ମାଲକାନଗିରି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମତ୍ସ୍ୟ ଓ କୃମ ଅବତାର

ମାଲକାନଗିରି, ୧୫ା୭ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରୁ ଗତକାଲି ବାହାରି ପବିତ୍ର ଘୋଷ ଯାତ୍ରାରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିଥିଲେ। ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ମନ୍ଦିରର ବଡପଣ୍ଡା ମୁଖ୍ୟ ପୂଜାରୀ କୃଷ୍ଣଚନ୍ଦ୍ର ନନ୍ଦ ଓ ପୂଜକ ସନ୍ତୋଷ କୁମାର ନନ୍ଦ ଚତୁର୍ଦ୍ଦା ମୂର୍ତ୍ତିଙ୍କ ସକାଳ ସ୍ନାନ, ନୀତି ରୀତି, ଆଳତୀ ସାରିବା ପରେ ଶ୍ରୀଜୀଉଙ୍କୁ ମତ୍ସ୍ୟ ଓ କୃମ ଅବତାରରେ ସଜ୍ଜିତ କରି ପୂଜା କରିଥିଲେ। ବର୍ଷା ହେବା ସ୍ବତ୍ତ୍ୱେ ରାତ୍ର ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ତିନି ଠାକୁରଙ୍କ ମତ୍ସ୍ୟ କୃମ ଅବତାରର ଦୃଶ୍ୟ ଆଖି ଭରି ଦେଖିଥିଲ। ମନ୍ଦିର…

"ମାଲକାନଗିରି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମତ୍ସ୍ୟ ଓ କୃମ ଅବତାର"

ଚିତ୍ରକୋଣ୍ଡା ପୁଲିସକୁ ସଫଳତା, ୧୦କ୍ୱିଣ୍ଟାଲ ଗଞ୍ଜେଇ ସହ କଣ୍ଟେନର ଗାଡି ଜବତ, ତିନିଜଣ ଗିରଫ

ମାଲକାନଗିରି, ୧୫ା୭ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ଜିଲ୍ଲାର ବିଭିନ୍ନସ୍ଥାନରେ ଚୋରା ଗଞ୍ଜେଇ ଚାଲାଣ କାରିଙ୍କ ଉପରେ ଚଢାଉ ଚଳାଇଛନ୍ତି, ଆଜି ଚିତ୍ରକୋଣ୍ଡା ଥାନାପୁଲିସକୁ ବଡଧରଣର ସଫଳତା ମିଳିଛି। ଆଜି ଭୋରୁ ପେଟ୍ରୋଲିଂ କରୁଥିବା ସମୟରେ ଆନ୍ଧ୍ର ପ୍ରଦେଶ ଦାରାକୋଣ୍ଡା ଅଞ୍ଚଳରୁ ବହୁପରିମାଣର ଗଞ୍ଜେଇ ଏକ କଣ୍ଟେନର ଗାଡିରେ ବୋଝେଇ ହୋଇ ଆସୁଥିବାର ଖବର ପାଇଥିଲେ। ଚିତ୍ରକୋଣ୍ଡା ଥାନା ଆଇଆଇସି ଅଜିତ କୁମାର ସ୍ବାଇଁ ଙ୍କ ନେତୃତ୍ୱରେ ପୁଲିସସଦଳବଳ ରାଜଲକୋଣ୍ଡା ଚେକଗେଟ ନିକଟରେ ଜଗିରହିଥିଲେ। ଉକ୍ତ ଗାଡିଟି ସେଠାରେ ପହଁଚିବା ପରେ ଗାଡିଟିକୁ ଗୋଡାଇ ଧରିଥିଲେ। ଗାଡି ଅଟକାଇ ଜାଞ୍ଚ କରିବାରୁ ଗାଡି ଡାଲା ମଧ୍ୟରୁ…

"ଚିତ୍ରକୋଣ୍ଡା ପୁଲିସକୁ ସଫଳତା, ୧୦କ୍ୱିଣ୍ଟାଲ ଗଞ୍ଜେଇ ସହ କଣ୍ଟେନର ଗାଡି ଜବତ, ତିନିଜଣ ଗିରଫ"

