ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ : ରାଜବୋରାକୁ ହରାଇ ସଂଘର୍ଷ କ୍ଳବ ଫାଇନାଲରେ

ନୟାଗଡ଼,୯ା୨: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟର ଦ୍ୱିତୀୟ ସେମିଫାଇନାଲରେ ରାଜବୋରା ପଦ୍ମପୁରକୁ ହରାଇ ଭୁବନେଶ୍ୱର ସଂଘର୍ଷ କ୍ଳବ ୨-୧ ଗୋଲରେ ବିଜୟୀ ହୋଇ ଫାଇନାଲ ଖେଳକୁ ପ୍ରବେଶ କରିଛି । ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ଓ ୭୮୬ ୟୁଥ୍ କ୍ଳବ ସିନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଖେଳ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ  ସଂଘର୍ଷ କ୍ଳବର ୮ନଂ ଖେଳାଳୀ  ରାଜେଶ ନାୟକ ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇଥିଲେ । ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ସୁରେଶ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ଖେଳର…

"ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ : ରାଜବୋରାକୁ ହରାଇ ସଂଘର୍ଷ କ୍ଳବ ଫାଇନାଲରେ"

ନୟାଗଡ଼ ରାଜନୀତିରେ ରାଜପରିବାରର ବିଜୟୀ ସ୍ୱାଧୀନ ପ୍ରାର୍ଥୀ

ନୟାଗଡ଼, ୮ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଳାରେ ରାଜପରିବାରର ସଦସ୍ୟମାନେ ବିଭିନ୍ନ ସମୟରେ ନିଜ ନିଜର ପ୍ରାଧାନ୍ୟ ବିସ୍ତାର କରି ଆସିଛନ୍ତି। ଏପରିକି ବିଭିନ୍ନ ମୁଖ୍ୟଦଳକୁ ପଛରେ ପକାଇ ୧୯୫୨ ମସିହାରୁ ୨୦୦୯ ପର୍ଯ୍ୟନ୍ତ ୧୪ ଜଣ ବିଧାୟକ ବିଭିନ୍ନ କସମୟରେ ସ୍ୱାଧୀନଭାବେ ଜିତି ଆସିଛନ୍ତି। ଦେଖିବାକୁ ଗଲେ ରାଜପରିବାରର ସଦସ୍ୟମାନେ ୧୯୫୨ ମସିହାରୁ ଏପରି ପ୍ରାଧ୍ୟାନ୍ୟ ବିସ୍ତାର କରିଆସିଥିବା ଜଣାପଡ଼େ। ୧୯୫୨ ମସିହାରେ ଜିଲ୍ଳାର ଖଣ୍ଡପଡ଼ା ଏବଂ ନୟାଗଡ଼ରୁ ୨ଜଣ ସ୍ୱାଧୀନ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ। ୧୯୫୭ ମସିହାରେ ନୟାଗଡ଼ରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲାବେଳେ ୧୯୬୭ ମସିହାରେ ପୁଣି ନୟାଗଡ଼ରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ…

"ନୟାଗଡ଼ ରାଜନୀତିରେ ରାଜପରିବାରର ବିଜୟୀ ସ୍ୱାଧୀନ ପ୍ରାର୍ଥୀ"

ନୟାଗଡ଼ କପ୍ ଫୁଟବଲ୍ : ଫାଇନାଲରେ କିଶୋର କ୍ଲବ ଭୁବନେଶ୍ୱର

ନୟାଗଡ଼,୮ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟର ପ୍ରଥମ ସେମିଫାଇନାଲରେ କିଶୋର କ୍ଲବ ଭୁବନେଶ୍ୱର କଟକ ସ୍ପୋର୍ଟସ୍ ହଷ୍ଟେଲକୁ ୫-୩ ଗୋଲରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି । ସିନ୍ଦୁରିଆ ୭୮୬ ୟୁଥ୍ କ୍ଳବ ଓ ଜିଲ୍ଳା ଆଥ୍ଲେଟିକ୍ ଆସୋସିଏସନର ମ ିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସପ୍ତମ ଦିବସରେ ବହୁ ସଂଘର୍ଷପୂର୍ଣ୍ର ଖେଳ ହୋଇଥିଲା । ଏହି ଦୁଇ ଦଳର ଖେଳକୁ  ଦର୍ଶକ ବହୁ ଉକ୍ରଣ୍ଠାପୂର୍ଣ୍ଣଭାବେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଖେଳର ଶେଷ ପର୍ଯ୍ୟନ୍ତ କେହି କାହାରିକୁ କୌଣସି ଗୋଲ ଦେଇନପାରିବାରୁ ଟ୍ରାଇବେକରର ପନ୍ଥା ଗ୍ରହଣ କରାଯାଇଥିଲା । ଫଳରେ ଟ୍ରାଇବେକରରେ…

