ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ୪ ଶିଶୁ ଉଦ୍ଧାର ,ପରିଚୟ ପାଇଲା ପରେ ଅଭିବାବକ ମାନଙ୍କୁ ହସ୍ତାନ୍ତର

ଖଡିଆଳ/ନୂଆପଡା-୦୩.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଖଡିଆଳ ପୋଲିସ ର ମିଳିତ ସହଯୋଗରେ ଖଡିଆଳ ଠାରେ ଥିବା ବିଭିନ୍ନ ଢାବା,ଫେବ୍ରିକେଶନ ୟୁନିଟ,ମୋଟର ଗ୍ୟାରେଜ୍ ମିଲିତ ଚଢାଉ କରି ୪ ଜଣ ଶିଶୁ ଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଶିଶୁ ମାନଙ୍କର ସଠିକ ପରିଚୟ ନଦେଇ ପାରିଥିବାରୁ ସେହି ୪ ଜଣ ଶିଶୁ ଙ୍କୁ ଖଡିଆଳ ଥାନାକୁ ଅଣାଯାଇଥିଲା । ପରେ ପରିଚୟ ମିଳିଲା ପରେ ତାଙ୍କ ଅଭିଭାବକ ମାନଙ୍କୁ ଖବର ଦେଇ ସମସ୍ତ ୪ ଜଣ ଶିଶୁ ଙ୍କୁ ଛାଡି ଦିଆଯାଇଥିଲା । ସରକାରି ନିୟମ ଅନୁସାରେ ଏହି ଶିଶୁ ମାନଙ୍କ ସୁରକ୍ଷାର ଦାୟିତ୍ୱ ଏବଂ କର୍ମନିଯୁକ୍ତି ବ୍ୟବସ୍ଥା…

"ପୋଲିସ ଓ ଶିଶୁ ସୁରକ୍ଷା ବିଭାଗ ତରଫରୁ ୪ ଶିଶୁ ଉଦ୍ଧାର ,ପରିଚୟ ପାଇଲା ପରେ ଅଭିବାବକ ମାନଙ୍କୁ ହସ୍ତାନ୍ତର"

ତୁକଲା ମେହେର ସମାଜ ତରଫୁରୁ ଗଙ୍ଗାଧର ମେହେର ଜୟନ୍ତି ପାଳିତ

ଖଡିଆଳ/ନୂଆପଡା-୦୨.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲା ମେହେର ସମାଜ ତରଫୁରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତିକୁ ମହା ସମାରୋହରେ ପାଳନ କରାଯାଇଛି । ଏଥିରେ ରାଜ୍ୟ ଯୋଜନା ବୋର୍ଡ ସ୍ୱତନ୍ତ୍ର ସଚିବ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଗ୍ୟଂ ସଦସ୍ୟ ଲେମ୍ବୋଦର ନିଆଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମେ କବି ଗଙ୍ଗାଧର ମହେର ଭବନର ଶିଳାନ୍ୟସ କରିଥିଲେ । ପରେ ସ୍ଥାନିୟ ଲଲିତ ଭବନଠାରେ ଆୟୋଜିତ ଜୟନ୍ତି ମହାସମାରୋହରେ ଅତିଥି ବାବେ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ…

"ତୁକଲା ମେହେର ସମାଜ ତରଫୁରୁ ଗଙ୍ଗାଧର ମେହେର ଜୟନ୍ତି ପାଳିତ"

ବିଯୁ ଯୁବ ବାହିନୀ ତରଫରୁ ବୃକ୍ଷରୋପଣ

ଖଡିଆଳ/ନୂଆପଡା-୦୨.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବାବେବିର ଗ୍ରାମ ପଞ୍ଚାୟତ ର ଧରଣିମାଲ ହାଇସ୍କୁଲ ପରିଷରରେ ବିଯୁ ଯୁବ ବାହିନି ର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ବ୍ଲକ ସଭାପତି ଗୈତମ ନିଆଲ, ସଂଯୋକ ନିରାକାର ବାଗ, ଲକ୍ଷ୍ମିକାନ୍ତ ହଂସ , ଦିନବନ୍ଧୁ କଟା ଉପସ୍ଥିତ ଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଲିଙ୍ଗରାଜ କଟା ଓ ସମସ୍ତ ଶିକ୍ଷକ ସହଯୋଗ କରିଥିଲେ ।

