ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ବାବା ବିଲ ଗୋରେଖନାଥ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ସ୍ୱନକ୍ଷେତ୍ର ବାର୍ଷିକ ଉତ୍ସବ ବାଲିପାଟଣା ସ୍ଥିତ ବାବା ବିଲଗୋରେଖନାଥ ପ୍ରାଙ୍ଗଣରେ କ୍ଷୀରୋଦ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ତିର୍ତ୍ତୋଲ ଜିଲ୍ଲାପରିଦର୍ଶକ ମନମୋହନ କାନୁନଗୋ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଅରୁଣ କୁମାର ପଣ୍ଡା ଯୋଗଦେଇଥିଲେ। ସଂଘର ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଅଲେଖ ଚରଣ ବାରିକ ବାର୍ଷିକ ଆୟ ବ୍ୟୟର ସମୀକ୍ଷା କରିଥିଲେ। ଉପସଭାପତି ଝୁଲରାମ ଦାସ ଅତିଥିପରିଚୟ ପ୍ରଦାନ କରିଥିଳେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ…

"ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ଉତ୍ସବ"

ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଯାପିତ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳମାଧବ ଠାରେ ଥିବା ଶ୍ରୀ ଶ୍ରୀ ଧର୍ମେଶ୍ୱର ପ୍ରଚାର ସମିତି ଆନୁକୂଲ୍ୟରେ ଚଳିତ ମାସ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଶନିବାର ଉଯାପିତ ହୋଇଯାଇଛି। ପରମପୂଜ୍ୟ ମହନ୍ତ ଶ୍ରୀ ଶ୍ରୀ ଚିନ୍ତାମଣି ପର୍ବତ ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବକ୍ତାରୂପେ ସଦଗୁରୁ ବାବା ଶ୍ରୀ ଶ୍ରୀ ବୈକୁଣ୍ଠ ନଥଙ୍କ ଶିଷ୍ୟ ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇଥିଲେ। ସପ୍ତାହ ବ୍ୟାପି ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେହ ପ୍ରାର୍ଥନା, ପ୍ରଭାତ କିର୍ତ୍ତନ, ମଙ୍ଗଳଆଳତୀ, ସୂର୍ଯ୍ୟପୂଜା, ଭାଗବତ ପାରାୟଣ, ଘୃତଯଜ୍ଞ, ଆଳତୀ, ପ୍ରବଚନ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନ୍ଧବାଟି,…

"ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଯାପିତ"

ମଣିଜଙ୍ଗା ହାଇସ୍କୁଲରେ ଓଷ୍ଟାମେଧା ଅନ୍ୱେଷଣ ପରିକ୍ଷା : ଭାଗ ନେଲେ ୨୪୬ ଜଣ ପରୀକ୍ଷାର୍ଥୀ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ହାଇସ୍କୁଲ ପରିସରରେ ଆଜି ପୂର୍ବାହ୍ନ ୧୦ଟାରେ ଓଷ୍ଟାମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଓଷ୍ଟାର ସହସଂପାଦକ ତଥା ଜଗତସିଂହପୁର ଜିଲ୍ଲା ଓଷ୍ଟା ସଂପାଦକ ନାରାୟଣ ଚନ୍ଦ୍ର ବାରିକ, ମଣିଜଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଓଷ୍ଠା ସଂପାଦକ ଅଭୟ କୁମାର ପ୍ରଧାନ, କୁଜଙ୍ଗ ବ୍ଲକ ଓଷ୍ଟା ସଂପାଦକ ଶାରଦା ପ୍ରସାଦ ଦାସ, ତିର୍ତ୍ତୋଲ ବ୍ଲକ ଓଷ୍ଟା ସଂପାଦକ ଶୁଶୀଲ କୁଅଁର, ରଘୁନାଥପୁର ବ୍ଲକ ଓଷ୍ଟା ସଂପାଦକ ରଂଜନ ମିଶ୍ର, ଓଷ୍ଟା ସହ ସଂପାଦକ ସୁବାଷ ଚନ୍ଦ୍ର ଦାସ, ଓଷ୍ଟା କର୍ମକର୍ତ୍ତା ଅନିଲ କୁମାର ଜେନା, ଅଜିତ କୁମାର ଲେଙ୍କା, କୌଳାସ…

