ସରକାରୀ ଜମିରେ ଆବାସ ଗୃହ ନିର୍ମାଣ ଅଭିଯୋଗ

ପୁରୁଷୋତ୍ତମପୁର, ୭/୬ (ଓଡ଼ିଆ ପୁଅ) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ନମ୍ବର ୱାର୍ଡର ଝଟାବେହରା ନାମକ ଜଣେ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନାରେ ସରକାରୀ ଜମିରେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି କୁମାରୀ ଗ୍ରାମ (ୱାର୍ଡ ୧୩)ର ବାସିନ୍ଦା ମାନେ।ସୂଚନା ଅନୁସାରେ, ୱାର୍ଡ଼ କମିଟି ପରେ କାଉସିଲ ବୈଠକରେ ଝଟାର ନାମ ସ୍ଥାନୀତ (PMAY) ହୋଇଥିଲା। NAC ତା୧୫.୭.୨୦୧୭ ରିଖରେ ଗୃହ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ। ଆଜି ସେହି ଗ୍ରାମର ଶତାଧିକ ଲୋକ NAC କୁ ଆସି ସେହି ଜାଗାଟି ଅନାବାଦୀ, ଓ ମନ୍ଦିର ଜାଗାରେ ଗୃହ ନିର୍ମାଣ କରାଯାଇଅଛି। ସେହି ସ୍ଥାନକୁ…

"ସରକାରୀ ଜମିରେ ଆବାସ ଗୃହ ନିର୍ମାଣ ଅଭିଯୋଗ"

ପରୀ ରଥକୁ ସ୍ବାଗତ ଓ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ

ପୁରୁଷୋତ୍ତମ ପୁର,୫/୬(ଓଡିଆ ପୁଅ/ସୁଦାମ ମହାରଣା) ରାଜ୍ୟରେ ନାବାଳିକା ଉପରେ ହେଉଥିବା ଅତ୍ୟାଚାର ଓ ଦୁଷ୍କର୍ମକୁ ରୋକିବା ନିମନ୍ତେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୦ ତାରିଖରେ ପରୀ ରଥ ପୁରୁଷୋତ୍ତମପୁର ଥାନା ଇଲକା ଓ ବ୍ଲକର ବିଭିନ୍ନ ଅଞ୍ଚଳରେ ଜନସଚେତନତା ନିମନ୍ତେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ବିଡ଼ିଓ ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଥାନା ଅଧିକାରୀ ଅଜୟ କୁମାର ବାରିକ ସଂଯୋଜନା କରିଥିଲେ। କୋଦଳା ଅଞ୍ଚଳରୁ ଚିଙ୍ଗୁଡ଼ିଘାଇ-ଆଛୁଲି ରାସ୍ତା ଦେଇ ପୁରୁଷୋତ୍ତମପୁର ସହରରେ ପ୍ରବେଶ କାର୍ଯ୍ୟକ୍ରରମ ରହିଛି। ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା,ଏବିଡିଓ…

"ପରୀ ରଥକୁ ସ୍ବାଗତ ଓ ପରିକ୍ରମା ନିମନ୍ତେ ପ୍ରସ୍ତୁତି ବୈଠକ"

୭୦ ବର୍ଷ ପରେ ତିଅରବସାରେ ପହଞ୍ଚିଲା ବିଦ୍ୟୁତ ସେବା

ପୁରୁଷୋତ୍ତମପୁର, ୩/୬ (ଓଡିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ତିଅର ବସା ହାମଲେଟ ଗ୍ରାମରେ ବିଦ୍ୟୁତ ସେବା ପହଞ୍ଚିଛି। ଏହି ସେବାକୁ ନେଇ ଗ୍ରାମରେ ଖୁସି ଲହରୀ ଖେଳିଯାଇଛି। ଦେଶ ସ୍ବାଧୀନ ହେବାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମର ୩୦ ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ ଥିଲା। ଆଜି ସାଉଥକୋ ଜେନେରାଲ ମ୍ୟାନେଜର ଲେଙ୍କା ପ୍ରସାଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହ ଲତା ପଣ୍ଡା ଫିତା କାଟି ଶୁଭ ଉଦ୍ଘାଟନ କରି ସୁଇଚ୍ ଟିପି ବିଦ୍ୟୁତ ସେବା ଯୋଗାଇ ଥିଲେ। ଏହି ଉସବରେ ଜିଲ୍ଲା ବିଜେଡି ଉପସଭାପତି ଅରୁଣ କୁମାର ପଣ୍ଡା, ଏସ୍ଡିଓ ସ୍ବରୂପ କୁମାର ପାତ୍ର, ଜେଇ…

