ଭଙ୍ଗାଘରେ ଜୀବନ, ଲକ୍ଷ୍ମୀ ଆଚାରୀମାନଙ୍କୁ ପଚାରେ କିଏ ?

ନୟାଗଡ଼, ୧୬ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସରକାରଙ୍କ କେତେ ଯୋଜନା କେତେ ସଫଳତା ତା’ର ହିସାବ ନଥିବାବେଳେ ଝାଟିମାଟି ଘରେ ଜିଭ କାମୁଡ଼ି ପଡ଼ିଥିବା ଅସହାୟ ମାନଙ୍କ ପାଇଁ ସରକାରଙ୍କ କେତେ ଯେ ଅଣଦେଖା ତାହା ବିଧବା ମହିଳା ଲକ୍ଷ୍ମୀଙ୍କୁ ଦେଖିଲେ ଯୋଜନାର ସଫଳତା କେତେ ତାହା ସହଜେ ବାରି ହୋଇପଡ଼ିବ। ଏମିତି ଜଣେ ଅସହାୟ ବିଧବା ମହିଳାଙ୍କ କରୁଣ ଜୀବନ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଳକ ହରିହରପୁର ପଂଚାୟତ ବଡ଼ପୁଟ ଗାଁରେ। ବର୍ଷ ବର୍ଷ ଧରି ଭଙ୍ଗାଘରେ ଖରା, ବର୍ଷା ପାଣି କାଦୁଅ ଘରେ ଜୀବନକୁ ପାଣି ଛଡେଇ କେବଳ ଭଗବାନଙ୍କୁ ଭରଷା କରି ଜୀବନ ବିତାଉଛନ୍ତି ଏହି ବିଧବା ମହିଳା। ଯାହାଙ୍କର ଜୀବନ ବିତି…

"ଭଙ୍ଗାଘରେ ଜୀବନ, ଲକ୍ଷ୍ମୀ ଆଚାରୀମାନଙ୍କୁ ପଚାରେ କିଏ ?"

‘ଆମ ନୟାଗଡ’ ଚଳଚ୍ଚିତ୍ରର ଶୁଭ ମହୁରତ

ନୟାଗଡ଼, ୧୬ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ‘ଆମ ନୟାଗଡ଼’ ଚଳଚ୍ଚିତ୍ର ର ଶୁଭ ମହୁରତ ହୋଇଯାଇଛି। ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ମହୁରତ କରିଥିବାବେଳେ ଏଥିରେ ଅନ୍ୟତମ ଅତିଥିଭାବେ ଜୟକୃଷ୍ଣ ମହାପାତ୍ର, ଉତ୍ପଳ ସାହୁ, ପ୍ରମୋଦ କୁମାର ପଟ୍ଟନାୟକ, ଶୁଭଶ୍ରୀ ସନମ୍ ଦାଶ, ରଜନୀକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି ଶୁଭ ମହୁରତ ଉତ୍ସବରେ ଉତ୍ପଳ କୁମାର ସାହୁ ମଂଚ ପରିଚାଳନା କରିଥିବାବେଳେ ମୋ ଦଶପଲା ଚାରିଟେବୁଲ ଦ୍ୱରା ଏହି ଉତ୍ସବର ଆୟୋଜନ ହୋଇଥିଲା। ନୟାଗଡ଼ର କଳାକାରମାନଙ୍କ ସହଯୋଗରେ ଏହି ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ କରାଯାଉଥିବା ଜଣାପଡ଼ିଛି।

"‘ଆମ ନୟାଗଡ’ ଚଳଚ୍ଚିତ୍ରର ଶୁଭ ମହୁରତ"

ଋଥଯାତ୍ରାରେ ଭଜନ ପୁସ୍ତକ ଉନ୍ମୋଚିତ

ନୟାଗଡ଼, ୧୬ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ପବିତ୍ର ରଥଯାତ୍ରା ଅବସରରେ ଗୀତିକାର ଶରତ ପାତ୍ରଙ୍କ ଶ୍ରୀଜଗନ୍ନାଥଙ୍କ ଭଜନମାଳା ଉନ୍ମୋଚିତ ହୋଇଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ସାମ୍ନାରେ ଥିବା ଧାରା ବିବରଣୀ ମଣ୍ଡପଠାରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ଅନୁବାଦକ ତଥା କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଡ.ପ୍ରମୋଦ କୁମାର ନାୟକ. କବି କମଳ ଦାସ ଉପସ୍ଥିତ ହୋଇ ଏହି ଭଜନକୁ ଉନ୍ନୋଚିତ କରିଥିଲେ। ପୂର୍ବରୁ ଗୀତିକାର ଶରତ ପାତ୍ରଙ୍କ ଭଜନ ସିଡି କାଳିଆ କରୁଣା ବେଶ୍ ଲୋକପ୍ରିୟ ହୋଇ ପାରିଥିବାବେଳେ ସମ୍ପ୍ରତି ସ୍ଥାନୀତ ନବେ ଗୋଟି ଭଜନ ସମସ୍ତଙ୍କ ଦ୍ୱାରା ଆଦୃତ ହେବ ବୋଲି…

"ଋଥଯାତ୍ରାରେ ଭଜନ ପୁସ୍ତକ ଉନ୍ମୋଚିତ"

ନୟାଗଡ଼ ରଥଯାତ୍ରାରେ ଛେରାପହଁରା କଲେ ନୂଆ ଯୁବରାଜ ରାମେଶ୍ୱର ପ୍ରସାଦ ସିଂହ

ନୟାଗଡ଼,୧୪ା୭(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ରେ ଶାନ୍ତିପୂର୍ଣ୍ଣ ଭାବରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସବୁ କଳ୍ପନା ଜଳ୍ପନା ର ଅବସାନ ଘଟାଇ ଶେଷରେ ନୂଆ ଯୁବରାଜ ରାମେଶ୍ୱର ପ୍ରସାଦ ସିଂ ତିନି ଠାକୁରଙ୍କ ରଥରେ ଛେରାପହଁରା କରିଛନ୍ତି । ପାଗ ଅନୁକୂଳ ଥିବାରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲାବେଳେ ତିନି ରଥକୁ ଭକ୍ତମାନେ  ଆନନ୍ଦ ସହକାରେ ଟାଣୁଥିବାର ପରିଲକ୍ଷିତ ହୋଇଥିଲା । ସମସ୍ତ ଦେବନୀତି ତଥା ମଙ୍ଗଳଆଳତୀ,ଅବକାଶ,ସକାଳ ଧୂପ,ରଥ ପ୍ରତିଷ୍ଠା,ମଙ୍ଗଳାର୍ପଣ,ପହଣ୍ଡିବିଜେ ସମସ୍ତ ଯଥାନୀତି  ସମ୍ପନ୍ନ ପରେ  ଛେରାପହଁରା କରାଯାଇ ଶ୍ରୀଜୀଉମାନଙ୍କ ରଥଟଣା କାର୍ଯ୍ୟ  ଆରମ୍ଭ ହୋଇଥିଲା ।   ଛେରାପହଁରାକୁ ନେଇ ଦୀଘବର୍ଷ ହେଲା ଲାଗି ରହିଥିବା ରାଜବଂଶ  ବିବାଦରେ ଫଳସ୍ୱରୂପ  ଶେଷରେ ରାଜା ରାମେଶ୍ୱର ପ୍ରସାଦ…

"ନୟାଗଡ଼ ରଥଯାତ୍ରାରେ ଛେରାପହଁରା କଲେ ନୂଆ ଯୁବରାଜ ରାମେଶ୍ୱର ପ୍ରସାଦ ସିଂହ"

ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ଗୁଳିମାଡ଼,୨ମୃତ

ନୟାଗଡ଼,୧୪ା୭: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ରାସ୍ତା ମଝିରେ ପାଣି ଯିବାକୁ କେନ୍ଦ୍ରକରି ଶରଣକୁଳ ଥାନା ପାଣିଭଣ୍ଡାର ଗ୍ରାମ ଓ ବଧିସାହି ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଓ ଗୁଳିମାଡ଼ ଘଟି ୨ଜଣ ଯୁବକଙ୍କର ମୃତ ହୋଇଥିଲାବେଳେ ଅନ୍ୟ ୨ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ  ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ପାଣିଭଣ୍ଡାର ଗ୍ରାମ ଓ ବଧିସାହି ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇ ଗୁଳିମାଡ଼ ପର୍ଯ୍ୟନ୍ତ କଥା ଯାଇଥିଲା । ଗୋଟିଏ ପକ୍ଷର ଲୋକଙ୍କ ଗୁଳିମାଡ଼ରେ ପାଣିଭଣ୍ଡାର ଗ୍ରାମର ୪ଜଣ ଲୋକଙ୍କ ଦେହରେ ଗୁଳି ବାଜିଥିଲା । ତେବେ ବୋମାମାଡ଼ରେ ପାଣିଭଣ୍ଡାର ଗ୍ରାମର…

"ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ଗୁଳିମାଡ଼,୨ମୃତ"

ଧର୍ଷଣ ଅଭିଯୋଗରେ ମୁଦଲାକୁ ୭ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼, ୯ା୭ (ଓଡ଼ିଆ ପୁଅ) : ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଂଣିଲୋ ଗ୍ରାମର ପାଣୁସାହୁ ପାଟଣାସାହିର ରାଜେଶ ମହାପାତ୍ରଙ୍କୁ ଧର୍ଷଣ ଅଭିଯୋଗରେ ମହିଳା ଅଦାଲତରେ ବିଚାରପତି ପ୍ରଜ୍ୟୋତି ରାଉତ ୭ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ଉଲ୍ଲେଖଯୋଗ୍ୟ ଗତ ୨୦୧୦ ମସିହା ଫେବୃଆରୀ ୫ତାରିଖରେ ମୁଦଲା ରାଜେଶ ନିଜ ବଂଶର ଝିଆରୀକୁ ଧର୍ଷଣ କରି ଗର୍ଭବତୀ କରାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପିଡିତାର ଅଭିଯୋଗ କ୍ରମେ ପିଡ଼ିତାର ପରିବାର ଗ୍ରାମ୍ୟକମିଟିକୁ ଜଣାଇ ନ୍ୟାୟ ମାଗିଥିଲେ। ଗ୍ରାମ୍ୟକମିଟି ନିଷ୍ପତି ଅନୁଯାୟୀ ମୁଦଲା ପିଡ଼ିତାକୁ ବିବାହ କରିବା ପାଇଁ କହିଥିଲେ। ଏଥିରେ…

"ଧର୍ଷଣ ଅଭିଯୋଗରେ ମୁଦଲାକୁ ୭ବର୍ଷ ସଶ୍ରମ କାରାଦଣ୍ଡ"

ନୟାଗଡ଼ ଆଖୁଚାଷୀଙ୍କ କଥା କେହି ବୁଝିଲେନି, ବିଲୁପ୍ତ ହେବ ଆଖୁଚାଷ

ନୟାଗଡ଼, ୯/୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଆଖୁଚାଷୀଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଲୁଛି। ଚାଷୀଙ୍କ ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ ନୟାଗଡ଼ ଚାଷୀଙ୍କ ଏକମାତ୍ର ଲାଭଜନକ ଫସଲ ଆଖୁଚାଷ ଏବେ ବିଲୁପ୍ତ ହେବାକୁ ବସିଛି। ଚାଷୀଙ୍କୁ ସର୍ବାଗ୍ରେ ଗୁରୁତ୍ୱ ଦିଆଯିବା କଥା କୁହାଯାଉଥିବା ବେଳେ ପ୍ରକୃତରେ ଚାଷୀଙ୍କ ପାଇଁ କାହାର ଦରଦ ନଥିବା ନୟାଗଡ଼ ଚିନିକଳ ଚାଲୁଥିବା ଅବସ୍ଥାରେ ବନ୍ଦ ହୋଇଯିବା ଘଟଣା ଏବେ ଜ୍ୱଳନ୍ତ ଉଦାହରଣ ପାଲଟିଛି। ନୟାଗଡ଼ରେ ଆଖୁଚାଷର ଗୁରୁତ୍ୱ ବଢିଯାଇଥିବାବେଳେ ଧାନଚାଷକୁ ଚାଷୀମାନେ ଅଣଦେଖା କରି ଆଖୁଚାଷକୁ ଆଦରି ନେଇ ଭଲ ଦିପଇସା ପାଇ ପରିବାର ଚଳାଉଥିଲେ। ହେଲେ ଜାଣି ଜାଣି ଚାଷୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଚିନିଶିଳ୍ପ…

"ନୟାଗଡ଼ ଆଖୁଚାଷୀଙ୍କ କଥା କେହି ବୁଝିଲେନି, ବିଲୁପ୍ତ ହେବ ଆଖୁଚାଷ"

ନୟାଗଡ଼ : ବଜ୍ରପାତରେ ଯୁବକଙ୍କ ମୃତ୍ୟୁ

ନୟାଗଡ଼,୭/୭:(ଓଡିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ନୟାଗଡ଼ ଥାନା ଅନ୍ତର୍ଗତ ଗଦାଧର ପ୍ରସାଦ ପଚାୟତ ଗୋବିନ୍ଦ ପୁର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଯୁବକଙ୍କ ନାମ ସନ୍ତୋଷ ପ୍ରଧାନ (୩୪)। ଅପରାହ୍ନ ରେ ବଜ୍ରପାତରେ ସନ୍ତୋଷଙ୍କ ମୃତ୍ୟୁ ଘଟିଥିଲା।

"ନୟାଗଡ଼ : ବଜ୍ରପାତରେ ଯୁବକଙ୍କ ମୃତ୍ୟୁ"

ନୟାଗଡରୁ ଖଡ଼ଗପୁର ଚାଲିଲା ଫାଷ୍ଟ ପାସେଞ୍ଜର ଟ୍ରେନ

ନୟାଗଡ଼, ୩ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନକୁ ମଙ୍ଗଳବାର ଅପରାହ୍ନରେ ଫାଷ୍ଟ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଟ୍ରେନ ନଂ ୦୮୦୦୫ ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନକୁ ରବିବାରକୁ ବାଦ୍ଦେଇ ଅନ୍ୟସବୁ ଦିନରେ ଟ୍ରେନ ଚଳାଚଳ କରିବାରକୁ ଥିଲାବେଳେ ଟ୍ରେନ ନଂ.୦୮୦୦୬ ନୟାଗଡ଼ ଟାଉନରୁ ଖୋର୍ଦ୍ଧାରୋଡ଼ ରବିବାରକୁ ବାଦ୍ଦେଇ ଅନ୍ୟସବୁ ଦିନରେ ଚଳାଚଳ କରିବ। ଏହି ପାସେଞ୍ଜର ଟ୍ରେନ ଖୋର୍ଦ୍ଧାରୋଡ଼ ଠାରୁ ଅପରାହ୍ନ ୧୨.୩୫ ମିନିଟ୍ରେ ଛାଡ଼ି ନୟାଗଡ଼ ଟାଉନରେ ଦିନ ୨ଟାବେଳେ ପହଂଚିବାକୁ ଥିବାବେଳେ ଦିନ ୨.୩୦ ମିନିଟ୍ରେ ନୟାଗଡ଼ ଟାଉନରୁ ଛାଡ଼ି ଖୋର୍ଦ୍ଧାରୋଡ଼ ଠାରେ ଅପରାହ୍ନ ୩ଟା ୫୫ମିନିଟ୍ରେ ପହଂଚିବ। ଏହି ଟ୍ରେନରେ ୧୧ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ସହ ୨ଟି ଗାର୍ଡ଼…

"ନୟାଗଡରୁ ଖଡ଼ଗପୁର ଚାଲିଲା ଫାଷ୍ଟ ପାସେଞ୍ଜର ଟ୍ରେନ"

ନୟାଗଡ଼: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ବିଜ୍ଞାନରେ ନୟାଗଡ଼ କଲେଜ ପ୍ରଥମ ଓ କଳାରେ ପଦ୍ମାବତୀ କଲେଜ

ନୟାଗଡ଼, ୨୯/୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର ଭୋକେସନାଲ କଲେଜ ସହ ୪୩ଟି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ ଓ କଳାରେ ନାମଲେଖା ପାଇଁ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲାବେଳେ ନୟାଗଡ଼ ଜୁନିଅର କଲେଜ ବିଜ୍ଞାନରେ ପ୍ରଥମ କଟଅଫ୍ ମାର୍କ ୮୦% ଥିବାବେଳେ ରାଜସୁନାଖଳା ଜୁନିଅର କଲେଜ ୬୫.୩୩ % ରହି ଦ୍ୱିତୀୟରେ ରହିଛି। ସେହିପରି କଳାରେ ପ୍ରହଲ୍ଲାଦ ଜୁନିଅର କଲେଜ ପଦ୍ମାବତୀ କଳାରେ ପ୍ରଥମ କଟଅଫ୍ ମାର୍କ ୫୬.୧୭% ଯାଇଥିବାବେଳେ ପଠାଣି ସାମନ୍ତ ଜୁନିଅର କଲେଜର କଳାରେ ୫୨.୫୦%…

"ନୟାଗଡ଼: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ବିଜ୍ଞାନରେ ନୟାଗଡ଼ କଲେଜ ପ୍ରଥମ ଓ କଳାରେ ପଦ୍ମାବତୀ କଲେଜ"