"ମଣିଜଙ୍ଗା ହାଇସ୍କୁଲରେ ଓଷ୍ଟାମେଧା ଅନ୍ୱେଷଣ ପରିକ୍ଷା : ଭାଗ ନେଲେ ୨୪୬ ଜଣ ପରୀକ୍ଷାର୍ଥୀ"

କାର୍ତ୍ତିକେଶ୍ୱର ପୂଜା ଉପଲକ୍ଷେ ଡ଼୍ରମା ପତିଯୋଗିତା

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ମତ୍ତଗଜ ପୁର ଠାରେ କାର୍ତ୍ତିକେଶ୍ୱରଙ୍କର ପୂଜା ମହାଆଡ଼ମ୍ବର ସହକାରେ ପାଳିତ ହେବା ସହିତ ସ୍ଥାନୀୟ କଳାକାରମାନଙ୍କୁ ନେଇ ଡ଼୍ରାମା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଏହି ପୂଜା ଅନୁଷ୍ଠିତ ହୋଇଥିବାବେଳେ ଏହି ଅବସରରେ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଘଟସ୍ଥାପନ, ହୋମଯଜ୍ଞ ସମେତ କାର୍ତ୍ତିକେଶ୍ୱରଙ୍କ ସମସ୍ତ ନିତି କାର୍ଯ୍ୟ କରାଯାଇଥିଲା। ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ୧୧ ଓ ୧୨ ଦୁଇଦିନ ଧରି “ସୁଖ ଆସିଥିଲା ଭଗାରି ହୋଇ” ଓ ଅଲକ୍ଷଣୀ ନାଟକ ମଞ୍ଚସ୍ଥ କରାଯାଇଥିଲା। ଏହି ନାଟକ କୁ ନିର୍ଦ୍ଦେଶନା ଦେଇଥିଲେ ସୁଧାଶୁଂ ଶେଖର ସିଂହ, କାହାଣୀ ଦିଲିପ କୁମାର ବିଶ୍ୱାଳ ରହିଥିବାବେଳେ…

"କାର୍ତ୍ତିକେଶ୍ୱର ପୂଜା ଉପଲକ୍ଷେ ଡ଼୍ରମା ପତିଯୋଗିତା"

ମୁଣ୍ଡିଦାରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଉଦ୍ଘାଟିତ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତ ମୁଣ୍ଡିଦା ଗ୍ରାମର ସୂର୍ଯ୍ୟନାରାୟଣ ମନ୍ଦିର ପ୍ରାଙ୍ଗଣରେ ଦ୍ୱିତୀୟ ବାର୍ଷିକ ଶ୍ରୀମଦ୍ ଭାଗବତ ପାରାୟଣ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା)ଙ୍କ ସଂଯୋଜନାରେ ପ୍ରଥମାଷ୍ଟମୀ ଶନିବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି। ଯାଜ୍ଞିକ ପଣ୍ଡିତ ନିରଞ୍ଜନ ଦାଶ(ଟୁଆଁନନା)ଙ୍କ ସଭାପତିତ୍ୱରେ ତିର୍ତ୍ତୋଲ ୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ଦାଇଁଲୋ ସରପଞ୍ଚ ଧନଞ୍ଜୟ ସୁତାର, ସମିତିସଭ୍ୟା ପୁଷ୍ପିତା ଦାସ ପ୍ରମୁଖ ଏହି ଆଧ୍ୟାତ୍ମିକ କାର୍ଯ୍ରକ୍ରମରେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସୂର୍ଯ୍ୟନାରାୟଣ ମନ୍ଦିର ସେବକ ଟିକିବାବାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିଥିମାନଙ୍କୁ ଉପଢ଼ୌକନ ଓ ପୁଷ୍ୱମାଲ୍ୟ କର୍ତ୍ତା ରାକେଶ ରାଉତ ଅର୍ପଣ କରିଥିଲେ। ବିଶିଷ୍ଟ…

"ମୁଣ୍ଡିଦାରେ ସପ୍ତାହବ୍ୟାପି ଭାଗବତ ପାରାୟଣ ଉଦ୍ଘାଟିତ"

