ଏମଭି ୭୯ ପୋଷ୍ଟ ଅଫିସର ଦୂରାବସ୍ଥା, ଦୀର୍ଘ ଦିନ ହେଲା ପୋଷ୍ଟମାଷ୍ଟ୍ର ଅନୁପସ୍ଥିତ, ଗ୍ରାହକ ହନ୍ତସନ୍ତ

ମାଲକାନଗିରି,୨୨/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଲ ଇଣ୍ଡିଆ ଘୋଷଣାକରି ସମସ୍ଥ ଡାକ ବିଭାଗରେ ସରକାରି ଓ ବେସରକାରି ବ୍ୟବସାୟୀମାନଙ୍କ ଟଙ୍କା ଜମାରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୋଷ୍ଟଅଫିସ ଗୁଡିକୁ ଅତ୍ୟାଧୁନିକ କମ୍ପ୍ୟୁଟର ନେଟ ମାଧ୍ୟମରେ ପରିଚାଳିତ କରାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଏମଭି ୭୯ ଠାରେ ଥିବା ଲାଛିପେଟା ସବପୋଷ୍ଟ ଅଫିସର ଅବସ୍ଥା ଅତ୍ୟନ୍ତ ଦୟନୀୟ ଆଡକୁ ଗତିକରୁଛି। ଏଠାରେ ଦୀର୍ଷ ୪୦ ବର୍ଷରୁ ଉର୍ଦ୍ଦ ଏକ ଭଙ୍ଗା ଘରେ ପୋଷ୍ଟ ଅଫିସ ଚାଲିଥିବାରୁ ତାହା ବିପଦ ଜନକ ଅବସ୍ଥାରେ ରହିଛି ଘରର କାନ୍ଥ ଗୁଡିକ ଫାଟି ଗଲାଣିତ ଛାତରୁ ବର୍ଷାରେ ପାଣିଗଳୁଛି। ଏପରି ସ୍ଥଳରେ ସରକାରି ଓ…

"ଏମଭି ୭୯ ପୋଷ୍ଟ ଅଫିସର ଦୂରାବସ୍ଥା, ଦୀର୍ଘ ଦିନ ହେଲା ପୋଷ୍ଟମାଷ୍ଟ୍ର ଅନୁପସ୍ଥିତ, ଗ୍ରାହକ ହନ୍ତସନ୍ତ"

ଛତିଶଗଡ ପୋଲିସ ଉଠାଇନେଲେ ମାଲକାନଗିରି ଜିଲ୍ଲା ମହୁପଦର ଗ୍ରାମରୁ ୪ ଜଣ ଆଦିବାସୀଙ୍କୁ, ଗାଁରେ ଭୟର ବତାବରଣ

ମାଲକାନଗିରି ୨୨/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଛତିଶଗଡ ସିମାନ୍ତ ମାଲକାନଗିରି ଜିଲ୍ଲାସ୍ଥ ମାଥିଲିଥାନା ମହୁପଦର ପଚାଂୟତରୁ ଶନିବାର ଦିନ ଛତିଶଗଡ ପୁଲିସ ଆସି ୪ ଜଣ ଗ୍ରାମବାସୀଙ୍କୁ ଉଠାଇ ନେଇଥିବାର ଜଣାପଡିଛି। ପରିବାର ଲୋକେ ମାଓବାଦୀମାନେ ପୁଲିସ ପୋଷାକରେ ନେଇଯାଇ ଥାଇପାରିଥାନ୍ତି ଭାବି ଭୟଭୀତ ହବାସହିତ ତାଟି କବାଟ ପକାଇଦେଇଥିଲେ। ମହୁପଦର ଗ୍ରାମରୁ ବିଶ୍ୱନାଥ ମାଡକାମି, ଯଦୁରାମ କାଲରା ଓ ନିକଟସ୍ଥ ଗୁରଗୁଡା ଗ୍ରାମର ଫଗୁନ ଦୁରଆ, ଶୁକ୍ରାମାଢିଙ୍କୁ ରବିବାର ରାତ୍ରରେ କିଛି ଲୋକ ପୁଲିସ ପୋଷାକରେ ଆସି ତାଙ୍କଘରୁ ଜବରଦସ୍ତ ଉଠାଇ ନେଇଥିଲେ, ପରିବାର ଲୋକେ ବାଧାଦେବାରୁ ସେମାନଙ୍କୁ ଚୁପ ରହିବାକୁ ଧମକଦେଇ ସେ ୪ ଜଣଙ୍କୁ ଛତିଶଗଡ ପୁସପାଲି ଆଡକୁ ନେଇଥିଲେ। ଏ…

