ବଢୁଛି ଠକାମୀ, ଖାଉଟି ହନ୍ତସନ୍ତ

ରାଉରକେଲା ୨୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଦିନକୁ ଦିନ ରାଉରକେଲା ଅଂଚଳରେ ବସବାସ କରୁଥିବା ଖାଉଟି ମାନେ ଅସାଧୁ ବେପାରୀଙ୍କ ଉପଦ୍ରବରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଖାଉଟି ମାନେ କୌଣସି ଜିନିଷ ଦୋକାନରୁ କ୍ରୟ କଲାବେଳେ ଅସାଧୁ ବେପାରୀ ମାନଙ୍କ ଚକ୍ରବ୍ୟୁହରେ ପଡି ଓଜନରେ ଠକାମୀର ଶୀକାର ହେଉଛନ୍ତି। ସେହିପରି କିଛି ଦ୍ରବ୍ୟ ଯେପରି ସୋରିଷ ତେଲ, ନଡିଆ ତେଲ ଆଦି କିଣିବା ବେଳେ, ଖାଉଟି ମାନଙ୍କୁ ଉତମ ମାନର ତେଲ ଦେବା ପରିବର୍ତେ କିଛି ବେପାରୀ ନିମ୍ନ ମାନର ତେଲ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି। ଯାହାକି ସମ୍ପୃକ୍ତ ଖାଉଟିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର କାରଣ ପାଲଟିଛି। ସେହିପରି କିଛି ନିର୍ଦ୍ଦିଷ୍ଟ ହୋଟେଲରେ ନିମ୍ନ…

"ବଢୁଛି ଠକାମୀ, ଖାଉଟି ହନ୍ତସନ୍ତ"

ମଜୁରୀ ଚୁକ୍ତିନାମା ପାଇଁ ବିଏମଏସର ଗଣବିକ୍ଷୋଭ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସେଲ ଶ୍ରମିକ ମାନଙ୍କ ପାଇଁ ଶୀଘ୍ର ମଜୁରୀ ଚୁକ୍ତିନାମା ଦାବିରେ ବିଏମଏସ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି। ସାଧାରଣ ସମ୍ପାଦକ ହିମାଂଶୁ ବଳ ଓ ସଭଭାପତି ବିବେକାନନ୍ଦ ମହାନ୍ତଙ୍କ ନେତୃତ୍ୱରେ ଶହଶହ ଶ୍ରମିକ ଏହି ଗଣବିକ୍ଷୋଭରେ ଭାଗ ନେଇ ସେଲ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନବମ ବେତନ ଚୁକ୍ତିନାମାର ଅବଧି ୨୦୧୬ ଡିସେମ୍ବରରୁ ଶେଷ ହୋଇଥିବା ବେଳେ ନୂତନ ମଜୁରୀ ଚୁକ୍ତିନାମା ପାଇଁ ଏପର୍ଯ୍ୟନ୍ତ ଏନଜେସିଏସ ବୈଠକ ଡକାଯାଉନାହିଁ। ଯାହାକି ସେଲ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣ ନିତୀର ସୂଚନା ବୋଲି…

"ମଜୁରୀ ଚୁକ୍ତିନାମା ପାଇଁ ବିଏମଏସର ଗଣବିକ୍ଷୋଭ"

ଟାଉନବସ ସେବା ଠପ୍, ଲୋକେ ହନ୍ତସନ୍ତ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପୂର୍ବରୁ ସାରନଗରୀ ଅଂଚଳରୁ ରାଉରକେଲାର ବିଭିନ୍ନ ଅଂଚଳକୁ ସିଟି ବସ ଚଳାଚଳ କରୁଥିଲେ ହେଁ, ବର୍ତମାନ କୌଣସି ବସ ଚାଲୁ ନଥିବାରୁ ଅଟୋ ଉପରେ ଯାତ୍ରୀ ମାନଙ୍କୁ ଭରସା କରିବାକୁ ପଡୁଛି। କେବଳ ରଙ୍ଗିଲା ଛକରେ ବଣାଇଁ ଓ ଲାଠିକଟା ଆଡୁ ଆସୁଥିବା ବସ ଉପରେ ଯାତ୍ରୀ ମାନଙ୍କୁ ନିର୍ଭର କରିବାକୁ ପଡୁଛି ଫଳରେ, ଯାତ୍ରୀ ମାନେ ଅଟୋରେ ଯିବା ଆସିବା କରିବା ପାଇଁ ବାଧ୍ୟ ହେଊଛନ୍ତି। ମାତ୍ର ସମୟ ସମୟରେ ଅଟୋରେ ଯିବା ଆସିବା କରିବା ସମୟରେ ଯାତ୍ରୀ ମାନଙ୍କୁ ହଇରାଣ ହରକତ ହେବା ଅଭିଯୋଗ ହୋଇଛି। ଅଟୋ ଚାଳକଙ୍କ ମନମୁଖୀ ରାଜରେ ଯାତ୍ରୀ ହନ୍ତସନ୍ତ ହେଉଥିବା…

