୧୪ ଡେପୁଟି କମାଣ୍ଡାଣ୍ଟଙ୍କ ପଦୋନ୍ନତି

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗୀୟ ପଦୋନ୍ନତି କମିଟି ବୈଠକରେ ଓଡିଶା ପୁଲିସରେ କାର୍ଯ୍ୟରତ ୧୪ ଜଣ ଡେପୁଟି କମାଣ୍ଡାଣ୍ଟଙ୍କୁ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ଦିଆଯାଇଛି । ସେହିପରି କାର୍ଯ୍ୟରତ ୨ ଜଣ କମାଣ୍ଡାଣ୍ଟଙ୍କୁ ବରିଷ୍ଠ ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି ପାଇଁ ଏହି ବିଭାଗୀୟ ପଦୋନ୍ନତି କମିଟି ଅନୁମୋଦନ କରିଛନ୍ତି । ପଦୋନ୍ଗନତି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ବେଳେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ଡିଜି କେବି ସିଂହ ସଦସ୍ୟ ଭାବେ ଉପସ୍ଥିତ ଥିଲେ ।

"୧୪ ଡେପୁଟି କମାଣ୍ଡାଣ୍ଟଙ୍କ ପଦୋନ୍ନତି"

କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ସିପିଆଇର ବିକ୍ଷୋଭ

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ଦେଶରେ ବୃଦ୍ଧି ପାଉଥିବା କୃଷକ ଆତ୍ମହତ୍ୟା, ଚାଷୀକୁ ଫସଲର ଉଚିତ୍ ମୂଲ୍ୟ ଦେବାରେ କେନ୍ଦ୍ର ସରକାରଙ୍କ ପ୍ରତାରଣା ଏବଂ ଆନେ୍ଦାଳନକାରୀ କୃଷକଙ୍କୁ ବିଜେପି ଶାସିତ ରାଜ୍ୟ ସରକାରଙ୍କ ଗୁଳି କରି ହତ୍ୟା ପ୍ରତିବାଦରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି କଟକ ଜିଲ୍ଲା ଓ ନଗର କମିଟି ପକ୍ଷରୁ ଏକ ବିରାଟ ପଟୁଆର ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟ ନିକଟରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ସଂପାଦକ ଅମରେନ୍ଦୁ ମହାନ୍ତି, ନଗର ସଂପାଦକ ବିନୋଦ ବେହେରା, ଜିଲ୍ଲା ସହ ସଂପାଦକ ଉଦୟ କେଶରୀ ବର୍ମା, ରାଜ୍ୟ ପରିଷଦ ସଭ୍ୟ ତୈ୍ରଲୋକ୍ୟନାଥ, ରାମଚନ୍ଦ୍ର ବେହେରା, କାଳୀ ମିଶ୍ର,…

"କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ସିପିଆଇର ବିକ୍ଷୋଭ"

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କଟକ ଜିଲ୍ଲା ପକ୍ଷରୁ ସଭାପତି ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ପ୍ରତିବାଦ ସଭା ଏବଂ ଧାରଣା ଅନୁଷ୍ଠିତ ହୋଇଯାଇଛି । ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପରିସରକୁ ଆଣି ସରକାରୀ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା, ସମାନ କାମକୁ ସମାନ ଦରମା, ଅନୁଦାନରୁ ବାଦ୍ ପଡିଥିବା ସମସ୍ତ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ କରିବା, ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରଣ କରିବା, ଖାଲିପଡିଥିବା ଶିକ୍ଷକ ଓ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରିବା, ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ,…

"ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା"