"ଛତିଶଗଡ ପୋଲିସ ଉଠାଇନେଲେ ମାଲକାନଗିରି ଜିଲ୍ଲା ମହୁପଦର ଗ୍ରାମରୁ ୪ ଜଣ ଆଦିବାସୀଙ୍କୁ, ଗାଁରେ ଭୟର ବତାବରଣ"

ଚୀନଠାରେ ଅନୁଷ୍ଠିତ ଜାତୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ସିରିସାକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କଲେ

– ମାଲାକନଗିରି କ୍ରୀଡା ହଷ୍ଚେଲରେ ଛାତ୍ରୀନିବାସ ଖୋଲା ଯିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ମାଲକାନଗିରି,୨୧/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଚୀନଠାରେ ଅନୁଷ୍ଠିତ ଜାତୀୟସ୍ତର ୧୮ବର୍ଷରୁ କମ ବୟସର ମହିଳା ଭଲି ବଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମରେ ଖେଳିବା ପାଇଁ ମାଲକାନଗିରି ଜିଲ୍ଲାର ଆଦିବାସୀ ଛାତ୍ରୀ ସିରିସା କାରାମି ମନୋନୀତ ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ଶୁକ୍ରବାର ଦିନ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ସିରିସାର ସଫଳାତା କାମନାକରି ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ। ସିରିସାର ତାଲିମ ଓ ଚୀନ ଗସ୍ତର ସମସ୍ଥ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ…

"ଚୀନଠାରେ ଅନୁଷ୍ଠିତ ଜାତୀୟ ଭଲି ବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ସିରିସାକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କଲେ"

ମଟର ସାଇକେଲ ଦୁର୍ଘଟଣାରେ ତନି ଆହତ, ଦୁଇ ଶିଶୁ ଅଳ୍ପକେ ବର୍ତ୍ତିଲେ

ମାଲକାନଗିରି ,୨୧/୫ (ଓଡିଆ ପୁଅ/ସୁଚିତ୍ରା ଦାଶ) କାଲିମେଳା ହାଇସ୍କୁଲ ରାସ୍ତାରେ ଦୁଇଟି ମଟର ସାଇକେଲ ମୁହାଁ ମୁହିଁ ଧକ୍କା ଲାଗି ତନିଜଣ ଆହତ ହୋଇଛନ୍ତି, ଏହି ଦୁର୍ଘଟଣାରୁ ଦୁଇଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କାଲିମେଳା ଥାନାସ୍ଥ ପୁଷୁଗୁଡା ଗ୍ରାମର ଆଡମା ମାଢି ଙ୍କ ସ୍ତ୍ରୀ ବାଗି ମାଢି ତାଙ୍କର ୪ବର୍ଷର ଝିଅ ଦେହ ଅସୁସ୍ଥ ହେବାରୁ ସେ ଭାଇ ପଦ୍ମ ମାଢିଙ୍କ ସହିତ ମଟର ସାଇକେଲରେ କାଲିମେଳା ଡାକ୍ତରଖାନା କୁ ନେଇ ଚିକିତ୍ସା କରିଥିଲେ। ଝିଅ ଦେହ ସୁସ୍ଥ ହେବାପରେ ସେ ନିଜ ଘରକୁ ଫେରୁ ଥିବା ସମୟରେ ଅପର ପାର୍ଶ୍ୱରୁ କୁନନପାଲ୍ଲି ଗ୍ରାମର ବୁଚା କାରମି ତାଙ୍କର ୪ବର୍ଷ ଝିଅକୁ ଧରି କାଲିମେଳା…

"ମଟର ସାଇକେଲ ଦୁର୍ଘଟଣାରେ ତନି ଆହତ, ଦୁଇ ଶିଶୁ ଅଳ୍ପକେ ବର୍ତ୍ତିଲେ"

