ନିଜ ଖର୍ଚ୍ଚରେ ରୋଗି ଙ୍କୁ ସେବା

ଖଡିଆଳ/ନୂଆପଡା-୧୩.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ୱାଡ ନଂ ୧୦ ର ଜଣେ ସଂହୃଦୟ ବ୍ୟକ୍ତି ମାସକୁ ଥରେ ଲେଖାଏ ରୋଗି ମାନଙ୍କୁ ସନ୍ଧ୍ୟା ସମୟରେ ବିସ୍କୁଟ ବଣ୍ଟନ କରିଥାନ୍ତି କାହିକି ନା ଦିନ ହେଲା ରୋଗିଙ୍କ ଖାଇବାକୁ ମିଳିଥାଏ ମାତ୍ର ସନ୍ଧ୍ୟା ସମୟ ଖାଇବାକୁ ମିଳେନାହିଁ। ଏହି ବ୍ୟକ୍ତି ହେଲେ ପ୍ରଦିପ ମହାନା ଆଜକୁ ୧୫ ବର୍ଷ ର ରର୍ଦ୍ଦ ହେବା ମାସକୁ ଥରେ ରୋଗିଙ୍କୁ ଆସି ବିସ୍କୁଟ ବଣ୍ଟନ କରିଥାନ୍ତି। ଆଜି ପର୍ଯ୍ୟନ୍ତ ନମ କୁ ଗୋପନ ରଖି ଆସୁଥିଲେ, ମାତ୍ର ଗତ କାଲି ସେ ବିସ୍କୁଟ ବଣ୍ଟନ ସମୟ ରେ ଆମ ପ୍ରତିନିଧି ସହ ସାକ୍ଷାତ ହୋଇଥିଲା। ସେ…

"ନିଜ ଖର୍ଚ୍ଚରେ ରୋଗି ଙ୍କୁ ସେବା"

ଖଡିଆଳ ସାପ୍ତାହିକ ବଜାର ନିମ୍ନମାନର କାମ, ତଦନ୍ତ ଦାବି

ଖଡିଆଳ/ନୂଆପଡା-୧୩.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲାର ମୁଖ୍ୟ ସହର ହେଉଛି ଖଡିଆଳ। ଖଡିଆଳ ଅଂଚଳର ଜନସାଧାରଣଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଏକାଠି ହୋଇ ଜିନିଷପତ୍ରର କିଣାବିକା କରିବା ପାଇଁ ସାପ୍ତାହିକ ବଜାର ସ୍ଥାନୀୟ ହାଟପଦାଠାରେ ଅବସ୍ଥିତ ହୋଇଛି। ହେଲେ ଏହି ସାପ୍ତାହିକ ବଜାରର ରକ୍ଷାଣାବେକ୍ଷଣ ଅଭାବ ସାଙ୍ଗକୁ ଆନୁସାଙ୍ଗିକ ବ୍ୟବସ୍ଥା ନଥିବାରୁ ଉଭୟେ କେତ୍ରା ଓ ବିକ୍ରେତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏହି ସାପ୍ତାହିକ ବଜାରର ଦୂରବସ୍ଥା କୁ ସୁଧାରିବା ପାଇଁ ଏନ.ଏ.ସି ପକ୍ଷର ୨୫ ରୁ ୨୬ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ନାମଫଳକ ନଥିବାର ଦେଖିବାକୁ ମିଲିଛି।ନୂଆପଡା ଜିଲ୍ଲାର ବହୁପୁରୁଣା ତଥା ସର୍ବବୃହତ ସାପ୍ତାହିକ ବଜାର ହେଉଛି…

"ଖଡିଆଳ ସାପ୍ତାହିକ ବଜାର ନିମ୍ନମାନର କାମ, ତଦନ୍ତ ଦାବି"

