ପ୍ରଦୂଷଣର ବିଷ ବଳୟରେ କଲୁଂଗା ଶିଳ୍ପାଞ୍ଚଳ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ପତ୍ରର ସବୁଜ ରଂଗ କଳା ହୋଇଗଲାଣି, ପ୍ରାକୃତ୍ତିକ ଜଳଉଛ ତଥା ନାଳରେ କାରଖାନାର ବର୍ଜ୍ୟଜଳ ପ୍ରବାହିତ ହେଉଛି ଯାହାଫଳରେ ଚାଷ ଉଜୁଡିବା ସହିତ ଗୃହପାଳିତ ପଶୁ ମୃତ୍ୟୁମୁଖରେ ପଡୁଛନ୍ତି ହେଲେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଦିଶୁନି। ଶିଳ୍ପସମୃନ୍ଧ ସୁନ୍ଦରଗଡ ଜିଲ୍ଲାର ସର୍ବପୁରାତନ ଶିଳ୍ପାଞ୍ଚଳ କଲୁଂଗା ଅଞ୍ଚଳରେ ଗତ ତିନି ଦଶନ୍ଧି ମଧ୍ୟରେ ଅନେକ ଶିଳ୍ପ କାରଖାନା ଗଢି ଉଠିଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ଏହାର ଆଖପାଖରେ ରହୁଥିବା ଗ୍ରାମବାସୀ ମାନେ ପ୍ରଦୂଷଣର ବିଷ ବଳୟରେ ରହିବାକୁ ବାଧ୍ୟ ହେଉଛନ୍ତି। କଲୁଂଗା ଶିଳ୍ପାଞ୍ଚଳରେ ଥବା ଅନେକ ଶିଳ୍ପକାରଖାନା ପ୍ରଦୂଷଣ ବିଭାଗର ନିତିନିୟମକୁ ଖୋଲାଖୋଲି ଉଂଲଘନ କରିଚାଲିଥିବାରୁ ଆଖପାଖରେ ବାସ କରୁଥିବା…

"ପ୍ରଦୂଷଣର ବିଷ ବଳୟରେ କଲୁଂଗା ଶିଳ୍ପାଞ୍ଚଳ"

ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) :ବନବିଭାଗ ପକ୍ଷରୁ ଚୋରା କାଠ ଚାଲାଣ ରୋକିବା ଅଭିଯାନ ଜୋରଦାର ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ସୋଲ ରେଂଜ ଅଂଚଳରେ ବିଭାଗୀୟ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ପୁଲିସ ଗାଡ଼ିରେ ଶାଳକାଠ ଚାଲାଣ ଉଦ୍ୟମ ବ୍ୟର୍ଥ୍ୟ ହୋଇଛି। କାଠ ମାଫିଆଙ୍କ ଏଭଳି କଳାକନା ବୁଲାଇବା କୌଶଳ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଗ୍ରାମବାସୀ ଏହି ଗାଡ଼ିକୁ ଅଟକାଇ ବନ ବିଭାଗ ଜିମା ଦେଇଛନ୍ତି। ଗତ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ଏକ ଟାଟା ୯୦୯ ଇଏକ୍ସ ଗାଡ଼ି ଓଡ଼ି ୫ ୱାଇ ୯୬୩୦ରେ ପ୍ରାୟ ୬ରୁ ୭ ଖଣ୍ଡ ଶାଳ ଗଣ୍ଡି ଲୋଡିଂ ହୋଇଥିଲା। ସନ୍ଦେହରେ ଗ୍ରାମବାସୀ…

"ପୁଲିସ ଗାଡ଼ିରେ ଚୋରା କାଠ ଚାଲାଣ!"

