ଓଜେଏସ ପରୀକ୍ଷାରେ କୃତିତ୍ୱ

ତିର୍ତ୍ତୋଲ, ୨୭.୦୧(ଓଡ଼ିଆ ପୁଅ/ଟୁକନ ସେଠୀ )-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ଗ୍ରାମର ଅନ୍ନପୂଣ୍ଣା ସାହୁ ଓ ବସନ୍ତ କୁମାର ସାହୁଙ୍କ କନିଷ୍ଠ କନ୍ୟା ସିପ୍ରା ପିୟ ଦର୍ଶିନୀ ସାହୁ ଓଡ଼ିଶା ନାୟିକ ସେବା(ଓଜେଏସ) ପରୀକ୍ଷାରେ କୃତିତ୍ୱ ହୋଇଛନ୍ତି। ସେ ପାରାଦ୍ୱୀପସ୍ଥିତ ଡ଼ିଏଭି ପବ୍ଲିକ ସ୍କୁଲ ପ୍ରାଥମିକ ଶିକ୍ଷା ପାଇଲାପରେ ରମାଦେବୀ ମହିଳା ମହାବିଦ୍ୟାଳୟରେ +୨ ପରେ କଟକସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳରୁ ୫ ବର୍ଷ ଇଣ୍ଟିଗ୍ରାଲରେ କୃତକାର୍ଯ୍ୟ ହୋଇଥିଲେ। ସେ ଓଜେଏସ ପରୀକ୍ଷାରେ କୃତ କାର୍ଯ୍ୟହେବାନେଇ ପିତାମାତା ଭାଇଭଉଣୀ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଗୁରୁଜନମାନେ ଏହି ଶ୍ରେୟ ଦେବା ସହିତ ଆଶୀର୍ବାଦ କାମନା କରିଛନ୍ତି।

"ଓଜେଏସ ପରୀକ୍ଷାରେ କୃତିତ୍ୱ"

ତିର୍ତ୍ତୋଲ ବ୍ଲକରେ ମିଳିମିଳା ଜର୍ମାନ ମିଳିମିଳା(ରୁବେଲା) ଟିକାକରଣ ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ତିର୍ତ୍ତୋଲ, ୨୭.୦୧(ଓଡ଼ିଆ ପୁଅ/ଟୁକନ ସେଠୀ )-ତିର୍ତ୍ତୋଲ ବ୍ଲକ ବିଡ଼ିଓଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରାଧିକାରୀ ଡ଼ା. ଉମାକାନ୍ତ ସାହୁଙ୍କ ପୌରହିତ୍ୟରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନିରେ ତିର୍ତ୍ତୋଲ ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଭଞ୍ଜନ କିଶୋର ନାୟକ ଉପସ୍ଥିତ ଥିଲେ। ତିର୍ତ୍ତୋଲ ବ୍ଲକରେ ମୋଟ ୩୧୩୮୫ ଶିଶୁଙ୍କୁ ଏହି ଟିକା କରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ। ୯ ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କୁ ମିଳିମିଳା ଓ ଜର୍ମାନ ମିଳିମିଳା(ରୁବେଲା) ଦାଉରୁ ରକ୍ଷା କରାଯିବାପାଇଁ ଏହି…

"ତିର୍ତ୍ତୋଲ ବ୍ଲକରେ ମିଳିମିଳା ଜର୍ମାନ ମିଳିମିଳା(ରୁବେଲା) ଟିକାକରଣ ଅଭିଯାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ"

ବେପରୁଆଭାବେ ଚାଲିଛି ବାଲି ଉତ୍ତୋଳନ : କୋଟି କୋଟି ଟଙ୍କାର ରାଜସ୍ୱ ହାନି, ସରକାରୀ ନୀତିନିୟମକୁ ଫୁ