"ବିଯୁ ଯୁବ ବାହିନୀ ତରଫରୁ ବୃକ୍ଷରୋପଣ"

ସ୍ପ୍ରେଡ୍ ତରଫରୁ ଜାତୀୟ ପୋଷଣ ଦିବସ ପାଳିତ

ଖଡିଆଳ/ନୂଆପଡା-୦୨.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ୍ ତରଫରୁ ନୂଆପଡା ଜିଲାର ବେଡେନ ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ ଶନିବାର ଜାତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି । ବୋଡେନ ବ୍ଲକର କୁଲିଙ୍ଗାମାଲ, କମଲାମାଲ, ଖୋର୍ଲା, ଧରଣୀମାଲ, ଦାବରୀ, ମାଲପଡା, ପେନାଲପଡା ଆଦି ଗ୍ରାମର କେନ୍ଦ୍ର ମାନଙ୍କରେ ଏହା ପାଳନ ହୋଇଥିବା ବେଲେ ଅନୁଷ୍ଠାନର ବୋଡେନ ବ୍ଲକ ସଂଯୋଜକ କୁନାଲ ଚରଣ ବେହେରା, ବ୍ଲକ ସଂଯୋଜିକା କସ୍ତୁରୀ ବାଳା ସାମଲ, ପଞ୍ଚାୟତ ସଂଯୋଜକ ଦୟାରାମ ତାଣ୍ଡି, ଦେବେନ୍ଦ୍ର ଭିତିରିଆ, କ୍ଷୀରସିନ୍ଧୂ ଶଗରିଆ, ଦିନବନ୍ଧୁ ଛତ୍ରୀୟା, ସମୀକ୍ଷା ସାଥି ଗଣ ଓ ଅଙ୍ଗନୱାଡି କର୍ମି ସାମିଳ ଥିଲେ । କ୍ଷୀରର ଉପାଦେୟତା, ଗର୍ଭବତୀ ମହିଲାଙ୍କ ଯତ୍ନ,…

"ସ୍ପ୍ରେଡ୍ ତରଫରୁ ଜାତୀୟ ପୋଷଣ ଦିବସ ପାଳିତ"

ଖଡିଆଳ ବନ ବିଭାଗ ବିରୁଦ୍ଧରେ କେଶ ରୁଜ୍ଜୁ

ଖଡିଆଳ/ନୂଆପଡା-୨୯.୦୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲ୍ଲା ଖଡିଆଳ ଜଙ୍ଗଳ ବିଭାଗ (ଟେରିଟେରିଆଲ)ଡିଏଫଓ ଖୁସବନ୍ତ ସିଂ, ସିନାପାଲି ରେଜଂର ମୁରାରି ପ୍ରସାଦ ପଣ୍ଡା, ଫରେଷ୍ଟ ଗାର୍ଡ ରାଜେଶ ହରିଜନ ଙ୍କ ନାମରେ ଖଡିଆଳ ବ୍ଲକ ଦେଓବାହାଲ ଗ୍ରାମର ଶ୍ରୀକାନ୍ତ ମାଝୀ କୋମନା ଥାନରେ ଏକ କେଶ ରୁଜ୍ଜୁ କରିଥିବା ଜଣାପଡିଛି। ସୂଚନା ମତେ ଖଡିଆଳ ଥାନା ଦେଓବାହାଲ ଗ୍ରାମର ଶ୍ରକାନ୍ତ ମାଝୀ, କୋମନା ଥାନା ତୋର୍ଲାମୁଣ୍ଡା ଗ୍ରାମର କୁବେର ପାଣ୍ଡେ, କୋମନା ଥାନା କୁରେଶ୍ୱର ପରମେଶ୍ୱର ମାଝୀ, କୋମନା ଥାନା ମାଲିମୁଣ୍ଡା ଗ୍ରାମର ବିନୋଦ ବଘେଲ ସମସ୍ତେ ମିଶି କୋର୍ରାବେଡାରୁ ଗୋଟିଏ ଜେସିବି ଗାଡି ଧରି ଫେରୁଥିବା ବେଲେ ସୁନାବେଡା ଗ୍ରାମ ପାଖରେ ରାସ୍ତା ଉପରେ ୧୦ /୧୨…

"ଖଡିଆଳ ବନ ବିଭାଗ ବିରୁଦ୍ଧରେ କେଶ ରୁଜ୍ଜୁ"