ଯୁବ ହଷ୍ଟେଲର ବେଦବ୍ୟାସ ଶିଶୁମେଳା

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଆନୂକୁଲ୍ୟରେ ଶ୍ରୀ ବେଦବ୍ୟାସ ଗୋଶାଳା ସମିତି, ବୈଦିକ ଗୁରୁକୁଳ ଆଶ୍ରମ, ଗୁରୁକୁଳ ସଂସ୍କୁତ ମହାବିଦ୍ୟାଳୟ, ମାନବ ସେବା ସଦନ, ବଡଗାଁ ଆଇ.ଟି.ଆଇ, ସି.ଆଇ.ଟି.ଇ, ଏନ.ଆଇ.ଟି ର ମିଳିତ ସହଯୋଗ ରେ ଆସନ୍ତା ଫେବୃଆରୀ ୩ତାରିଖରୁ ୪ ତାରିଖ ବେଦ୍ୟାବାସ ଶିଶୁ ମେଳା ସ୍ଥାନୀୟ ବୈଦିକ ଗୁରୁକୁଳ ଆଶ୍ରମରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସୁନ୍ଦରଗଡ ବିଭିନ୍ନ ଆଶ୍ରମରୁ ୧୦୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗଦାନ କରିବେ। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ଶିଶୁ ସମାବେଶ, ଯୁବ ପ୍ରଶିକ୍ଷଣ ଶିବିର, କ୍ରିଡା, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ଜାତୀୟ ଏକତା ଶିବିର, ସାଂସ୍କୁତିକ କାର୍ଯ୍ୟକ୍ରମ ଅନୂଷ୍ଠିତ…

"ଯୁବ ହଷ୍ଟେଲର ବେଦବ୍ୟାସ ଶିଶୁମେଳା"

ଉଦ୍ ଯାପିତ ହେଲା ସୁନ୍ଦରଗଡ଼ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ଯତରା’

ସୁନ୍ଦରଗଡ଼, ୩୧/୧(ଓଡ଼ିଆ ପୁଅ/ଶିବରାମ ପାତ୍ର): ସୁନ୍ଦରଗଡ଼ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ଯତରା ଗତ ମଙ୍ଗଳବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ସୁନ୍ଦରଗଡ଼ ଏସପି ପିନାକ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉତ୍ସବ ମାଧ୍ୟମରେ କଳା, ସଂସ୍କୃତି ସହ ଲୁକାୟିତ ପ୍ରତିଭାର ବିକାଶ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ। ସ୍ମାର୍ଟ ସିଟି କମିଶନର ରଶ୍ମିତା ପଣ୍ଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ବଣାଇଁ ଉପଜିଲ୍ଲାପାଳ ସ୍ୱାଧାଦେବ ସିଂ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା…

"ଉଦ୍ ଯାପିତ ହେଲା ସୁନ୍ଦରଗଡ଼ ଜିଲ୍ଲା ସାଂସ୍କୃତିକ ମହୋତ୍ସବ ‘ଯତରା’"

ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ସଭ୍ୟପଦ ହରାଇଲେ

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ସଙ୍କଟରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ନିର୍ବାଚନ ଅନିୟମିତତାରେ ତାଙ୍କ ସଭ୍ୟପଦକୁ ଗତ ମଙ୍ଗଳବାର ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି। ଏଥିସହ ତାଙ୍କ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରିଛନ୍ତି। ପରାଜିତ ପ୍ରାର୍ଥୀ ସହଦେବ ଖାଖା ଓ ଜଣେ ଭୋଟର ଅଜୟ ପଟେଲଙ୍କ ପକ୍ଷରୁ ଆଗତ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ବିଚାର ପତି ବିକେ ନାୟକ ଏହି ରାୟ ପ୍ରଦାନ କରିଛନ୍ତି। ଅପରପକ୍ଷରେ ଊକ୍ତ ନିର୍ବାଚନର ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପାଇଁ କରାଯାଇଥିବା ନିବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରି ଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ବିଧାୟକ ଶ୍ରୀ ସିଂ ତାଙ୍କ ପଦ…

"ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ସଭ୍ୟପଦ ହରାଇଲେ"

ଆରଜିଏଚରେ ଝାଡ଼ଖଣ୍ଡ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସରକାରୀ ଡାକ୍ତରଖାନାରେ ଗତ ମଙ୍ଗଳବାର ଉତ୍ତେଜନା ପ୍ରକାଶ ପାଇଥିଲା। ଝାଡଖଣ୍ଡରୁ ରେଫର ହୋଇ ଆସିଥିବା ଜଣେ ରୋଗୀଙ୍କୁ ଡାକ୍ତର କେବଳ ଗ୍ୟାସ ବଟିକା ଦେଇ ଫେରାଇ ଦେଇଥିଲେ। ଏନେଇ ସନ୍ଦେହ ହେବାରୁ ରୋଗୀ ଜଣଙ୍କ ଅନ୍ୟ ଜରେ ଡାକ୍ତରଙ୍କୁ ନିଜ ରୋଗ ବିଷୟରେ କହିଥିଲେ। ସମ୍ପୃକ୍ତ ଡାକ୍ତର ରୋଗୀଙ୍କୁ ଅଲଟ୍ରା ସାଉଣ୍ଡ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ମହିଳାଙ୍କ ଗର୍ଭାଶୟରେ ସମସ୍ୟା ଥିବା ଜଣାପଡ଼ିଥିଲା। ଏନେଇ ସିଏମଙ୍କ ନିକଟରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଝାଡଖଣ୍ଡ ସିମଡେଗାର ଗୀତା ଦେବୀ(୪୩) ଗତ ଏକମାସ ହେବ ପେଟରେ ଯନ୍ତ୍ରଣା ହେଉଥିଲା। ଏନେଇ ସେ ସିମଡେଗାରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସିତ…

