ଗୋଷ୍ଠି ସଂଘର୍ଷ ରେ :୧୨ଜଣ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର, ୦୫/୧୨:(ଓଡିଆ ପୁଅ/ସୁଦାମ ମହାରଣା) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍.ଏ.ସି ସ୍ଥିତ ଅମୁଣିଆସାହିର ଏକ ଅସାମାଜିକ ଗୋଷ୍ଠି ଓ କୁମାରୀ ଗ୍ରାମ ବାସୀଙ୍କ ମଧ୍ୟରେ ଶନିବାର ଅପରାହ୍ନ ରେ ସଂଘର୍ଷ ଘଟିଥିଲା।ଏହି ଘଟଣା ରେ ପୁଲିସ୍ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ, ଏହି ଅସାମାଜିକ ଗୋଷ୍ଠି ହିରୋ ସୋ ରୁମ୍ ମାଲିକ କୁମାରୀ ଗ୍ରାମର ପ୍ରଦୀପ କୁମାର ସାମନ୍ତରା କାଚ (ସୋ ରୁମ୍) ଭାଙ୍ଗିବା ଓ ହତ୍ୟା ଧମକ ଦେବା ଅଭିଯୋଗ କରି ଥାନାରେ ଏତେଲା ଦେଇଥିଲେ।।ଏହି ଅଭିଯୋଗ ରେ ପୁଲିସ୍ ଥାନା କେସ ନଂ ୨୧୮ ରେ ୧୨ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛୁ।ଅଭିଯୁକ୍ତ ମାନେ…

"ଗୋଷ୍ଠି ସଂଘର୍ଷ ରେ :୧୨ଜଣ କୋର୍ଟ ଚାଲାଣ"

ରାସନକାର୍ଡ ସର୍ଭେ ଟିମ୍ କୁ ଗାଁ ମୁଣ୍ଡରୁ ଫେରାଇଦେଲେ ଅନ୍ତରିଗାଁ ଗ୍ରାମବାସୀ

ପୁରୁଷୋତ୍ତମପୁର, ୧୮/୧୦ (ଓଡିଆ ପୁଅ/ସୁଦାମ ମହାରଣା) ରାସନକାର୍ଡକୁ ନେଇ ସ୍ଥାନୀୟ ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଧାରଣା ଦେବା ଏକ ନିତିଦିନିଆ ଘଟଣା ଦେଖିବାକୁ ମିଳୁଛି। ଯୋଗ୍ୟ ହିତାଧିକାରୀମାନେ ଅଭିଯୋଗ ଧରି ବାର ଦ୍ବାର ଶୁଣ୍ଢୀ ପିଣ୍ଡା ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ ତାଲିକାରୁ ବାଦ ପଡିବା ନାଁ ଧରୁନାହାନ୍ତି। ଆଜି ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ଅନ୍ତରିଗାଁ ପଞ୍ଚାୟତ କୁ ଏକ ୫ଜଣିଆ ରାସନକାର୍ଡ ସର୍ଭେ ଟିମ୍ ଯାଇଥିଲା ବେଳେ ଏହି ଗାଁର ଗ୍ରାମବାସୀ ଗାଁ ମଧ୍ୟ କୁ ପ୍ରବେଶ କରାଇ ଦେଇନଥିଲେ। ଗ୍ରାମବାସୀ ଏହି ଟିମ୍ କୁ କହିଥିଲେ, ପୁରା ପଞ୍ଚାୟତ କୁ ସର୍ଭେ କରି ରାସନକାର୍ଡ ରୁ ବାଦ ପଡିଥିବା ଯୋଗ୍ୟ…

"ରାସନକାର୍ଡ ସର୍ଭେ ଟିମ୍ କୁ ଗାଁ ମୁଣ୍ଡରୁ ଫେରାଇଦେଲେ ଅନ୍ତରିଗାଁ ଗ୍ରାମବାସୀ"

ତହସିଲଦାରଙ୍କ ବିଭିନ୍ନ ସାର ଗୋଦାମ ଉପରେ ଚଢାଉ

ପୁରୁଷୋତ୍ତମପୁର,୧୪/୧୦(ଓଡିଆ ପୁଅ/ସୁଦାମ ମହାରଣା) ସାରର କଳାବଜାର ଓ ଅଭାବ ବିକ୍ରୀ କୁ ଦୃଷ୍ଟିରୁ ରଖି ସ୍ଥାନୀୟ ତହସିଲଦାର,ବ୍ଲକ୍ କୃଷି ଅଧିକାରୀ ଓ ପୁଲିସ୍ ପକ୍ଷରୁ ମିଳିତ ଚଢାଉ କରିଥିଲେ। ପୁରୁଷୋତ୍ତମପୁରସ୍ଥିତ ଦକ୍ଷିଣ କାଳୀ ଇଜର,ସମବାୟସମିତି ,ଭୂତ ସରସିଙ୍ଗି କପିଳେଶ୍ବର ବହୁମୁଖୀ ସମବାୟ ସମିତି ର ସାର ଗୋଦାମ ରେ ଅତର୍କିତ ଭାବେ ଚଢାଉ କରିଥିଲେ। ଚଢ଼ାଉ ସମୟରେ କପିଳେଶ୍ବର ବହୁମୁଖୀ ସମବାୟ ସମିତି ର ସମସ୍ତ ରେଜିଷ୍ଟର ଠିକ୍ ଥିବାବେଳେ ଅନ୍ୟ ଦୁଇଟି ଗୋଦାମର କାଗଜପତ୍ର ଠିକ୍ ନଥିବା ତହସିଲଦାର ବିରିକ୍ତି ପ୍ରକାଶ କରିଥିଲେ।ଏହି ଦୁଇ ଗୋଦାମ ର ଡିଲର ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଅଛି।ଏହି ଚଢାଉ ଦେଖି ଅନ୍ୟ ଡିଲରମାନେ ଦୋକାନ…

"ତହସିଲଦାରଙ୍କ ବିଭିନ୍ନ ସାର ଗୋଦାମ ଉପରେ ଚଢାଉ"

ବାରହା ମାଂସ ଜବତ:୪ ଶିକାରୀ ଗିରଫ

ପୁରୁଷୋତ୍ତମପୁର,୧୪/୧୦ (ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବନଖଣ୍ଡପକ୍ଷରୁ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଣମହୁରୀ ଗ୍ରାମରୁ ୨ ମୃତ ବାରହା ସମେତ ୪ ଜଣ ଶିକାରୀ ଗିରଫ ହୋଇଥିବା ଜଣାପଡ଼ିଛି। ଖବରପାଇ ବନକର୍ମଚାରୀମାନେ ବଣମହୁରୀଗ୍ରାମର ଏକ ପରିତ୍ୟକ୍ତ ଘରେ ଚଢ଼ାଉ କରାଯାଇ ବାରହା ମାଂସ ସହ କାତି, ପନିକି, ନିକିତି ଜବତ କରିଥିଲା ଏହି ଗ୍ରାମର ୪ଜଣ ଅଭିଯୁକ୍ତ ହେଲେ ଗନ୍ଧିଆ ନାହାକ, ମହେଶ୍ବର ନାହାକ, ଶତ୍ରୁଘ୍ନ ନାହାକ ଓ ନାରାୟଣ ରାଉତଙ୍କୁ କୋର୍ଟ ଚାଲାଣ କରାଯାଇଛି।

"ବାରହା ମାଂସ ଜବତ:୪ ଶିକାରୀ ଗିରଫ"

ବିଜେଡିର ଜନସମ୍ପର୍କ ପଦଯାତ୍ରା

ପୁରୁଷୋତ୍ତମପୁର,୧୩/୧୦(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ବ୍ଲକ୍ ର ୩୫ ନମ୍ବର ଜିଲ୍ଲା ପରିଷଦ ଜୋନର ୯ଟି ପଞ୍ଚାୟତରେ ବିଜେଡି ଜିଲ୍ଲା ଉପ ସଭାପତି ଅରୁଣ ପଣ୍ଡାଙ୍କ ନେତୃତ୍ୱରେ ଆଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦଳୀୟ କର୍ମୀମାନେ ପାଣ୍ଡିଆ ଗ୍ରାମରୁ ପଦଯାତ୍ରାରେ ବାହାରି ନୂଆଁଗାଁ, ଅନ୍ତରିଗାଁ, ଝାଡବାଇ, ବଡ଼ଖରିଡା ପଞ୍ଚାୟତର ବିଭିନ୍ନ ଗ୍ରାମ ଗସ୍ତ କରି ପଥପ୍ରାନ୍ତ ସଭାକରି କେନ୍ଦ୍ର ସରକାର ଓଡିଶା କୁ ଅବହେଳା, ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ପଦଯାତ୍ରାରେ କବି ସୂର୍ଯ୍ୟନଗର ବିଧାୟକା ସୁଜ୍ଞାନୀ କୁମାରୀ ଦେଓ, ପି.ନାରାୟଣ ରାଓ, ବ୍ଲକ୍ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡି ଉପ…