କିଡନି ରୋଗ ରେ ଗାଁ ଲୋକ ଆତଙ୍କ

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଆଦିବାସୀ ବହୁଳ ଜୁନାପାଣି ଗାଁ ରେ କିଡନି ରୋଗ ଆତଙ୍କ। ଖଡିଆଳ ବ୍ଳକ କାର୍ଯ୍ୟାଳୟ ଠାରୁ ୧୩ କିଲୋମିଟର ଦୂରତାରେ ଅବସ୍ଥିତ ଜୁନାପଣୀ ଗାଁ। ଗାଁ ରେ ବିଷେଷ କରି ଆଦିବାସୀ ଓ ପଛୁଆବର୍ଗର ଲୋକେ ବାସକରନ୍ତି। ଗାଁ ରେ ନରହରି ମାଝୀ, ହରି ମାଝୀ, ରୁପଧର ମାଝୀ, କେନ୍ଦୁ ମାଝୀ, ଇସ୍ତିନାରାୟଣ ରାଉତ ରାୟ, ବିଛାତୁଳ ମାଝୀ, ବେନାର ସିଂ ମାଝୀ ଏହି ଲୋକ ମାନଙ୍କୁ କିଡନି ରୋଗ ଆକ୍ରାନ୍ତ କରିଥିବା ବେଳେ ଚିକିତ୍ସା ଅଭାବରୁ ମରଣ ଜିବନ ସହ ସଂଗ୍ରାମ କରୁଛନ୍ତି। ଗାଁ ରେ ୧୧ ଗୋଟି ନଳକୂପ ଥିବା ବେଳେ…

"କିଡନି ରୋଗ ରେ ଗାଁ ଲୋକ ଆତଙ୍କ"

ଗଡ୍ରାମୁଣ୍ଡା ଗାଁ ଠାରେ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନାରୀଶିକ୍ଷାର ଅଭିବୃଦ୍ଧି ସାଂଗକୁ କନ୍ୟା ସନ୍ତାନଙ୍କୁ ନିର୍ଯ୍ୟାତନା ବିରୋଧରେ ଆଜି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁ ସ୍ଥିତ ଆଦିବାସୀ ଭବନଠାରେ ଭୁବନେଶ୍ୱର କିସ ତରଫରୁ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ କିସର ୨୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନୂଆପଡା ଜିଲାକୁ ଗ୍ରସ୍ତ କରି ଆଦିବାସୀ ଅଧ୍ୟୁଷିତ ସୁନାବେଡା ଅଭୟାରଣ୍ୟ ବିଭିନ୍ନ ଗାଁକୁ ଯାଇ ନାରୀ ଶିକ୍ଷା ଅଭିବୃଦ୍ଧି ଏବଂ କନ୍ୟା ସନ୍ତାନଙ୍କୁ ନିର୍ଯ୍ୟାତନା ବିରୋଧରେ ସଚେତନତା ର୍ୟାଲି ଓ ସଭାସମିତି ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଏହି ପରପ୍ରେକ୍ଷୀରେ ଆଜି ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁ ସ୍ଥିତ ଆଦିବାସୀ ଭବନଠାରେ କିସରୁ ଆସିଥିବା ଶିକ୍ଷକ ଶରତ…

"ଗଡ୍ରାମୁଣ୍ଡା ଗାଁ ଠାରେ କନ୍ୟାକିରଣ ଅଭିଯାନ ଅନୁଷ୍ଟିତ"

ବିସ୍ଥାପିତ ଙ୍କ ସମସ୍ୟା

ଖଡିଆଳ/ନୂଆପଡା-୦୭.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଲୋୟରଇନ୍ଦ୍ର ଜଳସେଚନ ପ୍ରକଳ୍ପ ବିସ୍ଥାପିତ କାଳିମାଟି ଗାଁ ଲୋକେ ଡ୍ୟାମ ଗର୍ଭରେ କାଳିମାଟି ଗାଁ ଲୋକଙ୍କ ଘରଦ୍ୱାର ଜମିବାଡି ବିହିନ ହୋଇଯାଇଛନ୍ତି। ଏବେ ବାସହରାହୋଇ ଦୁର୍ବିଷ ଜୀବନ ବିତାଉଥିବା ଦେଖାଦେଇଛି। ସରକାର ଏ ମାନଙ୍କୁ ଉପଯୁ୍କ୍ତ ଥଇଥାନ କରିପାରନଥିବା ଅଭିଯୋଗ କରିଛନ୍ତି ସ୍ଥାନିୟ ଲୋକେ। ସରକାର ଦେଇଥିବା ପୁନରବାସ ଓ ଥଇଥାନ ସହାୟତାକୁ ଦଳାଳ ଅଧିକାରୀ ହରିଲୁଟ କରି ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି। ଯାହାକିଛି ଅର୍ଥପାଇଲେ ସମୁଦ୍ରକୁ ଶଂଙ୍ଖେପାଣି ସଦୃଶ୍ୟ। ଯାହାଫଳରେ ଅନ୍ୟତ୍ର ବିସ୍ଥାପିତ ହୋଇପାରିଲେନାହିଁ। ଏବେ ଏହି ଗାଁ ଲୋକମାନେ ଅର୍ଥଅଭାବରୁ କୁଆଡେ ଯାଇନପାରି ବିପଦ ସଂଙ୍କେତଥିବା ଡ୍ୟାମ୍ ଉପରିମୁଣ୍ଡରେ ମାଟିଛପର ଗୃହ ନିର୍ମାଣ…