"୭୦ ବର୍ଷ ପରେ ତିଅରବସାରେ ପହଞ୍ଚିଲା ବିଦ୍ୟୁତ ସେବା"

ପୁରୁଷୋତ୍ତମପୁର: ବିଜେଡିର କର୍ମୀ ସମ୍ମଳନୀ

ପୁରୁଷୋତ୍ତମପୁର, ୨୬/୫(ଓଡ଼ିଆ ପୁଅ/ସୁଦାମ ମହାରଣା) ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର ପୁରୁଷୋତ୍ତମପୁର ବ୍ଲକ ର୧୫ ଗୋଟି ପଞ୍ଚାୟତରବିଜେଡି କର୍ମୀ କୁ ନେଇ ତାରାତାରିଣୀ କଲ୍ୟାଣ ମଣ୍ଡପ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବିଜେଡି ର ବରିଷ୍ଠ ନେତା ବାଉରୀ ପଣ୍ଡା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂଣ୍ଣଚନ୍ଦ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଜନହିତ କାର୍ଯ୍ୟ ଯେପରି ତୃଣମୂଳ ସ୍ଥରରେ ପହଞ୍ଚିବ କର୍ମୀ ମାନଙ୍କୁ ପରାମର୍ଶ ଦେଇ ଥିଲେ।ତୈଳ ଦରବୃଦ୍ଧି କୁ ନେଇ ଆସନ୍ତା ୨୮/୨୯ ତାରିଖରେ ବ୍ଲକ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଥିଲେ।ଏହି ବୈଠକରେ ବରିଷ୍ଠ ନେତା ପୂଣ୍ଣଚନ୍ଦ ଦାଶ,…

"ପୁରୁଷୋତ୍ତମପୁର: ବିଜେଡିର କର୍ମୀ ସମ୍ମଳନୀ"

ବ୍ଲକ ସ୍ଥରୀୟ ମନରେଗା ଜନଶୁଣାଣୀ

ପୁରୁଷୋତ୍ତମପୁର, ୨୭/୫(ଓଡ଼ିଆ ପୁଅ/ସୁଦାମ ମହାରଣା) ସ୍ଥାନୀୟ ବ୍ଲକ ସମ୍ମଳନୀ କକ୍ଷରେ ବ୍ଲକ ସ୍ଥରୀୟ ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ ଭାରପ୍ରାପ୍ତ ବିଡ଼ିଓ ଈପ୍ସିତା ପ୍ରିୟଦ୍ରଶନୀ ମିଶ୍ର ଙ୍କ ତତ୍ତ୍ୱବଧାନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲାସମୀକ୍ଷକ ରବିନ୍ଦ୍ର କୁମାର ମଲଣ ଯୋଗଦେଇଥିଲେ।ଏବିଡିଓ ମଧୁସୂଦନ ମହାରଣା ଗତ ଛଅମାସରେ କାଯ୍ୟ ହୋଇ ଥିବା ବିଷଦବିବରଣୀ ପାଠକରିଥିଲେ।ଏହି ସାମାଜିକ ସମୀକ୍ଷା ବୈଠକରେ ରେକଡପତ୍ର ଠିକ ନଥିବା ଜଣାପଡିଥିଲା।ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟ ଦୀର୍ଘ ଦେଢ ବର୍ଷ ହେଲା ସରିଥିଲେ ମଧ୍ୟ ଶ୍ରମିକ ମାନଙ୍କ ର ମଜୁରୀ ମିଳିନଥିବା ଅଭିଯୋଗ ହୋଇଥିଲା।ଏହି ବୈଠକରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ ର ସମସ୍ତ କରମଚାରୀ, ଲାଇନ ବିଭାଗ ର କରମଚାରୀ ଉପସ୍ଥିତ ଥିଲେ।

"ବ୍ଲକ ସ୍ଥରୀୟ ମନରେଗା ଜନଶୁଣାଣୀ"

