ଖଡିଆଳ ବନ ବିଭାଗ ଓ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବନଖଣ୍ଡ ବିଭାଗ ଏବଂ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଏହି ପକ୍ଷୀଗଣନା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଳିବ । ଖଡିଆଳ ବନଖଣ୍ଡ ବିଭାଗ ତରଫରୁ ୧୦ ଗୋଟି ଟିମ ମାଧ୍ୟମରେ ବନକର୍ମଚାରୀ ମାନେ ମୁଖ୍ୟତଃ ତିଖାଲି ଡ୍ୟାମ,ଜଡାମୁଣ୍ଡା ସହ ଅନ୍ୟାନ୍ୟ ଡ୍ୟାମରେ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଅନ୍ୟବର୍ଷ ତୁଲନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ବିଭିନ୍ନ ପ୍ରଜାତୀର ସ୍ୱଦେଶୀ ଓ ବିଦେଶୀ ପକ୍ଷୀମାନେ ଆସିଥିବା ପକ୍ଷୀଗଣନାରୁ ଜଣାପଡିଛି । ଅଧିକ ପକ୍ଷୀକୁ ଦୃଷ୍ଟିରେ ରଖି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବନକର୍ମଚାରୀ…

"ଖଡିଆଳ ବନ ବିଭାଗ ଓ ସୁନାବେଡା ବନ୍ୟଜନ୍ତୁ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ"

ପୋଖରୀକୁ ପୋତି କ୍ୟାବିନ ନିର୍ମାଣ-ସନସାଧାରଣରେ ଅସନ୍ତୋଷ

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ପଞ୍ଚାୟତର ଏକ ପୋଖରୀକୁ ପୋତି କ୍ୟାବିନ ନିର୍ମାଣ ହେଉଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନା ମତେ ଡୁଆଝର ଗ୍ରାମନିକଟରେ ଥିବା ୨୦୦ ବର୍ଷ ସର୍ବପୁରାତନ ପୋଖରୀ ଭୂଲିଆବନ୍ଦ ୫୦ ଫୁଟ ଓସାର ସାଙ୍ଗକୁ ୧୦୦ ଫୁଟରୁ ଅଧିକ ଲମ୍ବ ରହିଥିବା ବେଲେ ଏହି ପୋଖରୀକୁ ଡୁଆଝର ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ପୋଖରୀର କିଛି ଅଂଶକୁ ପୋତି ୪ ଗୋଟି କ୍ୟାବିନ ନିର୍ମାଣ କରାଯାଉଥିବା ଜଣାପଡିଛି। ଫଳରେ ଏକ ପୁରୁଣା ପୋଖରୀକୁ ସର୍ବ ସାଧାରଣ ବ୍ୟବହାର କରୁଥିବା ବେଲେ ଏହି ପୋଖରୀକୁ ପୋତି କ୍ୟାବିନ ନିର୍ମାଣ କରାଯାଉଥିବାରୁ ଜନ ସାଧାରଣ…

"ପୋଖରୀକୁ ପୋତି କ୍ୟାବିନ ନିର୍ମାଣ-ସନସାଧାରଣରେ ଅସନ୍ତୋଷ"

୮ ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଇଂରାଜୀ, ଗଣିତ, ହିନ୍ଦୀ, ସାଂସ୍କୃିତ ବହି ମିଳିନାହିଁ ପାଠପଢି ପରିକ୍ଷା ଦେବେ କେମିତି

ଖଡିଆଳ/ନୂଆପଡା-୦୯.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ରାଜ୍ୟ ସରକାର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଗତ ଏକ ବର୍ଷ ହେଲା ମିଶାଇ ଦେବା ଫଳରେ ଏବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇ ଅଧ୍ୟୟନ କରୁଛନ୍ତି। ପ୍ରଥମ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ସରକାର ସମସ୍ତ ପଢା ବହି ସହିତ ଡ୍ରେସ ଯୋଗାଇ ଦେଇ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଛନ୍ତି। ସେମିତି ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଡ୍ରେସ ସହିତ ପଢା ବହି ଯୋଗଇ ଦେଇଛନ୍ତି। କିନ୍ତୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ବର୍ଷ ସରିଆସୁଥିଲେ ମଧ୍ୟ ଇଂରାଜୀ, ଗଣିତ,…

"୮ ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ସୁଦ୍ଧା ଇଂରାଜୀ, ଗଣିତ, ହିନ୍ଦୀ, ସାଂସ୍କୃିତ ବହି ମିଳିନାହିଁ ପାଠପଢି ପରିକ୍ଷା ଦେବେ କେମିତି"