"ନୟାଗଡ଼ କପ୍ ଫୁଟବଲ୍ : ଫାଇନାଲରେ କିଶୋର କ୍ଲବ ଭୁବନେଶ୍ୱର"

ନୟାଗଡ଼ କପ୍ ଫୁଟବଲ୍: ଟ୍ରାଇବେକରରେ ରାଜବୋରା ସମର ୫-୪ ଗୋଲରେ ବିଜୟୀ

ନୟାଗଡ଼,୭ା୨(ଓଡ଼ିଆପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ଜିଲ୍ା ଆଥଲେଟିକ୍ ଆସୋସିଏସନ ଓ ୭୮୬ ସିନ୍ଦୁରିଆର ମିଳିତ ଉଦ୍ୟମରେ ଷଷ୍ଠ ଦିବସରେ ରାଜବୋରା ସମର ପଦ୍ମପୁର  ଭବାନୀପାଟଣା ସ୍ପୋଟ୍ସ ହଷ୍ଟେଲକୁ ୫-୪ ଗୋଲରେ ହରାଇ ବିଜୟୀ ହୋଇଛି । ଖେଳ ଆରମ୍ଭର ନିର୍ଦ୍ଧାରିତ ସମୟରେ ଉଭୟେ ଉଭୟଙ୍କୁ  ଦୁଇଟି ଲେଖାଏଁ ଗୋଲ ଦେଇ ଅତି ଚମକ୍ରାର ଭାବେ ଖେଳ ଖେଳି ଥିବାବେଳେ  ପରବର୍ତ୍ତୀ ସମୟରେ କେହି କାହାରିକୁ ଆଉ  ଗୋଲ ଦେଇପାରିନଥିଲେ । ଫଳରେ ଟ୍ରାଇବେକରର ଜରିଆରେ ଖେଳ କରାଯାଇଥିଲା । ଏଥିରେ ରାଜବୋରା ସମର ପଦ୍ମପୁର ୫-୪ ଗୋଲରେ ଭବାନୀପାଟଣାକୁ ହରାଇ ବିଜୟୀ ହୋଇଥିଲା । ରାଜବୋରା ବେକରରର ଜର୍ସି ନଂ ୧୫ର ଖେଳାଳୀ  ଟିକୁ…

"ନୟାଗଡ଼ କପ୍ ଫୁଟବଲ୍: ଟ୍ରାଇବେକରରେ ରାଜବୋରା ସମର ୫-୪ ଗୋଲରେ ବିଜୟୀ"

ନୟାଗଡ଼ ଉପକାରାଗାରରୁ କଏଦୀ ଫେରାର

ନୟାଗଡ଼, ୫ା୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖୁଟୁବଂନ୍ଧ ସ୍ଥିତ ଉପକାରାଗାରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। କଏଦୀର ନାମ ସୌରଭ କୁମାର ବିଶୋୟୀ ଓ ତାଙ୍କ ଘର ଇଟାମାଟି ରତ୍ନପୁରପାଟଣା। ସେ ଦୁଇଟି ଦୁଷ୍କର୍ମ ମାମଲାରେ ଜେଲରେ ଥିବାବେଳେ କୋର୍ଟ ତାଙ୍କୁ ୨୨ବର୍ଷ ଜେଲ ଜଣ୍ଡାଦେଶ ଦେଇଥିଲେ। ଏହାକୁ ନେଇ ନୟାଗଡ଼ରେ ଆଲୋଚନାର ବିଷୟ ହୋଇଥିଲାବେଳେ ନୟାଗଡ଼ ଥାନା ପୋଲିସ ଫେରାର ଆସାମୀକୁ ଖୋଜିବା ପାଇଁ ଜୋରଦାର ଲାଗିପଡ଼ିଛି। ତେବେ କଏଦୀର ଫେରାର ପଛରେ ଢିଲା ଜେଲ ବ୍ୟବସ୍ଥାକୁ ଦାୟୀ କରାଯାଇଛି। ଖବର ଲେଖା ହେବାବେଳକୁ ଜେଲ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା।

"ନୟାଗଡ଼ ଉପକାରାଗାରରୁ କଏଦୀ ଫେରାର"

ରାଜ୍ୟସ୍ତରୀୟ ନୟାଗଡ଼ ଫୁଟବଲ୍ କପ୍ ଟୁର୍ଣ୍ଣାମେଂଟ: ଟ୍ରାଇବେକରରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ହରାଇ ରାଜବୋରା ସମର ପଦ୍ମପୁର ୪-୧ରେ ବିଜୟୀ

