ଫେବୃଆରି ୨୪ ରେ ବିଜେପୁର ବିଧାନସଭା ଉପନିର୍ବାଚନ: କଂଗ୍ରେସ ଓ ବିଜେପିର ପ୍ରାର୍ଥୀ କିଏ?

ଭୁବନେଶ୍ୱର ୨୩-୧ (ଓଡ଼ିଆ ପୁଅ) : ଫେବୃଆରି ୨୪ ତାରିଖରେ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ମଣ୍ଡଳୀର ଉପନିର୍ବାଚନ ହେବ। ଫେବୃଆରୀ ୨୮ ତାରିଖରେ ମତ ଗଣନା କରାଯିବ ବୋଲି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଜାନୁଆରି ୩୦ ତାରିଖରେ ଏଥିପାଇଁ ଗେଜଟ ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ଦିନଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ଫେବୃଆରୀ ୬ ତାରିଖ ପ୍ରାର୍ଥିପତ୍ର ଦାଖଲ ଶେଷ ତାରିଖ। ଫେବୃଆରୀ ୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଫେବୃଆରୀ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ସୂଚନାଯୋଗ୍ୟଯେ, ବିଜେପୁରର କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ଉକ୍ତ ଆସନଟି ଖାଲି ପଡ଼ିଥିଲା। ଏବେ…

"ଫେବୃଆରି ୨୪ ରେ ବିଜେପୁର ବିଧାନସଭା ଉପନିର୍ବାଚନ: କଂଗ୍ରେସ ଓ ବିଜେପିର ପ୍ରାର୍ଥୀ କିଏ?"