ନିଖିଲ ଓଡିଶା ମେହେର ସମାଜର ରାଜ୍ୟକାର୍ଯ୍ୟକାରିଣୀ ବୈଠକ

ଖଡିଆଳ/ନୂଆପଡା-୦୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଡୁଆଝର ଗ୍ରାମଠାରେ ନିଖିଲ ଓଡିଶା ମେହେର(ଭୂଲିଆ)ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ସଭାପତିତ୍ୱ କରିଥିବା ବେଲେ ମୁଖ୍ୟଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ବୈଷମ୍ପାୟନ ମେହେର,ସାଧାରଣ ସମ୍ପାଦକ ଗୋପବନ୍ଧୁ ମେହେର,ସଂଯୋଜକ ସୁରେନ୍ଦ୍ର ମେହେର ଯୋଗଦାନ କରିଥିଲେ । ଏହି ବୈଠକରେ ରାଜ୍ୟର ୧୬ ଗୋଟି ଜିଲାର ଜିଲା କମିଟିର ସଭାପତି,ସମ୍ପାଦକ ଯୋଗଦାନ କରିଥିବା ବେଲେ ନୁଆପଡା ଜିଲା ଆୟୋଜନ କମିଟିର ପ୍ରେମଲାଲ ମେହେର,ନବୀନଚନ୍ଦ୍ର ମେହେର,ତ୍ରୀଲୋଚନ ମେହେର,ରାମେଶ୍ୱର ମେହେର,ହିରାଲାଲ ମେହେର,କୌଶିକ ମେହେର,ବୈଷ୍ଣବ ମେହେର ଯୋଗଦାନ କରିଥିଲେ । ଏହି ଅବସରରେ ଆସନ୍ତା ମାର୍ଚ୍ଚ ୧୭ ଓ ୧୮…

"ନିଖିଲ ଓଡିଶା ମେହେର ସମାଜର ରାଜ୍ୟକାର୍ଯ୍ୟକାରିଣୀ ବୈଠକ"

ମୁନୀ ବିବିଙ୍କୁ ନ୍ୟାୟ କେବେ ମିଳିବ

ଖଡିଆଳ/ନୂଆପଡା-୦୮.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ୱାର୍ଡନମ୍ବର୨ରେ ବାସ କରନ୍ତି ଆର୍ଶିବାଦ କମ୍ପୁ୍ୟଟର ମାଳିକ ମହମ୍ମଦ ଏହେସାନ ମଲ୍ଲିକ ଓ ପନôୀ ମୁନ୍ନି ବିବି । ଗତ ୨୦୧୭ ମସିହା ନଭେମ୍ବର ୧୭ ତାରିଖରେ ପନôୀ ମୁନ୍ନି ବିବି ଙ୍କର ହଠାତ୍ ମୃତୁ୍ୟ ହୋଇଥିଲା । ପନôୀର ମୁତୃୁ୍ୟ ଖବର ପାଇ ସ୍ୱାମୀ ଏହେସାନ ମଲ୍ଲିକ ନିଜ ଶ୍ୱଶୁର ଘରକୁ ନଜଣାଇ ଚୁପଚାପ୍ ଶବ ସଂସ୍କର କାମ ଶେଷ କରିବାପାଇଁ ଉଦ୍ୟମ କରୁଥିଲେ । କୋରାପୁଟ ସୁନାବେଡା ନିବାସୀ ମୃତ ମହିଳାଙ୍କ ଭାଇ ସେଖ୍ ଇବ୍ରାହିମ୍ କୈାଣସି ସୂତ୍ରରୁ ଭଉଣୀର ମୁୃତୁ୍ୟଖବର ପାଇ ଭାଙ୍ଗିପଡିଥିଲେ । ଭଉଣିର ମୁତୁ୍ୟ ଖବର ତାଙ୍କ ଭଉଣୀ ଜ୍ୱାଇଁ…

"ମୁନୀ ବିବିଙ୍କୁ ନ୍ୟାୟ କେବେ ମିଳିବ"

ରୋଷେୟାଙ୍କୁ ଅଶ୍ଲିଳ ଇଙ୍ଗିତ ଘଟଣା-ଜିଲା ବିଶ୍ୱାବସୁ ଶବର ସମାଜର ବୈଠକ, ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କଲା ସମାଜ

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ସ୍ଥିତ ଆଦିବାସୀ ଭବନ ଠାରେ ନୁଆପଡା ଜିଲା ବିଶ୍ୱାବସୁ ୮୦ ଘର ଶବର ସମାଜ ପକ୍ଷରୁ ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମାଜର ଖଡିଆଳ ସଭାପତି ବାଳକୃଷ୍ଣ ଶବର ସଭାପତିତ୍ୱ କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଜିଲା ସଭାପତି ବିହାରୀଲାଲ ବିଶ୍ୱାଲ, ସମ୍ମାନୀତ ଅତିଥି ଭାବରେ ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂମାଝୀ, ରୋକାଲ କେନ୍ଦ୍ରର ସଭାପତି ବିଶିକେଶନ ବିଶ୍ୱାଲ, ଛନିଆ କେନ୍ଦ୍ର ସଭାପତି ଉଦୟନାଥ ଷଣ୍ଢ, ବରଗାଁ ସମ୍ପାଦକ ବସନ୍ତ ଶବର, ଖଡିଆଳ ବ୍ଲକ ସମ୍ପାଦକ ବିଦୁର ଶବର, ଶବର…

