗ୍ରାମର ଚାରିଜଣ ଦୁବୃତ୍ତ ଦୁଇଟି ବାଇକ୍ ଯୋଗେ ଆସି ତବରେଜଙ୍କୁ ଉଠାଇ ନେଇଥିଲେ। ଏହି ସମୟରେ ନିକଟରେ ଛିଡ଼ା ହୋଇଥିବା ଆଖୁନ୍ ମହଲା ଗ୍ରାମର ପିଣ୍ଟୁ ଏହାର ପ୍ରତିବାଦ କରିବାରୁ ଦୁବୃତ୍ତ ମାନେ ତାଙ୍କ ଉପରପୁ ଏକ ରାଉଣ୍ଡ୍ ଗୁଳି…

"ଅଶାନ୍ତ କୃଷ୍ଣାନନ୍ଦପୁର: ଗୁଳିକାଣ୍ଡ ଘଟଣାର୧୭ ଦିନପରେ ପୋଲିସ ହାତ ଖାଲି କାର୍ଯ୍ୟାନୁଷ୍ଠାନ ନହେଲେ ରାସ୍ତାରୋକ୍"