ମଜଦୁର ସଂଘ ନାମରେ ଗୁରୁତର ଅଭିଯୋଗ, ଭିଜିଲାନ୍ସ ବିଭାଗ ଯାଞ୍ଚ କରି ଫେରିଲେ

ଯୋଡା- ତା ୧୮/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା କମ୍ପାନୀ ଅଧିନରେ ପରିଚାଳିତ ଯୋଡାସ୍ଥିତ ଯେଡା ଇଷ୍ଟ ଶ୍ରମିକ ସଂଘ ନାମରେ କେତେ ଜଣ ଶ୍ରମିକ ଗୁରୁତର ଅଭିଯୋଗ ଆଣି ଜାମସେଦପୁରସ୍ଥିତ ଟାଟା କମ୍ପାନୀର ନିଜସ୍ୱ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିବା ଖବର ହସ୍ତଗତ ହୋଇଛି । ସେଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଶ୍ରମିକ ସଂଘର ବିଭିନ୍ନ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତମାନେ କମ୍ପାନୀରେ ନିଯୁକ୍ତି କ୍ଷେତ୍ରରେ ଅର୍ଥକାରବାର କରିବା ସହିତ ପାତର ଅନ୍ତର ନିତି ଅବଲମ୍ବନ କରିଆସୁଛନ୍ତି । କର୍ମକର୍ତ୍ତମାନେ କାର୍ଯ୍ୟକୁ ନଯାଇ ପୁରା ଦରମା ପାଇବା ସହ କମ୍ପାନୀର ବିଭିନ୍ନ ସୁବିଧା ସୁଯୋଗ ଉଚ୍ଚ…

"ମଜଦୁର ସଂଘ ନାମରେ ଗୁରୁତର ଅଭିଯୋଗ, ଭିଜିଲାନ୍ସ ବିଭାଗ ଯାଞ୍ଚ କରି ଫେରିଲେ"

ହାତୀ ପଲଙ୍କ ଆକ୍ରମଣ ; ଭାଙ୍ଗିଲେ ୬ ବଖରା ଘର, ଆସବାବପତ୍ର ନଷ୍ଟ କରିବା ସହ ଖାଇଗଲେ ଧାନ – ଚାଉଳ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦୀର୍ଘ ଦିନ ହେଲା ଖାଦ୍ୟ ଅନ୍ୱେଷଣରେ ଲୋକାରଣ୍ୟକୁ ପଶି ଆସିଥିବା ୨୨ ଜଣିଆ ହାତୀ ପଲ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ କରିଥିବା ବେଳେ ଗ୍ରାମବାସୀଙ୍କ ରାତିର ନିଦ ହଜେଇ ଦେଇଥିବାର ଖବର ମିଳିଛି । ଧାନ ଓ ଜନ ଜୀବନ ର ରକ୍ଷା ନିମନ୍ତେ ବିନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପ୍ରତିଷେଧମୂଳକ ଯୋଜନା ଏହି ବନ୍ୟପ୍ରାଣୀଙ୍କ ସଂଘବଦ୍ଧ ଯୋଜନା ଆଗରେ ଫିକା ପଡିଯାଇଥିବା କାରଣରୁ ଏହି ସଂଘବଦ୍ଧ ହାତୀପଳ ପଦର୍ପରେ ରାତିଅଧିଆ ଗୋଟାଏ ପରେ ଗୋଟାଏ ଗ୍ରାମକୁ ଟାର୍ଗେଟ କରୁଥିବାର ଜଣାପଡିଛି । ବଡବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା…

"ହାତୀ ପଲଙ୍କ ଆକ୍ରମଣ ; ଭାଙ୍ଗିଲେ ୬ ବଖରା ଘର, ଆସବାବପତ୍ର ନଷ୍ଟ କରିବା ସହ ଖାଇଗଲେ ଧାନ – ଚାଉଳ"

ବଡବିଲ ପୁଲିସର ବଡ ସଫଳତା ; ଏଟିଏମ୍ ଲୁଟ ଓ ନିଆଁ ଲଗାଇବା ଘଟଣାରେ ୩ ଅଭିଯୁକ୍ତ ଗିରଫ, ୧ଲକ୍ଷ ୮୫ ହଜାର ଟଙ୍କା ଜବତ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଓଏମ୍ସି ଛକ ଠାରେ ୨ ଦିନ ତଳେ ଘଟିଥିବା ଏସି.ବି.ଆଇ. ଏଟିଏମ୍ରୁ ଲୁଟ ଓ ନିଆଁ ଲଗାଇବା ଘଟଣାର ଆଜି ବଡବିଲ ପୁଲିସ ପର୍ଦ୍ଦାଫାଶ କରିଛି । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୮୫ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତମାନେ ହେଲେ କ୍ୟାସ ଲୋଡିଂ ଏଜେନ୍ସି ଏସ୍.ଆଇ. ଏସ୍ର କର୍ମଚାରୀ ପଙ୍କଜ କୁମାର ମହାରଣା, ବଡବିଲ ଗୁରୁଦ୍ୱାରା ରୋଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ର ସୁରକ୍ଷାକର୍ମୀ ପ୍ରଶାନ୍ତ କୁମାର ପାତ୍ର…