"ଟାଉନବସ ସେବା ଠପ୍, ଲୋକେ ହନ୍ତସନ୍ତ"

ଓଡ଼ିଆ ଭାଷା ବିକାଶ ମଂଚ ତରଫରୁ ବିଶ୍ୱ ମାତୃଭାଷା ଦିବସ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବିଶ୍ୱ ମାତୃଭାଷା ଦିବସ ଉପଲକ୍ଷେ ଓଡ଼ିଆ ଭାଷା ବିକାଶ ମଂଚ ଓ କୋଏଲ ବିଦ୍ୟାପୀଠ ତଥା ବାଜି ରାଉତ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ମାନେ ଏକ ମାନବ ଶୃଖଂଳ କରି ଅଭିନବ ଉପାୟରେ ପାଳନ କରିଥିଲେ। ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ ଓ ଅନ୍ୟାନ ଅତିଥିଙ୍କୁ ଉଦବୋଧନ ଦେଇ କହିଲେଯେ, ମାତୃଭାଷା ମାନବ ସମାଜର ସମସ୍ତ ଆଶା, ଆକାଂକ୍ଷା ଓ ସ୍ୱପ୍ନର ଛବି ବହନ କରେ। ସମାଜରୁ ଅନ୍ୟାୟ, ଅତ୍ୟାଚାର, ଅନିତୀ ଦୂର କରିବାର ସମସ୍ତ ଭାବନା ରୁପାୟିତ ହୋଇଥାଏ ମାତୃଭାଷାରେ। ମାତୃଭାଷା…

"ଓଡ଼ିଆ ଭାଷା ବିକାଶ ମଂଚ ତରଫରୁ ବିଶ୍ୱ ମାତୃଭାଷା ଦିବସ"

ବ୍ରାହ୍ମଣୀ ନଦୀ ପ୍ରଦୂଷଣ ଯୋଗୁ ଅସନ୍ତୋଷରେ ମତ୍ସଜୀବୀ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବିଭିନ୍ନ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ବ୍ରାହ୍ମଣୀ ନଦୀରେ ସିଧାସଳଖ ଭାବେ ମିଶୁ ଥିବାରୁ ଏହା ଫଳରେ ଜଳ ପ୍ରଦୁଷିତ ହୋଇ ବିଷାକ୍ତ ହୋଇ ଉଠିଛି। ଜଳରେ ରହୁଥିବା ମାଛ ଗୁଡ଼ିକ ମଧ୍ୟ ମରି ପଡ଼ୁଥିବା ଦେଖିବାକୁ ମିଳିଛି। ଏହି ସମସ୍ୟାକୁ ନେଇ ଲାଠିକଟା ବ୍ଲକ ଅନ୍ତର୍ଗତ କଂସର, ଗୋପଡ଼ିହି, ବାଘଲତା, ଚନ୍ଦ୍ରପୁର, ଟିମଯୋର, ମନକୋ, ଅଡ଼୍ରା ଆଦି ଗ୍ରାମରେ ବସବାସ କରୁଥିବା ମତ୍ସଜିବୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ମାଛ ବ୍ୟବସାୟୀ ଅଭିଯୋଗ କରିଛନ୍ତିଯେ, ଆରଏସପିରୁ ନିର୍ଗତ ମଇଳା ଓ ବିଷାକ୍ତ ପାଣି ବ୍ରାହ୍ମଣୀ ନଦୀରେ ମିଶିବା ଯୋଗୁ ଏହାର ପ୍ରଭାବରେ ମାଛ ଗୁଡ଼ିକ ରୋଗାଗ୍ରସ୍ତ…

"ବ୍ରାହ୍ମଣୀ ନଦୀ ପ୍ରଦୂଷଣ ଯୋଗୁ ଅସନ୍ତୋଷରେ ମତ୍ସଜୀବୀ"

