ସହରତଳି ଗ୍ରାମରେ ବଢୁଛି ଦେଶୀମଦ କାରବାର

ରାଉରକେଲା ୩୧-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦକ୍ଷିଣ ରାଉରକେଲା ଅର୍ନ୍ତଗତ ଜଲଦା, ଧରମଡିହି, ଅସୁରଛପଲ, ନବକୃଷ୍ଣନଗର, ଡଲାକୁଦର, ମନକୋ, ମୁଣ୍ଡାଯୋର, ରାମଯୋଡ଼ି ଆଦି ଅଂଚଳରେ ଥିବା କିଛି ନିର୍ଦ୍ଧିଷ୍ଟ ବସ୍ତିରେ ଦେଶୀମଦ କୁଟୀର ଶିଳ୍ପରେ ପରିଣତ ହୋଇଛି। ଏହି ମଦ କାରବାର କରି କିଛି ବ୍ୟକ୍ତି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ, ଅପରପକ୍ଷରେ ଏହି କାରବାର ପାଇଁ ପୁଲିସକୁ ମାସିକିଆ ମୋଟା ଅଙ୍କର ବଟି ଦେଉଥିବା ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ବାରମ୍ବାର ବିଭିନ୍ନ ବସ୍ତିରେ ମଦକାରବାର ହେଉଥିବା ସ୍ଥାନୀୟ ଥାନାରେ ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯାଉଥିଲେ ସୁଦ୍ଧା ପୁଲିସ ତଥା ଅବକାରୀ ବିଭାଗ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ…

"ସହରତଳି ଗ୍ରାମରେ ବଢୁଛି ଦେଶୀମଦ କାରବାର"

୨୦ ଦଫା ଦାବି ନେଇ ବିଜେପିର ଧାରଣା

ରାଉରକେଲା ୩୧-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଜ୍ୟ ସରକାରଙ୍କ ଠାରୁ ଜନସାଧାରଣ ହକ ପ୍ରଦାନ କରାଯିବା ପାଇଁ ଗତକାଲି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ପାରିଜାତ କାନନ ଠାରେ ଶତାଧିକ ଦଳୀୟ କର୍ମୀ ଏକତ୍ରୀତ ହୋଇ ବିଭିନ୍ନ ସ୍ଲୋଗାନ ଦେବା ସହ ଏକ ମଟର ସାଇକେଲ ରାଲିରେ ସହର ପରିକ୍ରମା କରିଥିଲେ। ଷ୍ଟାଡ଼ିୟମ ଛକ ନିକଟସ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ପରେ ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ସଭାପତି ବଟ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ ବିଜେପି…

"୨୦ ଦଫା ଦାବି ନେଇ ବିଜେପିର ଧାରଣା"

ଖଣି ଖୋଲିବା ନେଇ ସିଆଇଟିୟୁର ଆଇନ ଅମାନ୍ୟ ଆନ୍ଦୋଳନ

ରାଉରକେଲା ୩୧-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ମାଇନିଂ ସେକ୍ଟରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜରିମାନା ପୈଠ କରି ନଥିବା ନେଇ ୪ ଚଳନ୍ତି ଖଣିକୁ ବନ୍ଦ କରି ଦିଆଯାଇଛି। ଖଣି ବନ୍ଦ ଯୋଗୁ ହଜାର ହଜାର ଶ୍ରମିକ ଓ ପରିବହନରେ ନିୟୋଜିତ ଥିବା ଶତାଧିକ ଟ୍ରକ ଓ ଡମ୍ପର ମାଲିକ ମାନେ ରୋଜଗାର ହରାଇ ବେକାର ହୋଇ ବସି ରହିବା ଦେଖିବାକୁ ମିଳିଛିୁ। ଏଥିସହ ବିମଳାଗଡ଼ ରେଲୱେ ସାଇଡ଼ିଂକୁ ବନ୍ଦ କରାଯାଇଥିବାରୁ ୨୫ଶହ ଶ୍ରମିକ ବେକାର ହୋଇ ଯାଇଥିବା ଦେଖିବାକୁ ମିଳିଛି। ୨୪୫, ୫୨୦ ନମ୍ବର ରାଜପଥ ୨୦୦୮ରୁ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ସମୂର୍ଣ୍ଣ ହୋଇ ପାରିନାହିଁ। ଏହାକୁ…

