ରାଉରକେଲା ବଣିକ ସଂଘର ବଜେଟ କର୍ମଶାଳା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚଳିତ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ରାଉରକେଲା ବଣିକ ସଂଘ ପକ୍ଷରୁ ଚଳିତ ବର୍ଷର ବଜେଟକୁ ସ୍ୱାଗତ କରାଯାଇଛି। ବଣିକ ସଂଘର ସଭାପତି କେକେ ପୋଦ୍ଦାର ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତିଯେ, ଏଥର ବଜେଟ ଭଲ ହୋଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। ସେହିପରି ସେନା ସେକ୍ଟର, ରେଳ ବିଭାଗ କ୍ଷେତ୍ରରେ ବଜେଟରେ ସୁବିଧା ପ୍ରଦାନ କରାଯାଇଛି। ତିନୋଟି ଲୋକସଭା କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ହେବାର ଯୋଜନା ସରକାରଙ୍କ ପକ୍ଷରୁ ରହିଛି ବୋଲି ଆୟୋଜିତ ଏକ କର୍ମଶାଳାରେ ମତ ବିନିମୟ କରାଯାଇଥିଲା। ଚାକିରିଆଙ୍କ ପାଇଁ ଟ୍ୟାକ୍ସ…

"ରାଉରକେଲା ବଣିକ ସଂଘର ବଜେଟ କର୍ମଶାଳା"

ରେଲୱେ ବିପକ୍ଷରେ ଯୁବ ବିଜେଡ଼ି ନେତାଙ୍କ ଅନଶନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ରେଲୱେ ସହାୟକ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଯୁବ ବିଜେଡ଼ି ନେତା ପ୍ରକାଶ ପାଶୱାନଙ୍କ ଧାରଣା ଜାରି ରହିଛି। ଏହି ଧାରଣାରେ ସ୍ଥାନୀୟ ଗୋପବନ୍ଧୁପାଲ୍ଲୀ ଅଂଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ। ରାଉରକେଲା ସହର ସ୍କାର୍ଟସିଟି ମାନ୍ୟତା ପାଇବା ପରେ ସହରର ବିଭିନ୍ନ ସ୍ଥାନରେ ବହୁ ଉନ୍ନତିମୂଳକ କାର୍ଯ୍ୟ ଚାଲିଛି। ସେଥି ମଧ୍ୟରୁ ରିଙ୍ଗରୋଡ଼ ବିଏସଏନଏଲ ଛକ ଠାରୁ ବାସନ୍ତୀ କଲୋନୀ ପର୍ଯ୍ୟନ୍ତ ଏକ ଚାରିଲେନର ରାସ୍ତା କାମ ଶେଷ ହେବାକୁ ବସିଲାଣି। ଏହି ରାସ୍ତା ନିର୍ମାଣ ହେଲେ ବାସନ୍ତୀ କଲୋନୀ, ଉଦିତନଗର, ଛେଣ୍ଡ, ଗୋପବନ୍ଧୁପାଲ୍ଲୀ, ରେଲୱେ କଲୋନୀ, ଡେଲିମାର୍କେଟ ଭଳି ବିଭିନ୍ନ ଅଂଚଳର ଶତାଧିକ ଲୋକେ ଯାତାୟତରେ ଉପକୃତ…

"ରେଲୱେ ବିପକ୍ଷରେ ଯୁବ ବିଜେଡ଼ି ନେତାଙ୍କ ଅନଶନ"

ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସଦ୍ୟ ସମାପ୍ତ ରାଉରକେଲା ଇସ୍ପାତ କାରଖାନା ସୀକୃତପ୍ରାପ୍ତ ଶ୍ରମିକ ସଂଘ ନିର୍ବାଚନରେ ଯଦିଓ ବିଜେପି ସମର୍ଥିତ ଶ୍ରମିକ ସଂଘଠନ ବିଏମସକୁ ଅନନ୍ୟ ସଫଳତା ମିଳିଛି ତେବେ ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ ଓ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମଧ୍ୟରେ ବିଗତ କିଛି ଦିନ ହେବ ସାମାନ୍ୟ ମନାନ୍ତର ଥିବା ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଥିବାବେଳେ ବିଗତ ଦିନରେ ସହରରେ ବିଜେପି ପକ୍ଷରୁ ପାଳନ କରାଯାଇଥିବା ବିଜୟ ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଦିଲ୍ଲୀପ ନିଜକୁ ଦୁରେଇ ରଖିବା ବାସ୍ତବତାକୁ…

