ଗୁଣିଗାରେଡି ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା ; ୪ ଗିରଫ

ଯୋଡା – ୦୮/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) କେନ୍ଦୁଝର ଜିଲ୍ଲା ବିଲେଇପଦା ଠାରେ ଗତ ସୋମବାର ଦିନ ଗୁଣିଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ନୃଶଂସ ଭାବେ ପିଟି ହତ୍ୟା କରାଯାଇଥିବା ଘଟଣା ପରେ ମଙ୍ଗଳବାର ରାତିରେ ଗୁଣିଗାରେଡି ସନ୍ଦେହରେ ଆଉ ଏକ ହତ୍ୟା କାଣ୍ଡ ସମଗ୍ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ସ୍ୱବ୍ଦ କରିଦେଇଛି। ଘଟଣାରୁ ପ୍ରକାଶ ଯେ, ବାମେବାରୀ ଥାନା ଅନ୍ତର୍ଗତ ବିଡପୋଖରୀ ଗାଁରେ ଗୁଣିଗାରେଡି ସନ୍ଦେହ କରି ସୁଦାମ ମୁଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ସଂଘ ବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି। ଘଟଣା ପରେ ମୃତ ଶରୀରକୁ ଏକ ଖାଲ ଭିତରେ ଭିଙ୍ଗି ଦେଇ ଦୁର୍ବୁତ୍ତମାନେ…

"ଗୁଣିଗାରେଡି ସନ୍ଦେହରେ ଯୁବକକୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା ; ୪ ଗିରଫ"

ଯୋଡା ହୁଡିସାହିକୁ ରାସ୍ତା ନାହିଁ କି ପ୍ରଶାସନର ନିଘା ନାହିଁ

ଯୋଡା – ୦୭/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରାପାଳିକା ଆନ୍ତର୍ଗତ ୱାର୍ଡ ନଂ-୩ରେ ଅବସ୍ଥିତ ହୁଡିସାହିକୁ ରାସ୍ତାଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପରିଲକ୍ଷିତ କରାଯାଇଛି । ହୁଡିସାହିକୁ ସେଣ୍ଟ ଟେରେସା ସ୍କୁଲ ନିକଟ ଦେଇ ଯାଇଥିବା ରାସ୍ତାଟି ପୂତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବେଳେ ଏହାର ସଂଯୋଗ ସ୍ଥଳରେ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଜମି ଥିବାରୁ ଏହା ଦୀର୍ଘ ବର୍ଷ ହେବ ମରାମତି କରାଯାଇପାରିନାହିଁ । ବସ୍ତିକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାଟି ବହୁ ବର୍ଷ ପୂର୍ବେ ତିଆରି ହୋଇଥିବା ବେଳେ ଏବେ ସମ୍ପୃକ୍ତ ଜମି ମାଲିକଙ୍କର ପରିବାର ରାସ୍ତା ଉପରେ…

"ଯୋଡା ହୁଡିସାହିକୁ ରାସ୍ତା ନାହିଁ କି ପ୍ରଶାସନର ନିଘା ନାହିଁ"

ବଡବିଲରେ ଓ.ପି. ଜିନ୍ଦଲଙ୍କ 88ତମ ଜନ୍ମଦିବସ ମହାଆଡମ୍ବର ସହାକାରେ ପାଳିତ

ଯୋଡା : ୦୭.୦୮.୨୦୧୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ)  ବଡବିଲ ତରଫରୁ ଜିନ୍ଦଲ ଗ୍ରୁପ ର ପ୍ରତିଷ୍ଟାତା ସ୍ୱର୍ଗତଃ ଓମ ପ୍ରକାଶ ଜିନ୍ଦଲଙ୍କର 88 ତମ ଜନ୍ମଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ପ୍ରତିଷ୍ଟା ଦିବସ ରୂପେ ପାଳନ କରାଯାଉଥିବାରୁ ବଡବିଲ ପ୍ଲାଣ୍ଟ, ଜିନ୍ଦଲ ସ୍କୁଲ ଏବଂ ଆଦିବାସୀ ବିକାଶ ସମିତି ବିଦ୍ୟା ମନ୍ଦିର, ସେରେଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ଲାଣ୍ଟ ନିକଟବର୍ତୀ ବିଦ୍ୟାଳୟ ଗୁଡିକରେ ଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରାୟ 600 ଟି…

"ବଡବିଲରେ ଓ.ପି. ଜିନ୍ଦଲଙ୍କ 88ତମ ଜନ୍ମଦିବସ ମହାଆଡମ୍ବର ସହାକାରେ ପାଳିତ"

ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେକର୍ଡ ସଂଖ୍ୟକ ରୋଗୀ ଚିକିତ୍ସା

ଯୋଡା – ୦୩/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଖଣି ଓ ଶିଳ୍ପ ପ୍ରବଣ ଯୋଡା ପୌରାଞ୍ଚଳର କମାରଯୋଡା ଠାରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୨ ଜଣ ନୂତନ ମହିଳା ଡାକ୍ତର ଯୋଗଦେବା ପରଠାରୁ ରେକର୍ଡ ସଂଖ୍ୟକ ରୋଗୀ ଚିକିତ୍ସା କରାଯାଇପାରିଥିବା ଜଣାପଡିଛି। ଗତ ଜୁଲାଇ ମାସରେ ୨ହଜାରରୁ ଉର୍ଦ୍ଧ ରୋଗୀ ସୁଚାରୁ ଚିକିତ୍ସା କରାଯାଇଥିବା ବେଳେ ୧୧୦ ଜଣ ମହିଳାଙ୍କର ସୂଚାରୁରୂପେ ପ୍ରସବ କରାଯାଇ ଏକ ରେକର୍ଡ ସୃଷ୍ଟି କରାଯାଇଛି। ଯୋଡା ବ୍ଲକର ୧୯ଟି ପଞ୍ଚାୟତର ପ୍ରାୟ ଲକ୍ଷାଧିକ ଲୋକ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ପୂର୍ବରୁ ଏଠାରେ କେବଳ ଜଣେ ଡାକ୍ତର…

"ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେକର୍ଡ ସଂଖ୍ୟକ ରୋଗୀ ଚିକିତ୍ସା"

ବଡବିଲରୁ ନକଲି ଆରଟିଓ ଗିରଫ; ଟଙ୍କା, ବାଇକ୍ ଓ ନକଲି ରସିଦ୍ ଜବତ୍

ଯୋଡା – ୦୨/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲରେ ଜଣେ ନକଲି ଆରଟିଓ ବାବୁଙ୍କୁ ବଡବିଲ ପୁଲିସ ଗିରଫ କରିଥିବା ଜଣାପଡିଛି। ବଡବିଲ ବାଇପାଶ ରୋଡ ଗ୍ୟାରେଜ୍ ଅଞ୍ଚଳର ଇମରାମ ଖାନ ନାମକ ଜଣେ ଯୁବକ ନିଜକୁ ଆରଟିଓ ର ପରିଚୟ ଦେଇ ଟ୍ରକ ମାନଙ୍କରୁ ଟଙ୍କା ନେଉଥିବା ବେଳେ ବଡବିଲ ପୁଲିସ ହାତରେ ଧରାପଡିଛି। ତା ନିକଟରୁ ଏକ ବାଇକ୍, ନଗଦ ୧୪ ହଜାର ୫ଶହ ଟଙ୍କା, ନକଲି ରସିଦ ବହି ଏବଂ କିଛି ଗାଡି ଡ୍ରାଇଭରଙ୍କ ଠାରୁ ଜବତ କରିଥିବା ଡ୍ରାଇଭିଙ୍ଗ ଲାଇସେନ୍ସକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ଇମରାନ ବଡବିଲ-ଭଦ୍ରାସାହୀ ରାସ୍ତାରେ ଟ୍ରକମାନଙ୍କୁ ଅଟକାଇ ବିଭିନ୍ନ…

"ବଡବିଲରୁ ନକଲି ଆରଟିଓ ଗିରଫ; ଟଙ୍କା, ବାଇକ୍ ଓ ନକଲି ରସିଦ୍ ଜବତ୍"