"ଖଣି ଖୋଲିବା ନେଇ ସିଆଇଟିୟୁର ଆଇନ ଅମାନ୍ୟ ଆନ୍ଦୋଳନ"

ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସଚେତନ ନାଗରିକ ମଂଚର ଦାବି

ରାଉରକେଲା ୨୬-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ରାଉରକେଲାବାସିଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ରାଉରକେଲା ସଚେତନ ନାଗରିକ ମଂଚ ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ମିନି ଇଣ୍ଡିଆ ରୂପେ ପରିଚିତ ରାଉରକେଲା ସହରର ଜନସାଧାରଣ ସ୍ୱାସ୍ଥ୍ୟସେବା ଉପଲବ୍ଧି କ୍ଷେତ୍ରରେ ଆଶାନୁରୂପକ ଚିକିତ୍ସା ସୁବିଧା ସୁଯୋଗ ପାଇପାରୁ ନଥିବାରୁ ମଂଚର କର୍ମକର୍ତାମାନେ ଉଦ୍ ବେଗ ପ୍ରକାଶ କରିଛନ୍ତି। ଏଠାରେ ଥିବା ସରକାରୀ ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ପୂରଣ ହୋଇପାରି ନଥିବା ବେଳେ ଅନୁରୂପ ଭାବେ ରୋଗୀଙ୍କ ନିମନ୍ତେଆବଶ୍ୟକ ସଂଖ୍ୟକ ଶଯ୍ୟାର ଅଭାବ ତଥା…

"ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସଚେତନ ନାଗରିକ ମଂଚର ଦାବି"

ସଙ୍କଟରେ କାମ କରୁଛନ୍ତି ଶ୍ରମିକ, ମିଳୁନି ସୁରକ୍ଷା ଉପକରଣ!

ରାଉରକେଲା ୧୮-୧(ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପ୍ରତିଦିନ ଶହଶହ ଶ୍ରମିକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। କୋଠାବାଡି ନିର୍ମାଣ, ଉଚ୍ଚ ଅଟ୍ଟାଳିକାରେ ରଙ୍ଗଦିଆ କାର୍ଯ୍ୟ, ବଡ ବଡ଼ ବୃକ୍ଷ ଛେଦନ ଆଦି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଛି। ମାତ୍ର ଏହି ଶ୍ରମିକ ମାନେ ବିଦସଙ୍କୁଳ ଅବସ୍ଥାରେ କାର୍ଯ୍ୟ କରୁଥିବା ଲକ୍ଷ୍ୟ କରାଯାଇଛି। କୋଠାବାଡି କାର୍ଯ୍ୟରେ ଶ୍ରମିକ ମାନଙ୍କୁ ୩୦ରୁ ୩୫ ଫୁଟ ଉଚ୍ଚରେ ରହି କାର୍ଯ୍ୟ କରିବାକୁ ପଡୁଥିବା ବେଳେ, ସେମାନଙ୍କୁ କୌଣସି ସୁରକ୍ଷା ଉପକରଣ ଯେପରି ସେଫ୍ଟି ବେଲ୍ଟ ପ୍ରଦାନ କରାଯାଉନାହିଁ। ତେଣୁ କେତେବେଳେ ଯେ, କ’ଣ ଅଘଟଣ ଘଟିବ ତାହାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସେହିପରି…

"ସଙ୍କଟରେ କାମ କରୁଛନ୍ତି ଶ୍ରମିକ, ମିଳୁନି ସୁରକ୍ଷା ଉପକରଣ!"