"ଦିଲ୍ଲୀପଙ୍କୁ ଝଟକା, ଜୁଏଲଙ୍କୁ ମଉକା"

ଭାରତୀୟ ରେଳବାଇ ପକ୍ଷରୁ ଭ୍ରଷ୍ଟାଚାର ବିରୋଧି ଅଭିଯାନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ସାରା ଦେଶରେ ଭାରତୀୟ ରେଳବାଇ ପକ୍ଷରୁ ଭଷ୍ଟ୍ରାଚାର ବିରୋଧି ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହା ସାରା ଦେଶରେ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଆଜି ରାଉରକେଲା ରେଳ ଷ୍ଟେସନ ଠାରେ ଏହି ଅଭିଯାନ ରାଉରକେଲା ଷ୍ଟେସନ ମାଷ୍ଟର ଏକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଷ୍ଟେସନ ପରିସରରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଚକ୍ରଧରପୁର ଡିସିଏମ ପି. ପ୍ରସାଦ ମୁଖ୍ୟ ଅତିତô ଭାବେ ଯୋଗ ଦେଇଥିଲେ। ସେ କହିଲେଯେ, ରେଳବାଇରେ ଦୁର୍ନିତିକୁ ଚେରରୁ ନଷ୍ଟ କରିବାକୁ ପଡ଼ିବ। ଏହି ଅବସରରେ ବିଭିନ୍ନ ଟ୍ରେନର ପାର୍ସଲ ଭ୍ୟାନ, ଟିକେଟ କାଉଣ୍ଟର, ରିଜର୍ଭ କାଉଣ୍ଟରରେ ରେଳବାଇର ବିଭିନ୍ନ ଅଧିକାରୀ ମାନେ ଯୋଗ…

"ଭାରତୀୟ ରେଳବାଇ ପକ୍ଷରୁ ଭ୍ରଷ୍ଟାଚାର ବିରୋଧି ଅଭିଯାନ"

ଜଙ୍ଗଲ କ୍ଷତି ସମ୍ବନ୍ଧୀୟ ସଚେତନତା ଶିବିର

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ବଡଗାଁ ବନାଚଂଳର ସୁରକ୍ଷା ସମିତି ସଭ୍ୟସଭ୍ୟା ମାନଙ୍କୁ ନେଇ ରେଂଜ କାର୍ଯ୍ୟାଳୟ ପରିସରରେ ରେଂଜର ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜଙ୍ଗଲ କ୍ଷତି ସମ୍ବନ୍ଧୀୟ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏଥିରେ କେନ୍ଦୁପତ୍ର ଫରେଷ୍ଟର ଅମିତ ମହାନ୍ତି, ଫରେଷ୍ଟର ପ୍ରେମସାଗର ନାଏକ, ବିନୋଦ କୁମାର ପଟ୍ଟନାୟକ, ଚନ୍ଦି୍ରକା କାଲୋ, ନରେଶ ଭୋଇ, ସୁଲଶି ଆଇନ୍ଦ, ଏଫଏମୟୁର ସଂଯୋଜିକା ସବିତା ସ୍ୱାଇଁ, ସଂଯୋଜକ ଦୀପକ କୁମାର ପଟେଲ, ବଡ଼ଗାଁ ରେଂଜର କର୍ମଚାରୀ ପ୍ରକାଶ ସାହୁ, ସଂଜୁଲତା ଆଇନ୍ଦ, ରଶ୍ମୀତା ଛୁରା, ବାସନ୍ତୀ ହରିଜନ, ସୁପ୍ରଭାତୀ ଆଇନ୍ଦ, କେସି ଗୁଡ଼ିଆ, ସି ଡାଙ୍ଗ, ସରୋଜିନୀ କାଲୋ ପ୍ରମୁଖ ଯୋଗ ଦେଇଥିଲେ। ରେଂଜର…

"ଜଙ୍ଗଲ କ୍ଷତି ସମ୍ବନ୍ଧୀୟ ସଚେତନତା ଶିବିର"