ପରିବେଶ ଆଇନ ଖିଲାପ ନେଇ ଅଗ୍ରସେନ ସ୍ପଂଜକୁ ନୋଟିସ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ପରିବେଶ ଆଇନ ଖିଲାପ କରୁଥିବା କାଂସବାହାଲ ମାଣ୍ଡିଆକୁଦର ସ୍ଥିତ ଅଗ୍ରସେନ ଭବନ ସ୍ପଂଜ ପ୍ରାଇଭେଟ ଲିମିଟେଡ଼କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଂଚଳିକ ଶାଖା ପକ୍ଷରୁ ନୋଟିସ ଜାରି କରାଯାଇଛି। ଆଂଚଳିକ ଅଧିକାରୀ ଏଚ.ଏନ ନାୟକ ତାଙ୍କ ପତ୍ରରେ ସିଟିଓର ସର୍ତ୍ତାବଳୀକୁ ପୂରଣ ନକରିବା ପର୍ଯ୍ୟନ୍ତ କାରଖାନାର ଡିଆରଆଇ କିଲିନ ୧ ଓ ୪କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁ ପ୍ରଦୂଷଣ ରୋକିବାକୁ ଯନ୍ତ୍ରାଂଶ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଗତବର୍ଷ ନଭେମ୍ବର ୩୦ରେ ଅଧିକାରୀ କାରଖାନା ଯାଂଚ କରି ଆବଶ୍ୟକ ସର୍ତ୍ତାବଳୀ ମାନିବାକୁ ପରାମର୍ଶ ଦେଇଥିଲେ। ତେବେ କମ୍ପାନୀ ପ୍ରଦୂଷଣ କରି ଚାଲିଥିବା ନେଇ…

"ପରିବେଶ ଆଇନ ଖିଲାପ ନେଇ ଅଗ୍ରସେନ ସ୍ପଂଜକୁ ନୋଟିସ"

ପାନପୋଷ ସ୍ପୋର୍ଟସ କ୍ଲବ ଚମ୍ପିୟାନ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀ ପାଣିଟାଙ୍କି ଖେଳ ପଡ଼ିଆ ଠାରେ ପୂର୍ଣ୍ଣାନନ୍ଦ ମାର୍କେଟ କମିଟି ପକ୍ଷରୁ ଚାଲିଥିବା ତୃତୀୟ ଶ୍ୟାମ ସୁନ୍ଦର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଂଟ ଉଦ୍ୟାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ପାନପୋଷ ସ୍ପୋଟିଂ କ୍ଲବ ତାର ବିପକ୍ଷ ଦଳ ଇଏଟିଏନ କ୍ଲବକୁ ପରାସ୍ତ କରିଥିଲା। ମ୍ୟାଚ ପ୍ରାରମ୍ଭ ପୂର୍ବରୁ ମୁଖ୍ୟ ଅତିଥି ଭାବେ ଆଇଡ଼ିଏଲର ବରିଷ୍ଠ ମହାପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ସେକ୍ଟର ୨୨ଏମ୍ପୋ୍ଲଇଜ ୱେଲଫେୟାର ଟ୍ରଷ୍ଟର ସଭାପତି ସମାଇ ସୋରେନ ଓ ଅନ୍ୟତମ ଅତିଥି ଭାବେ ସମାଜ ସେବୀ ଶ୍ରୀ ଚରଣ ସାମଲ, ସି.ଆର ନନ୍ଦ, ଆଇନଜିବୀ ବିଜୟ ହରିଚନ୍ଦନ, ବିପିନ ଲେଙ୍କା, ସମାଜସେବୀ…

"ପାନପୋଷ ସ୍ପୋର୍ଟସ କ୍ଲବ ଚମ୍ପିୟାନ"

ମୁଲକିୟା ହୋ କମିଟି ପକ୍ଷରୁ ଦିଶୁମ୍ ମାଗେ ପର୍ବ ପାଳିତ

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସାରନଗରୀସ୍ଥିତ ବୋଇତ ବନ୍ଦାଣ ପଡିଆଠରେ ମୁଲକିୟା ହୋ କମିଟି ପକ୍ଷରୁ ଦିଶୁମ ମାଗେ ପର୍ବ ପାଳିତ ହୋଇଯାଇଛି। ପ୍ରଥମେ ଗ୍ରାମର ଦିଉରୀରାଜାଙ୍କୁ ବାଦ୍ୟ ଯନ୍ତ୍ରସହିତ ଘରୁ ପାଛୋଟି ଆଣି ଗ୍ରାମର ସାରନା ସ୍ଥଳରେ ପହଁଚାଇଥିଲେ ଓ ପୂଜା ଶେଷରେ ଦିଉରୀରାଜାଙ୍କୁ ନିଜ ଘରକୁ ଫେରାଇ ଆଣିଥିଲେ। ମୁଲକିୟା ହୋ କମିଟିର ସଭାପତି ଚାମ୍ରା ହେମ୍ବ୍ରମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଗଦାଧର ତିୟୁ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ଅଧିକାରୀ ଅକ୍ଷୟ କୁମାର ପିଙ୍ଗୁଆ ଯୋଗ ଦେଇ କହିଲେ ଯେ ଆଦିବାସୀମାନଙ୍କର ସାଂସ୍କୃତିକ ପରମ୍ପରାକୁ…

