ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟର୍ଣ୍ଣାମେଂଟ ୨୦୧୮ ଉଦ୍ଘାଟିତ

ଟ୍ରାଇବ୍ରେକରରେ କିଶୋର କ୍ଲବ ୩-୨ରେ ହରାଇଲା ୟାଜଦାନୀକୁ ନୟାଗଡ଼,୨ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳା  ଆଥ୍ଲେଟିକ ଆସୋସିଏସନ ଓ ସିନ୍ଦୁରିଆ ୭୮୬ ୟୁଥ୍ କ୍ଲବର ମିଳିତ ଆୟୋଜନରେ ପରିଚାଳିତ ରାଜ୍ୟ ସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ୨୦୧୮ ସ୍ଥାନୀୟ ଖେଳ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ମ୍ୟାଚର ପ୍ରଥମମ ଦିବସରେ ଭୁବନେଶ୍ୱର କିଶୋର କ୍ଳବ ଭୁବନେଶ୍ୱରର ୟାଜଦାନୀ କ୍ଳବକୁ ଭେଟିଥିଲା । ଖେଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ  ଭାବେ ହୋଇଥିଲାବେଳେ ଶେଷରେ ଟ୍ରାଇବେକର ଜରିଆରେ କିଶୋର କ୍ଳ୍ବ  ୩-୨ ଗୋଲରେ  ୟାଜଦାନୀ କ୍ଳବଠାରୁ  ବିଜୟୀ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରପ୍ଷରକୁ ୧-୧ ଗୋଲ ଦେବାରୁ ଖେଳ…

"ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟର୍ଣ୍ଣାମେଂଟ ୨୦୧୮ ଉଦ୍ଘାଟିତ"

ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ନୟାଗଡ଼, ୧୯ା୧(ଓଡ଼ିଆପାୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ମୁଖ୍ୟବକ୍ତଭାବେ ଜିଲ୍ଳାପାଳ ଅରିନ୍ଦମ ଡାକୁଆ, ସମ୍ମାନୀତ ଅତିଥିଭାବେ ବିଧାୟକ ରବିନାରାୟଣ ମହାପାତ୍ର, ପିଡି ଡିଆରଡିଏ ଅଭୟ କୁମାର ନାୟକ, ଏନଏସି ଚେୟାରମ୍ୟାନ ଗୁରୁପ୍ରସାଦ ଜେନା, ସଂଘ ସାଧାରଣ ସଂପାଦକ ପୂର୍ଣର୍ଚନ୍ଦ୍ର ନାୟକ, ସଂଘ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ସୁବାସ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟଅତିଥି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ…

"ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ"

ଏଯାଏଁ ମିଳିଲାନି ରବି ଫସଲ ବିହନ, ଜମି ପଡ଼ିଲା ପଡ଼ିଆ, ବାଦାମ ବିହନ ବଂଟନରେ ଦୁର୍ନୀତି ଅଭିଯୋଗ

ନୟାଗଡ଼, ୧୯ା୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କୃଷକମାନଙ୍କୁ ରବି ଫସଲ ବିହନ ଯୋଗାଇଦେବାପାଇଁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଇଥିବାବେଳେ ନୟାଗଡ଼ ଜିଲ୍ଲାରେ କିନ୍ତୁ କୃଷକଙ୍କ ଏହି ଯୋଜନା ବାଟବଣା ହେବାରେ ଲାଗିଥିବା ଅଭିଯୋଗ ହେଉଛି। କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଚାଷୀମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାରେ କେବେବି ଅବହେଳା ଦେଖାଇନାହାନ୍ତି। ମାତ୍ର ବିଭାଗୀୟ ଉଦାସୀନତା ଓ କେତେକ କର୍ମଚାରୀଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ କୃଷକ ମାନଙ୍କ ଆସୁଥିବା ସୁବିଧା ବାଟମାରଣାରେ ଯାଉଥିବା କୃଷକ ମାନଙ୍କ ପକ୍ଷରୁ ଗୁରୁତର ଅଭିଯୋଗ ହେଉଛି। ରବି କୃଷି ନୀତି ଉପରେ ଆଲୋଚନା କରାଯାଇ ଅନିୟମିତତା ଓ ପ୍ରିୟାପ୍ରୀତିତୋଷଣରୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି…