ଭାଜପା ପଦାଧିକାରୀଙ୍କ ପ୍ରଶିକ୍ଷଣ ଶିବିର

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଭାଜପା ସୁନ୍ଦରଗଡ଼ ଜିଲ୍ଲା ଲୋକସଭା କ୍ଷେତ୍ର ଅନ୍ତର୍ଗତ ମଣ୍ଡଳ, ଜିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀଙ୍କ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଗତ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତ ସଙ୍ଗଠନ ମନ୍ତ୍ରୀ ଅଭିତାଭ ଚକ୍ରବର୍ତ୍ତୀ ସମସ୍ତ ପଦାଧିକାରୀଙ୍କ ସାଙ୍ଗଠନିକ ଦକ୍ଷତା ବୃଦ୍ଧି ନେଇ ମାର୍ଗଦର୍ଶନ କରିଥିଲେ। ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା ସମାଧାନ କରିବା ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ସେମାନଙ୍କ ଠାରେ ପହଂଚାଇବାକୁ ସେ ଆହ୍ୱାନ ଦେଇଥିଲେ। ମଣ୍ଡଳସ୍ତରୀୟ ସମସ୍ତ ସଭାପତି ଓ ପ୍ରଭାରୀ ମାନଙ୍କ ସହଯୋଗରେ ବୁଥ ର୍ସ୍ତୀ କମିଟି ଯଥାଶୀଘ୍ର ଗଠନ କରିବାକୁ ସେ ପରାମର୍ଶ…

"ଭାଜପା ପଦାଧିକାରୀଙ୍କ ପ୍ରଶିକ୍ଷଣ ଶିବିର"

ନକଲି ଡାକ୍ତରଙ୍କ ରାଜ୍, ରୋଗୀ ହନ୍ତସନ୍ତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁ ଗ୍ରାମବାସୀ ମାନେ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଲେ ଗ୍ରାମରେ କ୍ଲିନିକ କରିଥିବା କ୍ୱାକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି କ୍ୱାକ୍ ଅବା ନକଲି ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତେ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଦକ୍ଷିଣ ରାଉରକେଲା ସହରତଳି ଗ୍ରାମ ମୁଣ୍ଡାଯୋର, ରାମଯୋଡି, ମନକୋ ଆଦି ଗ୍ରାମରେ କ୍ୱାକ୍ ମାନେ ନିଜର ପ୍ରାଦୃଭାବ ବିସ୍ତାର କରିଛନ୍ତି। ରୋଗୀ ମାନଙ୍କୁ ଅଯଥାରେ କୌଣସି କାରଣ ନଥାଇ…

"ନକଲି ଡାକ୍ତରଙ୍କ ରାଜ୍, ରୋଗୀ ହନ୍ତସନ୍ତ"

ଆରଏସପି ସେଲ୍ ହକି ଏକାଡେମୀ ସ୍ୱର୍ଣ୍ଣ କପ ହକିରେ ଚାମ୍ପିୟାନ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ସେଲ ହକି ଏକାଡେମୀ ଉତ୍ତର ପ୍ରଦେଶର ଝାଂସି ଠାରେ ଗତ ଜାନୁଆରୀ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ମର୍ଯ୍ୟାଦାଜନକ ବିନୋଦ ଖାଣ୍ଡେକର ୨୧ ବର୍ଷରୁ କମ ଅଷ୍ଟମ ସର୍ବଭାରତୀୟ ସ୍ୱର୍ଣ୍ଣ କପ ହକି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହୋଇ ଇସ୍ପାତ ସହର ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ୨୦ଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତାର ଲିଗ ମ୍ୟାଚ ଗୁଡ଼ିକରେ ସେଲ ହକି ଏକାଡେମୀ ଏହାର ସମସ୍ତ ମ୍ୟାଚରେ ଦୃଢ ବିଜୟ ହାସଲ କରିଥିଲା। ଉକ୍ତ ଦଳ ଭୋପାଳ ହକି ଏକାଡେମୀକୁ ୭-୦,…

"ଆରଏସପି ସେଲ୍ ହକି ଏକାଡେମୀ ସ୍ୱର୍ଣ୍ଣ କପ ହକିରେ ଚାମ୍ପିୟାନ"

