ତାଜା ଖବର: କନ୍ଧମାଳ: କୋଟଗଡ଼ ଲମ୍ବାବାଡ଼ି ଘାଟିରେ ବସ୍ ଦୁର୍ଘଟଣା ୧୦ ଗୁଗୁତର

କନ୍ଧମାଳ: ୯-୪ (ଓଡ଼ିଆ ପୁଅ/ସୁନିଲ୍ ପଟ୍ଟନାୟକ) ଆଜି ସକାଳେ କୋଟଗଡ଼ ଥାନା ଅନ୍ତର୍ଗତ ଲମ୍ବାବାଡ଼ି ଘାଟିରେ ଏକ ଯାତ୍ରୀବାହୀ ବସ୍ ରାସ୍ତା କଡ଼କୁ ଓଲଟି ପଡ଼ିବା ଫଳରେ ଏଥିରେ ବସିଥିବା ୧୦ରୁ ଉଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସାପାଇଁ ପ୍ରଥମେ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବ୍ଲେସି ନାମକ ଏକ ଘରୋଇ ବସ୍ ଟି ଗୁଗୁରୁମାଲାରୁ କୋଟଗଡ଼ ଆସୁଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

"ତାଜା ଖବର: କନ୍ଧମାଳ: କୋଟଗଡ଼ ଲମ୍ବାବାଡ଼ି ଘାଟିରେ ବସ୍ ଦୁର୍ଘଟଣା ୧୦ ଗୁଗୁତର"