"ଆରଜିଏଚରେ ଝାଡ଼ଖଣ୍ଡ ରୋଗୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ"

ଆରଏସ୍ ପିର ୧୮ ଅଧିକାରୀ ପାଇଲେ ଜବାହାର ପୁରସ୍କାର

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଚଳିତ ବର୍ଷ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ୧୮ ଜଣ ଅଧିକାରୀ ମର୍ଯ୍ୟାଦାଜନକ ଜବାହାର ପୁରସ୍କାର ପ୍ରାପ୍ତ କରି ଆରଏସପି ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି। ସେମାନଙ୍କ କାର୍ଯ୍ୟ ଅଂଚଳରେ ବିଶେଷ କାର୍ଯ୍ୟ ସମ୍ପାଦନ, ଉତ୍ପାଦନ, ଉତ୍ପାଦକତା, ରକ୍ଷଣବେକ୍ଷଣ, ସେବା, ଗୁଣବତ୍ତା, ବ୍ୟୟ ହ୍ରାସ, ଓ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ସ୍ୱୀକୃତି ସ୍ୱରୂପ ମର୍ଯ୍ୟାଦାଜନକ ଜବାହାର ପୁରସ୍କାର ମିଳିଛି। ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱୀନୀ କୁମାର ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଗତ ଜାନୁଆରୀ ୨୭ ତାରିଖରେ ଆୟୋଜିତ ଏକ ପୁରସ୍କାର ବିତରଣୀ ଉତ୍ସବରେ ଉକ୍ତ ପୁରସ୍କାର ସେମାନଙ୍କୁ ବିତରଣ କରିଥିଲେ।…

"ଆରଏସ୍ ପିର ୧୮ ଅଧିକାରୀ ପାଇଲେ ଜବାହାର ପୁରସ୍କାର"

ଅଧିକାରୀଙ୍କ ପିସି ମୋହ ନେବ ଠିକାଦାରଙ୍କ ଜୀବନ !

ରାଉରକେଲା ୧-୨(ଓଡ଼ିଆ ପୁଅ/ଶିବରାମ ପାତ୍ର): ଜନସ୍ୱାସ୍ଥ୍ୟ ବିଭାଗର ଏକ ଅଂଶ ବିଶେଷ ରୁପେ ସୋରେଜ ବୋର୍ଡ ଗତ ୨ ବର୍ଷରୁ ସହରରେ ତାର କାର୍ଯ୍ୟକଳାପ ଆରମ୍ଭ କରିଥିଲେ ହେଁ ଦୁର୍ନିତୀକୁ ମୁଳ ମନ୍ତ୍ର ଭାବେ ଚୟନ କରିନେଇଥିବା କିଛି ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ଅସାଧୁ ମେଣ୍ଟ ଯୋଗୁ ରାଉରକେଲା ସହରବାସୀଙ୍କ ପାଇଁ ଏହା ଏବେ କୈାଣସି ଯମ ଯନ୍ତ୍ରଣାରୁ କମ ନୁହେଁ ତାହା ସହଯେ ଅନୁମେୟ। ଗୋଟିଏ ପଟେ ସୋରେଜ କାମ ଯୋଗୁ ସହରର ବିଭିନ୍ନ ଅଞ୍ଚଳର ରାସ୍ତା ଏବେ ଖାଲଖମାରେ ପରିଣତ ହୋଇଥିଲା ବେଳେ ସର୍ବଦା ଧୁଳିର ଏକ ଆସ୍ତରଣ ଓ ଅବା‚ିତ ଦୁର୍ଘଟଣା ବାସିନ୍ଦାଙ୍କୁ ଅତିଷ୍ଠ କଲାଣି। ତ ଅପରପକ୍ଷେ ମୁନାଫାଖୋର…

"ଅଧିକାରୀଙ୍କ ପିସି ମୋହ ନେବ ଠିକାଦାରଙ୍କ ଜୀବନ !"