ମଣିମଠ ବସ୍ତି ଉଚ୍ଛେଦ ପାଇଁ ହୋଇଥିବା ନୋଟିସ୍ ପ୍ରତ୍ୟାହାର ଦାବି

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ):ଖାନ୍ନଗର ସ୍ଥିତ ମଣିମଠ ବସ୍ତି ଉଚ୍ଛେଦପାଇଁ ରେଳବିଭାଗ ପକ୍ଷରୁ ପୁନର୍ବାର ନୋଟିସ୍ କରାଯାଇ ବସ୍ତିବାସିନ୍ଦାମାନଙ୍କୁ ଛାଡି ଚାଲିଯିବା ପାଇଁ ଧମକ ଦିଆଯାଇଛି । ରେଳ ବିଭାଗର ଏହି ଅମାନବିକ ଓ ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୁଦ୍ଧରେ ଆଜି ମଣିମଠ ବସ୍ତିର ଶତାଧିକ ଲୋକ ପିଲାଛୁଆ ଧରି ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନଙ୍କୁ ପକ୍ଷରୁ ଦାବି କରାଯାଇଛି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯାଇ ନୋଟିସ୍ ପ୍ରତ୍ୟାହାର କରାଯାଉ । ବସ୍ତି ଉଚ୍ଛେଦ ପୂର୍ବରୁ ବସ୍ତିବାସିନ୍ଦାମାନଙ୍କୁ ସମ୍ବିଧାନ ସମ୍ମତ ଭାବରେ ଉପଯୁକ୍ତ ଥଇଥାନ କରାଯାଉ । ସମ୍ବିଧାନ ପ୍ରଦତ୍ତ ନାଗରିକମାନଙ୍କର ପ୍ରତ୍ୟେକ…

"ମଣିମଠ ବସ୍ତି ଉଚ୍ଛେଦ ପାଇଁ ହୋଇଥିବା ନୋଟିସ୍ ପ୍ରତ୍ୟାହାର ଦାବି"

ବିଜ୍ଞାନ ସୁପରଭାଇଜରଙ୍କ କାର୍ଯ୍ୟରେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ କ୍ଷୁବ୍ଧ ;‘୫ବର୍ଷ ଦାୟିତ୍ୱରେ ଥିଲେ ତୁରନ୍ତ ବଦଳି କର’

କଟକ,୨୭ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଗୁଡ଼ିକରେ ଅବସ୍ଥାପିତ ବିଜ୍ଞାନ ସୁପରଭାଇଜରମାନେ ନିଜ କର୍ତ୍ତବ୍ୟଠାରୁ ଦୂରେଇ ଯାଇଛନ୍ତି । ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଭାବିତ କରି ଶିକ୍ଷକମାନଙ୍କର ବଦଳି ସମେତ ଅନ୍ୟାନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । କେବଳ ସେତିକି ନୁହେଁ ନିଜ ସମ୍ପର୍କୀୟଙ୍କ ନାମରେ ଫାର୍ମ ଖୋଲି ବିଦ୍ୟାଳୟଗୁଡ଼ିକୁ ସାମଗ୍ରୀ ଯୋଗାଣ କରି ବେଶ୍ ମୋଟା ଅଙ୍କର ଅର୍ଥ ବେନିୟମ ଭାବେ ରୋଜଗାର କରୁଛନ୍ତି । ଏସବୁ ଅଭିଯୋଗକ୍ରମେ ୫ ବର୍ଷରୁ ଅଧିକ କାର୍ଯ୍ୟ କରୁଥିବା ବିଜ୍ଞାନ ସୁପରଭାଇଜରମାନଙ୍କୁ ତୁରନ୍ତ ବଦଳି କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ କଡ଼ା ନିଦେ୍ର୍ଦଶ ଦେଇଥିବା ଜଣାପଡ଼ିଛି । ଅଭିଯୋଗରୁ…

"ବିଜ୍ଞାନ ସୁପରଭାଇଜରଙ୍କ କାର୍ଯ୍ୟରେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକ କ୍ଷୁବ୍ଧ ;‘୫ବର୍ଷ ଦାୟିତ୍ୱରେ ଥିଲେ ତୁରନ୍ତ ବଦଳି କର’"

ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ସମ୍ମିଳନୀ

କଟକ,୨୭ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ସ୍ଥାନୀୟ ଖାନନଗରସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘ ପକ୍ଷରୁ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାସଂଘ ସଭାପତି ତଥା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ ପୌରସଂସ୍ଥାରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । କେବଳ କଟକ କି ଭୁବନେଶ୍ୱରରେ ନୁହେଁ ରାଜ୍ୟର ସମସ୍ତ ପୌରସଂସ୍ଥାରେ ଏଭଳି ସମସ୍ୟା ରହିଥିବା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏମ୍‌ସି ମେୟର ମୀନାକ୍ଷୀ ବେହେରା, ବିଏମ୍‌ସି ମେୟର ଅନନ୍ତ…

"ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ମହାସଂଘର ସମ୍ମିଳନୀ"

କଟକ ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ସମୂହ ବ୍ରତୋପନୟନ

କଟକ,୨୭ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୂଲ୍ୟରେ ଖାନନଗରସ୍ଥିତ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଜୀଉ ମନ୍ଦିର ପ୍ରାଙ୍ଗଣରେ ଗରିବ ବ୍ରାହ୍ମଣ ପିଲାମାନଙ୍କ ସମୂହ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆବଶ୍ୟକୀୟ ସରଞ୍ଜାମ ବ୍ରାହ୍ମଣସଭା ପକ୍ଷରୁ ଯୋଗାଇ ଦିଆଯାଇଥିଲା । ପଣ୍ଡିତ ଉପେନ୍ଦ୍ର ନାଥ ତି୍ରପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁଧାକର ପାଣି, ରବିନାରାୟଣ ମିଶ୍ର, କଳ୍ପତରୁ ମିଶ୍ର, ପ୍ରଦୀପ ପଣ୍ଡା, ସୂର୍ଯ୍ୟନାରାୟଣ ପଣ୍ଡା ପ୍ରମୁଖ ବୈଦିକ ବିଧିବିଧାନ ଅନୁଯାୟୀ ବ୍ରତୋପନୟନ କାର୍ଯ୍ୟ ସମାପନ କରିଥିବାବେଳେ ମନ୍ଦିର ସମ୍ପାଦକ ନରସିଂହ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମହାସଭା ସଭାପତି ଯଦୁନାଥ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଗୋପାଳଚନ୍ଦ୍ର ଆଚାର୍ଯ୍ୟ, ସମ୍ପାଦକ…

"କଟକ ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ସମୂହ ବ୍ରତୋପନୟନ"

‘କଟକ-ତ୍ରିଶୂଳିଆ ସେତୁ ନାମକରଣକୁ ନେଇ ଅଯଥା ବିଳମ୍ବ କରାନଯାଉ’ ତୁରନ୍ତ ଉଦ୍ଘାଟନ କରିବାକୁ ସଚେତନ ନାଗରିକ ମହାସଭାର ଦାବି

କଟକ,୨୩/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ): କଟକ ସହରର ଚାନ୍ଦିନଚୌକସ୍ଥିତ ବେଲଭ୍ୟୁ ଛକ- ତ୍ରିଶୂଳିଆ ନବ ନିର୍ମିତ ସେତୁର ନାମକରଣକୁ ନେଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାଦ ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ କିଛି ଗୋଷ୍ଠୀ ରାଜନୀତି ମଧ୍ୟ କରିବାକୁ ପଛାଉନଥିବାବେଳେ ଏହି ସେତୁଟିର ନାମ କରଣ କରାଯିବା ଉପରେ ସରକାର ଗୁରୁତ୍ୱ ନଦେଇ ଯେକୌଣସି ନାମରେ ନାମିତ କରି ତୁରନ୍ତ ଏହି ସେତୁକୁ ଉଦ୍ଘାଟନ କରିବା ପାଇଁ ସଚେତନ ନାଗରିକ ମହାସଭା ପକ୍ଷରୁ ଦାବି ହୋଇଛି। ଏହି ସେତୁ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ନାମକରଣକୁ ନେଇ ବିବାଦ ସୃଷ୍ଟିହେବା ପରେ ଏହାର ଉଦ୍ଘାଟନକୁ ନେଇ ବାରମ୍ବାର ତାରିଖ ଘୁଞ୍ଚାଇ ଦିଆଯାଉଛି ଫଳରେ…

"‘କଟକ-ତ୍ରିଶୂଳିଆ ସେତୁ ନାମକରଣକୁ ନେଇ ଅଯଥା ବିଳମ୍ବ କରାନଯାଉ’ ତୁରନ୍ତ ଉଦ୍ଘାଟନ କରିବାକୁ ସଚେତନ ନାଗରିକ ମହାସଭାର ଦାବି"

କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ଯୁକ୍ତିଯୁକ୍ତ ପରିମାଣ ବୃଦ୍ଧି ଦାବିରେ କଟକ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏସ୍.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ

କଟକ,୨୩/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ): କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତିଯୁକ୍ତ ଭାବେ ବୃଦ୍ଧି କରିବା, ଫସଲର ଅଭାବୀ ବିକ୍ରି ବନ୍ଦ କରିବା ପାଇଁ ପଦକ୍ଷେପ, କୃଷି ଋଣ ସମ୍ପୂର୍ଣ୍ଣ ଭାବରେ ଛାଡ କରିବା, ଚାଷୀମାନଙ୍କୁ ସାର, ବିହନ ଓ ପୋକମରା ଔଷଧ ସମେତ ସମସ୍ତ କୃଷି ସାମଗ୍ରୀ ରିହାତି ଦରରେ ଯୋଗାଇବା, ସମସ୍ତ ଜମିକୁ ଜଳସେଚିତ କରିବା ଦାବିରେ ଏସ୍.ୟୁ.ସି.ଆଇ(ସି) ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ଏବଂ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍ ଇଣ୍ଡିଆ (କମୁ୍ୟନିଷ୍ଟ)ର କଟକ ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ୱରେ…

"କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ଯୁକ୍ତିଯୁକ୍ତ ପରିମାଣ ବୃଦ୍ଧି ଦାବିରେ କଟକ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଏସ୍.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ"

ସ୍ୱତନ୍ତ୍ର କାଉନସିଲ ବୈଠକରେ କର୍ପୋରେଟରଙ୍କ ହୋହଲ୍ଲା : ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ତଥ୍ୟ ନଥିବାରୁ ହୋଇପାରିଲାନି ସଂକ୍ରାମକ ରୋଗର ସମୀକ୍ଷା

କଟକ,୨୩/୬ (ଓଡ଼ିଆ ପୁଅ/ତପନ କୁମାର ସାହୁ): ଆସନ୍ତା ରଥଯାତ୍ରା ଏବଂ ଇଦ୍ ପର୍ବ ପାଇଁ କଟକ ମହାନଗର ପକ୍ଷରୁ ଏକ ସ୍ୱତନ୍ତ୍ର କାଉଁସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଟକ ସହରରେ ଆଗାମୀ ଗଣପର୍ବଗୁଡ଼ିକୁ କିପରି ଭଲରେ ପାଳନ କରାଯିବ ତାହା ନେଇ ସିଏମସି କର୍ତ୍ତୃପକ୍ଷ ଓ କର୍ପୋରେଟରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପର୍ବପର୍ବାଣୀ ପାଳନ ନିମନ୍ତେ ପଦକ୍ଷେପ ଗ୍ରହଣ ସହିତ ଡେଙ୍ଗୁ ମ୍ୟାଲେରିଆ ଆଦି ସଂକ୍ରାମକ ରୋଗ ବୃଦ୍ଧି ଆଶଙ୍କାକୁ ଏଡ଼ାଇବା ପାଇଁ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ସିଏମସି ମେୟର, କମିଶନର ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ତାଳମେଳ ନଥିବାରୁ ବୈଠକରେ ଏଥି ନେଇ ପ୍ରବଳ ପାଟି…

"ସ୍ୱତନ୍ତ୍ର କାଉନସିଲ ବୈଠକରେ କର୍ପୋରେଟରଙ୍କ ହୋହଲ୍ଲା : ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟରେ ତଥ୍ୟ ନଥିବାରୁ ହୋଇପାରିଲାନି ସଂକ୍ରାମକ ରୋଗର ସମୀକ୍ଷା"