ତାରା ତାରିଣୀ ଛକରୁ ଚୋରି

ପୁରୁଷୋତ୍ତମପୁର, ୨୬/୫(ଓଡ଼ିଆ ପୁଅ/ସୁଦାମମହାରଣା) ସ୍ଥାନୀୟ ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟସ୍ଥ ବିଶ୍ବନାଥ ନାହାକ ଙ୍କ ଘରୁ ଚୋରି ହୋଇ ଥିବା ଆଜି ଥାନାରେ ଅଭିଯୋଗ କରିଛନ୍ତି।କିଛି ଦିନର ନିରବତା ପରେ ପୁଣି ଚୋର ଦଳ ସକ୍ରିୟ ହୋଇ ଉଠିଛନ୍ତି ଏହି ଥାନା ଇଲାକାରେ।ସୂଚନା ଅନୁସାରେ, ବିଶ୍ବନାଥ ଙ୍କ ର ବାରି କବାଟଗ୍ରିଲ୍ ଭାଙ୍ଗି ଚୋର ଆଲମିରା ମଧ୍ୟଚାବି ଭାଙ୍ଗି ନଗଦ ୮୦ହଜାରଟଙ୍କା, ସୁନା ହାର, ମଙ୍ଗଳ ସୂତ୍ର ଅନ୍ୟ ଏକ ଆଲାମିରା ରୁ ୪0ହଜାର ନାନୁ ଅନ୍ୟାନ୍ୟ ସୁନା ଅଳଙ୍କାର ଚୋରି ହୋଇ ଥିବା ଅଭିଯୋଗ କରିଛନ୍ତି। ଏହାନେଇ ଥାନା କେଶ ନମ୍ବର ୧୨୦/୧୮ରେ ଭାରତୀୟ ପିଙ୍ଗଳ ଧାରା ୪୫୭, ୩୮୦ ମାମଲା ରେ…

"ତାରା ତାରିଣୀ ଛକରୁ ଚୋରି"

ଅସହାୟ ମହିଳା ଙ୍କୁ ସାହାହେଲେ ଗାଁ ଲୋକେ

ପୁରୁଷୋତ୍ତମପୁର,୨୩/୫ (ଓଡ଼ିଆ ପୁଅ/ସୁଦାମମହାରଣା) ଏକ ଦୁଖଦ ଘଟଣା ଦେଖିବାକୁ ମିଳିଥଲା ପୁରୁଷୋତ୍ତମପୁର ସ୍ବାସ୍ଥ୍ୟ କେନ୍ଦ୍ର ରେ। ପରିବାର କହିଲେ ସେ ଏକା। ମହିଳା ଜଣଙ୍କ ହେଲେ ଗୁରୁବାରୀ ଦାଶ ମାଆଘର ହେଉଛି ବାଲିଆ ଗାଁ, ଶାଶୁଘର ହେଉଛି ଗଅଞ୍ଜୁ ଗ୍ରାମ। ବାଲିଆ ଗ୍ରାମର ରାସ୍ତା କଡରେ ମୁମୂଶ୍ରୁ ଅବସ୍ଥାରେ ପଡି ଥିବା ମହିଳା ଜଣଙ୍କୁ ଲୋକମାନେ ଉଦ୍ଧାର କରି ଥିଲେ। ଆଶା, ଅଙ୍ଗନୱାଡି କର୍ମୀ ତାଙ୍କୁ ଲାଳନପାଳନ କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଟୋ ଯୋଗେ ପୁରଷୋତ୍ତମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ପୂର୍ବତନ ସରପଞ୍ଚ ରାମା ରେଡ୍ଡି ,ଗାଁ ର କିଛି ସହୃଦୟ ବ୍ୟକ୍ତି, ଆଶା, ଅାଙ୍ଗନୱାର୍ଡି କର୍ମୀ ଆଣି ଜଏନ କରାଇଥିଲେ।ଏହି ଅସହାୟ ମହିଳା…

"ଅସହାୟ ମହିଳା ଙ୍କୁ ସାହାହେଲେ ଗାଁ ଲୋକେ"