ମାଲକାନଗିରି ଘୋଷଯାତ୍ରାରେ ଜିଲ୍ଲାପାଳ ଛେରାପହଁରା କଲେ

ମାଲକାନଗିରି, ୧୪ା୭ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ରଥ ଯାତ୍ରା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଜିଲ୍ଲାସଦର ମହକୁମା ଠାରେ ଥିବା ଶ୍ରୀ ଜଗନ୍ନାଥମନ୍ଦିର ରେ ସକାଳେ ଠାକୁରଙ୍କ ନୀତିରୀତି ପରେ ଅନ୍ନ ଭୋଗ ସରିବା ପରେ ଶ୍ରୀଜିଉଙ୍କ ରଥ ପ୍ରତିଷ୍ଠା ହୋଇଥିଲା। ଅପରାହ୍ନରେ ଘଣ୍ଟ, ଶଙ୍ଖ, କାହାଳି, ମୃଦଙ୍ଗ ବାଜାର ତାଳେ ତାଳେ ସେବାୟତ ମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥଉପରକୁ ନେଇବାପରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ରାଜା ପଗଡି ପିନ୍ଧି ହାତରେ ସୁନା ଝାଡୁ ଧରି ଛେରା ପହଁରା କରିଥିଲେ। ଛେରାପହଁରା ପରେ ରଥାଋଡ ଶ୍ରୀଜିଉଙ୍କୁ ରାଜ ପୌରହିତ…

"ମାଲକାନଗିରି ଘୋଷଯାତ୍ରାରେ ଜିଲ୍ଲାପାଳ ଛେରାପହଁରା କଲେ"

ଦୁର୍ଗମଅଚଂଳ ରେ ଯନ୍ତ୍ରଣା ଭୋଗୁଥିବା ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ମାନବିକତାର ପରିଚୟ ଦେଖାଇଲେ ଜବାନ

ମାଲକାନଗିରି,୧୩ା୭ (ଓଡିା ପୁଅ ) ଚୋର,ଡକାଏତ,ଗୁଣ୍ଡା ବଦମାସ, ମାଓବାଦୀ ମାନଙ୍କୁ ଦମନକରି ଶନ୍ତିଶୃଙ୍ଖଳା ପ୍ରତିଷ୍ଟା ପାଇଁ ସେମାନେ ନିଷ୍ଟୁର ହୋଇପାରନ୍ତି ହେଲେ କୌଣସି ରୋଗ ଗସ୍ତ ପରିବାର କି ନିରିହ ଜନସାଧାରଣ ଙ୍କ ପାଇଁ  ସରଳ ପାଲଟି ସେମାନଙ୍କ ନିକଟରେ ଦେବଦୂତ ପରି ହାଜର ହୋଇ ଯାଇଥାନ୍ତି ଏହି ଜବାନ ମାନେ । ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ କୋଣ୍ଡାଗାଁ ଜିଲ୍ଲାସ୍ଥ ମାଓପ୍ରବଣ ଖୋର୍ସା ଗ୍ରାମରେ । ସେହି ଗ୍ରମର  ଶଙ୍କର ନାମକ ୬୦ବର୍ଷର ବୃଦ୍ଧ ଙ୍କ ହଟାତ ଛାତି ଯନ୍ତ୍ରଣା ହେବା ଦେଖି ତାଙ୍କୁ ଦୁର୍ଗମ ପାହଡ ଇଲାରୁ ଉଦ୍ଧାର କରି ଡାକ୍ତର ଖାନାନେଇ ଚିକିତ୍ସା କରିବା ଘଟଣା…

"ଦୁର୍ଗମଅଚଂଳ ରେ ଯନ୍ତ୍ରଣା ଭୋଗୁଥିବା ବୃଦ୍ଧଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇ ମାନବିକତାର ପରିଚୟ ଦେଖାଇଲେ ଜବାନ"

ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ସ୍ୱାଗତ ଜଣାଇଲେ ବରିଷ୍ଟ କଂଗ୍ରେସ ନେତା, ପ୍ରଥମେ ମାଟି,ପରେ ଜାତି ତାପରେ ପାର୍ଟୀ କହିଲେ

ମାଲକାନଗିରି,୧୩ା୭ (ଓଡିଆ ପୁଅ )  ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରି ସଭାପତି ଓ ଜିଲ୍ଲାକଂଗ୍ରେସ ଦଳ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଗତ ତନିଦିନହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇ ଅସ୍ଥାୟୀ ବିଦ୍ୟାଳୟ ଖୋଲି ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିବା ବେଳେ  ଅନ୍ୟପଟେ ସେହି ଦଳର ବରିଷ୍ଟ ନେତା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ୱାଗତ ଜଣାଇ ବା ଘଟଣା କଂଗ୍ରସଦଳ ରେ ଗୋଷ୍ଟିକନ୍ଦଳ କୁ ପଦାରେ ପକାଇଛି , ଦୁଇହଜାର ପିଲା ଶିକ୍ଷାଦାନରୁ ବଚିଂତ ହେବା ଓ ୫ଦଫା ଦାବିପୁରଣ ନେଇ ମାଲାକନଗିରି ଜିଲ୍ଲାକଂଗ୍ରେସ ଦଳ ପକ୍ଷରୁ ପିସିସି କାର୍ଯ୍ୟକାରି ସଭାପତି ପ୍ରଦୀପ ମାଝୀ ଓ ଜିଲ୍ଲାସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ  ଗତ୧୦ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ…

"ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ସ୍ୱାଗତ ଜଣାଇଲେ ବରିଷ୍ଟ କଂଗ୍ରେସ ନେତା, ପ୍ରଥମେ ମାଟି,ପରେ ଜାତି ତାପରେ ପାର୍ଟୀ କହିଲେ"

ମାଲକାନଗିରି ଜିଲ୍ଲାସ୍ତରୀୟ କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ

ମାଲକାନଗିରି, ୧୩ା ୭ (ଓଡିଆ ପୁଅ ) ଆନ୍ଦ୍ର ଓଡିଶା ସିମାନ୍ତ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମବୀର ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଆଡମ୍ବର ସହକାରେ ହୋଇଯାଇଛି । ଓଡିଆ ଭାଷା କଳାସଂସ୍କୃତି ଜାଗରଣ ଅଭିଯାନ ଉତ୍କଳ ଓ ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲାଶାଖା ର ମିଳିତ ଆନୁକୁଲ୍ୟରେ ଘଡାଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟ ର ପରିଚାଳନା ନିର୍ଦ୍ଦେଶକ ସୁରେଶଚନ୍ଦ୍ର ଘଡାଇଙ୍କ ଅଧ୍ୟକ୍ଷତାରେ କର୍ମବୀର ଗୌରୀଶଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥିଭାବେ ଅଧ୍ୟାପକ ଡଃ ରଜଂନକୁମାର ସ୍ୱାଇଁ ,ମୁଖ୍ୟବକ୍ତାଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ସମ୍ମାନିତ ଅତିଥିଭାବେ ଓଡିଆ…

"ମାଲକାନଗିରି ଜିଲ୍ଲାସ୍ତରୀୟ କର୍ମବୀର ଗୌରୀଶଙ୍କର ରାୟ ଜୟନ୍ତୀ"

ଗୁରୁପ୍ରୀୟା ସେତୁ ସ୍ଥଳ ପରିଦର୍ଶନ କରି ପରିସ୍ଥିତି ପରଖିଲେ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ଓ ପୁର୍ତବିଭାଗ ସଚିବ