"ବିସ୍ଥାପିତ ଙ୍କ ସମସ୍ୟା"

ଖଡିଆଳ ବ୍ଲକ ସ୍ତରୀୟ କୃଷକ ସଂମ୍ପର୍କ ମେଲା ଅନୁଷ୍ଠିତ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ କୃଷକ ସମ୍ପର୍କ ମେଲା ଖଡିଆଳ ବ୍ଲକ ଜୁନାନୀ ଗ୍ରାମ ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି। ମେଲାରେ ୨୬ ଗୋଟି ଗ୍ରାମପଞ୍ଚାୟତରୁ ସତାଧିକ ମହିଲା ଓ ପୁରୁଷ ଚାଷୀ ଯୋଗଦେଇ କୃଷକ ଓ କୃଷି ସମ୍ପର୍କିତ ସରକାରୀ ଯୋଜନା ବିଷୟରେ ତାଳିମ ପାଇଥିଲେ। କାର୍ଯ୍ୟକ୍ରମରେ ଉଠା ଜଳସେଚନ ବିଭାଗ, ମସ୍ôବିଭାଗ, ଉଦ୍ୟାନ ବିଭାଗ, ପଶୁ ସମ୍ପଦ ବିଭାଗ, ର ତାଲିମ ପ୍ରାପ୍ତ ଅଧିକାରୀ ମାନେ ଯୋଗଦେଇ ସରକାରଙ୍କ ଦ୍ୱାରା କୃଷକ ଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ। ଆଗାମୀ ଦିନରେ ଯୋଜନାରେ ଅର୍ନ୍ତଭୁକ୍ତ ହୋଇ କୃଷକ ଲାଭାନ୍ୱିତ…

"ଖଡିଆଳ ବ୍ଲକ ସ୍ତରୀୟ କୃଷକ ସଂମ୍ପର୍କ ମେଲା ଅନୁଷ୍ଠିତ"

ବିଶ୍ୱ ପରିବେଶ ଦିବାସ ପାଳିତ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ତାଲୁକ ଆଇନସେବା ସମିତି ପକ୍ଷରୁ କୋର୍ଟ ପରିସରରେ ବିଶ୍ୱ ପରବେଶ ଦିବସ ପାଲିତ ହୋଇଯାଇଛି। ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ପରେ ଆୟୋଜିତ ସଭାରେ ତାଲୁକ ସ୍ତରୀୟ ଆଇନସେବା ଚ୍ୟାରମେନ ତଥା ସବ ଜଜ୍ ସଂଘମିତ୍ରା ଦାଶ ସଭାପତିତ୍ୱ କରି ପରିବେଶ ଜନିତ ଆଇନ ଆକ୍ଟ ଉପରେ ଆଲୋକପାତ କରିଥିଲେ। ଆଇନଜିବୀ ସେବା ସମିତି ସଦସ୍ୟ ମେଜର ଡ. ରାମଚନ୍ଦ୍ର ମିଶ୍ର ଖଡିଆଳ ବନାଞ୍ଚଳ ଅଧିକାରୀ ସୁନାନୀ ପରିବେଶ ପ୍ରଦୂଷଣ ର ବିଭିନ୍ନ କାରଣ ଓ ନିରାକରଣ ପଳିଥିନ ମୁକ୍ତ ପାଇଁ ଆହ୍ୱାନ କରିଥିଲେ। ଏଥିରେ ଜଙ୍ଗଲ ବିଭାଗ କର୍ମଚାରୀ, ବନସୁରକ୍ଷା କମିଟୀ ସଦସ୍ୟ ସମେତ…

"ବିଶ୍ୱ ପରିବେଶ ଦିବାସ ପାଳିତ"

ବିଜୁଳି ଖମ୍ବ ପଡି ବାଳକର ମୃତ୍ୟୁ

ଖଡିଆଳ/ନୂଆପଡା-୦୬.୦୬.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମଠାରେ ଆଜି ଗୋଟିଏ ଅଭାବନିୟ ଘଟଣା ଘଟିଜାଇଛି। ସୂଚନାରୁ ଜଣାପଡେ ଯେ ଗଣ୍ଡାବାହାଲି ଗ୍ରମର ଅଶୋକ ଶବର ଙ୍କ ୬ ବର୍ଷର ପୂଅ ଓ ତାଙ୍କ ସ୍ତ୍ରୀ ଇନ୍ଦୁ ଶବର ନିଜ ଘର ପାଖରେ ଛିଡା ହୋଇଥିବା ସମୟରେ ତାଙ୍କ ଘର ନିକଟରେ ଥିବା ବିଜୁଳି ଖମ୍ବ ପଡି ଦୁଇଜଣ ଗୁରୁତର ହୋଇଛନ୍ତି। ପଡିଶା ଘରର ଜନେକ ବ୍ୟକ୍ତି ଖମ୍ବ ପାଖରେ ଗଛ ଥିବାରୁ ସେ ଗଛ କାଟୁଥିଲେ ଗଛଟି ପଡି ବିଜୁଳି ତାର ଉପରେ ପଡି ଖମ୍ବ ଟା ମାଟିତଲୁ ଉପୁଡି ମାଁ ଓ ଶିଶୁ ଙ୍କ ଉପରେ ପଡିଯାଇଥିଲା।…

"ବିଜୁଳି ଖମ୍ବ ପଡି ବାଳକର ମୃତ୍ୟୁ"

ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସିତାକନ୍ତ ସାହୁ ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ଗତ ୧୬ ତାରିଖରେ ଖଡିଆଳ ବ୍ଲକ ଗାଡିରେ ଯନ୍ତ୍ରୀ ସିତାକାନ୍ତ ସାହୁ ଭୁବନେଶ୍ୱରକୁ ଯାଇ ୧୯ ତାରିଖରେ ଫେରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବର ଖଡିଆଳ ବିଡିଓ ଅନିଲ ପଟ୍ଟନାୟକଙ୍କୁ ଦୃଷ୍ଟିଆକର୍ଷଣ କରିବା ପରେ ସଂପୃକ୍ତ ସହକାରୀ ଯନ୍ତ୍ରୀଙ୍କୁ ମୈାଖିକ ଭାବେ ଜବାବ ମାଗାଯାଇଥିବା ଜଣାପଡିଛି। ହେଲେ ସହକାରୀ ଯନ୍ତ୍ରୀ ସିତାକାନ୍ତ ସାହୁ ସରକାରୀ ଗାଡିରେ ଯାଇନଥିଲେ ବୋଲି ନିଜର ସ୍ପଷ୍ଟିକରଣ ଦେଇଛନ୍ତି। ସେ ବସ ଯୋଗେ ଭୁବନେଶ୍ୱର ଯାଇଥିଲେ ବୋଲି…

"ସରକାରୀ ଗାଡିର ଅପବ୍ୟବହାର କରିଥିବା ନେଇ ଅଭିଯୋଗ"

ଗ୍ରାମୀଣ ଡାକସେବକ କର୍ମଚାରୀ ସଂଘର ଆନ୍ଦୋଳନ ତୃତୀୟ ଦିନରେ

ଖଡିଆଳ/ନୂଆପଡା-୨୪.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- କେନ୍ଦ୍ରୀୟ ଗ୍ରାମିଣ ଡାକ ସେବକ ସଂଘ, ବିଭିନ୍ନ ଦାବି ର ସମାଧାନ ପାଇଁ ଗତ ୨୨ ତାରିଖ ଠାରୁ ଆନ୍ଦୋଳନ ଡାକରା ଦେଇଛନ୍ତି। କେନ୍ଦ୍ରୀୟ ଡାକ ସେବା ସଂଘର ଆହ୍ୱାନ କ୍ରମେ ନୁଆପଡା ଜିଲା ଖଡିଆଳ ଡାକସେବକ ସଂଘ ପକ୍ଷରୁ ଗତ ୨୨ ତାରିଖ ଠାରୁ ଆନ୍ଦୋଳନ ତୃତିୟ ଦିନରେ ପହଞ୍ଚିଛି। ଗ୍ରାମିଣ ଡାକ ସେବକ ସଂଘର ଦାବି ହେଲା ସପ୍ତମ ବେତନ କମିଶନ କୁ ତୁରନ୍ତ ଲାଗୁକରିବା ସହିତ କମିଶନ କମଲେଶ ଚନ୍ଦô ରିପୋର୍ଟ କୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରିଛନ୍ତି। କେନ୍ଦ୍ର ସରକାର ସପ୍ତମ ବେତନ ଓ କମଲେଶ ଚନ୍ଦô ରିପୋର୍ଟ ଲାଗୁ ନକଲେ…

"ଗ୍ରାମୀଣ ଡାକସେବକ କର୍ମଚାରୀ ସଂଘର ଆନ୍ଦୋଳନ ତୃତୀୟ ଦିନରେ"