ପଡିଆ ଥାନାରେ ଆମ ପୁଲିସ ଓ ଜନସଂପର୍କ ଶିବିର

ମାଲକାନଗିରି,୨୧/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ମାଲାକନଗିରି ଜିଲ୍ଲା ମାଓପ୍ରବଣ ପଡ଼ିଆ ଥାନା ପକ୍ଷରୁ ଆୟୋଜିତ ଆମ ପୁଲିସ ଓ ଜନ ସଂପର୍କ ଶିବିରରେ ବିଭିନ୍ନ ମାଓ ପ୍ରବଣ ଅଞ୍ଚଳର ଶତାଧିକ ଆଦିବାସୀ ମହିଳା ଓ ପୁରଷ ଯୋଗଦେଇ ସେମାନଙ୍କ ଅଚଂଳର ବିଭିନ୍ନ ସମସ୍ୟା ସଂପର୍କରେ କହିଥିଲେ। ଆଜି ସକାଳେ ପଡିଆ ଥାନା ଠାରେ ପୁଲିସ ଓ ଜନତା ମଧ୍ୟରେ ଜନସଂପର୍କ ଶିବିର ହୋଇଥିଲା। ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଏସଡିପିଓ ପ୍ରିତିକ ସିଂ ଯୋଗଦେଇ ଆମପୁଲିସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଡିଆ ଥାନା ଅଧିକାରୀ ଦୁଷ୍ମନ୍ତକୁମାର ନାୟକ, ସବଇନିସପେକ୍ଟର ସୁଶାନ୍ତକୁମାର କିସାନ, ଏଏସଆଇ ରାମଚନ୍ଦ୍ରନାୟକ ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ସହିତ ବିଭିନ୍ନବିଷୟରେ…

"ପଡିଆ ଥାନାରେ ଆମ ପୁଲିସ ଓ ଜନସଂପର୍କ ଶିବିର"

କାଲିମେଳା କେସିସି ବ୍ୟାଙ୍କ ୧୧ କୋଟି ଟଙ୍କାର ଦୁର୍ନୀତି ପଦାରେ ପଡିଲା, ଭିଜିଲାନ୍ସର ତଦନ୍ତ ଆରମ୍ଭ

ମାଲକାନଗିରି, ୨୧/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ମାଲକାନଗିରି ଜିଲ୍ଲା କାଲିମେଳା କେସିସି ବ୍ୟାଙ୍କରେ ୧୧ କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଖୋଳତାଡ ଚାଲିଥିବା ବେଳେ ଗତ କାଲି ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛନ୍ତି। କାଲିମେଳା, ପଡିଆ, ଶିଖପାଲି, ଏମଭି୭୯ ଠାରେ ଥିବା ଲ୍ୟାମ୍ପସ ଓ କାଲିମେଳା ଠାରେ ଥିବା କେସିସି ବ୍ୟାଙ୍କର କେତକ କର୍ମଚାରୀ ଶତାଧିକ ଗରିବ ଆଦିବାସୀ ଚାଷୀଙ୍କ ନାମରେ ନକଲି ରିହାତି ଋଣ ଉଠାଇନେଇ ପ୍ରାୟ ୧୧କୋଟି ଟଙ୍କାର ଘୋଟଲା କରିଛନ୍ତି। ଏ ସଂପର୍କ ରେ ଗତ ୨୦୧୬ ମସିହାରେ ଅଭିଯୋଗ ହେଲାପରେ ବିଭାଗୀୟ କର୍ତ୍ତୃପକ୍ଷ କେବଳ ଲୋକ ଦେଖାଣିଆ ଭାବେ ତଦନ୍ତ କରି କେତେଜଣ କର୍ମଚାରୀଙ୍କୁ ନିଲମ୍ବିତ ଓ…

"କାଲିମେଳା କେସିସି ବ୍ୟାଙ୍କ ୧୧ କୋଟି ଟଙ୍କାର ଦୁର୍ନୀତି ପଦାରେ ପଡିଲା, ଭିଜିଲାନ୍ସର ତଦନ୍ତ ଆରମ୍ଭ"

ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀ, ପ୍ରଥମ ଅଂଶୁଘାତ ରୋଗୀର ମୃତ୍ୟୁକୁ ନେଇ ହସପିଟାଲରେ ଉତ୍ତେଜନା