ନୟାଗଡ଼, ୫ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ଓ ୭୮୬ ୟୁଥ୍ କ୍ଳବ ସନ୍ଦୁରିଆର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ୨୦୧୮ର ଚତୁର୍ଥ ଦିବସରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ହରାଇ ବିଜୟୀ ହୋଇଛି। ଖେଳର ପ୍ରଥମାର୍ଦ୍ଧରେ କେହି କାହାରିକୁ ଗୋଲ ଦେଇପାରିନଥିବାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ଉଭୟେ ଉଭୟଙ୍କୁ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ପ୍ରଥମେ ଭୁବନେଶ୍ୱର ଜଗା ୟୁନାଇଟେଡ ଦଳର ୧୦ ନମ୍ବର ଖେଳାଳୀ ସୋଟୋ ପଦ୍ମପୁର ଦଳକୁ ଗୋଟିଏ ଗୋଲ ଦେଇଥିବାବେଳେ ପରେ ପଦ୍ମପୁର ଦଳର ୧୧ନମ୍ବର ଖେଳାଳୀ ଇରସାଦ୍ ଆଲମ୍ ଭୁବନେଶ୍ୱର ଦଳକୁ ଗୋଟିଏ ଗୋଲ ଦେଇ ଗୋଲଟି ପରିଶୋଧ କରିଥିଲେ।…

"ରାଜ୍ୟସ୍ତରୀୟ ନୟାଗଡ଼ ଫୁଟବଲ୍ କପ୍ ଟୁର୍ଣ୍ଣାମେଂଟ: ଟ୍ରାଇବେକରରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ହରାଇ ରାଜବୋରା ସମର ପଦ୍ମପୁର ୪-୧ରେ ବିଜୟୀ"

ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ

ସଂଘର୍ଷ କ୍ଳବ ଭୁବନେଶ୍ୱର ୨-୧ରେ ଭଞ୍ଜନଗର ମରାଠା କ୍ଲବଠାରୁ ବିଜୟୀ ନୟାଗଡ଼,୪ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଜିଲ୍ଳା ଆଥ୍ଲେଟିକ ଆସୋସିଏସନ ଓ ୭୮୬ ୟୁଥ୍ କ୍ଳବ ସିନ୍ଦୁରିଆର ମିଳିତ ଉଦ୍ୟମରେ ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଟୁର୍ଣ୍ଣାମେଂଟ ୨୦୧୮ର ତୃତୀୟ ଦିବସରେ ସଂଘର୍ଷ କ୍ଳବ ଭୁବନେଶ୍ୱର  ଭଞ୍ଜନଗର ମରାଠା କ୍ଳବକୁ ୨-୧ ଗୋଲରେ  ପରାସ୍ତ କରିଛି  । ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବହୁ ସଂଘର୍ଷପୂର୍ଣ୍ଣ ହୋଇଥିଲାବେଳେ ପ୍ରଥମେ ଭଞ୍ଜନଗର ମରାଠା କ୍ଳ୍ବ ଭୁବନେଶ୍ୱର ସଂଘର୍ଷ କ୍ଳବକୁ ଗୋଟିଏ ଗୋଲ ଦେଇଥିଲା । ଏଥିରେ ସଂଘର୍ଷ କ୍ଳବ ନିଜର କରିଶ୍ମା ଦେଖାଇ ଜର୍ସି ନଂ.୧୦ ଖେଳାଳୀ ଅନ୍ତର୍ଯ୍ୟାମୀ ନାୟକ ଏକ ଚମକ୍ରାର ଗୋଲ…

"ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ"

ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ ଟୁର୍ଣ୍ଣମେଂଟରେ ନୟାଗଡ଼ ଠାରୁ ଫୁଲବାଣୀ ୧-୦ ଗୋଲରେ ପରାସ୍ତ

ନୟାଗଡ଼,୩ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଖେଳ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଦିବସରେ ଫୁଟବଲ୍ ଆସୋସିଏସନ ଫୁଲବାଣୀକୁ  ଜିଲ୍ଲା ଆଥ୍ଲେଟିକ ଆସୋସିଏସନ ନୟାଗଡ଼ ୧-୦ ଗୋଲରେ ପରାସ୍ତ କରିଛି । ଖେଳ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ବହୁ ସଂଘର୍ଷପୂର୍ଣ୍ଣ ଥିଲାବେଳେ ଖେଳର ଦ୍ୱିତୀୟାର୍ଦ୍ଧରେ ନୟାଗଡ଼ ଜିଲା ଆଥ୍ଲେଟିକ୍ ଆସୋସିଏସନର ଜର୍ସିନଂ ୬ର ଖେଳାଳୀ ଶିବ ରଂଜନ ନାୟକ  ଏକମାତ୍ର ଗୋଲ ଦେଇ ଦଳକୁ ବିଜୟୀ କରି ଫୁଲବାଣି ଦଳକୁ ପରାସ୍ତ କରିଥିଲେ  । ଖେଳରେ ଧାରବିବରଣୀ ସାମ୍ବାଦିକ ରାମକୃଷ୍ଣ ରଥ ଓ ଶେଖ୍ ଖାଲିକ୍  ପ୍ରଦାନ କରିଥିଲାବେଳେ  ଖେଳକୁ ପରିଚାଳନା କରିଥିଲେ ରେଫରି ଟି.ମୋହନ ରାଓ,ପିକେ ପାଲ୍,କେ.ଦାଶ,ରାଜୁ ମହାନ୍ତି ଓ…

