ଅବକାରୀ ମହିଳା ଏସ୍.ଆଇଙ୍କୁ ଅସଦାଚରଣ: ଜଣେ ଗିରଫ

ପୁରୁଷୋତ୍ତମପୁର, ୧୪/୩ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ବାଘଳା ଗ୍ରାମର ବଳରାମ ସେଠି(୪୨)ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ପୁରୁଷୋତ୍ତମ ପୁର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚଢ଼ାଉ କରିବାପାଇଁ ମଙ୍ଗଳବାର ରାତ୍ର ୯ ଘଣ୍ଟା ସମୟରେ ଯାଉଥିବା ସମୟରେ ବଳରାମ ମହିଳା ଏସ୍.ଆଇ ନିଳିମା ଜୟନ୍ତୀ ସ୍ବାଇଁ ଙ୍କୁ ଅସଦାଚରଣ କରିଥିଲେ।ଏହା ନେଇ ଆଜି ଥାନା କେସ ୫୬/୧୮ରେ ମାମଲା ରୁଜୁ ହୋଇଛି।୩୪୧, ୨୯୪, ୩୨୩, ୩୩୨, ୩୫୩, ୩୫୪ଓ ୫୦୬ ଭାରତୀୟ ପିଙ୍ଗଳ କୋଡ ରେ ମାମଲା ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ପଦ୍ମନାଭ ଗଉଡ ସୂଚନା ଦେଇଛନ୍ତି। କିନ୍ତୁ ବଳରାମ ର ଭାଇ ପାଲଟା…

"ଅବକାରୀ ମହିଳା ଏସ୍.ଆଇଙ୍କୁ ଅସଦାଚରଣ: ଜଣେ ଗିରଫ"

ପୁରୁଷୋତ୍ତମପୁର ବ୍ଲକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପୁରୁଷୋତ୍ତମପୁର,୮/୩(ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ସମ୍ମଳନୀ କକ୍ଷରେ ସମନ୍ନିତମହିଳା ଓଶିଶୁ ବିକାଶ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତହୋଇଯାଇଛି।ବ୍ଲକ ଉପାଧ୍ୟକ୍ଷା ବବିତା ରାଉଳ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ସିଡ଼ିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଞ୍ଜୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଲୋକନାଥଦଳ ବେହେରା, ମୁଖ୍ୟ ବକ୍ତା ତାରାତାରିଣୀ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଅଧ୍ୟାପିକା ମୋନାଲିସା ମିଶ୍ର, ବ୍ଲକ ଅଧ୍ୟକ୍ଷ, ଏବିଡିଓ ମଧୁସୂଦନ ମହାରଣା, ସାସଦ ପ୍ରତିନିଧି ଅନିଲ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ରେ ମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଶତାଧିକ ଅଙ୍ଗନବାଡି…

"ପୁରୁଷୋତ୍ତମପୁର ବ୍ଲକରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ"

ମା’ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର, ୬/୩(ଓଡିଆ ପୁଅ/ସୁଦାମ ମହାରଣା) ଦକ୍ଷିଣ ଓଡ଼ିଶାର ଅଧିଷ୍ଠତ୍ରୀ ଦେବୀ ମା’ତାରାତାରିଣୀଙ୍କ ପ୍ରସିଦ୍ଧ ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ଯାଇଅଛି। ଯାତ୍ରା କୁ ଦୃଷ୍ଟିରେ ରଖି ସେବାୟତ ମାନେ ଦୈନନ୍ଦିନ ନୀତିକାନ୍ତି ରେ ସାମାନ୍ୟ ସମୟ ପରିବର୍ତ୍ତନ କରି ଭୋର ୫.୩୦ଟା ବେଳୁ ମଙ୍ଗଳ ଆଳତୀ, ମାଜଣା, ବିଧି ଓ ଫଳ ଭୋଗ ପରେ ସର୍ବସାଧାରଣଙ୍କ ଦ୍ରଶନ ନିମନ୍ତେ ସାହାଣ ମେଲା କରାଯାଇଥିଲା।ଶ୍ରଦ୍ଧା ଳୁମାନେ ଅଭିଷ୍ଟ ପୂରଣ ନିମିତ୍ତ ନିଜ ସନ୍ତାନ ସନ୍ତିତୀଙ୍କ ମୁଣ୍ଡନ କରାଇଥିଲେ।ଭୋଗ ଥାଳି ଧରି ମା’ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନେ ଲମ୍ବା ଧାଡି ଲଗାଇ ଥିବା ଦେଖିବାକୁ ମିଳିଥିଲା।ଅନେକଯାତ୍ରୀ ମାନସିକ ସହଣୀ ପାଇଁ ମନ୍ଦିର ପାଦଦେଶରେ ରୋଷେଇ କରି ବନ୍ଧୁ ବାନ୍ଧବଙ୍କ…

"ମା’ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ୫୦ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ"

ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

ପୁରୁଷୋତ୍ତମପୁର, ୫/୩(ଓଡିଆ ପୁଅ/ସୁଦାମ ମହାରଣା) ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ୧୦୨ତମ ଜନ୍ମତିଥିରେ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ବ୍ଲକ ସମ୍ମିଳନୀ କ୍ଷରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଡ଼ିଓ ଲୋକନାଥ ଦଳ ବେହେରା ବିଜୁବାବୁ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପଜ୍ଜଳନ କରିଥିଲେ। ଗାଁ ର ଉନ୍ନତି, ଗାଁଲୋକଙ୍କ ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଜନସାଧାରଣଙ୍କ ସହିତ ବିକାଶ ରସଫଳତା ବିଷୟରେ କଥାବାର୍ତ୍ତା କରିଥିଲେ। ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହି ଆମ ଗାଁ ଆମ ବିକାଶ କାଯ୍ୟକ୍ରମ ଟିଭିରେ ଦେଖିଥିଲେ। ଏବିଡିଓ ମଧୁସୂଦନ ମହାରଣା ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଓ ନାରୀ ସଶକ୍ତିକରଣରେ ବିଜୁବାବୁଙ୍କ ଭୂମିକା ବିଷୟରେ…

"ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ"