ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ପବିତ୍ର ଶ୍ରମିକ ଦିବସ ଅବସରରେ ଜମି ଜଳ ଜଙ୍ଗଲ ଓ ବଚିଂବାର ଅଧିକାର ଦାବି ନେଇ ସୋମବାର ଦିନ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିରାଟ ଆଦିବାସି ମେଳି ଓ ସୋଭାଯାତ୍ରା ହୋଇଯାଇଛି। ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଓ ବାଲିମେଳା ବନ୍ଧ ଯୋଜନା ଶ୍ରମିକ ସଂଘର ସମ୍ପାଦକ ହରିହର ବେହେରା ଙ୍କ ନେତୃତରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ମାନେ ପାରମ୍ପାରିକ ଧନୁତୀର ଟାଙ୍ଗିଆ, ବର୍ଛା ଅସ୍ତ୍ର ସଶସ୍ତ୍ର ଧରି ମାଲାକନଗିରି ଜିଲ୍ଲାସଦର ମହକୁମା ହାଟପଦାଠାରୁ ବିରାଟ ସୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥିଲେ। ଏହି ସୋଭା ଯାତ୍ରା ଓ ମେଳିରେ…

"ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା"

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଆମ୍ବୁଲାନ୍ସ ଲଚଂ ଉଦଘାଟିତ

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ଚିତ୍ରକୋଣ୍ଡା ଜଳ ଭଣ୍ଡାର ଅପରପାର୍ଶ୍ୱରେ ଥିବା ୧୫୧ଖଣ୍ଡ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଆଜି ଏକ ନୂତନ ଲଚଂଆମ୍ବୁଲାନ୍ସ ଉଦଘାଟିତ ହୋଇଯାଇଛି। ଚିତ୍ରକୋଣ୍ଡା ସ୍ପିଲୱେ ଲଂଚଘାଟରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁଶିଶା ଏହି ଲଂଚ ଆମୁଲାନ୍ସଟିକୁ ଉଦଘାଟନ କରିଥିଲେ। ପେର ଚିତ୍ରକୋଣ୍ଡା ହସପିଟାଲରେ ନୁଆ ମା ଗୃହ ମଧ୍ୟ ଉଦଘାଟନ କରିଥିଲେ। ଏହି ଉଦଘାଟନି ସଭାରେ ସ୍ୱାସ୍ଥ୍ୟବିଭାଗ ଅଧିକାରୀ ଓ ଦଳିୟ କର୍ମୀମାନେ ଯୋଗ ଦେଇଥିଲେ। ସୂଚନା ଯୋଗ୍ୟ ଯେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଆଗରୁ ଦୁଇଟି ଆମ୍ବୁଲାନ୍ସ ଲଂଚ ଚଳାଚଳ କରୁଥିଲା, ବହୁ ବର୍ଷ ହେଲା ଗୋଟିଏ ଆମ୍ବୁଲାନ୍ସ ଲଂଚ ଅଚଳ ହୋଇପଡିଥିବାରୁ ନୂତନ ଭାବେ ଆଜି ଆଉ ଗୋଟିଏ…

"ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଆମ୍ବୁଲାନ୍ସ ଲଚଂ ଉଦଘାଟିତ"

ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ପବିତ୍ର ଶ୍ରମିକ ଦିବସ ଅବସରରେ ଜମି ଜଳ ଜଙ୍ଗଲ ଓ ବଚିଂବାର ଅଧିକାର ଦାବି ନେଇ ସୋମବାର ଦିନ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ବିରାଟ ଆଦିବାସି ମେଳି ଓ ଶୋଭାଯାତ୍ରା ହୋଇଯାଇଛି। ଜିଲ୍ଲାଆଦିବାସୀ ସଂଘର ସଭାପତି ବାଲରାଜୁ ଗେମେଲ ଓ ବାଲିମେଳା ବନ୍ଧ ଯୋଜନା ଶ୍ରମିକ ସଂଘର ସମ୍ପାଦକ ହରିହର ବେହେରା ଙ୍କ ନେତୃତରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ମାନେ ପାରମ୍ପାରିକ ଧନୁତୀର ଟାଙ୍ଗିଆ, ବର୍ଛା ଅସ୍ତ୍ର ସଶସ୍ତ୍ର ଧରି ମାଲାକନଗିରି ଜିଲ୍ଲାସଦର ମହକୁମା ହାଟପଦାଠାରୁ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥିଲେ। ଏହି ଶୋଭା ଯାତ୍ରା ଓ ମେଳିରେ…

"ଶ୍ରମିକ ଦିବସ ଅବସରରେ ଆଦିବାସୀଙ୍କ ବିରାଟ ଶୋଭାଯାତ୍ରା"

ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ମଣିଷ ସମାଜ ଯେତେ ଶିକ୍ଷତ ଓ ସଭ୍ୟ ହେଲେ ମଧ୍ୟ ତାର ପରମ୍ପରା, ସଂସ୍କୁତିକୁ କେବେ ବି ଭୁଲିନାହିଁ। ବସନ୍ତ, ମିଳିମିଳା, ହାଡଫୁଟି ରୋଗରୁ ରକ୍ଷାପାଇବା ଓ ଗାଁର ମଙ୍ଗଳ ନିମନ୍ତେ ବଙ୍ଗୀୟ ସଂପ୍ରଦାୟର ଏକ ଭିନ୍ନପରମ୍ପରା ମା ଶୀତଳା ଠାକୁରାଣୀ ଯାତ୍ରା ଏବେବି ପ୍ରଚଳିତ ହୋଇଆସୁଛି। ମାଲକାନଗିରି ଜିଲ୍ଲାର ବିଭିନ୍ନ ବଙ୍ଗୀୟ ଶରଣାର୍ଥୀ ଗ୍ରାମରେ ଏହି ପୁଜା ଓ ଯାତ୍ରା ଚଳିତ ମାସ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଉଦଯାପିତ ହୋଇଛି। ବିଶେଷ କରି ସତିଗୁଡା ଏମଭି୧୧୧ ବଙ୍ଗିୟ ଶରଣାର୍ଥୀ ଗ୍ରାମରେ ଆଜି ବଡ ଧୁମ ଧାମରେ ମା ଶୀତଳା ଠାକୁରଣୀଙ୍କ ଯାତ୍ରା ଗାଁ…

"ବଙ୍ଗୀୟ ସଂପ୍ରଦାୟର ଭିନ୍ନଏକ ପରମ୍ପରା, ବିଭିନ୍ନ ରୋଗରୁ ରକ୍ଷାପାଇଁ ମା ଶୀତଳା ଠାକୁରାଣୀଙ୍କ ଯାତ୍ରା"

ମାଲାକନଗିରିରେ ପୁଣି ମାତିଲେ ମାଓବାଦୀ – ତିନି ଦିନରେ ପୁଲିସ ସୂଚନାଦାତା ସନ୍ଦେହରେ ତିନି ଆଦିବାସୀ ଯୁବକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ

ମାଲକାନଗିରି, ୨/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) ସୀମାନ୍ତ ଛିତିଶଗଡ ପରେ ଏବେ ମାଲକାନଗିରିରେ ମାତିଛନ୍ତି ମାଓବାଦୀ, ଗତ ତନିଦିନ ମଧ୍ୟରେ ପୁଲିସ ଇନଫର୍ମର କହି ତନିଜଣ ନିରିହ ଆଦିବାସୀ ଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେଇ ସମଗ୍ର ମାଲାକନଗିରି ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛନ୍ତି ଏମିଭି ୭୯ ଥାନାସ୍ଥ ତଙ୍ଗଗୁଡା ଗ୍ରାମମୁଖିଆ ଦେବା ମାଢି(୪୦) ଙ୍କୁ ପ୍ରାୟ ୧୫ରୁ ୨୦ ସଶସ୍ତ୍ର ମାଓବାଦୀ ମାନେ ଗତ ୩୦ ତାରିଖ ରାତ୍ରରେ ହାତ ଗୋଡ ବାନ୍ଧି ଦେଇ ଘରୁ ଉଠାଇନେଇଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କଲାପରେ ତାଙ୍କର କିଛି ପତା ମିଳିନଥିଲା।୧ତାରିଖ ଦିନ ପବିତ୍ର ଶ୍ରମିକ ଦିବସ ଅବସରରେ ତଙ୍ଗଗୁଡା ଗାଁ ମୁଣ୍ଡ ଜଙ୍ଗଲ ରାସ୍ତା…

"ମାଲାକନଗିରିରେ ପୁଣି ମାତିଲେ ମାଓବାଦୀ – ତିନି ଦିନରେ ପୁଲିସ ସୂଚନାଦାତା ସନ୍ଦେହରେ ତିନି ଆଦିବାସୀ ଯୁବକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ"

ମାଲାକନଗିରି ରେ କାଳବୈଶାଖୀ ଘୁର୍ଣି ବାତ୍ୟା ରେ ସହରରେ ଅନେକ ଘର ଓ ଦୋକାନ ଭାଙ୍ଗିଲା

ମାଲକାନଗିରି, ୨୯/୪ (ଓଡିଆ ପୁଅ/ସୁଚିତ୍ରା ଦାଶ) ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ରୌଦ୍ରତାପ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉ ଥିବା ବେଳେ କାଳବୈଶାଖୀରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଡ ଉପୁଡିପଡିଥିବା ବେଳେ ସାତଟି ବ୍ଲକର ବିଭିନ୍ନ ଗ୍ରାମରେ କଚାଘର ଭାଙ୍ଗି ଯାଇଥିବାର ଜଣାପଡିଛି। ବିଶେଷ କରି ଏହି କାଳବୈଶାଖୀ ଘୁର୍ଣ୍ ଝଡରେ ମାଲାକନଗିରି ଜିଲ୍ଲାସଦର ମହକୁମା କୁମୁଟିଗୁଡାରେ ବହୁତ କ୍ଷତି ଘଟାଇଛି। ଆଜି ଅପରାହ୍ନ ରେ ହଟାତ ଘୂର୍ଣ୍ ଝଡ ପ୍ରଭାବରେ କେ.ଇଶ୍ୱରରାଓ ଙ୍କ ଦୋକାନଘର, ନାଗେଶ୍ୱର ରାଓ, କୋଣ୍ଡା ରାଓ ଙ୍କ ଘର ଟିଣଛପର ଉଡାଇନେଇ ପ୍ରାୟ ଅଧାକିଲୋମିଟର ଦୁରରେ ପବନ ଫିଙ୍ଗିଦେଇଥିଲା। ଏହି କାଳବୈଶାଖୀ ଘୁର୍ଣ୍ ଝଡର ପ୍ରଭାବରେ…

"ମାଲାକନଗିରି ରେ କାଳବୈଶାଖୀ ଘୁର୍ଣି ବାତ୍ୟା ରେ ସହରରେ ଅନେକ ଘର ଓ ଦୋକାନ ଭାଙ୍ଗିଲା"

ମାଲକାନଗିରି ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ ଟି ପାଙ୍ଗମ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର

ମାଲକାନଗିରି, ୨୯/୪(ଓଡିଆ ପୁଅ/ସୁଚିତ୍ରା ଦାଶ) ଜୟପୁର ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ ଟି ପାଙ୍ଗମ ଠାରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡିବା ଫଳରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜୟପୁର ଠାରୁ ମାଲକାନଗିରି ପଡିଆ ଅଭିମୁଖେ ଆସୁଥିବା ବାହୁବଳି ନାମକ ଏକ ଘରୋଇବସ ଆଜି ଅପରାହ୍ନ ରେ ପାଙ୍ଗମ ବଜାର ଠାରୁ କିଛି ବାଟ ଗଲାପରେ ରାସ୍ତାରେ ପଡିଥିବା ନୁଆମାଟିରେ ବସଟି ର ଚକ ଖସି ଯାଇଥିଲା। ବସ୍ ଟି ଭରସାମ୍ୟହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ସେହି ବସଟିରେ ପ୍ରାୟ ୪୦ରୁ ଉର୍ଦ୍ଧ ଯାତ୍ରୀ ଥିଲେ। ବସଟି ଓଲଟିପଡିବା ଦ୍ୱାରା ପ୍ରାୟ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ…

"ମାଲକାନଗିରି ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ ଟି ପାଙ୍ଗମ ଠାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର"

ଘୂର୍ଣ୍ଣିଝଡରେ ମଶାଣୀର ନିଆଁ ଉଡିଯାଇ ବଗିଚାରେ ଲଗା ଯାଇଥିବା ଔଷଧୀୟ ବୃକ୍ଷକୁ ପୋଡିଦେଲା

ମାଲକାନଗିରି, ୨୯/୪(ଓଡିଆ ପୁଅ/ସୁଚିତ୍ରା ଦାଶ) ଆଜି ଅପରାହ୍ନରେ ମାଲାକନଗିରି ଜିଲ୍ଲାରେ ପ୍ରବଳ ବେଗାରେ କାଳବୈଶାଖୀ ସାଙ୍ଗକୁ ଘୂର୍ଣ୍ଣିଝଡ ପ୍ରଭାହିତ ହେବାଫଳରେ ଅନେକ କ୍ଷୟକ୍ଷତି ଘଟାଇଛି। ସିନ୍ଦ୍ରିମାଳ ପଚାଂୟତ ସ୍ଥ ଚମ୍ପାଖାରୀ ଗ୍ରାମର କୁମର ମହାରଣା ନାମକ ଜଣେ ବ୍ୟକ୍ତି ଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ଆଜି ଦିନ ୧୨ଟାରେ ଚମ୍ପାଖାରୀ ଗ୍ରାମ ନିକଟସ୍ଥ ପାହଡ ତଳେ ଥିବା ମଶାଣୀକୁ ନେଇ ପରିବାର ଲୋକେ ଶବଦାହ କରିଥିଲେ। ଆଜି ଅପରାହ୍ନରେ ପ୍ରବଳ ବେଗରେ ଘୁଣ୍ଣ ର୍ିଝଡ ହେବାରୁ ମଶାଣିରେ ପୋଡା ଯାଇଥିବା ଶବର କାଠ ନିଆଁ ପାଉଁସ ଚାରିଆଡେ ଉଢିଥିଲା। ସେହିନିଆଁ ନିକଟସ୍ଥ ପାହଡରେ ଲାଗି ଯାଇଥିଲା ପାହଡ ଉପରେ ଥିବା ତପୋଭୂମୀ ର ମୂଲ୍ୟବାନ ଔଷଧୀୟ…

"ଘୂର୍ଣ୍ଣିଝଡରେ ମଶାଣୀର ନିଆଁ ଉଡିଯାଇ ବଗିଚାରେ ଲଗା ଯାଇଥିବା ଔଷଧୀୟ ବୃକ୍ଷକୁ ପୋଡିଦେଲା"