ଟାଟା ଷ୍ଟିଲ ତରଫରୁ ଯୋଡ଼ା ଠାରେ ଡେଙ୍ଗୁ ନିରାକରଣ ପାଇଁ ସଚେତନତା ଅଭିଯାନ ଆରମ୍ଭ

ଯୋଡ଼ା, ଅଗଷ୍ଟ ୨, ୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଡେଙ୍ଗୁ ଜ୍ୱର ଭଳି ମାରାତ୍ମକ ରୋଗର ନିରାକରଣ ପାଇଁ ସଚେତନତା ଅଭିଯାନ ଜୁଲାଇ ୩୧, ୨୦୧୮ ତାରିଖରୁ ଯୋଡ଼ା ଠାରେ ଶୁଭାରମ୍ବ ହୋଇଯାଇଛି। ସବୁଜ ପତାକା ଦେଖାଇ ଶ୍ରୀ ମନିଷ ମିଶ୍ର, ମହା ପ୍ରବନ୍ଧକ, ଓର ମାଇନ୍ସ, କ୍ୱାରିଜ ଡିଭିଜନ, ଟାଟା ଷ୍ଟିଲ, ଏହି ଅଭିଯାନର ଶୁଭାରମ୍ବ ଟାଟା ଷ୍ଟିଲର ଯୋଡ଼ା ସ୍ଥିତ ଡାକ୍ତରଖାନାରୁ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଶିରିଶ ଶେଖର, ଚିଫ ଖଣ୍ଡବନ୍ଧ ପ୍ରକଳ୍ପ, ଟାଟା ଷ୍ଟିଲ, ୟୁନିଅନର ପଦାଧିକାରୀ ତଥା ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀ ଏବଂ ଟାଟା ଷ୍ଟିଲ ଯୋଡ଼ା…

"ଟାଟା ଷ୍ଟିଲ ତରଫରୁ ଯୋଡ଼ା ଠାରେ ଡେଙ୍ଗୁ ନିରାକରଣ ପାଇଁ ସଚେତନତା ଅଭିଯାନ ଆରମ୍ଭ"

ଯୋଡା ରୋଟାରୀ କ୍ଲବର ୧୪ତମ ଅଧିଷ୍ଠାନ ଦିବସ ପାଳିତ

ଯୋଡା – ୦୨/୮ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବୁଧବାର ସନ୍ଧ୍ୟାରେ ଯୋଡା ରୋଟାରୀ କ୍ଲବ ପକ୍ଷରୁ ଅଧିଷ୍ଠାନ ଦିବସ ମହା ଆଡମ୍ବର ସହାକାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀଆନ ଦେବାଶିଷ ମିଶ୍ର (ଡି.ଜି.ଇ.) ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରୋଟାରୀଆନ ବସନ୍ତ କୁମାର ପୃଷ୍ଟି (ଏ.ଜି.), ଟାଟା ଷ୍ଟିଲ ଯୋଡା ମୁଖ୍ୟ ଶିରିଶ ଶେଖର ଯୋଗଦେଇଥିଲେ । ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ରୋଟାରୀ ଇଣ୍ଟରନ୍ୟାସନାଲ ବିଶ୍ୱର ସର୍ବବୃହତ ସାମାଜିକ ସଂଗଠନ ଭାବେ ଆଜି ଗୌରବ ଅର୍ଜନ କରିପାରିଛି । ୨ ଶହରୁ ଉର୍ଦ୍ଧ୍ୱ ଦେଶ, ୩୪ ହଜାର ୨୮୨ କ୍ଲବ…

"ଯୋଡା ରୋଟାରୀ କ୍ଲବର ୧୪ତମ ଅଧିଷ୍ଠାନ ଦିବସ ପାଳିତ"

ବିଜେପି ଯୋଡା ଯୁବ ମୋର୍ଚ୍ଚା ୨୮ନଂ ଜୋନର ଅଧ୍ୟକ୍ଷ ମନୋନୀତ

ଯୋଡା. ୩୧/୭। (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୮ନଂ ଜୋନ ନିମନ୍ତେ ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ଭାବେ ଦିନେଶ ଚନ୍ଦ୍ର ପୂର୍ତ୍ତିକୁ ମନୋନୀତ କରାଯାଇଛି। ସୋମବାର ଦିନ ଯୋଡା ବ୍ଲକ ଅନ୍ତର୍ଗତ କଣ୍ଡରା ପଞ୍ଚାୟତର ଏକ କାର୍ଯ୍ୟକ୍ରମରେ ଦିନେଶ ଚନ୍ଦ୍ର ପୂର୍ତ୍ତିଙ୍କ ନାମ ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମର କେନ୍ଦୁଝର ଜିଲ୍ଲା ଅଧ୍ୟକ୍ଷ ରାଧାକାନ୍ତ ମହାନ୍ତ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରକାଶ ମଲ୍ଲିକ ଦିନେଶ ପୂର୍ତ୍ତିଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ଦଳରେ ସାମିଲ କରିଥିବା ଘୋଷଣା କରିଥିଲେ। ଏହି ଅବସରରେ ତାଙ୍କ ବକ୍ତବ୍ୟରେ ଶ୍ରୀ ପୂର୍ତ୍ତି କହିଥିଲେ…