"ରାଜ୍ୟସ୍ତରୀୟ ନୟାଗଡ଼ କପ୍ ଫୁଟବଲ ଟୁର୍ଣ୍ଣମେଂଟରେ ନୟାଗଡ଼ ଠାରୁ ଫୁଲବାଣୀ ୧-୦ ଗୋଲରେ ପରାସ୍ତ"

ଶକ୍ତି ବିଭାଗ ଶାସନ ସଚିବଙ୍କ ତିନି ଦିନିଆ ନୟାଗଡ଼ ଗସ୍ତ,ମମତା ଯୋଜନାରେ ସନ୍ତୋଷ ପ୍ରକଟ

ନୟାଗଡ଼,୩ା୨(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):କମିଶନର ତଥା ଶକ୍ତି ବିଭାଗର ଶାସନ ସଚିବ ହେମନ୍ତ ଶର୍ମା ତିନିଦିନିଆ ନୟାଗଡ଼ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।  ବିଭିନ୍ନ ବିଭାଗର ପଦାଧିକାରୀଙ୍କୁ ନେଇ ଶନିବାର ଆହୁତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ସଚିବ ଶ୍ରୀ ଶର୍ମା ନିରାମୟ ଯୋଜନା ଉପରେ ଗୁରୁତ୍ୱ ଦେବା ସହ ନୂଆଗାଁ ବ୍ଳକରେ ଏହାର ସଫଳ ରୂପାୟନ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପରାମର୍ଶ ଦେଇଥିଲେ ଏବଂ ଏହାର ରିପୋର୍ଟ ଜିଲ୍ଳାପାଳଙ୍କୁ ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାପରେ ଜିଲ୍ଳାରେ ଚାଲିଥିବା ମମତା ଯୋଜନାର ଅଗ୍ରଗତି ଓ ସଫଳତା ନେଇ ସନ୍ତୋଷ ପ୍ରକଟ କରିଥିଲେ । ଏହାପରେ ଜାତୀୟ ଭତ୍ତା…

"ଶକ୍ତି ବିଭାଗ ଶାସନ ସଚିବଙ୍କ ତିନି ଦିନିଆ ନୟାଗଡ଼ ଗସ୍ତ,ମମତା ଯୋଜନାରେ ସନ୍ତୋଷ ପ୍ରକଟ"

ନୟାଗଡ଼ରେ ସୂଚନା ଓ ଲୋକସମ୍ପର୍କ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନୟାଗଡ଼,୩ା୨(ଓଡ଼ିଆପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଡିଆରଡିଏ ଠାରେ ନୟାଗଡ଼ ସାମ୍ବାଦିକମାନଙ୍କ ପକ୍ଷରୁ  ଶନିବାର ଶକ୍ତି ସଚିବ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ପାଇଥିବା ହେମନ୍ତ କୁମାର ଶର୍ମାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଚିବ ଶ୍ରୀ ଶର୍ମା ନୟାଗଡ଼ର ନୋଡ଼ାଲ ଅଫିସର ଭାବେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ପାଇଁ ଗତକାଲିଠାରୁ ନୟାଗଡ଼ରେ ଗସ୍ତରେ ଥିବାବେଳେ ଶୁକ୍ରବାର ତାଙ୍କୁ ରାଜ୍ୟ ସରକାର ଶକ୍ତି ସଚିବ ସହ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଦାୟିତ୍ୱ ଦେଇଥିଲେ । ଏହା ଜାଣିବା ପରେ ନୟାଗଡ଼ ସାମ୍ବାଦିକମାନେ ତାଙ୍କୁ ପ୍ରଥମେ ପାଖରେ ପାଇ ଖୁସି ହେବା ସହ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଗହଣରେ  ନୂଆ ସୂଚନା ଓ ଲୋକସମ୍ପର୍କ…

"ନୟାଗଡ଼ରେ ସୂଚନା ଓ ଲୋକସମ୍ପର୍କ ସଚିବଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା"