ହାଇକୋର୍ଟ ବିଚାରପତିଙ୍କ ତାରାତାରିଣୀମନ୍ଦିର ପରିଦର୍ଶନ

ପୁରୁଷୋତ୍ତମପୁର,୧୪/୫ (ଓଡ଼ିଆ ପୁଅ/ସୁଦାମ ମହାରଣା) ହାଇକୋର୍ଟର ବିଚାରପତି ବିଶ୍ବନାଥ ରଥଙ୍କ ତାରାତାରିଣୀ ମନ୍ଦିର ପରିଦର୍ଶନ କରି ଫେରିଛନ୍ତି। ଏହି ଅବସରରେ ଜିଲ୍ଲା ଜଜ୍ ମଳୟ ରଞ୍ଜନ ଦାଶ ଉପପସ୍ଥିତ ଥିଲେ। ପୁରୁଷୋତ୍ତମପୁର ଥାନାକୁ ହଠାତ ପରିଦର୍ଶନ କରି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ଥାନାକୁ ଆସିଥିବା ଜନସାଧାରଣଙ୍କୁ ପୋଲିସର ବ୍ୟବହାର, ଟୟଲେଟ ପରିସ୍କାର ପରିଛନ୍ନତା ବିଷୟରେ ପଚାରିଥିଲେ।

"ହାଇକୋର୍ଟ ବିଚାରପତିଙ୍କ ତାରାତାରିଣୀମନ୍ଦିର ପରିଦର୍ଶନ"

ପୁରୁଷୋତ୍ତମପୁର ଏନ୍ଏସିରେ ବିଜୁ ଯୁବବାହିନୀ ଗଠିତ

ପୁରୁଷୋତ୍ତମପୁର,୯/୫(ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ଏନ୍ଏସିରେ ଆଜି ବିଜୁ ଯୁବ ବାହିନୀର କର୍ମକର୍ତ୍ତା ଚୟନ ହୋଇଯାଇଛି। ଅଧ୍ୟକ୍ଷା ୱାଇ.ରାଣୀ କୁମାରୀ, ନିର୍ବାହୀ ଅଧିକାରୀ ଏ ନାଗେଶ୍ବର ରାଓ, କାଉସିଲର ଅଶୋକ ମହାଙ୍କୁଡ, ଶତ୍ରୁଘନ ବେହେରାଙ୍କ ଉପସ୍ଥିତିରେ କ,ଖ,ଗ ନାମକ ତିନୋଟି ଗ୍ରୃପ ଗଠନ ହୋଇଯାଇଛି। କ’ଗ୍ରୃପର ସଭାପତି ଭାବେ ସନତ କୁମାର ବେହେରା, ସମ୍ପାଦକ ଅସିତ କୁମାର ପାତ୍ର କୋଷାଧ୍ୟକ୍ଷ ପ୍ରିୟଙ୍କା ଗୌଡ଼, ଖ’ଗ୍ରୃପର ସଭାପତି ଭାବେ ପ୍ରଦୁଷ କୁମାର ପଣ୍ଡା, ସମ୍ପାଦକ ଦୀପକ ବେହେରା, କୋଷାଧ୍ୟକ୍ଷ ସନ୍ତୋଷ ପଣ୍ଡା, ଗ’ ଗ୍ରୃପର ସଭାପତି ଭାବେ ଶିବରାମ ପଣ୍ଡା, ସମ୍ପାଦକ ପିଣ୍ଟୁ ବେହେରା, କୋଷାଧ୍ୟକ୍ଷ ସୁରେନ୍ଦ୍ର ନାୟକ ଚୟନ ହୋଇଛନ୍ତି। ବିଜୁ ଯୁବ ବାହିନୀର ସଯୋଜକ…

"ପୁରୁଷୋତ୍ତମପୁର ଏନ୍ଏସିରେ ବିଜୁ ଯୁବବାହିନୀ ଗଠିତ"

ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ

ପୁରୁଷୋତ୍ତମପୁର,୩/୫(ଓଡ଼ିଆପୁଅ/ସୁଦାମ ମହାରଣା) ରଣଝାଲ୍ଲି ଗାଁରେ ମଙ୍ଗଳବାରଦିନ ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ଜଣେ ଯୁବକ କୁ ଗାଁ ଲୋକେ ଧରି ଉତ୍ତମ ମଧ୍ୟମ କଲା ପରେ ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ସୂଚନାନୁସାରେ ସନ୍ଧ୍ୟା ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଉକ୍ତ ଯୁବକର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନିଜ ଆଡୁ ତଦନ୍ତ କରାଯାଇଛି। ଗାଁ ଲୋକଙ୍କ କହିବା ଅନୁସାରେ, ହୃଷିକେଶ ପଣ୍ଡା ନାମକ ଜଣେ ଯୁବକ ନୃସିଂହ ମନ୍ଦିର ନିକଟସ୍ଥ ଏକ ଘରେ ପଶି ଜଣେ ମହିଳା ଶୋଇଥିବା ଅବସ୍ଥାରେ ବେକରୁ ସୁନା ଚେନ ବାହାରୁଥିଲା ମହିଳା ଜଣଙ୍କ ଉଠି ଚିତ୍କାର କରିଥିଲେ। ଫଳରେ ପରିବାର…

"ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ"

ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

ପୁରୁଷୋତ୍ତମପୁର,୨୮-୪ (ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ସମ୍ମଳନୀ କକ୍ଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡାଙ୍କ ଦ୍ଵାରା ବିଭିନ୍ନ ଯୋଜନାରେ କାଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କର ସମସ୍ତ ଯୋଜନା ଜନସାଧାରଣ ନିକଟରେ ପହଞ୍ଚେଇବା ଓ ଠିକ ସମୟରେ କାର୍ଯ୍ୟ ସମ୍ପାଦନ କରିବା ସକାଶେ ବ୍ଲକ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଏବିଡିଓ ମଧୁସୂଦନ ମହାରଣା, ଜିଲ୍ଲା ବିଜେଡି ଉପସଭାପତି ଅରୁଣ କୁମାର ପଣ୍ଡା, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ।

"ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ"

ପୁରୁଷୋତ୍ତମପୁର ରେ ବିଜେଡିର ପରିବର୍ଦ୍ଧିତ ବୈଠକ

ପୁରୁଷୋତ୍ତମପୁର, ୧୧/୪ (ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ନଗର ବିଜେଡି ସଭାପତି ବାସୁଦେବ ମହାପାତ୍ରଙ୍କ ପୌରୋହିତ୍ୟରେ ବିଜୁ ଜନତା ଦଳର ପରିବର୍ଦ୍ଧିତ ବୈଠକ ଓଡିଶା ପ୍ରଦେଶ ଗଠନର ୮୨ବର୍ଷ ପାଳନ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏନ୍.ଏ.ସି ଅଧ୍ୟକ୍ଷା ୱାଇ.ରାଣୀ କୁମାରୀ, ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ ଦାଶ, ବାଉରୀ ପଣ୍ଡା, ଗୌରୀଶଙ୍କର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ରଥ ଓଡ଼ିଶା ପ୍ରଦେଶ ଗଠନ ଉପରେ ଆଲୋଚନା କରିଥିଲେ। ସମସ୍ତ କାଉସିଲରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ।

"ପୁରୁଷୋତ୍ତମପୁର ରେ ବିଜେଡିର ପରିବର୍ଦ୍ଧିତ ବୈଠକ"

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

ପୁରୁଷୋତ୍ତମପୁର, ୧୧/୪(ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତିରେ ପ୍ରଧାନମନ୍ତୀ ଆବାସ ଯୋଜନାର କାର୍ଯ୍ୟାଦେଶ ଜିଲ୍ଲା ପରିଷଦ ଉପଧ୍ୟକ୍ଷା ସ୍ନେହ ଲତାପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଣ୍ଟନ କରିଥିଲେ। ଅରଖପୁର, ଭୂତସର ସିଙ୍ଗି, ବଡଖରିଡା ପଞ୍ଚାୟତର ୧୫ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଅଛି। ଏହି କାର୍ଯ୍ୟ କ୍ରମରେ ସ୍ଥାନୀୟ ଲୋକପ୍ରତିନିଧି, ପଞ୍ଚାୟତ କର୍ମଚାରୀ ଉପସ୍ଥିତ ଥିଲେ।

"ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ"

ପୁରୁଷୋତ୍ତମପୁରରେ ପଞ୍ଚୁ ଦଣ୍ଡ ମହାମିଳନ

ପୁରୁଷୋତ୍ତମପୁର, ୧୧/୪(ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁରରେ ପଞ୍ଚୁଦଣ୍ଡ ମହାମେଳନ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁରର ତିନି ଦଣ୍ଡ, ଡି.ପାଟପୁର, କବିସୂର୍ଯ୍ୟ ନଗର ମାଝି ଦଣ୍ଡଦଳ ଯୋଗ ଦେଇଥିଲେ। ସମସ୍ତ ଦଣ୍ଡଦଳ କାଳୀ ମନ୍ଦିର ଛକଠାରେ ଏକତ୍ରିତ ହୋଇ ସହର ପରିକ୍ରମା କରିଥିଲେ। ଧୂଳି ଦଣ୍ଡ, ପାଣିଦଣ୍ଡ ନୀତି ପରେ ସପ୍ନେଶ୍ବର ମନ୍ଦିର ନିକଟରେ ମହାମେଳନ ପର୍ବର ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୪୦ବର୍ଷ ପରେ ଏଭଳି ମହାମିଳନ ପର୍ବକୁ ଲକ୍ଷାଧିକ ଦର୍ଶକ ସମାଗମ ହୋଇଥିଲେ। ସନ୍ଧ୍ୟାରେ ଆଳତି, ରାତ୍ର ସସ୍କୃତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିବାଶକ୍ତିକାଳୀ ସଙ୍ଘ, ଅଟୋ ସଙ୍ଘ, ବଜାର ବଣିକସଙ୍ଘ ଓ ସହରବାସୀ ସହଯୋଗ କରିଥିଲେ। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ଆୟୋଜନ କରାଯାଇଥିଲା।