ତିର୍ତ୍ତୋଲ୧୪-୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ତହସିଲ ଅଧିନରେ ଥିବା ମହାନଦୀ ଓ ପାଇକା ନଦୀର ବାଲିଉତ୍ସକୁ ମାଇନିଂ ପ୍ଲାନ ଅନୁଯାଇ ଟେଣ୍ଡର ମାଧ୍ୟମରେ ଲିଜ୍ ଦିଆଯାଇଅଛି ମହାନଦୀ ବାଲି ଉତ୍ସ ମଧ୍ୟରୁ ଓଳଗଦା-ତାରୋତଲ ବାଲି ଉତ୍ସକୁ ନିଲାମ ନେଇଥିବା ନିଲାମଧାରୀ ଅତ୍ୟନ୍ତ ବେପରୁଆଭାବେ ବ୍ୟବହାର କରୁଛନ୍ତି। ମହାନଦୀ ପଠା ଅଞ୍ଚଳରୁ ମେସିନ ସାହଯ୍ୟରେ ବାଲି ଖୋଳି ବଡ଼ ବଡ଼ ଗଭୀର ଗର୍ତ୍ତ ସୃଷ୍ଟି କରିଛନ୍ତି। ଏହା ଫଳରେ ନଦୀର ଗତିପଥ ବଦଳିବାର ଆଶଙ୍କା ଦେଖୋଦେଇଛି। ମହାନଦୀର ତାରୋତଲ ପୋଲ ପାର୍ଶ୍ୱ ଓ ପଠା ଅଞ୍ଚଳକୁ ଜେସିବି ଓ ପ୍ରୋକଲିନ୍ ମେସିନରେ ଖୋଳିବା ଫଳରେ ପୋଲ ଓ ବନ୍ଧପ୍ରତି ବିପଦ ଆଶଙ୍କା ରହିଛି। ସରକାରଙ୍କ ସହିତ କରିଥିବା ଚୁକ୍ତି…

"ବେପରୁଆଭାବେ ଚାଲିଛି ବାଲି ଉତ୍ତୋଳନ : କୋଟି କୋଟି ଟଙ୍କାର ରାଜସ୍ୱ ହାନି, ସରକାରୀ ନୀତିନିୟମକୁ ଫୁ"

ସ୍ୱତନ୍ତ୍ର ଅଦାଲତ ଶିବିର ଅନୁଷ୍ଠିତ

ତିର୍ତ୍ତୋଲ୧୪-୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ତହସିଲ ଅଧିନସ୍ଥ ବିଳାସପୁର ରାଜସ୍ୱ କାର୍ଯ୍ୟାଳୟ ଏକ ସ୍ୱତନ୍ତ୍ର ଅଦାଲତ ଶିବିର(କ୍ୟାମ୍ପକୋର୍ଟ) ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପକୋର୍ଟରେ ତିର୍ତ୍ତୋଲର ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ରାଜସ୍ୱ ନିରିକ୍ଷକ ବଂଶୀଧର ଦାସ, ବିଭାଗୀୟ କିରାଣୀ ସ୍ମୃତି ସୁଧା ବିଟ୍ ଯୋଗଦେଇ ୭୦ରୁ ଉର୍ଦ୍ଧ ଜବର ଦଖଲ ମାମଲାର ଶୁଣାଣି କରିଥିଲେ। ଏହି ସ୍ୱତନ୍ତ୍ର ଅଦାଲତ ଶିବିରରୁ ୧୨ ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆକାରରେ ରାଜସ୍ୱ ଆଦାୟ ହେଇଥିବା ସୂଚନା ମିଳିଛି।

"ସ୍ୱତନ୍ତ୍ର ଅଦାଲତ ଶିବିର ଅନୁଷ୍ଠିତ"

୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ

ତିର୍ତ୍ତୋଲ୧୧/୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଥିବା ପୁରାତନ ଶିକ୍ଷାନୁଷ୍ଠାନ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟର ୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ମଧ୍ୟରେ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ମହାନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଚୌଧୂରୀ ଶୈଳେଶ୍ୱର ରାୟ, ରତ୍ନାକର ମହାରଣା, ଶୁଶାନ୍ତ ଦାସ, ଭଜହରି ଖୁଣ୍ଟିଆ, ରଞ୍ଜନ ଖୁଣ୍ଟିଆ, ରାଜକିଶୋର ବାରିକ୍, ଦିପ୍ତି ରଞ୍ଜନ ମହାପାତ୍ର, ସନ୍ତୋଷ ଦାସ, ସନ୍ତୋଷ ସାହୁ, ବଟକୃଷ୍ଣ ସାହୁ, ପବିତ୍ର ମୋହନ ରାଉତ, ପ୍ରମୋଦ କୁମାର ବେହେରା, ମଳୟ ମହାପାତ୍ର, ଶିଶିର ମିଶ୍ର, ସୁବାଷ ସ୍ୱାଇଁ, ଆଶିଷ ରାଉତ, ଆଶୁତୋଷ ଦାସ, ପ୍ରଦ୍ୟୁମ୍ନ ମଲ୍ଲିକ, ତପନ ସାହୁ, ରବିନ୍ଦ୍ର ଦାଶ, ବିଶ୍ୱନାଥ…

"୧୯୯୪ ମସିହା ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ"

ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୧/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଆଜି ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନାଟ୍ୟ ସଂସଦର ସଭାପତି ତଥା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ର.ରାଧାକାନ୍ତ ସାହୁ ସଭାପତିତ୍ୱ କରିଥିବାବେଳେ ଉପସଭାପତି ସୁରଞ୍ଜନ ଲେଙ୍କା ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ନାଟ୍ୟ ସଂସଦର ସମ୍ପାଦିକା ଅର୍ପିତା ପ୍ରିୟ ଦଶିନୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବାଦଲ ଲେଙ୍କାଙ୍କ ନେତୃତ୍ୱରେ ଛାତ୍ର୍ରୀମାନଙ୍କଦ୍ୱାରା ସ୍ୱାଗତ ଗାନ କରାଯାଇଥିଲା। ଏହି ଉସବରେ ମୁଖ୍ୟ ଅତିଥିଭାବେ ପ୍ରଯୋଜକ, ପ୍ରାଧ୍ୟପିକ, ନିର୍ଦ୍ଦେଶକ ବରିଷ୍ଠ କଳାକାର ପ୍ରଫେସର ପ୍ରଦ୍ୟୁମ୍ନ ଲେଙ୍କା ଯୋଗଦେଇ ଛାତ୍ରଛାତ୍ରୀମାନେ ତାଙ୍କର ଅଧବସାୟ…

"ନାଟ୍ୟ ସଂସଦର ବାର୍ଷିକ ଉତ୍ସବ"

ବ୍ଲକ ଯୁବ ବିଜେଡ଼ି ପଦପଦବୀ ଘୋଷଣା

ତିର୍ତ୍ତୋଲ୦୯.୦୧(ଓଡ଼ିଆ ପୁଅ/ଟୁକନ ସେଠୀ) –ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜୁ ଯୁବଜନତା ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଜଗତସିଂହପୁର ଯୁବ ବିଜେଡି କମିଟି ଗଠନ କରିଛନ୍ତି। ତିର୍ତୋଲ ଅଂଚଳର ଜଣାଶୁଣା ଯୁବ ସଂଗଠକ ରଶ୍ମିରଂଜନ ଚୌଧୁରୀ, ସ୍ମୃତି ରଞ୍ଜନ ନାୟକଙ୍କୁ ଜଗତସିଂହପୁର ଜିଲ୍ଲା ଯୁବ ବିଜେଡି ସଂପାଦକ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାଶ ଓ ବ୍ଲକ ବିଜେଡ଼ି ଯୁବ ସଭାପତିଭାବେ ରଞ୍ଜିତ କୁମାର ଜେନାଙ୍କୁ ମନୋନିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଦଳର ଜିଲ୍ଲା ସଭାପତି ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଂପାଦକ ଦାୟୀତ୍ୱ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ…

"ବ୍ଲକ ଯୁବ ବିଜେଡ଼ି ପଦପଦବୀ ଘୋଷଣା"

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ଉତ୍ସବ

ତିର୍ତ୍ତୋଲ୦୯.୦୧(ଓଡ଼ିଆ ପୁଅ/ଟୁକନ ସେଠୀ) –ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ଇଛାପୁର ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶ୍ରୀ ଅରବିନ୍ଦ ଦେହାଶଂ ପ୍ରତିଷ୍ଠାର ୮ମ ବାର୍ଷିକ୍ ଓ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ସଂଗଠନର ସମ୍ପାଦକ ଶରତ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଂଗଠକ କାଳନ୍ଦି ଚରଣ ସେନାପତି ଓ କୈବଲ୍ୟ ଚରଣ ଜେନା ମୁଖ୍ୟ ବକ୍ତାଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟ ଦର୍ଶିନୀ ବିଶ୍ୱାଳ ଓ ତିର୍ତ୍ତୋଲ ପଞ୍ଚାୟତ ସମିିତି ଅଧ୍ୟକ୍ଷା ସୁଜାତା ମହାନ୍ତି ଯୋଗଦେଇଥିଲେ। କଳପଡ଼ା ଶିକ୍ଷାକେନ୍ଦ୍ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବାରିକ୍, ପଙ୍କପାଳ…

"ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ଉତ୍ସବ"

ବିବେକା ନନ୍ଦ ହୋତା ହେଲେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି

ତିର୍ତ୍ତୋଲ ୧୦.୦୧(ଓଡ଼ିଆ ପୁଅ/ଟୁକନ ସେଠୀ) –ଜଗତସିଂହପୁର ସାଂସଦ ଡ଼ା. କୁଳମଣି ସାମଲ ଜଗତସିଂହପୁର ଜିଲ୍ଲାର ଡ଼ିଆରଡ଼ିଏ, ଜିଲ୍ଲାପରିଷଦ ଓ ଜିଲ୍ଲାସ୍ତରୀୟ ସମସ୍ତ ସଭାସମିତିରେ ତାଙ୍କର ପ୍ରତିନିଧିଭାବେ ତିର୍ତ୍ତୋଲ ଅଞ୍ଚଳର ଯୁସଂଗଠକ ବିବେକା ନନ୍ଦ ହୋତା(ବୁଟୁ)ଙ୍କୁ ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ପାରାଦ୍ୱୀପ ବିଧାୟକ ଡ଼ା. ଦାମୋଦର ରାଉତଙ୍କ ଏକାନ୍ତ ଅନୁଗତ ଭାବେ ଶ୍ରୀଯୁକ୍ତ ହୋତାଙ୍କୁ ସମସ୍ତେ ଜାଣନ୍ତି। ଡ଼ା. ରାଉତଙ୍କର ମନ୍ତ୍ରୀମଣ୍ଡଳରୁ ବହିସ୍କୃତ ହେବାପରେ ସାମ୍ପ୍ରତିକ ଜିଲ୍ଲା ରାଜନିତିରେ ଡ଼ା. ରାଉତଙ୍କର ପ୍ରାସଙ୍ଗିକତା ଉପରେ ଦାମ ବିରୋଧି ପ୍ରଶ୍ନବାଚି ସୃଷ୍ଟି କରାଯାଇଥିଲା। କିନ୍ତୁ ଏହି ସମୟରେ ଜଗତସିଂହପୁର ସାଂସଦ ଡ଼ା. ସାମଲ ରାଉତଙ୍କର ଏକାନ୍ତ ଅନୁଗତ ଶ୍ରୀ ହୋତାଙ୍କୁ ଜିଲ୍ଲା ପ୍ରତିନିଧିଭାବେ ନିଯୁକ୍ତି ଦେଇ ସମସ୍ତ ଆକଳନକୁ…

"ବିବେକା ନନ୍ଦ ହୋତା ହେଲେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି"

ବିରିତୋଳରେ ଧାନ ମଣ୍ଡି ଉଦଘାଟନ

ତିର୍ତ୍ତୋଲ ୧୦-୦୧(ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ କାର୍ଯ୍ୟାଳୟରେ ବିରିତୋଳ ସେବା ସମବାୟ ତରଫରୁ ଧାନ ମଣ୍ଡି ଉଦଘାଟନ ହୋଇଯାଇଅଛି। ଏହି ଉଦ୍ଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ସମିତିର ସଭାପତି ଅଶ୍ୱିନି କୁମାର ଦାଶ, ସମ୍ପାଦକ ବିମଳ କୁମାର ପଣ୍ଡା, ତିର୍ତ୍ତୋଲ ଯୋଗାଣ ବିଭାଗ ଅଧିକାରିଣୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ମଣ୍ଡିରେ ବିରିତୋଳ, ସଅଁରା, ଗୋପାଳପୁର ପ୍ରଭୂତି ୩ଟି ପଞ୍ଚାୟତର ଚାଷୀମାନେ ଧାନ ଦେବାପାଇଁ ବନ୍ଦୋବସ୍ତ କରାଯାଇଛି। ଏହି ମଣ୍ଡିରେ ଧାନ ଦେବାପାଇଁ…

"ବିରିତୋଳରେ ଧାନ ମଣ୍ଡି ଉଦଘାଟନ"