୫ ଦିନିଆ ଯୋଗ ଶିବିର ସମାହିତ

ଖଡିଆଳ, ତା, ୨୮.୮.୧୮(ଓଡ଼ିଆ ପୁଅ):- ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଡମଝର ଗ୍ରାମ ପଚଂୟତ ଭାଳୁମୁଡା ଗ୍ରାମ ଠାରେ ଗତ ୨୪ ତାରିଖ ଠାରୁ ଅନୁଷ୍ଠିତ ହେଉଥିବା ପାତଜଂଳୀ ଯୋଗ ଶିବୀର ଅନୁଷ୍ଠିତ ହୋଇଯାଇଛି। ଯୋଗ ଶିକ୍ଷକ ଭାବରେ ପାତଜଂଳୀ ସ୍ୱିକୃତି ପ୍ରାପ୍ତ ଯୋଗ ଶିକ୍ଷକ ଅରବିନ୍ଦ ଶାସ୍ତ୍ରୀ ଯୋଗ ଶିକ୍ଷା ଦାନ କରୁଥିଲେ। ଏହି ଯୋଗ ଶିବୀର କୁ ଗ୍ରାମର କୃଷ୍ଣ ବେହେରା, ଭୁବନ ବେହେରା, ମକର ବେହେରା, ତ୍ରିଲୋଚନ ବେହେରା, ସଦାନନ୍ଦ ବେହେରା, ମନବୋଧ ବେହେରା ସମେତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଯୋଗ ଶିକ୍ଷା ଗ୍ରହଣ କରିବା ପାଇଁ ଆଖପାଖ ଅଚଂଳରୁ ସତାଧିକ ଲୋକଙ୍କ ଭିଡ ଜମୁଥିଲା। ପାତଜଂଳୀ ହରିଦ୍ୱାର ପକ୍ଷରୁ…

"୫ ଦିନିଆ ଯୋଗ ଶିବିର ସମାହିତ"

ନୂଆଖାଇ ଆସୁଛି ,ଦାଦନ ଦଳାଳ ଶକ୍ରିୟ ,ଗରିବ ଶ୍ରମିକ ମାନଙ୍କୁ ବଇନା ଦେବା ଆରମ୍ବ

ଖଡିଆଳ/ନୂଆପଡା-୧୯.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ପଶ୍ଚିମ ଓଡିଶାର ମୁଖ୍ୟ ପର୍ବ ତଥା ଗଣପର୍ବ ନୂଆଖାଇ ଆଉ ମାସେ ରହିଲା । ଗରିବ ପରିବାର ମାନଙ୍କ ଅସୁବିଧାର ସୁଯୋଗ ନେଇ ଦାଦନ ଦଲାଲ ମାନେ ବାହାର ରାଜ୍ୟ କୁ ଦାଦନ ଖଟେଇ ନେବା ପାଇଁ ଖଡିଆଳ ବ୍ଲକ ,ବୋଡେନ ବ୍ଲକ ଓ ସିନାପାଲି ବ୍ଲକ ର ବିଭିନ୍ନ ଗ୍ରାମ ମାନଙ୍କରେ ବଇନା ଦେବା ଆରମ୍ବ କରିଦେଇଥିବା ସୁଚନା ମିଳିଲାଣି । ବଇନା ଆକାରରେ ଜଣେ ପରିବାରର ସଦସ୍ୟ ମାନଙ୍କୁ ୨୦ ହଜାର ରୁ ୨୫ ହଜାର ଓ ୧୦ ରୁ ୧୨ ବର୍ଷ ପୁଅ ଝିଅ ମାନଙ୍କୁ ୧୦ ରୁ ୧୨ ହଜାର ଟଙ୍କା ମଧ୍ୟରେ ଆଗତୁରା ବଇନା…

"ନୂଆଖାଇ ଆସୁଛି ,ଦାଦନ ଦଳାଳ ଶକ୍ରିୟ ,ଗରିବ ଶ୍ରମିକ ମାନଙ୍କୁ ବଇନା ଦେବା ଆରମ୍ବ"