"ପୁରୁଷୋତ୍ତମପୁରରେ ପଞ୍ଚୁ ଦଣ୍ଡ ମହାମିଳନ"

ହାଇବା ଧକ୍କାରେ ଜଣେ ମୃତ

ପୁରୁଷୋତ୍ତମପୁର,୩୧/୩ (ଓଡିଆପୁଅ/ସୁଦାମ ମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ଡି.ପାଟପୁର ଗ୍ରାମରେ ଏକ ପଥର ବୋଝେଇ ହାଇୱା ସ୍ବରାଜ୍ୟ ବେହେରା (୪୦) ନାମକ ଜଣେବ୍ୟକ୍ତି ଙ୍କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତାଅବରୋଧ କରିଥିଲେ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ଆୟତ କରିଥିବା ବେଳେ ହାଇବା ଡ୍ରାଇଭର ଶ୍ରୀକାନ୍ତ ପାଣିଗ୍ରାହୀ କୁ ପୋଲିସ ଗିରଫ କରିବା ସହ ହାଇୱା ଜବତ କରିଛି।ଏହାନେଇ ଥାନା କେସ ନମ୍ବର ୭୨/୧୮ଏକ ମାମଲା ରୁଜ୍ଜୁ ହୋଇଛି। ଶବବ୍ୟବଛଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଯାଇଥିବା ଖବର ମିଳିଛି।

"ହାଇବା ଧକ୍କାରେ ଜଣେ ମୃତ"

ପୁରୁଷୋତ୍ତମପୁର ବ୍ଲକର ସମିତି ବୈଠକ

ପୁରୁଷୋତ୍ତମପୁର, ୧୭/୩ (ଓଡ଼ିଆ ପୁଅ-ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପାନୀୟ ଜଳଯୋଗାଣ ସମସ୍ୟା,ପ୍ରକୃତରେ ମଣ୍ଡି ଖୋଲା ନଯାଏ କାଗଜ ପତ୍ରରେ ଖୋଲା ଯାଇଥିବା ଅଧିକାଂଶ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇଥିଲା। ଜଳସେଚନ ବିଭାଗ, ଗ୍ରାମ୍ୟ ଉନ୍ନୟନ, ମେଡିକାଲ ବିଭାଗ ପକ୍ଷରୁ କୌଣସି କ୍ରମଚାରୀମାନେ ଯୋଗ ଦେଇ ନଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହ ଲତା ପଣ୍ଡା, ବିଡ଼ିଓ ଲୋକ ନାଥ ଦଳ ବେହରା,ଏବିଡିଓ ମଧୁସୂଦନ ମହାରଣା, ଜିପିଇଓ ବି. ରାମକୃଷ୍ଣା, ଓ ସମସ୍ତ ବ୍ଲକ…

"ପୁରୁଷୋତ୍ତମପୁର ବ୍ଲକର ସମିତି ବୈଠକ"

ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ର ବ୍ଲକ ସ୍ତରୀୟ କ୍ରମଶାଳା

ପୁରୁଷୋତ୍ତମପୁର,୧୬/୩(ଓଡ଼ିଆପୁଅ-ସୁଦାମ ମହାରଣା) ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ର ଏକ ଦିନିକିଆ କ୍ରମଶାଳା ବ୍ଲକ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କ୍ରମଶାଳା କୁ ବିଡିଓ ଲୋକନାଥଦଳ ବେହେରା ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସିଡିପିଓ, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସମେତ ଆଛୁଲି,ଚିଙ୍ଗୁଡ଼ିପଦରନୂଆ ଗାଁ ଟଙ୍କା ଛାୟୀ,ଝାଡବାଇ,କମାନଳୀନାକ୍ଷପୁର ସରପଞ୍ଚ ମାନେ ଯୋଗଦେଇଥିଲେ।ଏହାର କ୍ରମୀମାନେ ଗ୍ରାମପଞ୍ଚାୟତର ସ୍ବଚ୍ଛ ଭାରତ ମିଶନ-ଗ୍ରାମୀଣ ଓବିଭିନ୍ନ ଅନୁଷ୍ଠାନ ର ପରିମଳ ବ୍ୟବସ୍ଥା ରେ ଉନ୍ନତି ଆଣିବା, ଜନସାଧାରଣ ଙ୍କୁ ପାଇଖାନା ତିଆରି କରିବା ଓ ବ୍ୟବହାରକରିବା ପାଇଁ ପ୍ରବତାଇବା,ଗ୍ରାମପଞ୍ଚାୟତକୁ ବାହ୍ୟମଳତ୍ୟାଗମୁକ୍ତ ଘୋଷଣା କରିବା ପାଇଁ ପଞ୍ଚାୟତ ଓ ସରକାରୀ କ୍ରମଚାରୀମାନଙ୍କୁ ସହଯୋଗ କରିବା ଓ ବିଭିନ୍ନ…

"ୟୁଥ୍ ଫର ସୋସିଆଲ ଡେଭଲପମେଣ୍ଟ ର ବ୍ଲକ ସ୍ତରୀୟ କ୍ରମଶାଳା"