"ବିଜେଡିର ଜନସମ୍ପର୍କ ପଦଯାତ୍ରା"

ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜର ମହାସଭା ଆୟୋଜିତ

ପୁରୁଷୋତ୍ତମ ପୁର,୧୩/୧୦(ଓଡିଆ ପୁଅ/ସୁଦାମ ମହାରଣା) ଦକ୍ଷିଣ ଓଡିଶା ବିଶ୍ୱକର୍ମା (ବଢ଼େଇ କୁଳ) ସମାଜର ଅଧ୍ୟକ୍ଷ ସନ୍ତୋଷ ମହାରଣାଙ୍କ ତତ୍ତ୍ବାଧାନରେ ମା’ତାରା ତାରିଣୀଙ୍କ ପୀଠରେ ତାଲୁକା ସମୂହ କୌଳିକ ମହାସଭା ୩ ଦିନ ବ୍ୟାପି ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ଦେବ ଶିଳ୍ପୀ ବିଶ୍ବକର୍ମାଙ୍କର ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ, କୁଳ ଦୀପ, କୁଳ ପତକା ଉତ୍ତୋଳନ କରାଯାଇଥିଲା। ଏହି ହୋମ ଯଜ୍ଞରେ କର୍ତ୍ତା ଭାବେ ପୂର୍ବ ଖଣ୍ଡ ତାଲୁକାର ସଭାପତି କୃଷ୍ଣ ମହାରଣା, ପତ୍ନୀ ସୁକାନ୍ତି ମହାରଣା ଦାୟିତ୍ୱ ସମ୍ପନ୍ନ କରିଥିଲେ। ୩୪ ତାଲୁକା ସଭାପତିଙ୍କୁ ମୁକୁଟ ପିନ୍ଧେଇ ସମ୍ମାନୀତ କରାଯାଇଥିଲା। ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜାତି, କୁଳର ମର୍ଯ୍ୟାଦା ବଜାଇ…

"ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜର ମହାସଭା ଆୟୋଜିତ"

ଅରଖପୁର ଗ୍ରାମରେ ଦୁର୍ଗା ପୂଜା

ପୁରୁଷୋତ୍ତମପୁର,୨୮/୯,(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ସହର ଓ ଆଖପାଖ ଅଞ୍ଚଳରେ ମା’ ଦୁର୍ଗା ଙ୍କର ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାଅର୍ଚ୍ଚନା ଆରମ୍ଭ ହୋଇଛିଯାଇଛି। ସେହିପରି ଅରଖପୁର ଗ୍ରାମରେ ଦୀର୍ଘ ୩୦ବର୍ଷ ହେଲା ଅସ୍ଥାୟୀ ମଣ୍ଡପରେ ମା ଦୁର୍ଗାଙ୍କର ମୂର୍ତ୍ତି ତିଆରି କରାଯାଇ ବିଶେଷ ରୀତିନୀତି ରେ ପୂଜା କରାଯାଉଅଛି। ପୂଜାକମିଟି ର ସଦସ୍ୟ ଜୟଖୁଣ୍ଟିଆ, ମନୁ ଖୁଣ୍ଟିଆ, ଜିତୁ ପ୍ରଧାନ ,ଗୋପାଳଦାଶ, ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରୁଛନ୍ତି। ସଂନ୍ଧ୍ୟା ଆଳତୀ, ଭଜନ ସମାରୋହ ଦେଖିବାପାଇଁ ପ୍ରବଳ ଜନ ସମାଗମ ପରିଲକ୍ଷିତ ହୋଇଛି।

"ଅରଖପୁର ଗ୍ରାମରେ ଦୁର୍ଗା ପୂଜା"

