ଶିଶୁ ପୁତ୍ରକୁ ନାଳରେ ଫିଙ୍ଗି ମା’ ଚମ୍ପଟ

ଯୋଡା- ତା ୨୫/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ପୌରପାଳିକା ଅନ୍ତର୍ଗତ ୬ନଂ ୱାର୍ଡର ରମଜାନ ହାଟିଂରେ ପ୍ରବାହିତ ଏକ ନାଳ କୂଳରୁ ବୁଧୁବାର ପ୍ରାତଃ ସମୟରେ ଏକ ଶିଶୁ ସନ୍ତାନକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଶିଶୁ ପୁତ୍ରଟିକୁ ଡାକ୍ତରଖାନା ନେବା ବାଟରେ ତାର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସମଗ୍ର ରାମଜାନ ହାଟିଂରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଙ୍ଗନୱାଡି କର୍ମୀମାନେ ତାର ମା’ କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଏ ନେଇ ଯୋଡା ଥାନାରେ ଏକ ମାମଲା ଋଜୁ ହୋଇଛି। ତେବେ ଏହି ଶିଶୁ ପୁତ୍ରଟି ଅପରିପକ୍ୱ ଅପସ୍ଥାରେ ଗର୍ଭପାତ…

"ଶିଶୁ ପୁତ୍ରକୁ ନାଳରେ ଫିଙ୍ଗି ମା’ ଚମ୍ପଟ"

ଯୋଡାରେ ଲାଗୁ ହେଲା “ନୋ ହେଲମେଟ ନୋ ପେଟ୍ରୋଲ”

ଯୋଡା. ତା. 23.04.2018 (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ‘ନୋ ହେଲମେଟ ନୋ ପେଟ୍ରୋଲ’ ନିୟମ କେନ୍ଦୁଝର ଜିଲ୍ଲା ଯୋଡାଠାରେ ଆଜିଠାରୁ କଡ଼ାକଡି ଭାବେ ଲାଗୁ କରାଯାଇଛି । ଯୋଡା ବସ୍ ଷ୍ଚାଣ୍ଡସ୍ଥିତ ତ୍ରିପାଠୀ ପେଟ୍ରୋଲ ପମ୍ପରେ ଏହି ନିୟମକୁ କଡା କଡି ଭାବେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଯେଉଁ ବାଇକ ଆରୋହୀ ହେଲମେଟ ପିନ୍ଧି ପେଟ୍ରୋଲ ନେବା ପାଇଁ ଆସୁଛନ୍ତି ସେମାନଙ୍କୁ ପମ୍ପ ତରଫରୁ 2ଟି ଚକଲେଟ ଓ ଯେଉଁମାନେ ବିନା ହେଲମେଟରେ ଆସୁଛନ୍ତି ଆରୋହୀମାନଙ୍କୁ ପେଟ୍ରୋଲ ଦିଆଯାଉନଥିବା ପରିଲକ୍ଷିତ ହୋଇଛି । ନୋ ହେଲମେଟ ନୋ ପେଟ୍ରୋଲ ନିୟମ ଲାଗୁ କଡ଼ାକଡ଼ି କରାଯିବା ନେଇ ଆଗରୁ ସୂଚନା…

"ଯୋଡାରେ ଲାଗୁ ହେଲା “ନୋ ହେଲମେଟ ନୋ ପେଟ୍ରୋଲ”"