ମନ୍ଦିରା ଡ଼୍ୟାମ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ବିକ୍ଷୋଭ

ରାଉରକେଲା ୧୮-୧(ଓଡ଼ିଆ ପୁଅ/ଶିବରାମ ପାତ୍ର): ମନ୍ଦିରା ଡ୍ୟାମ ନିର୍ମାଣ ଯୋଗୁ ଜଳଭଣ୍ଡାରର ଉପରି ମୁଣ୍ଡରେ ଥିବା କୁତ୍ରା ତହସିଲ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଚାଷ ଜମିରେ ବର୍ଷା ଦିନେ ଶଖଂ ନଦୀର ବାଲି ମାଡି ଯାଉଛି। ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଜିଲ୍ଲା ପେସା ଗ୍ରାମସଭା କୋଡିନେସନ କମିଟି ପକ୍ଷରୁ କୁତ୍ରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦେ୍ଦ୍ୟଶରେ ସ୍ଥାନୀୟ ତହସିଲଦାର ସୀତାଦେବୀ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶଂଖ ନଦୀରେ ମନ୍ଦିରା ଡ୍ୟାମ ନିର୍ମାଣ ପରେ ଏହି ଜଳଭଣ୍ଡାରର ଉପରି ମୁଣ୍ଡରେ ଥିବା କୁତ୍ରା ତହସିଲ ଅନ୍ତର୍ଗତ ତରକେରା, ଉଡ଼ରମା,…

"ମନ୍ଦିରା ଡ଼୍ୟାମ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ବିକ୍ଷୋଭ"

ଗାନ୍ଧି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ

ରାଉରକେଲା ୧୮-୧(ଓଡ଼ିଆ ପୁଅ/ଶିବରାମ ପାତ୍ର): ଦେଓଗାଁ ସ୍ଥିତ ଗାନ୍ଧି ମହାବିଦ୍ୟାଳୟରେ ସ୍ମାମୀ ବିବେକାନନ୍ଦଙ୍କ ପବିତ୍ର ଜନ୍ମତିଥିକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମନସ୍ତତ୍ୱ ବିଭାଗର ମୁଖ୍ୟ ଲଲିତ ମୋହନ ଷଡଙ୍ଗୀ, ଅଧ୍ୟାପକ ବିଜୟ ରାୟ ଓ ଅକ୍ଷୟ କୁମାର ଦାସ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ଧୂପଦୀପ ପ୍ରଜ୍ଜଳନ କରି ସମାରୋହକୁ ଆନୁଷ୍ଠାନିକ ଉଦ୍ ଘାଟନ କରିଥିଲେ। ପ୍ରାଧ୍ୟାପକ ଶ୍ରୀ ଷଡଙ୍ଗୀ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଶୃଖଂଳ ଓ ସଂଜମତା କିପରି ସେମାନଙ୍କ ଜୀବନରେ ସତ୍ ପଥ ଅନୁଗାମୀ କରାଇବ ଉଲ୍ଲେଖ କରିଥିଲେ। ଅଧ୍ୟାପକ ରାୟ ଆଗାମୀ ଅନୁଗାମୀ ପିଢି କ’ଣ ଭାବେବିବେକାନନ୍ଦଙ୍କୁ ମନେ ରଖିବେ ବୋଲି ବିଭିନ୍ନ…

"ଗାନ୍ଧି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ"

‘ସ୍ୱର୍ଗତ ବୃନ୍ଦାବନ ସାହୁ ଥିଲେ ଶ୍ରମିକ ଆନ୍ଦୋଳନର ଧୃବତାରା ସଦୃଶ’

ରାଉରକେଲା ୧୮-୧(ଓଡ଼ିଆ ପୁଅ/ଶିବରାମ ପାତ୍ର): ଶ୍ରମିକ ଆନ୍ଦୋଳନର ଧୃବତାରା ସଦୃଶ ସ୍ୱର୍ଗତ ବୃନ୍ଦାବନ ସାହୁଙ୍କ ବିୟୋଗରେ ଇଣ୍ଡିୟାନ୍ ଡେଟୋନେଟରସ୍ ମଜଦୁର ସଭା ଆନୁକୂଲ୍ୟରେ ସୋନାପର୍ବତ ସ୍ଥିତ ୟୁନିୟନ କାର୍ଯ୍ୟାଳୟ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ଯାଇଛି। ୟୁନିୟନର ସଂପାଦକ ତଥା ଶ୍ରମିକ ନେତା କ ଅରୁଣ କୁମାର ପରିଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ହିନ୍ଦ୍ ମଜଦୁର ସଭାର ରାଷ୍ଟ୍ରୀୟ ଉପ-ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ, ହିନ୍ଦ୍ ମଜଦୁର ସଭାର ରାଜ୍ୟ ନିର୍ବାହୀ ସଭାପତି ବିଦ୍ୟାଧର ବାରିକ ରାଉରକେଲା ମଜଦୁର କାର୍ଯ୍ୟକାରୀ ସଭାପତି ଆନନ୍ଦ ଚନ୍ଦ୍ର ମହାନ୍ତି, ବିଶିଷ୍ଟ ଚିକିତ୍ସକ ତଥା ବାଲିଯୋଡି ଗ୍ରାମ କମିଟିର ସଭାପତି ଡକ୍ଟର ଫକିର ଚରଣ ହୋତା, ସିଆଇଟିୟୁ…