ଆରଏସପି କୋକ ଓଭେନ ବିଭାଗ ହାଉସ କିପିଙ୍ଗ ଓ ସୁରକ୍ଷା ଚମ୍ପିୟାନ ପୁରସ୍କାରରେ ପୁରସ୍କୃତ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ୨୦୧୭ ମସିହାରେ ସର୍ବାଧିକ ସମୁଦାୟ ପଏଂଟ ହାସଲ କରି ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର କୋକ ଓଭାନ ବିଭାଗ ଶ୍ରେଷ୍ଠ ହାଉସ କିପିଙ୍ଗ ଓ ସୁରକ୍ଷା ପୁରସ୍କାର ଲାଭ କରିଛି। ଏହା ବ୍ୟତୀତ ୧୪ଟି ବିଭାଗକୁ ସୁରକ୍ଷା ଓ ହାଉସକିପିଙ୍ଗ କ୍ଷେତ୍ରରେ ଉତ୍କଷ୍ ର୍ତା ହାସଲ ନିମନ୍ତେ ପୁରସ୍କୃତ କରାଯାଇଥିଲା। ଜାନୁଆର ୨୭ ତାରିଖରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଆୟୋଜିତ ଏକ ପୁରସ୍କାର ଉତ୍ସବରେ ଆରଏସପିର ସିଇଓ ଅଶ୍ୱିନୀ କୁମାର ଏହି ପୁରସ୍କାର ମାନ ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ, ଉନ୍ନତ ହାଉସକିପିଙ୍ଗ ଏବଂ କାରଖାନା ମଧ୍ୟରେ ସୁରକ୍ଷିତ କାର୍ଯ୍ୟ ପରିବେଶ ରକ୍ଷା ନିମନ୍ତେ କର୍ମଚାରୀ ମାନଙ୍କ ମଧ୍ୟରେ ସଚେତନତା…

"ଆରଏସପି କୋକ ଓଭେନ ବିଭାଗ ହାଉସ କିପିଙ୍ଗ ଓ ସୁରକ୍ଷା ଚମ୍ପିୟାନ ପୁରସ୍କାରରେ ପୁରସ୍କୃତ"

ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଲାଗି ସଂଗ୍ରାମ ଜାରି ରହିବ: ଏଚଏମଏସ

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଗତ ୩୦ ତାରିଖରେ ଆରଏସପି ଏବଂ ୩୧ରେ ରାଜଗାଙ୍ଗପୁର ଠାରେ ଥିବା ଓସିଏଲ ଶ୍ରମିକ ୟୁନିୟନ ସ୍ୱୀକୃତି ନିବୟାଚନ ଅନୁଷ୍ଠିତ କରାଯାଇଥିଲା। ନିର୍ବାଚନ ଫଳାଫଳକୁ ହିନ୍ଦ ମଜଦୁର ସଭା ବିନ୍ରମତାର ସହ ଗ୍ରହଣ କରିଛନ୍ତି ଏହାର ରାଜ୍ୟ ନିର୍ବାହୀ ସଭାପତି ବିଦ୍ୟାଧର ବାରିକ। ନାନା ପ୍ରକାର ପ୍ରଲୋଭନକୁ ପ୍ରତ୍ୟାଖ୍ୟାନ କରି ରାଉରକେଲା ମଜଦୁର ସଭା ଏବଂ ଓଡ଼ିଶା ସିମେଣ୍ଟ ମଜଦୁର ସଂଘକୁ ଭୋଟ ଦେଇଥିବା କର୍ମଚାରୀ ବାସ୍ତବରେ ଧନ୍ୟବାଦର ପାତ୍ର। ତେବେ ଚଳିତ ନିର୍ବାଚନରେ ପ୍ରତିପକ୍ଷ ୟୁନିୟନ ବିପୁଳ ଅର୍ଥ କାରବାର ସାଙ୍ଗକୁ ମାତ୍ରାଧିକ ରାଜନିତୀକରଣ କରିବାକୁ ପଛାଇ ନାହାନ୍ତି ବୋଲି ଶ୍ରୀ ବାରିକ ଅଭିଯୋଗ କରିଛନ୍ତି। ଏପରି ଅସାଧୁ…

"ଶ୍ରମିକଙ୍କ ସ୍ୱାର୍ଥରକ୍ଷା ଲାଗି ସଂଗ୍ରାମ ଜାରି ରହିବ: ଏଚଏମଏସ"