ପୁରୁଷୋତ୍ତମପୁର ଥାନା ପକ୍ଷରୁ ମହିଳାଙ୍କ ପାଇଁ ‘ସ୍ବୟଂସିଦ୍ଧା ‘କାଯ୍ୟକ୍ରମ

ପୁରୁଷୋତ୍ତମପୁର,୧୩/୫ (ଓଡ଼ିଆ ପୁଅ/ସୁଦାମ ମହାରଣା) ରାଜ୍ୟରେ ପ୍ରଥମ ଥର ପାଇଁ ମହିଳାଙ୍କ ସୁରକ୍ଷା ଓ ବିଶ୍ୱାସ ଭାଜନ ପାଇଁ ଗଞ୍ଜାମ ପୁଲିସ ‘ସ୍ବୟଂସିଦ୍ଧା’ ନାମକଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ତତ୍ତ୍ୱାବଧାନରେ ଆଜି ଥାନା ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାଯ୍ୟକ୍ରମରେ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ରଥ,ମହିଳା ଓକିଲ ଅଞ୍ଜନା କୁମାରୀ ପଣ୍ଡା, ଏନ୍.ଏ.ସି ର ଗୋଷ୍ଠୀ ସଂଯୋଜିକା ଅଞ୍ଜଳି ପାଢୀ, ମହିଳା ଓ ଶିଶୁଡେସ୍କ ଅଧିକାରିଣୀ ବିୟୁଟି ମହାନ୍ତି, ଫାୟର ଅଫିସର ପ୍ରଶାନ୍ତ କୁମାର ଧଳ ପ୍ରମୁଖ ମଞ୍ଚାସୀନ ରହି ମହିଳାଙ୍କ ସୁରକ୍ଷା, ଅଭିଯୋଗ, ସଚେତନତା…

"ପୁରୁଷୋତ୍ତମପୁର ଥାନା ପକ୍ଷରୁ ମହିଳାଙ୍କ ପାଇଁ ‘ସ୍ବୟଂସିଦ୍ଧା ‘କାଯ୍ୟକ୍ରମ"

ଗୁଣିଗାରେଡି ସନ୍ଦେହରେ ବୃଦ୍ଧବୃଦ୍ଧାଙ୍କୁ ଆକ୍ରମଣ : ଥାନାରେ ଆଶ୍ରୟ

ପୁରୁଷୋତ୍ତମପୁର,୧୪/୫ (ଓଡ଼ିଆ ପୁଅ/ସୁଦାମ ମହାରଣା) ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଟ ଓ ମଙ୍ଗଳ ଗ୍ରହରେ ବସତି ସ୍ଥାପନ କରିବାପାଇଁ ଚେଷ୍ଟା କରୁଥିବା ବେଳେ ଆଧୁନିକ ଯୁଗରେ କୁ ସଂସ୍କାରରେ ବଶବର୍ତି ହୋଇ ଅମାନବୀୟ ଘଟଣା ଘଟାଉଛି। ଏଭଳି ଘଟଣା ଘଟିଛି ସ୍ଥାନୀୟ ଥାନା ଅନ୍ତର୍ଗତ ପାଣ୍ଡର ଖଲ୍ଲୀ ଗ୍ରାମର ସୁଦର୍ଶନ ବେହେରାଙ୍କ ପରିବାର ଉପରେ। ସୂଚନାନୁସାରେ, ଶୁକ୍ରବାର ରାତିରେ ଗୁଣିଗାରେଡି ସନ୍ଦେହରେ ଗ୍ରାମର କିଛି ବ୍ୟକ୍ତି ଘରୁ ଟାଣି ଆଣି ସୁଦର୍ଶନ ଓ ତାର ସ୍ତ୍ରୀ ଅପିବେହେରା ଙ୍କୁ ବାନ୍ଧି ମାରପିଟ୍ କରିବାସହ ବିଷ୍ଟା ଖୁଆଇବା ଓ ଦାନ୍ତ ଭାଙ୍ଗିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୁରୁଷୋତ୍ତମପୁର ଥାନା ଅଧିକାରୀ ଅଜୟ କୁମାର ବାରିକ…

"ଗୁଣିଗାରେଡି ସନ୍ଦେହରେ ବୃଦ୍ଧବୃଦ୍ଧାଙ୍କୁ ଆକ୍ରମଣ : ଥାନାରେ ଆଶ୍ରୟ"

ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ବ

ପୁରୁଷୋତ୍ତମପୁର,୧୪/୫(ଓଡ଼ିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବିଡିଓ ଭାବେ ତହସିଲଦାର ଇପ୍ସିତା ପ୍ରିୟଦଶ୍ରନୀ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପୁରୁଷୋତ୍ତମପୁର ବିଡିଓ ଲୋକନାଥଦଳ ବେହେରା ଜୟପୁର ଉପଜିଲ୍ଲାପାଳ ଭାବେ ବଦଳି ହେବା ପରେ ତହସିଲଦାରଙ୍କୁ ଉକ୍ତ ଦାୟିତ୍ବ ଦିଆଯାଇଛି। ବ୍ଲକ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଦାୟିତ୍ବ ପ୍ରଦାନ କରି ବିଡିଓ ଶ୍ରୀ ବେହେରା ବିଦାୟ ନେଇଥିଲେ। ବିଦାୟ ଓ ସ୍ବାଗତ ଉତ୍ସବରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

"ତହସିଲଦାରଙ୍କୁ ଅତିରିକ୍ତ ଦାୟିତ୍ବ"