ମାଲକାନଗିରି,୨୦/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଗତ କିଛି ଦିନହେଲା ମାଲକାନଗିରି ଜିଲ୍ଲାରେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅତିଷ୍ଟ କରିପକାଇଛି। ଏବେ କିଛିଦିନ ହେଲା ପ୍ରଚଣ୍ଡଖରାରେ ଶିଜୁଛି ମାଲକାନଗିରି, ଲଗାତର ଭାବେ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ରହି ଆସୁଥିଲା, ଆଜି ସେ ସବୁ ରେକର୍ଡ ଭାଙ୍ଗି ତାପମାତ୍ରା ୪୬ ଡିଗ୍ରୀରେ ପହଁଚିଛି। ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଜିଲ୍ଲା ବାସୀ ହନ୍ତସନ୍ତ ହେଉଛନ୍ତି। ଗତ ଦୁଇଦିନ ହେଲା ବିଭିନ୍ନ ସ୍ଥାନରେ ଅଂଶୁଘାତରେ ପୀଡ଼ିତ ଲୋକମାନେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁବାର ଦିନ ମାଲକାନଗିରି ବ୍ଲକସ୍ଥ ମାର୍କାପାଲି ପଚାଂୟତ ଟୁକନବେଟା ଗ୍ରାମର ଦାମୋଦର ପୂଜାରୀଙ୍କର ପୁଅ ସହଦେବ ପୂଜାରୀ (୧୮)…

"ମାଲକାନଗିରି ଜିଲ୍ଲାରେ ତାପମାତ୍ରା ୪୬ ଡିଗ୍ରୀ, ପ୍ରଥମ ଅଂଶୁଘାତ ରୋଗୀର ମୃତ୍ୟୁକୁ ନେଇ ହସପିଟାଲରେ ଉତ୍ତେଜନା"

ବିଛିନ୍ନାଞ୍ଚଳରେ ବେଲି ବ୍ରିଜ କାମ ବନ୍ଦ କରିବା ପାଇଁ ମାଓବାଦୀଙ୍କ ଧମକ, ମିକ୍ସଚର ମେସିନ ସହ ଠିକାଦାର କ୍ୟାମ୍ପରେ ଲାଗଇଲେ ନିଆଁ

ମାଲକାନଗିରି,୨୦ /୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ପୁଣି ମାଓବାଦୀ ମାତି ଉଠିଛନ୍ତି, ଗୋଟିଏ ପରେ ଗୋଟିଏ ହିସାଂକାଣ୍ଡ ଘଟାଇ ଜବାନ ଓ ପୁଲିସଙ୍କୁ ଚ୍ୟଲେଞ୍ଜ ଦେଇ ଚାଲିଛିନ୍ତି। ଗୁରୁବାର ରାତ୍ରରେ ସେଠାରେ ମାଓବାଦୀମାନେ ଲଙ୍କାକାଣ୍ଡ କରି ଜନତାପାଇ ଠାରେ ନିର୍ମାଣ ହେଉଥିବା ବେଲିବ୍ରିଜ କାମରେ ନିୟୋଜିତ ମିକ୍ସଚର ମେସିନ ଓ ଠିକାଦାରଙ୍କ କ୍ୟାମ୍ପକୁ ପୋଡି ଦେଇଥିବାର ଜଣାପଡିଛି। ଗୁରୁବାର ଦିନ ପ୍ରାୟ ୩୦ରୁ ୪୦ଜଣ ମାଓବାଦୀ ଜନତାପାଇ ଠାରେ ପହଁଚି ଠିକାଦାରଙ୍କ କ୍ୟାମ୍ପକୁ ଯାଇ ବ୍ରିଜକାମ କରୁଥିବା ଠିକାଦାରଙ୍କୁ ଖୋଜିଥିଲେ।ତାଙ୍କୁ ନପାଇ କ୍ୟାମ୍ପରେ ଥିବା ଶ୍ରମିକମାନଙ୍କୁ ସେ ସ୍ଥାନ ଛାଡି ପଳାଇବା ଓ କେବେବି ବ୍ରିଜ କାମ କରିବାକୁ ନ ଆସିବା ପାଇଁ…

"ବିଛିନ୍ନାଞ୍ଚଳରେ ବେଲି ବ୍ରିଜ କାମ ବନ୍ଦ କରିବା ପାଇଁ ମାଓବାଦୀଙ୍କ ଧମକ, ମିକ୍ସଚର ମେସିନ ସହ ଠିକାଦାର କ୍ୟାମ୍ପରେ ଲାଗଇଲେ ନିଆଁ"

ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଦିବାସୀ ଶିରାଗୁଡା ଗ୍ରାମରେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା

ମାଲକାନଗିରି,୧୮/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ଆନ୍ଧ୍ର ଛିତଶଗଡ, ତେଲାଙ୍ଗାନା ରାଜ୍ୟ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଭାଷା ସଂସ୍କୃତି ପରମ୍ଫରା ଓ ଲୋକକଳା କୁ ବଚାଂଇ ରଖି ବିଶ୍ୱଦର ବାରରେ ପରିଚିତ କରିବା ପାଇଁ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନ ପକ୍ଷରୁ ନୂତନଭାବେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା କରା ଯାଇଛି। ଆଜି କୋରକୁଣ୍ଡା ବ୍ଲକସ୍ଥ ସିରାଗୁଡା ଆଦିବାସୀ ଗ୍ରାମରେ ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଗଂଠନର ଜିଲ୍ଲା ସଭାପତି ଅନାଦି କଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନାଟଗୁରୁ ସଭାରେ ମୁଖ୍ୟଅତିଥି ଭାବେ ଗବେଷକ ଓ ଜିଲ୍ଲା ନାଟଗୁରୁ ସଂଘର ଉପଦେଷ୍ଟା ରତ୍ନାକରଦାଶ ଯୋଗଦେଇ ଆନୁଷ୍ଠାନିକ ଭାବେ ଲୋକକଳା ତାଲିମ କେନ୍ଦ୍ରର ଶୁଭ ପ୍ରତିଷ୍ଠା କରିଥିଲେ।…

"ମାଲ୍ୟବନ୍ତ ଦେଶିଆ ନାଟଗୁରୁ ସଂଗଠନ ପକ୍ଷରୁ କଳା ସଂସ୍କୃତିକୁ ବଞ୍ଚାଇବା ପାଇଁ ଆଦିବାସୀ ଶିରାଗୁଡା ଗ୍ରାମରେ ଲୋକକଳା ତାଲିମ କେନ୍ଦ୍ର ପ୍ରତିଷ୍ଠା"

ଚିନ୍ ରେ ଅନୁଷ୍ଠିତ ଜାତୀୟ ଭଲି ବଲ ମ୍ୟାଚରେ ଭାଗ ନେଉଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ସିରିସାକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ସସସ୍ଥ ଖର୍ଚ୍ଚ ବହନ କରିବ ସରକାର

ମାଲକାନଗିରି,୧୮/୫ (ଓଡ଼ିଆ ପୁଅ/ସୁଚିତ୍ରା ଦାଶ) ମାଲାକନଗିରି ଜିଲ୍ଲାର ନିପଟ ମଫସଲ ଗ୍ରାମର ଜଣେ ଆଦିବାସୀ ବାଳିକା ଜାତୀୟ ଭଲିବଲ ଟିମରେ ସାମିଲ ହୋଇ ଚୀନ ଠାରେ ଆୟୋଜିତ ଜାତୀୟ ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟରେ ଭାଗନେବା ପାଇଁ ମୋନନିତ ହୋଇଛି। ମାଲାକନଗିରି କ୍ରୀଡା ଛାତ୍ରାବସରେ ରହି ଭଲିବଲ ତାଲିମ ନେଉଥିବା ଛାତ୍ରୀ ସିରିସା କାରାମୀ (୧୬) ରାଜ୍ୟ ଓ ଜାତୀୟ ସ୍ତରରେ ଖେଳି ଅନେକ ସୁନାମ ଅର୍ଜନ କଲାପରେ ସେ ଆସନ୍ତା ଅଗଷ୍ଟ ମାସରେ ଚୀନ ଠାରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଖିଳିବା ପାଇଁ ଆସନ୍ତା ୨୩ ତାରିଖରୁ ଦୁଇମାସ ପର୍ଯ୍ୟନ୍ତ ଔରାଙ୍ଗବାଦ ଠାରେ ତାଲିମ ନେବେ, ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ଶିରିଷା…

"ଚିନ୍ ରେ ଅନୁଷ୍ଠିତ ଜାତୀୟ ଭଲି ବଲ ମ୍ୟାଚରେ ଭାଗ ନେଉଥିବା ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ସିରିସାକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ସସସ୍ଥ ଖର୍ଚ୍ଚ ବହନ କରିବ ସରକାର"