"ବିଜେପି ଯୋଡା ଯୁବ ମୋର୍ଚ୍ଚା ୨୮ନଂ ଜୋନର ଅଧ୍ୟକ୍ଷ ମନୋନୀତ"

ସଡକ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ଓ ଖଣି ମାଲିକଙ୍କ ମିଳିତ ବୈଠକ

ଯୋଡା. ୨୭/୭(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି ଅପରାହ୍ନରେ ଯୋଡା ପଞ୍ଚାୟତ ସମିତି ସଭା ଗୃହରେ ଖଣି ଅଞ୍ଚଳରେ ସଡକ ଦୁର୍ଘଟଣା ରୋକିବା ପାଇଁ ଖଣି ସଂସ୍ଥାର କର୍ମକର୍ତ୍ତା, ଟ୍ରକ ମାଲିକ ସଂଘ ଏବଂ ପ୍ରଶାସନିକ ଅଧିକାରୀଙ୍କ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟ୍ଟୱାରି, ଖଣି ଉପନିର୍ଦ୍ଦେଶକ ସୁଶାନ୍ତ ନାୟକ, ବଡବିଲ ତହସିଲଦାର କ୍ଷୀରୋଦ ନାୟକ, ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ, ଯୋଡା ବ୍ଲକ ଉନ୍ନୟନ ଅଧିକାରୀ ଅରୁଣ କୁମାର ମଲ୍ଲିକ, ବଡବିଲ ଏସ.ଡି.ପି.ଓ. ରାହୁଲ ଜୈନ, ବଡବିଲ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓଙ୍କ ସହିତ ବଡବିଲ ଭାରପ୍ରାପ୍ତ ଅଧିକାରୀ, ବାମେବାରୀ ଭାରପ୍ରାପ୍ତ ଅଧିକାରୀ…

"ସଡକ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ ଓ ଖଣି ମାଲିକଙ୍କ ମିଳିତ ବୈଠକ"

ଟାଟା ଷ୍ଟିଲ ତରଫରୁ ଯୋଡ଼ା ଠାରେ ପିଲାମାନଙ୍କ ପାଇଁ ଉଡାଜାହାଜ ନମୁନା ପ୍ରସ୍ତୁତି ପ୍ରତିଯୋଗୀତା ଆୟୋଜିତ

ଯୋଡ଼ା, ଜୁଲାଇ ୨୭, ୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ତରଫରୁ ଯୋଡ଼ା ଠାରେ ପିଲାମାନଙ୍କ ପାଇଁ ଏକ ଉଡାଜାହାଜ ନମୁନା ପ୍ରସ୍ତୁତି ପ୍ରତିଯୋଗୀତା ଆଜି ଯୋଡ଼ା ପଶ୍ଚିମ ଅଡିଟୋରିୟମ ଠାରେ ଅୟୋଜନ କରାଯାଇଥିଲା। ଭରତରତ୍ନ ସ୍ୱର୍ଗତ ଜେ ଆର ଡି ଟାଟାଙ୍କ ୧୧୪ତମ ଜନ୍ମ ଜୟନ୍ତୀ ପାାଳନର ଅବ୍ୟବହିତ ପୂର୍ବରୁ ଏହି ପ୍ରତିଯୋଗୀତା ଅୟୋଜନ କରାଯାଇଥିଲା। ସେ ଜୁଲାଇ ୨୯, ୧୯୦୪ ରେ ଜନ୍ନଗ୍ରହଣ କରି ନଭେମ୍ବର ୨୯, ୧୯୯୩ରେ ଇହଧାମ ତ୍ୟାଗ କରିଥିଲେ। ତାଙ୍କର ସ୍ମୃତି ତଥା ଭାରତୀୟ ଶିଳ୍ପ ଜଗତରେ ଆଣିଥିବା ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଜୁଲାଇ ୨୯ ଦିବସଟିକୁ ଟାଟା ଷ୍ଟିଲର ସମସ୍ତ…

"ଟାଟା ଷ୍ଟିଲ ତରଫରୁ ଯୋଡ଼ା ଠାରେ ପିଲାମାନଙ୍କ ପାଇଁ ଉଡାଜାହାଜ ନମୁନା ପ୍ରସ୍ତୁତି ପ୍ରତିଯୋଗୀତା ଆୟୋଜିତ"