ମା’ତାରାତାରିଣୀ ପୀଠରେ ସିନ୍ଧିପୂଜା

ପୁରୁଷୋତ୍ତମପୁର ୨୯/୯ (ଓଡ଼ିଆ ପୁଅ/ସୁଦାମ ମହାରଣା) ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀଦେବୀ ମା’ତାରାତାରିଣୀ ପୀଠରେ ମୂଳ ଅଷ୍ଟମୀ ଠାରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ମା’ ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ମହାଅଷ୍ଟମୀରେ ମହାଦୀପ ଉଠିଥିଲା, ମଧ୍ୟ ରାତ୍ରିରେ ମା’ଙ୍କର ସିନ୍ଧି ପୂଜାଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସିନ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଥିଲେ। ମା’ଦକ୍ଷିଣ କାଳୀ, ଅରଖପୁର ସ୍ଥିତ ମା’ବନଦୁର୍ଗା ମନ୍ଦିର ରେ ମଧ୍ୟ ସ୍ବତନ୍ତ୍ର ନୀତି ରେ ପୂଜାର୍ଚ୍ଚନା କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଦୁର୍ଗା ମେଢ ଦେଖିବାପାଇଁ ପ୍ରବଳ ଜନାସମାଗମ ପରିଲକ୍ଷିତ ହୋଇଛି।

"ମା’ତାରାତାରିଣୀ ପୀଠରେ ସିନ୍ଧିପୂଜା"

ପୁରୁଷୋତ୍ତମପୁରରେ ଦ୍ବାରିକା ୟାମାହା ସୋ ରୁମ୍ ଉଦ୍ ଘାଟିତ୍

ପୁରୁଷୋତ୍ତମପୁର,୨୫/୯(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର-ଭୂତସର ସିଙ୍ଗିରାସ୍ତା ପାର୍ଶ୍ବରେ ସରସ୍ୱତୀ ଶିଶୁମନ୍ଦିର ନିକଟରେ ଦ୍ବାରିକା ମୋଟର୍ସ ୟାମାହା ସୋ ରୁମ୍ ଉଦ୍ ଘାଟିତ୍ ହୋଇଯାଇଛି।ଏହି ଅବସରରେ ଦ୍ବାରିକା ୟାମାହା ସୋ ରୁମ୍ ସ୍ବତାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ରଞ୍ଜନ କୁମାର ବିଶ୍ବାଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସୋ ରୁମ୍ କୁ ଉଦ୍ ଘାଟନ୍ କରିଥିଲେ।ବ୍ରହ୍ମପୁର ମେନ୍ ର ମୋଟର୍ସ ମାଲିକ ସମ୍ମନୀତ ଅତିଥି ଭାବେ ଯୋଗ ଦେଇଥିଲେ।ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

"ପୁରୁଷୋତ୍ତମପୁରରେ ଦ୍ବାରିକା ୟାମାହା ସୋ ରୁମ୍ ଉଦ୍ ଘାଟିତ୍"

ମା କନକେଶ୍ବରୀ ଘରୋଇବସ୍ ମାଲିକ ସଂଘ କର୍ମକର୍ତ୍ତା ଚୟନ

ପୁରୁଷୋତ୍ତମପୁର,୨୨/୯(ଓଡିଆ ପୁଅ/ସୁଦାମ ମହାରଣା) ପୁରୁଷୋତ୍ତମପୁର ମା’କନକେଶ୍ବରୀ ଘରୋଇ ବସ୍ ମାଲିକ ସଂଘର କର୍ମକର୍ତ୍ତା ଚୟନ ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରେ ଶରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମସ୍ତ ସଭ୍ୟ ବୃନ୍ଦ ଉପସ୍ଥିତ ରହି ଭବାନୀଶଙ୍କର ମିଶ୍ର ସଭାପତି, ଉମାଶଙ୍କର ବେହେରା ଉପ ସଭାପତି, ନିଳାଞ୍ଚଳ ପଣ୍ଡା ସମ୍ପାଦକ, ସନ୍ତୋଷ କୁମାର ସାହୁ, କୈଳାସ ଚନ୍ଦ୍ର ମିଶ୍ର କୋଷାଧ୍ୟକ୍ଷ, ଭାସ୍କରପଣ୍ଡା, ସନତ୍ କୁମାର ପଣ୍ଡା ଉପଦେଷ୍ଟା, ସିମାଞ୍ଚଳ ମିଶ୍ର, ପ୍ରଭାତ ପଟ୍ଟନାୟକ ଆଇନ୍ ପରାମର୍ଶ ଦାତା ସହ ଏକ ୧୦ଜଣିଆ କମିଟି ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ସଂଘ ପକ୍ଷରୁ ଜନସାଧାରଣ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ ସହ ସଡ଼କ ସୁରକ୍ଷା ନେଇ ଜନସଚେତନତାକୁ…

"ମା କନକେଶ୍ବରୀ ଘରୋଇବସ୍ ମାଲିକ ସଂଘ କର୍ମକର୍ତ୍ତା ଚୟନ"