ବାପଘରେ ବିବାହିତା ଝିଅର ସନ୍ଦେହଜନକ ମୃତ୍ୟୁ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ବୋଧେଇ ପଞ୍ଚାୟତ ଦିଆନପୁର କୁଳସାହି ଗ୍ରାମରେ ନିଜବାପଘରେ ବିବାହିତା ଝିଅର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣାରୁ ଜଣାଯାଏଯେ ଦିଆନ ପୁର କୂଳସାହି ଗ୍ରାମର ସ୍ୱର୍ଗତ ରବିନ୍ଦ୍ର ଦାସଙ୍କ ଝିଅ ମାମା ଦାସ (୨୦) ଜଡ଼ତିରା ଗ୍ରାମରେ ପ୍ରେମବିବାହ କରିଥିଲେ। କିଛି ଦିନହେବ ନିଜବାପଘରେ ଝିଅ ରହୁଥଲେ। ରବିନ୍ଦ୍ରଙ୍କ ବାପା ଓ ରବିନ୍ଦ୍ରଙ୍କ ପଛ ସ୍ତ୍ରୀ କବିତା ଦାସ କୂଳୁସାହିରେ ରହୁଥିଲେ। ଝିଅର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ତିର୍ତ୍ତୋଲ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ମହିଳାଙ୍କ ଶବ ଜବତ କରିବା ସହିତ ସାବତ ମା ଓ…

"ବାପଘରେ ବିବାହିତା ଝିଅର ସନ୍ଦେହଜନକ ମୃତ୍ୟୁ"

ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସହ-ସଂଯୋଜକ ହେଲେ ଅଶୋକ ମହାନ୍ତି

ତିର୍ତ୍ତୋଲ, ୧୧.୧୧(ଓଡ଼ିଆ ପୁଅ/ଟୁକନ ସେଠୀ)-ଭାରତୀୟ ଜନତା ପାର୍ଟି ଜଗତସିଂହପୁର ଜିଲ୍ଲା ସ୍ୱଚ୍ଛଭାରତ ଅଭିଯାନର ସହସଂଯୋଜକ ଭାବେ ଅଶୋକ ମହାନ୍ତିଙ୍କୁ ନିଯୁକ୍ତି କରାଯାଇଥିବା ଜିଲ୍ଲା ସଂଯୋଜକ ତଥା ପାରାଦ୍ୱୀପ ଟ୍ରଷ୍ଟି ପ୍ରତାପ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ପାଇଁ ବିଜେପିର ରାଜ୍ୟ ସଂପାଦକ ପ୍ରତାପ ଷଢ଼ଙ୍ଗୀ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶ୍ରୀଯୁକ୍ତ ମହାନ୍ତି କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାର ପ୍ରଧାନମନ୍ତ୍ରୀ ସ୍ୱଚ୍ଛଭାରତ ଅଭିଯାନକୁ କ୍ରିୟାଭିମୁଖି କରିବାରେ ଅଗ୍ରଣୀ ଭୂମିକା ନେବେବୋଲି କହିଥିଲେ। ଜିଲ୍ଲା ସମ୍ପାଦକ ସଞ୍ଜୟ ଦାସ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଜେଠୀ, ଏସି ମୋର୍ଚ୍ଚା ସାଧାରଣ ଜିଲ୍ଲା ସମ୍ପାଦକ ସାଗର…

"ଜିଲ୍ଲା ସ୍ୱଚ୍ଛ ଭାରତ ଅଭିଯାନ ସହ-ସଂଯୋଜକ ହେଲେ ଅଶୋକ ମହାନ୍ତି"