ବହୁଦିନ ପ୍ରତିକ୍ଷା ପରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନ,ଭାଜପାର ଦଶରଥ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ମାଲକାନଗିରି,୨୬/୪ (ଓଡିଆ ପୁଅ/ସୁଚିତ୍ରା ଦାଶ) ବହୁଦିନର ପ୍ରତିକ୍ଷାପରେ ଆଜି ମାଲାକନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନ ହୋଇଛି। ଏହି ପଦବୀ ପାଇଁ ନିର୍ଦ୍ୱନ୍ଦରେ ଭଜପା ଦଳରୁ ଦଶରଥ ପଡିଆମି ଅଧ୍ୟକ୍ଷ ହୋଇଛନ୍ତି। ମାଲାକନଗିରି ଜିଲ୍ଲା ପରିଷଦ ସଭାଗୃହରେ ଆଜି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ,ପିଡି ଡିଆରଡିଏ ପରାଗ ଗୋଭଲି ହର୍ଷଦ, ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରଘୁମଣି ଗମାଙ୍ଗୋ, ଜିଲ୍ଲା ପଚାଂୟତ ଅଧିକାରୀ ସାକିଲ ବାସ୍କେ, ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ସୁବାଷ ଚନ୍ଦ୍ର ନିଆଲ ପ୍ରମୁଖ ଉପସ୍ଥିତି ରହି ନିର୍ବାଚନ ପରିଚାଳନା କରିଥିଲେ। ମାଲକାନଗିରି ଜିଲ୍ଲାର ୧୫ଟି ଆସନ ମଧ୍ୟରୁ ୧୩ଟିରେ ନିର୍ବାଚନ ହୋଇଥିଲା। ସେଥି ମଧ୍ୟରେ ୧୦ଟି…

"ବହୁଦିନ ପ୍ରତିକ୍ଷା ପରେ ମାଲକାନଗିରି ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀ ନିର୍ବାଚନ,ଭାଜପାର ଦଶରଥ ହେଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ"

ମାଲକାନଗିରି ଜିଲ୍ଲାରେ ୬୦୯୮ ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫୦୬ ଜଣ ପାସ କଲେ, ସେମାନଙ୍କ ମଧ୍ୟରୁ ୫ଜଣ ଗ୍ରେଡ୍ ଏ ୧ ପାଇଛନ୍ତି

ମାଲକାନଗିରି,୨୬/୪ (ଓଡିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲା ରେ ଚଳିତ ହାଇସ୍କୁଲ ବାର୍ଷୀକ ପରୀକ୍ଷାରେ ୧୧୨ଟି ହାଇସ୍କୁଲର ମୋଟ ୬୦୯୮ଜଣ ପରୀକ୍ଷାର୍ଥୀ ୧୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ୪୫୦୬ଜଣ ପାସ କରିଥିବାବେଳେ ୫ଜଣ ପାରୀକ୍ଷାର୍ଥୀ ଗ୍ରେଡ ଏ ୧ ରେ ରହି ପ୍ରାୟ ୯୩ ପ୍ରତିଶତ ନମ୍ବର ଆଣିଛନ୍ତି। ଏ ଗ୍ରେଡ ୨ ରେ ୩୯,ବି ଗ୍ରେଡ ୧ରେ ୧୪୦,ବି ଗ୍ରେଡ ୨ରେ ୩୪୭,ସି ଗ୍ରେଡ ରେ ୧୦୪୬,ଡି ଗ୍ରେଡ ରେ ୧୬୬୪,ଇ ଗ୍ରେଡ ରେ ୧୨୬୫,ଏଫ ଗ୍ରେଡ ରେ ୧୫୯୨ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି। ଜିଲ୍ଲାରେ ମୋଟ ୭୩.୮୯ ପ୍ରତିଶତ ଛାତ୍ର ଛାତ୍ରୀ ମେଟ୍ରିକ ପରୀକ୍ଷାରେ ପାସ କରିଛନ୍ତି। ମୋଟ ୬୦୦…

"ମାଲକାନଗିରି ଜିଲ୍ଲାରେ ୬୦୯୮ ହାଇସ୍କୁଲ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୫୦୬ ଜଣ ପାସ କଲେ, ସେମାନଙ୍କ ମଧ୍ୟରୁ ୫ଜଣ ଗ୍ରେଡ୍ ଏ ୧ ପାଇଛନ୍ତି"