"ମୁଲକିୟା ହୋ କମିଟି ପକ୍ଷରୁ ଦିଶୁମ୍ ମାଗେ ପର୍ବ ପାଳିତ"

ଗୁରୁତର ନବଜାତ ଶିଶୁ ମୃତ୍ୟୁ ପରେ ଓମ୍ ଆପୋଲୋ ହସ୍ପିଟାଲ ସିଲ୍

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସିଭିଲ ଟାଉନସିପ ସ୍ଥିତ ଓମ ଆପୋଲୋ ହସ୍ପିଟାଲରେ ଗତ ୧୭ ତାରିଖ ଦିନ ନିଆଁ ଲାଗିବା ଘଟଣାରେ ଗୁରୁତର ହୋଇଥିବା ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି। ଏ ନେଇ ଆଜି ହସ୍ପିଟାଲରେ ଉତେଜନା ପ୍ରକାଶ ପାଇଥିଲା। ଦେଓଗାଁ ବାସିନ୍ଦା ମାନେ ଡକ୍ଟର ଓ ନର୍ସଙ୍କୁ ଗିରଫ ସହ ହସ୍ପିଟାଲ ସିଲ କରିବାକୁ ଦାବି କରିଥଲେ। ଘଟଣା ସ୍ଥଳରେ ପାନପୋଷ ଉପ ଜିଲ୍ଲାପାଳ ହିଂମାଶୁ ଶେଖର ବେହେରା ପହଚିଂ ଆଲୋଚନା କରିଥିଲେ। ମାତ୍ର କୌଣସି ସମାଧାନ ହୋଇପାରି ନଥିଲା। କାରଣ ଶିଶୁର ଶବ ଆସି ପହଚିଂ ନଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ପ୍ରଶାସନ ପକ୍ଷରୁ ହସ୍ପିଟାଲ ସିଲ୍ କରାଯାଇଥିଲା।…

"ଗୁରୁତର ନବଜାତ ଶିଶୁ ମୃତ୍ୟୁ ପରେ ଓମ୍ ଆପୋଲୋ ହସ୍ପିଟାଲ ସିଲ୍"

ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା

ରାଉରକେଲା ୨୧-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନା ଅଧୀନସ୍ଥ ଇସ୍ପାତ ସହରାଞ୍ଚଳରେ ଜବରଦଖଲ ଏକ ପ୍ରମୁଖ ସମସ୍ୟା ଭାବରେ ଦେଖା ଦେଇଛି। ଯେଉଁଠି ପାରିଲା, ଯିଏ ଇସ୍ପାତ କାରଖାନାର ଜମି ମାଡ଼ି ବସିଲା। ଦୀର୍ଘ ଦିନ ଧରି ଏହି ଜବରଦଖଲ କାର୍ଯ୍ୟଟି ଚାଲି ଆସୁଛି। ଏହାକୁ ନେଇ ଅନେକ ସମୟରେ ଜବରଦଖଲକାରୀ ଓ ଇସ୍ପାତ କାରଖାନା କର୍ମଚାରୀଙ୍କ ଭିତରେ ବହୁ ବାଦବିବାଦ ଓ ଗଣ୍ଡଗୋଳ ମଧ୍ୟ ଚାଲି ଆସିଛି। ଏହାକୁ ନେଇ ବହୁ ମାମଲା କୋର୍ଟରେ ବିଚାରାଧୀନ ମଧ୍ୟ ଅଛି। ତେବେ ଜବରଦଖଲ ଉଛେଦ କରିବାକୁ ଯାଇଥିବା ଆରଏସପି କର୍ମଚାରୀଙ୍କୁ ମାଡମାରି ଜନୈକ ତଥାକଥିତ ନେତା ହରଡଘଣାରେ ପଡିବା ସହରରେ ଚର୍ଚ୍ଚା ହେଉଛି।…

"ଆରଏସପି କର୍ମଚାରୀଙ୍କୁ ବାଡ଼େଇ ହରଡଘଣାରେ ନେତା"