ଗଇଠିପୁର ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଭଷାଣି ଉତ୍ସବ

ତିର୍ତ୍ତୋଲ, ୧୧.୧୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଧୋୟା ଅଞ୍ଚଳ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ୪ ତାରିଖ ଠାରୁ ଦୀର୍ଘ ୭ ଦିନ ଧରି ଚାଲିଥିବା କାର୍ତ୍ତିକେଶ୍ୱର ପୂଜା ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକେଶ୍ୱରଙ୍କ ମୃଣମୟ ମୃତ୍ତିକୁ ଏକ ବର୍ଣ୍ଣାଢ଼୍ୟ ସୁସଜିତ କରି ବାଜା, ଆତସବଜି ଓ ଡ଼ାକବାଜି ମାଧ୍ୟମରେ ରୋଷଣୀ କରାଯାଇ ଗଇଠିପୁର, ନାରିଜଙ୍ଗ ଓ କନିମୂଳ ଗ୍ରାମ ପରିକ୍ରମା କରି ସେହି ଗ୍ରୋମର ସ୍ଥାନୀୟ ମହାଜନୀରେ ବିଷର୍ଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଭଜହରି ଖୁଣ୍ଟିଆ, ବିକାଶ ସାହୁ, ବିନୋଦ ବିହାରି ପରିଜା, ଅରୁଣ ସୁତାର, ରଞ୍ଜନ ଖୁଣ୍ଟିଆ, ଅଜିତ ସାହୁ, ବିପ୍ଳବ ଖୁଣ୍ଟିଆ, ସନ୍ଦିପ ସୁତାର, କାଳିଆ…

"ଗଇଠିପୁର ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ଭଷାଣି ଉତ୍ସବ"

ତାରୋତଲ ପୋଲ ଉପରେ ବାଲିଗଦା ସହିତ ଯୋଡ଼େଇରେ ବଡ଼ ଫାଟ

ତିର୍ତ୍ତୋଲ, ୧୧.୧୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଧୋୟା ଅଞ୍ଚଳରେ ଥିବା କୃଷ୍ଣାନନ୍ଦପୁର, ବିଷନପୁର, କନିମୂଳ, ଦାଇଁଲୋ, ଗୋପାଳପୁର(ଶ), କୋଲର, ପୋରଗଦେଇ, ଆମ୍ବେରୀ, ସାମନ୍ତରାପୁର ପ୍ରଭୁତି ପଞ୍ଚାୟତ ସମେତ କେନ୍ଦ୍ରାପଡ଼ା ଜିଲ୍ଲା ସହିତ କଟକ-ପାରଦ୍ୱୀପ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ତାରୋତଲ ପୋଲ ଏକମାତ୍ର ମାଧ୍ୟମ। ଏହି ପୋଲ ବର୍ତ୍ତମାନ ମରଣଯନ୍ତାରେ ପରିଣତ ହେବାକୁ ବସିଲାଣି ବିଭାଗୀୟ ଅଧିକାରୀମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଜଣାପଡ଼ୁଛି। ଏହି ପୋଲ ଉପରେ ଦୈନିକ ଶହଶହ ବାଲିବୋଝେଇ ୧୦ ଚକିଆ ହାଇୱା ଯାଉଥିବାରୁ ବାଲି ଗଦା ହୋଇ ରହିବା ସହିତ ପୋଲର ଯୋଡ଼ା ସ୍ଥାନରେ ବଡ଼ବଡ଼ ଫାଟ ହୋଇଥିବାରୁ ପ୍ରତିଦିନ ଛୋଟବଡ଼ ଦୂର୍ଘଟଣାମାନ ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ବଢ଼ୁଛି।…

"ତାରୋତଲ ପୋଲ ଉପରେ ବାଲିଗଦା ସହିତ ଯୋଡ଼େଇରେ ବଡ଼ ଫାଟ"

ବିଦ୍ୟାଳୟରେ ପୋଷାକ ବିତରଣ

ତିର୍ତ୍ତୋଲ, ୧୧.୧୧(ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ଥିବା କିଲିପାଳ ପ୍ରାର୍ଥମିକ ବିଦ୍ୟାଳୟ ଓ କନିମୂଳ ପ୍ରାର୍ଥମିକ ବିଦ୍ୟାଳୟରେ ଆଜି ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କିଲିପାଳ ପ୍ରାର୍ଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ବେଦଦ୍ୟୁତି ପୃଷ୍ଟି, ଅନ୍ୟତମ ଅତିଥି ଅଶୋକ କୁମାର ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ କୁମାର ସାହୁ, ସମ୍ପାଦକ ଯୟଶ୍ରୀ ଦାସ, ଅଙ୍ଗନୱାଡ଼ି କର୍ମୀ ସବିତା ସାହୁ ପ୍ରମୁଖ ଯୋଗଦେଇ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଭିରାମ ସାହୁ, ସନ୍ୟାସି ସାହୁ, ଦୈତାରି ସାହୁ,…

"ବିଦ୍ୟାଳୟରେ ପୋଷାକ ବିତରଣ"