"‘ସ୍ୱର୍ଗତ ବୃନ୍ଦାବନ ସାହୁ ଥିଲେ ଶ୍ରମିକ ଆନ୍ଦୋଳନର ଧୃବତାରା ସଦୃଶ’"

ପ୍ରକୃତ ଧର୍ମର ଅର୍ଥ ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କ ଦର୍ଶନ କରିବା – କାଲେରା

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସନ୍ଥ ନିରଙ୍କାରୀ ମିଶନର ପୁରୋଧା ସଦ୍ଗୁରୁ ମାତା ସବିନ୍ଦର ହରଦେବଜୀ ମହାରାଜଙ୍କ ଆଦେଶ ଅନୁସାରେ ରାଉରକେଲାରୁ ମିଶନର ପ୍ରଚାର ଅଭିଯାନ ଆରମ୍ଭ ହୋଇଥିଲା। ଏହି ପ୍ରଚାର ଅଭିଯାନକ୍ରମରେ ଛତିଶଗଡ ଅନ୍ତର୍ଗତ ରାୟପୁରର ଜ୍ଞାନ ପ୍ରଚାରକ ଗୁରୁବକ୍ସ ସିଂ କାଲେରାଜୀ, ଶଶିକାନ୍ତ ଜୀ ଓ କଟକରୁ ଆସିଥିବା ଓମ୍ଜୀ ମିଶନର ବାର୍ତ୍ତାକୁ ଜଣ ଜଣଙ୍କ ନିକଟରେ ପହଞ୍ଚାଇଥିଲେ। ଏହି ଅବସରରେ ସ୍ଥାନୀୟ ଆମ୍ବାଗାନ ଭବନ ଠାରେ ୬ ତାରିଖ ସନ୍ଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଏକ ସତ୍ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ଆଜି ଦିନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସିଭିଲ ଟାଉନସିପ୍ ଗାଢାଟୋଲି ସ୍ଥିତ ସନ୍ଥ ନିରଙ୍କାରୀ…

"ପ୍ରକୃତ ଧର୍ମର ଅର୍ଥ ପ୍ରତ୍ୟେକ ସ୍ଥାନରେ ପ୍ରଭୁଙ୍କ ଦର୍ଶନ କରିବା – କାଲେରା"

ସୃଜନୀ ସାହିତ୍ୟ ସଂସଦର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ

ରାଉରକେଲା ୮-୧ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ସହରର ପୁରାତନ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ସୃଜନୀ ସାହିତ୍ୟ ସଂସଦ ପକ୍ଷରୁ ଦେଓଗାଁ ସ୍ଥିତ ତରକେରା ଶିବ ମନ୍ଦିର ପରିସରରେ ଅନୁଷ୍ଠାନର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ ଆୟୋଜନ କରାଯିବା ସଙ୍ଗେସଙ୍ଗେ ଆଲୋଚନାଚକ୍ର ଓ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାରସ୍ୱତ ସମାରୋହରେ ଅଧ୍ୟାପିକା ଜ୍ୟୋସ୍ନା ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ମୁଖ୍ୟବକ୍ତା, ସମ୍ମାନନୀୟ ବକ୍ତା ଭାବେ ପୂର୍ବତନ ବିଧାୟକ ରବି ଦେହୁରୀ, ଡାକ୍ତର ରାହାସ ବିହାରୀ ମହାପାତ୍ର, ଶିକ୍ଷାବିତ ଡୁଲମଣି ପଟେଲ, ବିଚିତ୍ରାନନ୍ଦ ସାହୁ, ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସମ୍ପାଦକ…

"ସୃଜନୀ ସାହିତ୍ୟ ସଂସଦର ବନ୍ଧୁମିଳନ ଓ କର୍ମକର୍ତା ନିର୍ବାଚନ"