ମିତା ପ୍ରଧାନ ଙ୍କ ଅଚିହ୍ନା ଋତୁମହକ ଲୋକାର୍ପିତ

ରାଉରକେଲା ୩୧-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): କଲଚରାଲ ଆକାଡେମୀ ପରିସରରେ ଓଡିଆ ଭାଷା ବିକାଶ ମଂଚର ଆବାହକତ୍ୱରେ ଶ୍ରୀମତୀ ମିତା ପ୍ରାଧାନଙ୍କ ଅଚିହ୍ୱାଋତୁର ମହକ କାବ୍ୟ ପୁସ୍ତକର ଲୋକାର୍ପଣ ସହିତ କାବ୍ୟସନ୍ଧ୍ୟା ଓଦ୍ୟାପିତ ହୋଇଯାଇଛି। ଓଡିଆ ଭାଷା ବିକାଶ ମଂଚର ସାଧାରଣ ସଂପାଦକ ଆର୍ତତ୍ରାଣ ମହାପାତ୍ର ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥି ମାନଙ୍କୁ ସ୍ୱାଗତ କରି ନବ୍ୟଲେଖିକା ମାନଙ୍କର ପ୍ରଗତିଶୀଳ ସାହିତ୍ୟିକ ଉତରଣ ନିମନ୍ତେ ଓଡିଆଭାଷା ବିକାଶ ମଂଚର ଭୂମିକା ସଂପର୍କରେ ଆଲୋକପାତ କରି ଆନ୍ତର୍ଜାତିକ ପ୍ରଗତିଶୀଳ ସାହିତ୍ୟର ଧ୍ୱନି ଓ ପ୍ରତିଧ୍ୱନି ଶୀର୍ଷକ ଆଲୋଚନା ଉପସ୍ଥାପନ କରି ଓଡିଆ ପ୍ରଗତିଶୀଳ ଶ୍ରେଷ୍ଠ ସାହିତ୍ୟିକ କୃତିତ୍ୱ ଗୁଡିକ ସଂପର୍କରେ ଆଲୋକପାତ କରିଥିଲେ। ଡକ୍ଟର ନଗେନ ଦାସ…

"ମିତା ପ୍ରଧାନ ଙ୍କ ଅଚିହ୍ନା ଋତୁମହକ ଲୋକାର୍ପିତ"

ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଂଘ ନିର୍ବାଚନ ବିଜେପି ସମର୍ଥିତ ଟ୍ରେଡ଼ ୟୁନିୟନର ବାଜିମାତ

ରାଉରକେଲା ୩୧-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନାର ଟ୍ରେଡ଼ ୟୁନିୟନ ସ୍ୱୀକୃତୀ ୟୁନିୟନ ନିର୍ବାଚନ ଶାନ୍ତଶୃଖଂଳାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ ୮ଟି ୟୁନିୟନ ଅଂଶ ଗ୍ରହଣ କରିଥିଲେ। ଏହି ନିର୍ବାଚନ ଆରଏସପି ପରିସର ଭିତରେ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ୧୪ଟି ବୁଥରେ ଆୟୋଜନ କରାଯାଇଥିଲା। ଆରଏସପି କର୍ମଚାରୀ ମାନେ ଆଗ୍ରହର ସହିତ ନିଜ ନିଜର ମତ ରଖିଥିଲେ। ନିର୍ବାଚନକୁ ଦୃଷ୍ଟିରେ ଆରଏସପିରେ ମୁତୟନ ରତ ସିଆଇଏସଏଫ ଯବାନ ମାନଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା। ଅପରପକ୍ଷରେ ରାଉରକେଲା ପୁଲିସ ପକ୍ଷରୁ ଆରଏସପି ପରିସର ବାହାରେ ପୁଲିସ ବ୍ୟବସ୍ଥାକୁ ସୁଦୃଢ କରାଯାଇଥିଲା। ଯେପରି କୌଣସି ଅପ୍ରିତୀକର ପରିସ୍ଥିତି…

"ରାଉରକେଲା ଇସ୍ପାତ କାରଖାନା ଶ୍ରମିକ ସଂଘ ନିର୍ବାଚନ ବିଜେପି ସମର୍ଥିତ ଟ୍ରେଡ଼ ୟୁନିୟନର ବାଜିମାତ"