"ରୋଷେୟାଙ୍କୁ ଅଶ୍ଲିଳ ଇଙ୍ଗିତ ଘଟଣା-ଜିଲା ବିଶ୍ୱାବସୁ ଶବର ସମାଜର ବୈଠକ, ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କଲା ସମାଜ"

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ବୋଡେନ ବ୍ଲକ ରୋକାଲ ପଞ୍ଚାୟତର ଖିରମାଲ ଗ୍ରାମର ନେତ୍ର ଅଦା(୪୫) ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖଡିଆଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଖଡିଆଳ ମିଶନ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାମତେ ଖିରମାଲ ଗ୍ରାମର ନେତ୍ର ଅଦା ପ୍ରତିଦିନ ଭଳି ଶନିବାର ସକାଳ ସମୟରେ ଛେଲି ଚରାଇବାକୁ ନିକଟସ୍ଥ ଜମିକୁ ନେଇଥିଲେ। ହେଲେ ଛେଲି ଚରୁଥିବା ଅବସ୍ଥାରେ ଗ୍ରାମ ନିକଟରେ ଥିବା ଜଙ୍ଗଲକୁ ଚାଳି ଯାଇଥିଲା। ନେତ୍ର ଛେଲିକୁ ଜଙ୍ଗଲକୁ ଯାଇଥିବା ବେଲେ ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। ଏପରିକି ନେତ୍ରଙ୍କର…

"ଭାଲୁ ଆକ୍ରମଣରେ ଜଣେ ଗୁରୁତର"

ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ସିନାପାଲି ବ୍ଳକ କେନ୍ଦୁମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ବଡଦର୍ଲିପଡାର ଦିବ୍ୟାଙ୍ଗ ନିଲାମ୍ବର ହାତୀଙ୍କୁ ସରକାରୀ ଚିକିତ୍ସା ସେବା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ମତେ ବଡଦର୍ଲିପଡାର ନିଲାମ୍ବର ହାତୀ ଗ୍ରାମର ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଲେ ହଟାତ ପଡି ଯିବା ସେ ଦୀର୍ଘ ଦିନରୁ ଦିବ୍ୟାଙ୍ଗ ଜୀବନ ଅତିବାହିତ କରୁଛନ୍ତି। ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରୁଥିବା ଏହି ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ନିଲାମ୍ବର। ସେ ଏବେ ଦିବ୍ୟାଙ୍ଗ ଜୀବନ ଅତିବାହିତ କରିବା ପରେ ପରିବାରରେ ଅନେକ ଅସୁବିଧା ଦେଖା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପରିକି ରୋଷେଇ…

"ଦିବ୍ୟାଙ୍ଗଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଦାବି"

ତିଖାଲି ଡ୍ୟାମ ରେ ନିର୍ମିତ ଜଳେଶ୍ୱର ମନ୍ଦିର ନିର୍ମାଣ ର ଏକ ବର୍ଷ ପୁରିଲା, ଉଦଘାଟନ ହେବ କେବେ ?

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ଭାରତ ବର୍ଷ ତଥା ଓଡିଶାର ବିଭିନ୍ନ ସ୍ଥାନରେ ମାନଙ୍କ ଜଳସେଚନ ବ୍ୟବସ୍ଥା କରିବା ପାଇଁ ବିଭିନ୍ନ ନଦୀ ମାନଙ୍କୁ ଅଟକାଇ ଚାଷୀ ମାନଙ୍କର ଉନ୍ନତି କଳ୍ପେ ଡ୍ୟାମ ମାନ ନିର୍ମାଣ କରାଯାଉଛି। ଚାଷୀ ମାନଙ୍କୁ ଚାଷ ପାଇଁ ଜମିରେ ଜଳ ଯୋଗାଇଦେବା ସହିତ ଡ୍ୟାମ ଥିବା ନିର୍ମାଣ ଥିବା ସ୍ଥାନ ମାନଙ୍କରେ ପର୍ଯ୍ୟଟକ ମାନଙ୍କ ମନୋରଜଂନ ପାଇଁ ବିଭିନ୍ନ ପ୍ରକାର ପାର୍କ ସହିତ ଧର୍ମାବିଳମ୍ବୀ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ମନ୍ଦିର ନିର୍ମାଣ କରିଥାନ୍ତି। ଯାହା ଫଳରେ ଏହି ସ୍ଥାନ ମାନଙ୍କରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରି ଥାଏ ଓ ଭିଡ ଜମାଇଥାଏ। ସେଥି ପାଇଁ ନୁଆପଡା ଜିଲା ସଦର ପତରା…

"ତିଖାଲି ଡ୍ୟାମ ରେ ନିର୍ମିତ ଜଳେଶ୍ୱର ମନ୍ଦିର ନିର୍ମାଣ ର ଏକ ବର୍ଷ ପୁରିଲା, ଉଦଘାଟନ ହେବ କେବେ ?"