"ବଡବିଲ ପୁଲିସର ବଡ ସଫଳତା ; ଏଟିଏମ୍ ଲୁଟ ଓ ନିଆଁ ଲଗାଇବା ଘଟଣାରେ ୩ ଅଭିଯୁକ୍ତ ଗିରଫ, ୧ଲକ୍ଷ ୮୫ ହଜାର ଟଙ୍କା ଜବତ"

ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ବ୍ଲକ ଅନ୍ତର୍ଗତ ଲହଣ୍ଡାଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ମଙ୍ଗଳବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଟାଟା ସ୍ପଞ୍ଜର ସି.ଏସ୍.ଆର ମୁଖ୍ୟ ଶ୍ରୀ ସତ୍ୟାନନ୍ଦ ନନ୍ଦ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତ୍ସବଟିକୁ ଉଦଘାଟନ କରିବା ସହିତ ତାଙ୍କର ବକ୍ତବ୍ୟରେ ବର୍ତ୍ତମାନର ଅବକ୍ଷେୟ ମୁଖି ଶିକ୍ଷାର ବିଚାରଧାରା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଉତ୍ସବରେ ଯୋଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅରୁଣ କୁମାର ମଲ୍ଲିକ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଲେଇପଦାସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଦ୍ୟା ଶକ୍ତି…

"ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ"

ଟାଟା ଷ୍ଟିଲ ତରଫରୁ ଯୋଡା ଠାରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପାଳିତ

ଯୋଡା- ତା ୧୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଯୋଡା ପଶ୍ଚିମ ଅଡିଟୋରିୟମ ଠାରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ମହା ଆଡମ୍ବର ସହାକାରେ ପାଳନ କରାଯାଇଛି । ଏହି ଅବସରରେ ଉକ୍ରଳୀୟ ମହାନ ସଂସ୍କୃତି, କଳା, ଐତିହ୍ୟ ସମ୍ପର୍କିତ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ସଭାଟିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମନିଷ ମିଶ୍ର (ମୁଖ୍ୟ ପ୍ରବନ୍ଧକ, ଟାଟା ଷ୍ଟିଲ ଓ.ଏମ୍.କୁ୍ୟ ଡିଭିଜନ) ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ଭୁବନାନ୍ଦ ତ୍ରିପାଠୀ (ଅବସରପ୍ରାପ୍ତ ମହାପ୍ରବନ୍ଧକ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗ, ସେଲ (ବଲାଣୀ) ଯୋଗଦେଇ…

"ଟାଟା ଷ୍ଟିଲ ତରଫରୁ ଯୋଡା ଠାରେ ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପାଳିତ"

ପଡିଶା ଘର ଟ୍ରକ ଚାପାରେ ଦେଢ ବର୍ଷର ଶିଶୁ କନ୍ୟା ମୃତ, ଡ୍ରାଇଭର ଗିରଫ

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ସାନ୍ତବାହାଳରେ ଆଜି ସକାଳ ପ୍ରାୟ ୮ ଘଟିକା ସମୟରେ ଏକ ଅଭାବନୀୟ ଘଟଣା ଘଟାଯାଇଛି । ଘଟଣାରୁ ପ୍ରକାଶ ଯେ, ସାନ୍ତବାହାଳ ଅଞ୍ଚଳର ଅନିଲ ମହାନ୍ତଙ୍କ ଏକମାତ୍ର ଝିଅ ଶୃତି ଆଜି ସକାଳେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଥିବା ପଡୋଶୀ ହେମନ୍ତ ମହାନ୍ତଙ୍କ ୧୦ ଚକିଆ ଟ୍ରକଟିକୁ ତାଙ୍କ ସାନ ଭାଇ ସାମନ୍ତ ମହାନ୍ତ ଷ୍ଟାର୍ଟ କରି ପଛକୁ ନେଉଥିବା ବେଳେ ଅସାବଧାନତା କାରଣରୁ ଟ୍ରକଟି ଶୃତି ଉପରେ ଚଢିଯାଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଶିଶୁ କନ୍ୟାର ମୃତୁ୍ୟ…

"ପଡିଶା ଘର ଟ୍ରକ ଚାପାରେ ଦେଢ ବର୍ଷର ଶିଶୁ କନ୍ୟା ମୃତ, ଡ୍ରାଇଭର ଗିରଫ"