ସରକାରୀ ସାହାଜ୍ୟ ରୁ ବଞ୍ଚିତ ହରିଜନପଡା

ଖଡିଆଳ/ନୂଆପଡା-୧୯.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):-ରାଜ୍ୟ ସରମାର ଓ କେନ୍ଦ୍ର ସରକାର ଗରିବ ମାନଙ୍କ ପାଇଁ ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କାଘର ଭଳି ବହୁ ଯୋଜନା କରିଛନ୍ତି । ଏହି ଯୋଜନା ଗରିବା ଲୋକ ମାନଙ୍କ ପାଖକୁ ପହଞ୍ଚି ପରୁନାହିଁ । କିଛି ସରକାରୀ କର୍ମଚାରୀ ଓ କିଛି ଗାଁ ର ନେତାମାନଙ୍କ ସହ ମିସି କେଇଟା ଟଙ୍କା ପାଇଁ ଗରିବ ଲୋକ ମାନଙ୍କ ଠାରୁ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଖଡିଆଳ ବ୍ଲକ କିରିକିଟା ଗ୍ରାମର ହରିଜନପଡା ସାହିରେ ଦେଖିବାକୁ ମିଲିଛି । ଏହି ହରିଜନପଡା ସହିରେ ସମସ୍ତଙ୍କ ଘର ଅତି ଦୟନିୟ ଅବସ୍ତାରେ ରହିଛି । କେତେବେଳେ କାହ ଘର…

"ସରକାରୀ ସାହାଜ୍ୟ ରୁ ବଞ୍ଚିତ ହରିଜନପଡା"

ଲଘୁଚାପ ବର୍ଷାରେ ଘର କାନ୍ଥ ଭୂଷୁଡିଲା

ଖଡିଆଳ/ନୂଆପଡା-୧୯.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମରେ ଗତ ୪ ଦିନ ଲଘୁଚାପ ବର୍ଷାରେ ପଟେଲପଡା ନିବାସି ବିଜୁ ପଟେଲଙ୍କ ମାଟିଘର ଭୂଷୁଡି ପଡିଛି । ସେ ବିପଦକୁ ଖାତିର ନ କରି ଭଙ୍ଗାଘରେ ଆଶ୍ରୟ ନେଉଛନ୍ତି । ଏଥିପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଖଡିଆଳ ଏନ.ଏ.ସି. ୱାର୍ଡ ନଂ ୨ ର ଦିନମଜୁରିଆ ଦମ୍ପତି ଶୁରେସ ଦୀପଙ୍କ ପରିବାର ଓ ରବି ନାଗଙ୍କ ପରିବାର ଘର ଭିତରେ ଆଣ୍ଟୁଏ ପାଣି ଥିବା ଅବସ୍ଥାରେ ସେମାନଙ୍କୁ କଲ୍ୟାଣ ମଣ୍ଡପକୁ ସ୍ତାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ୨ ପଡିତ ପରିବାରକୁ ରିଲିଫ ଯୋଗାଇ…

"ଲଘୁଚାପ ବର୍ଷାରେ ଘର କାନ୍ଥ ଭୂଷୁଡିଲା"

ଭିଜାଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରିକ୍ଷକ

ଖଡିଆଳ/ନୂଆପଡା-୭.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ନୁଆପଡା ଜିଲ୍ଲା ଖଡିଆଳ ତହସିଲ ଅଧିନରେ ଥିବା ବରଗାଁ ରାଜସ୍ୱ ନିରିକ୍ଷକ ଜଣେ ହିତାଧିକାରୀ ଙ୍କ ଠାରୁ ଲାଂଚ ନେଉଥିବା ବେଲେ ଧରାପଡି ଜେଲ ଯାଇଥିବା ଦେଖିବାକୁ ମିଳିଛି । ସୁଚନାରୁ ପ୍ରକାଶ ଖଡିଆଳ ତହସିଲ ବରଗାଁ ରାଜସ୍ୱ ନିରିକ୍ଷକ ଭାବେ ଗତ ମାସେ ରୁ କମ ହେବ ବଦଲି ହୋଇ ଆସି କାମ କରନ୍ତି କିଶୋର କୁମାର ନାଏକ । ହେଲେ କମ ସମୟ ବରଗାଁ ରାଜସ୍ୱ ନିରିକ୍ଷକ ଭାବେ କାମ କରିଥିଲେ ମଧ୍ୟ ଲାଂଚ ନେବାରେ ଧୁରନ୍ଧର ଥିବା ଚର୍ଚ୍ଚା ହେଉଥିଲା । ପ୍ରକାଶ ଥାଉକି ଏହି ବରଗାଁ ରାଜସ୍ୱ ଗ୍ରାମ ଅଧିନରେ ଥିବା ଘରଧାରା ଗ୍ରାମର ମୁରଲିଧର…

"ଭିଜାଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରିକ୍ଷକ"