ମାଲକାନଗିରି,୧୩ା୭ (ଓଡିଆ ପୁଅ )  ଚିତ୍ରକୋଣ୍ଡା ବିଛିନ୍ନାଚଂଳ କୁ ସ୍ଥଳପଥରେ ଗମନା ଗମନର ସୁବିଧା ପାଇଁ ଗୁରୁପ୍ରୀୟା ସେତୁ ଗୁରପ୍ରୀୟା ନଦୀ ଉପରେ ନିର୍ମାଣ ସରିଛି,ବିଛିନ୍ନାଚଂଳର ଲାଇଫ ଲାଇନ କୁହାଯାଇଥିବା ଗୁରୁପ୍ରୀୟା ସେତୁକୁ ଆସନ୍ତା ୧୮ତାରିଖରେ ମୁଖ୍ୟମନ୍ତ୍ରୀ ଉଦଗାଟନ କରିବେ । ସେତୁ ଉଦଘାଟନ ପୁର୍ବରୁ ଏହାର ସ୍ଥିତି ପରଖିବା ପାଇଁ  ଆଜି ରାଜ୍ୟ କ୍ରୀଡା ଯୁବବ୍ୟାପାର (ଆଇଟି)ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଓ ରାଜ୍ୟ ପୁର୍ତ୍ତବିଭାଗ ସଚିବ ନଳିନୀ ପ୍ରଧାନ  ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଗୁରୁପ୍ରୀୟା ସେତୁ ସ୍ଥଳରେ ପହଁଚି  ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନସାଧରଣଙ୍କ ସହିତ ଆଲୋଚନା କରିଥିଲେ । ପ୍ରବଳ ବର୍ଷାହେବା  ସ୍ୱତ୍ୟେ ଛତାଧିର ମନ୍ତ୍ରୀ ଶ୍ରୀ ବେହେରା ଓ ସଚିବ…

"ଗୁରୁପ୍ରୀୟା ସେତୁ ସ୍ଥଳ ପରିଦର୍ଶନ କରି ପରିସ୍ଥିତି ପରଖିଲେ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ଓ ପୁର୍ତବିଭାଗ ସଚିବ"

ଏଆଇସିସି ଯୁବ ଉପସଭାପତିଙ୍କ ମାଲକାନଗିରି ଗସ୍ତ, କଂଗ୍ରେସଦଳର ଅସ୍ଥାୟୀ ବିଦ୍ୟାଳୟ ସ୍ଥଗିତ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୧୮ ତାରିଖରେ ଚିତ୍ରକୋଣ୍ଡା ବନ୍ଦ ଡାକରା

ମାଲକାନଗିରି, ୧୨ା୭(ଓଡିଆ ପୁଅ) ସର୍ବ ଭାରତୀୟ ଯୁବ କଂଗ୍ରେସ ଉପ ସଭାପତି ଭି.ଶ୍ରୀନିବାସ ଓ ସଂପାଦକ ପୂର୍ଣ୍ଣ ଚନ୍ଦ୍ର ପାଢୀ ଆଜି ମାଲକାନଗିରି ଗସ୍ତକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ ଦଳର ପକ୍ଷରୁ ଗତ ତିନି ଦିନ ଧରି ଚାଲିଥିବା ଅସ୍ଥାୟୀ ବିଦ୍ୟାଳୟ ଓ କଂଗ୍ରେସ କର୍ମୀଙ୍କ ଧାରଣା ସ୍ଥଳ ପରିଦର୍ଶନ କରିଥିଲେ। ସରକାରି ଶିକ୍ଷାଦାନରୁ ବଞ୍ଚିତ ହୋଇ ଅସ୍ଥାୟୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଶତାଧିକ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଜିଲ୍ଲା କଂଗ୍ରେସ ଦଳର ୫ ଦଫା ଦାବି ପୂରଣ କରିବା ଓ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା ଦୁଇ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ହରିଜନ ଗରିବ ଛାତ୍ରଛାତ୍ରୀଙ୍କୁ…

"ଏଆଇସିସି ଯୁବ ଉପସଭାପତିଙ୍କ ମାଲକାନଗିରି ଗସ୍ତ, କଂଗ୍ରେସଦଳର ଅସ୍ଥାୟୀ ବିଦ୍ୟାଳୟ ସ୍ଥଗିତ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ୧୮ ତାରିଖରେ ଚିତ୍ରକୋଣ୍ଡା ବନ୍ଦ ଡାକରା"

ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ଗୀତ କୁଡିଆ ପ୍ରତିଯୋଗୀତା

ମାଲକାନଗିରି, ୧୧ା୭ (ଓଡିଆ ପୁଅ) ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କଳାସଂସ୍କୃତି, ଲୋକଗୀତ ଗୁଡିକୁ ଧିରେ ଧିରେ ଲୋପପାଇ ଯାଉଥିବା ବେଳେ ଏହାକୁ ଲୋକ ଲୋଚନାକୁ ଆଣି ଦେଶଦୁନିଆ ରେ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ଜିଲ୍ଲା ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାସ୍ତରୀୟ ଚଇତପର୍ବ ସାଙ୍କୁଡି ଗୀତ ଓ ଗୀତକୁଡିଆ ପ୍ରତି ଯୋଗୀତା କରାଯାଇଛି।ମାଲକାନଗିରି ବ୍ଲକସ୍ଥ ବିରଲକ୍ଷ୍ମଣପୁର ଗ୍ରାମରେ ଜିଲ୍ଲାଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନର ସଭାପତି ନାଟଗୁରୁ ଅନାଦି କଡା ଙ୍କ ଅଧ୍ୟକ୍ଷତାରେ ଗୀତକୁଡିଆ ପ୍ରତି ଯୋଗୀତାର ଆୟୋଜନ କରା ଯାଇଥିଲା। ଏହି ପ୍ରତି ଯୋଗୀତାରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଚଇତିପର୍ବ ଓ ଗୀତକୁଡିଆ ଗାୟକମାନେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ବିଜେତା…

"ଦେଶିଆ ନାଟଗୁରୁ ସାଂସ୍କୃତିକ ସଂଗଠନ ପକ୍ଷରୁ ଗୀତ କୁଡିଆ ପ୍ରତିଯୋଗୀତା"

ମାଲକାନଗିରି ଜିଲ୍ଲା ପରିଷଦ ବୈଠକ, କୃଷି, ସ୍ବାସ୍ଥ୍ୟ, ରାସ୍ତା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗରୁତ୍ବ

ମାଲକାନଗିରି, ୧୧ା୭ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ପରିଷଦର ବୈଠକ ସ୍ଥାନିୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ପୁର୍ବ ବୈଠକର ବିବରଣୀ ଅନୁମୋଦନ କରାଯାଇ ଜିଲ୍ଲାରେ ଚାଷିମାନଙ୍କ ପାଇଁ କୃଷି ବିଭାଗ ପକ୍ଷରୁ ଠିକ ସମୟରେ ଧାନବିହନ, ସାର ଯୋଗାଇ ଦିଆ ଯାଉନଥିବାରୁ ଚାଷିମାନେ ଠିକ ଭାବେ ଚାଷକାର୍ଯ୍ୟ ଆରମ୍ଭ କରିପାରି ନାହାଁନ୍ତି। ଜିଲ୍ଲାକୁ ୪ହଜାର କୁଇଁଟାଲ ଧାନବିହନର ଆବଶ୍ୟକଥିବା ସ୍ଥଳରେ ମାତ୍ର ୧ହଜାର କୁଇଁଟାଲ ଚାଷୀଙ୍କୁ ଦିଆ ଯାଇଛି। ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ, ଜିଲ୍ଲା କୃଷି ବିଭାଗର ଅପାରଗତା ପାଇଁ ମାଲକାନଗିରି ଜିଲ୍ଲାର ଚାଷୀମାନେ ଠିକ…

"ମାଲକାନଗିରି ଜିଲ୍ଲା ପରିଷଦ ବୈଠକ, କୃଷି, ସ୍ବାସ୍ଥ୍ୟ, ରାସ୍ତା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗରୁତ୍ବ"