ଏସ୍.ବି.ଆଇ. ଏଟିଏମ୍ ରୁ ଲୁଟ ଉଦ୍ୟମ କରି ମେସିନକୁ ପୋଡିଲେ ଲୁଟେରା

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଓଏମସି ଛକ ନିକଟ ଏସ୍.ବି.ଆଇ. ଏଟିଏମରୁ ଗତ ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ କରି ବିଫଳ ହେବା ପରେ ମେସିନରେ ନିଆଁ ଲଗାଇଥିବା ଜଣାପଡିଛି । ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଟିଏମ୍ ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଦୁବୁର୍ତ୍ତ ମାନେ ପୋଡି ଦେଇଥିବା ଜଣାପଡିଛି । ରବିବାର ସକାଳେ ଏକା ଜଣା ପଡିବା ପରେ ଭଡା ଦେଇଥିବା ଘର ମାଲିକ ଏ ନେଇ ବଡବିଲ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏଟିଏମରୁ…

"ଏସ୍.ବି.ଆଇ. ଏଟିଏମ୍ ରୁ ଲୁଟ ଉଦ୍ୟମ କରି ମେସିନକୁ ପୋଡିଲେ ଲୁଟେରା"

ସ୍କ୍ରାପ ବୋଝେଇ ଟ୍ରକ ଜବତ, ୩ ଗିରଫ

ଯୋଡା- ତା ୧୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ରବିବାର ପ୍ରାୟ ୪.୩୦ ମି. ସମୟରେ କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ସହିଦ ନଗରରୁ ଏକ ଚୋରା ସ୍କ୍ରାପ ବୋଝେଇ ଟ୍ରକ ଯାଉଥିବା ସମୟରେ ଜଜାଙ୍ଗ ରାସ୍ତାରୁ ପୁଲିସ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ୩ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଆସାମୀ ମାନେ ହେଲେ ଗିଡୁ ରାଜ ଓ ତାଙ୍କ ପୁଅ ସାଗର ରାଜଙ୍କ ସହିତ ଟ୍ରକ ଡ୍ରାଇଭର ବିଜୟ ପାତ୍ର । ଘଟଣାରୁ ପ୍ରକାଶ ଯେ, ରବିବାର ଭୋର ପ୍ରାୟ ୪.୩୦ ମି. ସମୟରେ ସହିଦ ନଗର ଠାରେ…

"ସ୍କ୍ରାପ ବୋଝେଇ ଟ୍ରକ ଜବତ, ୩ ଗିରଫ"

ବଡବିଲରେ ବିଷୁବ ମିଳନ ଅବସରରେ ଚାନ୍ଦି ନିର୍ମିତ ଗ୍ଲାସରେ ପଣା ନିଲାମ

ଯୋଡା. 14.04.2018 (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟ ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ । ସୂର୍ଯ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ପ୍ରତିବର୍ଷ ଏପ୍ରିଲ ୧୪ତାରିଖରେ ମହାବିଷୁବ ସଂକ୍ରାନ୍ତି ସାରା…

"ବଡବିଲରେ ବିଷୁବ ମିଳନ ଅବସରରେ ଚାନ୍ଦି ନିର୍ମିତ ଗ୍ଲାସରେ ପଣା ନିଲାମ"

ନିଶା ଔଷଧ କାରବାରରେ ଜଣେ ଗିରଫ

ଯୋଡା- ତା ୧୧/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ କମାରଯୋଡାସ୍ଥିତ କମଲ ମହାରଣାଙ୍କ ଘରୁ ବିପୁଳ ପରିମାଳରେ ପ୍ଲାଜ୍ମୋ କୋରେକ୍ସ ନିଶା ଔଷଧ ମିଳିବାରୁ ପୁଲିସ ତାଙ୍କୁ ଗିରଫ କରି ବୁଧୁବାର ଦିନ କୋର୍ଟ ଚାଲାଣ କରିଛି। ଘଟଣାରୁ ପ୍ରକାଶ ଯେ, କମଲ ମହାରଣାଙ୍କର ବାସଗୃହ ସହିତ ଏକ ଦୋକାନ ଗୃହ ସଂଲଗ୍ନ ରହିଛି। ସେ ଏହି ଦୋକାନରେ ପ୍ଲାଜ୍ମୋ କୋରେକ୍ସ ନିଶା ଔଷଧ ନିୟମିତ ବିକ୍ରି କରିଥାନ୍ତି। ଏହି ନିଶା ଔଷଧ ସେବନ କରି ଶହ ଶହ ଯୁବକ ନିଶା ଗ୍ରସ୍ଥ ହେଉଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇଁ…

"ନିଶା ଔଷଧ କାରବାରରେ ଜଣେ ଗିରଫ"