"ଏଯାଏଁ ମିଳିଲାନି ରବି ଫସଲ ବିହନ, ଜମି ପଡ଼ିଲା ପଡ଼ିଆ, ବାଦାମ ବିହନ ବଂଟନରେ ଦୁର୍ନୀତି ଅଭିଯୋଗ"

ଜର୍ମାନ ମିଳିମିଳା ନିରାକରଣ ବୈଠକ

ନୟାଗଡ଼, ୧୯ା୧(ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ବ୍ଳକ କ୍ରିଦାଶପୁର ପଂଚାୟତ ଅନ୍ତର୍ଗତ କଂଚନବିଲି ଅଙ୍ଗନବାଡ଼ି କେନ୍ଦ୍ରରେ ରୁବେଲା-ମିଳିମିଳା ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ୱାର୍ଡ଼ସଭ୍ୟ ରାଜକିଶୋର ନାୟକ, ସମାଜସେବୀ ତଥା ଗ୍ରାମ୍ୟ ସଭାପତି ଦୁତିବାମନ ବେହେରା, କମିଟି ସଭାପତି ଯୋଗେନ୍ଦ୍ର ମହାନ୍ତି, ୱାର୍ଡ଼ ସଭ୍ୟା ରଶ୍ମିତା ଖଟେଇ ପ୍ରମୁଖ ଯୋଗଦେଇଥିଲାବେଳେ ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନ ଓ ଆଶାଦିଦି ଅନ୍ନପୂର୍ଣ୍ଣା ମହାପାତ୍ର ରୁବେଲା-ମିଳିମିଳା ଟିକାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜାନୁଆରୀ ୨୯ ତାରିଖରେ ୯ରୁ ୧୫ବର୍ଷର ପିଲାଙ୍କୁ ଏହି ଟିକାକରଣରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ରୁବେଲା ଟିକା ବହୁ…

"ଜର୍ମାନ ମିଳିମିଳା ନିରାକରଣ ବୈଠକ"

ନୟାଗଡ଼: ନିୟନ୍ତ୍ରଣ ବାହାରେ ଘରୋଇ କୋଚିଂ ସେଂଟର

ନୟାଗଡ଼, ୧୯ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଶିକ୍ଷା ନାଁରେ ନୟାଗଡ଼ ଜିଲ୍ଲାରେ ଏବେ ବେପାର ଚାଲିଥିବା ଅଭିଭାବକ ମହଲରେ ଗୁରୁତର ଅଭିଯୋଗ ହେଉଛି। ଛାତ୍ରଛାତ୍ରୀମାନଙ୍କୁ ପାଠପଢା, ପରୀକ୍ଷା, ହଷ୍ଟେଲରେ ରହିବା ଓ ଖାଇବା ଆଦିରେ ଫି ଆଦାୟ ନାମରେ ଶୋଷଣ କରାଯାଉଥିବା କେତେକ ଅଭିଭାବକ ଅଭିଯୋଗ କରିଛନ୍ତି। ଚିଟ୍ଫଣ୍ଡ ସଂସ୍ଥା ଖୋଲିବା ଭଳି ଲଗାମ ବିହୀନ ଘରୋଇ କୋଚିଂ ସେଣ୍ଟର ଏବେ ମୁଣ୍ଡବ୍ୟାଥାର କାରଣ ହୋଇଛି। ନୟାଗଡ଼ ସହରରରେ ପ୍ରଥମଶ୍ରେଣୀଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ନିମନ୍ତେ ଘରୋଇ କୋଚିଂ ଖୋଲାଯାଇଛି। ଜିଲ୍ଲା ଏବଂ ଜିଲ୍ଲା ବାହାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟରରେ ପାଠ ପଢୁଛନ୍ତି। ଏହି କୋଚିଂସେଣ୍ଟର ଗୁଡ଼ିକ ରାଜ୍ୟ ସରକାରଙ୍କ ଦ୍ୱାରା…

