ନୟାଗଡ଼ ଏନଏସିରେ ୧୨ ରାଜସ୍ୱ ଗ୍ରାମ ସାମିଲ, ୩ପଂଚାୟତ ବାଦ୍

ନୟାଗଡ଼, ୧୬ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଏନଏସିରେ ନୂଆକରି ୧୨ଟି ରାଜସ୍ୱ ଗ୍ରାମ ସାମିଲ ହୋଇଥିଲାବେଳେ ୩ଟି ପଂଚାୟତ ଖୁଂଟୁବନ୍ଧ, ଘଡ଼ୁଆଳ ଓ ଭାଟସାହି ବାଦ୍ ପଡ଼ିଥିବା ଜଣାପଡ଼ିଛି। ଇତିମଧ୍ୟରେ ନୟାଗଡ଼ ଏନଏସିକୁ ମ୍ୟୁନିସିପାଲିଟି କରାଯିବାର ଯୋଜନା ଚିଠା ଏଠାରୁ ପ୍ରସ୍ତୁତ ହୋଇ ନଗରଉନ୍ନୟନ ବିଭାଗକୁ ଯାଇଥିବାବେଳେ ନଗରଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଯେଉଁ ୧୨ଟି ରାଜସ୍ୱ ଗ୍ରାମ ସାମିଲ ହୋଇଛି ସେଗୁଡ଼ିକ ହେଲା ତୁଳସୀପୁର, କଳାହାଣ୍ଡି, ମୁକ୍ତାପୁର, ବରପଲ୍ଲୀ, ଲକ୍ଷ୍ମୀପ୍ରସାଦ, ଜାମୁସାହି, ହରିହରପୁର, ନବଘନପୁର, ଲେଖନପୁର, ଧବଳେଇ, ଲେଙ୍କୁଡ଼ିପଡ଼ା ଓ ସିନ୍ଦୁରିଆ ଆଦି ଗ୍ରାମକୁ ସାମିଲ କରାଯାଇଥିବାବେଳେ ସହରକୁ ଲାଗିରହିଥିବା ଅନେକ ରାଜସ୍ୱ ଗ୍ରାମ ବାଦ ପଡ଼ିଛି।…

"ନୟାଗଡ଼ ଏନଏସିରେ ୧୨ ରାଜସ୍ୱ ଗ୍ରାମ ସାମିଲ, ୩ପଂଚାୟତ ବାଦ୍"

ନୟାଗଡ଼ ଏନ୍ଏସି ପକ୍ଷରୁ ମେଧା ସମ୍ମାନ

ନୟାଗଡ଼, ୧୬ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଏନଏସି ପକ୍ଷରୁ ମାଟି୍ରକ ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖିଥିବା କୃତି ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଛି। ନୟାଗଡ଼ ଏନଏସିର ଚେୟାରମ୍ୟାନ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୧୨ଟି ସ୍କୁଲର ପ୍ରାୟ ୩୬୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲାବେଳେ ୧୧୦ ଜଣ ଶିକ୍ଷକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇଥିବାବେଳେ ଜିଲାପାଳ ଡ.ଏନ୍ ତିରୁମାଲା ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃତୀ ପ୍ରତିଭାମାନଙକୁ ସମ୍ମାନୀତ କରିଥିଲେ। ଏହି ଉତ୍ସବରେ ସାମ୍ବାଦିକ ରାମକୃଷ୍ଣ ରଥ ଓ କବି ଶରତ ଚନ୍ଦ୍ର ଆଚାର୍ଯ୍ୟ ମିଳିତଭାବେ ସଂଯୋଜନା କରିଥିଲେ।

"ନୟାଗଡ଼ ଏନ୍ଏସି ପକ୍ଷରୁ ମେଧା ସମ୍ମାନ"

ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ଧାରଣା

ନୟାଗଡ଼, ୧୬ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସିଆଇଟିୟୁ ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଜିଲ୍ଲାସ୍ତରୀୟ ବିାକ୍ଷୋଭରେ ଜିଲ୍ଳାର ୮ଟି ବ୍ଳକରୁ ଆସିଥିବା ପାଚିକାମାନଙ୍କର ବିଭିନ୍ନ ଦାବିକୂ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ବିଭିନ୍ନ ଦାବି ଭିତରେ ସରକାରଙ୍କ ଘୋଷଣା ମୁତାବକ ତୁରନ୍ତ ମାସିକ ଭତ୍ତା ୨ହଜାର ଟଙ୍କା ପ୍ରଦାନ ସହ ସର୍ବନିମ୍ନ ୧୮ହଜାର ଟଙ୍କା ପ୍ରଦାନ, ବକେୟା ଥିବା ୨୮ ମାସର ଭତ୍ତା ପ୍ରଦାନ, ଅଷ୍ଟମ ଶ୍ରେଣୀ ବନ୍ଦ ହେତୁ ପାଚିକାମାନଙ୍କୁ ନିକଟସ୍ଥ ବିଦ୍ୟାଳୟରେ ଥଇଥାନ, ଛଟେଇ ପାଚିକାମାନଙ୍କ ନିଯୁକ୍ତିକୁ ଅନୁମୋଦନ, ପାଚିକାମାନଙ୍କୁ ୧୨ ମାସର ଭତ୍ତା ପ୍ରଦାନ, ବର୍ଷରେ ୨ଖଣ୍ଡ ସୂତା ଶାଢୀ ପ୍ରଦାନ,…

"ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ଧାରଣା"

ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ ବୈଠକ

ନୟାଗଡ଼, ୦୫.୦୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ପୂର୍ବାହ୍ନ ଘ.୧୦.୧୫ମି. ସମୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ନୂତନ ସମ୍ମିଳନୀ ଗୃହ “ସୁରଭି”, ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନୂତନ କଲୋନୀର ଶୁଭ ଉଦ୍ଘାଟନ କରି ନୟାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଥିଲେ। ସର୍ବପ୍ରଥମେ ଜିଲ୍ଲାପାଳ ଡ. ଏନ.ତିରୁମାଲା ନାଏକ ବୈଠକକୁ ବିଧାୟକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା, ସମସ୍ତ ଜନପ୍ରତିନିଧି ଏବଂ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ମାନ୍ୟବର ବିଧାୟକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର…

"ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ ବୈଠକ"

ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ଗୁରୁତ୍ୱ

ନୟାଗଡ଼, ୨୧ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ଉଚ୍ଚ ରକ୍ତ ଚାପ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ନୀରଞ୍ଜନ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମିଶ୍ର, ନୀଳମାଧବ ଶତପଥୀ, ପ୍ରମିଳା ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ସ୍ୱାଇଁ ଉଚ୍ଚ ରକ୍ତ ଚାପର କାରଣ ଓ ନିରାକରଣ ଉପରେ ବିକ୍ଷିପ୍ତ ଭାବରେ ବକ୍ତବ୍ୟ ରଖିବା ସହିତ ଆଜିର ଯୁଗରେ ଜୀବନ ଶୈଳୀର ପରିବର୍ତ୍ତନ…

"ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ଗୁରୁତ୍ୱ"

ନୟାଗଡ଼ ‘ମୋ ସ୍କୁଲ’ କର୍ମଶାଳାରେ ଅବ୍ୟବସ୍ଥା

ନୟାଗଡ଼, ୨୧ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ‘ମେ ସ୍କୁଲ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତେବେ ଆୟୋଜକଙ୍କ ଦ୍ୱାରା ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ନୂଆ ଜିଲ୍ଲାପାଳ ଡ.ଏନ.ତିରୁମାଲା ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ବିଧାୟକ ଡ.ଅରୁଣ କୁମାର ସାହୁ, ରଣପୁର ୍ବିଧାୟକ ରବି ନାରାୟଣ ମହାପାତ୍ର, ଜିଲ୍ଳାପରିଷଦ ଅଧ୍ୟକ୍ଷା ବୈଜୟନ୍ତୀମାଳା ମହାନ୍ତି, ପିଡି ଅଭୟ କୁମାର ନାୟକ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହ.ଜିଲ୍ଲା ସୂଚନା ଅଧିକାରୀ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲାବେଳେ ନିୟନ୍ତ୍ରିତ ବହୁ ସଂଖ୍ୟାରେ ଶିକ୍ଷକ ଯୋଗଦେଇଥିଲେ। ସଭାକାର୍ଯ୍ୟ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ ସଭାକାର୍ଯ୍ୟ…

"ନୟାଗଡ଼ ‘ମୋ ସ୍କୁଲ’ କର୍ମଶାଳାରେ ଅବ୍ୟବସ୍ଥା"

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ସଫଳତା ନେଇ ବିଧାୟକଙ୍କ ଅଭିନନ୍ଦନ

ନୟାଗଡ଼, ୨୧ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ଜିଲ୍ଲା ପ୍ରଥମ ହୋଇ ସାରା ରାଜ୍ୟରେ ଟେକ ରଖିଛି। ଜିଲ୍ଳାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ପାସ ହାର ୯୨.୨୩ ରହିଛି। ଏହାର ସଫଳତା ନେଇ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଛାତ୍ରଚାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ତୁଷାରକାନ୍ତ ମୁଦୁଲି ୫୪୯ ନମ୍ବର ରଖି ଜିଲ୍ଳାରେ ଟପ୍ପର ହୋଇଥିବାବେଳେ ସାରା ରାଜ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିଭଳି ରଂଜିତା ପାତୟ ୫୪୦ ନମ୍ବର ରଖି ଜିଲ୍ଳାରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ସାରା ରାଜ୍ୟରେ ୧୪ତମ…

"ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ସଫଳତା ନେଇ ବିଧାୟକଙ୍କ ଅଭିନନ୍ଦନ"

ନୟାଗଡ଼ର ନୂଆ ଜିଲ୍ଲାପାଳ ଡ.ଏନ୍ ଥିରୁମାଲା ନାଏକ କାର୍ଯ୍ୟରେ ଯୋଗଦେଲେ

ନୟାଗଡ଼, ୧୦ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନୂତନ ଜିଲାପାଳଭାବେ ଡ.ଏନ୍ ଥିରୁମାଲା ନାଏକ (ଆଇଏଏସ୍) ଗୁରୁବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶ୍ରୀ ନାଏକ ଜିଲାପାଳଭାବେ ଯୋଗଦାନ ଦେବା ଅବସରରେ ନୟାଗଡ଼ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟକୁ ସର୍ବାଗ୍ରେ ଗୁରୁତ୍ୱ ଦେବା ସହ ଜିଲ୍ଲାର ବିକାଶ ହେବା ଦିଗରେ ଜିଲ୍ଲାବାସୀଙ୍କର ସହଯୋଗ କାମନା କରିଛନ୍ତି। ନୂଆ ଜିଲାପାଳ ଶ୍ରୀ ନାଏକଙ୍କ ଯୋଗଦାନ ପରେ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଚଳଚଂଚଳ ହୋଇପଡ଼ିଥିବାବେଳେ ଜିଲାର ବିକାଶ ଦିଗରେ ନୂଆ ଜିଲାପାଳ ସହାୟ ହେବେ ବୋଲି ଜିଲାବାସୀ ଆଶ ପ୍ରକଟ କରିଛନ୍ତି। ଜିଲାପାଳଙ୍କ ଯୋଗଦାନରେ ବିଭିନ୍ନ…

"ନୟାଗଡ଼ର ନୂଆ ଜିଲ୍ଲାପାଳ ଡ.ଏନ୍ ଥିରୁମାଲା ନାଏକ କାର୍ଯ୍ୟରେ ଯୋଗଦେଲେ"

ଗଛରେ ପିଟିଲା କାର୍, ସରପଂଚଙ୍କ ସ୍ୱାମୀ ମୃତ

ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଣ୍ଡପଡ଼ା ଥାନା ରାଜକିଆରୀଠାରେ ଏକ କାର ଦୁର୍ଘଟଣାରେ ଜଣେ ପୂର୍ବତନ ସରପଂଚ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନରସିଂହପୁର ଜୟମଙ୍ଗଳର ପୂର୍ବତନ ସରପଂଚ ତଥା ବର୍ତ୍ତମାନ  ସରପଂଚ ସ୍ୱାମୀ ଧରଣୀଧର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ଏକ କାରରେ ନିଜ ସାଙ୍ଗମାନଙ୍କୁ ରାଜକିଆରୀରେ ଛାଡ଼ି ନିଜ ଗାଁକୁ ଫେରୁଥିବାବେଳେ କାର୍ ଟି ଗଛ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଧରଣୀଧରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

"ଗଛରେ ପିଟିଲା କାର୍, ସରପଂଚଙ୍କ ସ୍ୱାମୀ ମୃତ"

ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ମିଳନୀ

ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମାବେଶରେ ଓଡ଼ିଶା ରାଜ୍ୟ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ସୁବାସ ସିଂହ, ବିଧାୟକ ଡ.ଅରୁଣ କୁମାର ସାହୁ, ଜିଲ୍ଳା ଶ୍ରମିକ ସାମ୍ମୁଖ୍ୟର ସଭାପତି ଶ୍ରୀକାନ୍ତ ପଟ୍ଟନାୟକ, ସଂଖ୍ୟଲଘୁ ସେଲର ସଭାପତି ଶେଖ ନଇମ୍ ପ୍ରମୁଖ ଯୋଗଦେଇ ଶ୍ରମିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ ଗୁରତ୍ୱାରୋପ କରିଥିଲେ। ନିର୍ମାଣ ଶ୍ରମିକ, ପାଚିକା, କୃଷକ ସାଥୀ, ଆଶା, ଅଙ୍ଗନାବାଡ଼ି ତଥା ଅନ୍ୟ ବର୍ଗର ଶ୍ରମିକମାନଙ୍କ ଅଧିକାର ସାବ୍ୟସ୍ତ ପାଇଁ ଏହି ସାମ୍ମୁଖ୍ୟ କାର୍ଯ୍ୟ କରୁଛି ଓ କାର୍ଯ୍ୟ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।…

"ବିଜୁ ଶ୍ରମିକ ସାମ୍ମୁଖ୍ୟର ସମ୍ମିଳନୀ"