"ନୟାଗଡ଼: ନିୟନ୍ତ୍ରଣ ବାହାରେ ଘରୋଇ କୋଚିଂ ସେଂଟର"

ବେଆଇନ ବାଲି ଚୋରା ଚାଲାଣରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କଂଟିଲୋ ମହାନଦୀ ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବାବେଳେ ଖଣ୍ଡପଡ଼ା ତହସିଲଦାର, ଖଣ୍ଡପଡ଼ା ପୋଲିସ କିମ୍ବା ଜିଲ୍ଳାପ୍ରଶାସନ ସବୁ ଜାଣି ଏବିଷୟରେ ଚୁପ୍ ରହିବା ଅନେକଙ୍କୁ ବିସ୍ମିତ କରିଛି। ସମ୍ପ୍ରତି ନୟାଗଡ଼ ଜିଲ୍ଳାରେ ଥିବା ନଦୀମାନଙ୍କରେ ବାଲି ସଙ୍କଟ ଦେଖାଦେଇଛି। ଜିଲ୍ଳାର ଦୁଆଂଟଣ୍ଟ, କୁସୁମୀ, ଡାହୁକା ଆଦି ନଦୀରେ ଆଉ ପ୍ରଚୁର ପରିମାଣରେ ବାଲି ଦେଖିବାକୁ ମିଳୁନାହିଁ। ଗ୍ରାମର ଲୋକମାନେ ଗ୍ରାମଛାଡ଼ି ସହରାଭିମୂଖୀ ହେଉଥିବାରୁ ଗାଁ ଗହଳିରେ ଘରଦ୍ୱାର ନକରି ସହରରେ ଘର କରି ରହିବାକୁ ପସନ୍ଦ କରୁଛନ୍ତି। ଗାଁମାନଙ୍କରେ ଯେତିକି ଜମି ଥିଲା ତାହା ଦିନକୁ କମୁଥିବାବେଳେ ଘର ନିର୍ମାଣ ସଂଖ୍ୟା ବଢିବାରେ…

"ବେଆଇନ ବାଲି ଚୋରା ଚାଲାଣରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନୀ"

ଲୋପ ପାଇବ ନୟାଗଡ଼ ଆଖୁଚାଷ, ଚାଷୀଙ୍କ ପାଇଁ ସହାୟ ହେଲାନି ଆଖୁ ଗବେଷଣା କେନ୍ଦ୍ର !

ନୟାଗଡ, ୧୯ା୧(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଚାଷୀ ଓ ଚାଷକୁ ସର୍ବାଗ୍ରେ ଗୁରୁତ୍ୱ ଦେବାପାଇଁ ସରକାର ଡିଣ୍ଡିମ ପିଟୁଥିବାବେଳେ ନୟାଗଡ଼ ଚାଷୀଙ୍କ ପାଇଁ କିନ୍ତୁ ସରକାରଙ୍କ ଆଶ୍ୱାସନା ଏବେ ଉପହାସ ପାଲଟିଛି। ଜୀବନ ଓ ଜୀବିକା ପାଇଁ ଆଖୁଚାଷକୁ ଆପଣେଇ ନେଇଥିବା ଆଖୁଚାଷୀ ଜିଲ୍ଲାର ଏକମାତ୍ର ଚିନିକଳ ବନ୍ଦ ହୋଇଯାଇଥିବାଯୋଗୁଁ ସେମାନଙ୍କ ଅର୍ଥନୈତିକ ବିକାଶରେ ଏବେ ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଆଖୁଚାଷ ପାଇଁ ସର୍ବୋକ୍ରୃଷ୍ଟ ନୟାଗଡ଼ ମାଟି ଧୀରେ ଧୀରେ ଆଖୁଚାଷରେ କାୟା ବିସ୍ତାର କରିଥିବାବେଳେ ସରକାର ନୟାଗଡ଼ ଚାଷୀଙ୍କୁ ଅଣଦେଖାଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଗୁରୁତର ଅଭିଯୋଗ ହେଉଛି। ତେବେ ଆଖୁଚାଷକୁ ପ୍ରାଧାନ୍ୟ ଦେବା ସଙ୍ଗେ ସଙ୍ଗେ ସେମାନଙ୍କ ବୃହତ୍ ସ୍ୱାର୍ଥକୁ ଆଖି ଆଗରେ ରଖି…

"ଲୋପ ପାଇବ ନୟାଗଡ଼ ଆଖୁଚାଷ, ଚାଷୀଙ୍କ ପାଇଁ ସହାୟ ହେଲାନି ଆଖୁ ଗବେଷଣା କେନ୍ଦ୍ର !"

ମାଳିସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ସରସ୍ୱତୀ ଶିଶୁ ମନ୍ଦିରର ପଂଚଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ମନୋରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ମାଳିସାହି ସରପଂଚ ପର୍ଶୁରାମ ସ୍ୱାଇଁ ଯୋଗଦେଇଥିବାବେଳେ ମୁଖ୍ୟବକ୍ତଭାବେ ସିଣ୍ଡିକେଟ ବ୍ୟାଙ୍କ ଶାଖା ପରିଚାଳକ ଆଲୋକ କୁମାର ସାମଲ, ସମ୍ମାନୀତ ଅତିଥିଭାବେ ସମିତିସଭ୍ୟ ଦୀପକ କୁମାର ପ୍ରଧାନ, ସିଆରସି ପବିତ୍ର ମୋହନ ସାହୁ ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିନାଥ ମହାପାତ୍ର ଯୋଗଦେଇ ଶିଶୁମାନଙ୍କର ଜ୍ଞାନର ବିକାଶ ସହ ସେମାନଙ୍କର ମୂଳଦୁଆ ଏବେଠାରୁ ମଜ୍ଭୁତ ହେଲେ ସେମାନଙ୍କର ଭ୍ବିଷ୍ୟତ ଉଜ୍ଜଳମୟ ହୋଇପାରିବ ବୋଲି ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷିରେ ଛୋଟ ଛୋଟ…

"ମାଳିସାହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ"

ନୟାଗଡ଼ ଏନଏସିର ପରିମଳ ବ୍ୟବସ୍ଥା ଏମିତି; ପାଣି ନଥାଇ ସର୍ବସାଧାରଣ ପରିସ୍ରାଗାର

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ଗାଁ ପରିମଳ ଧୋବାତୁଠରୁ ଜଣାପଡ଼ିବା ପରି ନୟାଗଡ଼ ସହରର ପରିମଳ ବ୍ୟବସ୍ଥା କେମିତି ତାହା ଭାତହାଣ୍ଡିରୁ ଗୋଟିଏ ପରି ଜଣାପଡ଼େ। ରାଜା ରାଜୁଡ଼ା ସମୟରେ ନୟାଗଡ଼ରେ ଅନ୍ଧାରି ଶାସନ ଚାଲିବା ନେଇ ବ୍ରିଟିସ ମାନଙ୍କ ବିରୋଧରେ ହୀରାଦେଇପୁର ଗ୍ରାମର ଗତି ମଙ୍ଗରାଜ ନୟାଗଡ଼ ସହରରେ ଦିନବେଳେ ଲଣ୍ଠନ ଜାଳି ଅରାଜକତାକୁ ନେଇ ସ୍ୱର ଉତ୍ତୋଳନ କରିଥିଲ ସିନା। ହେଲେ ଏବେ ନୟାଗଡ଼ ଏନଏନସି ସହରରେ ସର୍ବସାଧାରଣ ପରିସ୍ରାଗାର ତିଆରି କରି ଦିନବେଳେ ଲଣ୍ଠନ ଜାଳି ସମସ୍ତଙ୍କୁ ଚକ୍ମା ଦେଖାଇ ବେଶ୍ ଚର୍ଚ୍ଚାରେ ଥିବା ଆଲୋଚନାର ବିଷୟ ହୋଇଛି। ନୟାଗଡ଼ ସହର ଏମିତି ଏକ ସହର ଯେଉଁଠି ପରିସ୍ରା କରିବାକୁ…

"ନୟାଗଡ଼ ଏନଏସିର ପରିମଳ ବ୍ୟବସ୍ଥା ଏମିତି; ପାଣି ନଥାଇ ସର୍ବସାଧାରଣ ପରିସ୍ରାଗାର"