ବିବାହ ପ୍ରଲୋଭନ ଦେଖାଇ ଯୁବତୀ ଚାଲାଣ, ଦଲାଲ ଗିରଫ

ଯୋଡା- ତା ୨୨/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୱେଷ୍ଟ ବେଙ୍ଗଲସ୍ଥିତ ବେଲଦା ଥାନା ପୁଲିସ ଆଜି କେନ୍ଦୁଝର ଜିଲ୍ଲା ଯୋଡା ଠାରୁ ଜଣେ ଯୁବତୀ ଚାଲାଣ କରୁଥିବା ଦଲାଲକୁ ଗିରଫ କରିଥିବା ଜଣାପଡିଛି। ଏହି ଦଲଲା ଜଣଙ୍କର ନାମ ୟୁସୁଫ ସେକ୍। ୟୁସୁଫ ଯୋଡାସ୍ଥିତ ହୁଡିସାହିରେ ଭଡା ଘରେ ରହି ବିଭିନ୍ନ ସ୍ଥାନରେ କାଠ କାମ କରି ଜୀବିକା ନିର୍ବାହ କରିଥାଏ। ୟୁସୁଫର ଘର ୱେଷ୍ଟ ବେଙ୍ଗଲସ୍ଥିତ ମୁର୍ସିଦାବାଦ ଠାରେ। ସେ ମୁର୍ସିଦାବାଦରୁ ଅଳ୍ପ ବୟସ୍କା ଯୁବତୀମାନଙ୍କୁ ବିବାହର ପ୍ରଲୋଭନ ଦେଖାଇ ଆଣି ରାଜ୍ୟ ବାହାରକୁ ଚାଲାଣ କରୁଥିବା ୱେଷ୍ଟ ବେଙ୍ଗଲ ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ୟୁସୁଫ ଜଣେ…

"ବିବାହ ପ୍ରଲୋଭନ ଦେଖାଇ ଯୁବତୀ ଚାଲାଣ, ଦଲାଲ ଗିରଫ"

ଦୁର୍ଦ୍ଦାନ୍ତ ଏସ୍.ଡି.ପି.ଓ. ଙ୍କ ମାଡରେ ଡ୍ରାଇଭର ଗୁରୁତର, କଟକ ସ୍ଥାନାନ୍ତରିତ

ଯୋଡା- ତା ୨୦/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ ) ଆଜି ସକାଳ ପ୍ରାୟ ୧୧ ଘଟିକା ସମୟରେ ୫୨୦ନଂ ଜାତୀୟ ରାଜପଥ ଖଣିଜ ପରିବହନ ଯୋଗୁଁ ଅତ୍ୟଧିତ ଜାମ ରହିଥିଲା। ଏହି ସମୟରେ ଟ୍ରକ ନଂ. ଓଡି-୦୯ସି-୧୪୫୨ ରଣାଶାଳ ଘାଟି ନିକଟସ୍ଥ ଶିବଶଙ୍କର ପେଟ୍ରୋଲ ପମ୍ପକୁ ତେଲ ନେବା ପାଇଁ ଧାଡିରୁ ବାହାରି ଯାଉଥିବା ବେଳେ ବଡବିଲସ୍ଥିତ ଏସ୍.ଡି.ପି.ଓ. ଶ୍ରୀ ରାହୁଲ ଜୈନ ଅଚନାକ ଭାବେ ଆସି ଉକ୍ତ ଟ୍ରକର ସାମ୍ମା କାଚ ଏବଂ ହେଡଲାଇଟ ପିଟି ଭାଙ୍ଗିଦେଇଥିଲେ ଏବଂ ଡ୍ରାଇଭରକୁ ଓହ୍ଲାଇବା ପଇଁ କହିଥିଲେ। ଏଥିରେ ଡ୍ରାଇଭର ଜଣଙ୍କ ଓହ୍ଲାଇବା ପରେ ତାକୁ ଅତ୍ୟନ୍ତ ନିର୍ମମ ଭାବେ ନିସ୍ତୁକ…

"ଦୁର୍ଦ୍ଦାନ୍ତ ଏସ୍.ଡି.ପି.ଓ. ଙ୍କ ମାଡରେ ଡ୍ରାଇଭର ଗୁରୁତର, କଟକ ସ୍ଥାନାନ୍ତରିତ"

ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ୧ ଆହତ

ଯୋଡା- ତା ୨୦/୦୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଗୁରୁବାର ବିଳମ୍ବିତ ରାତିରେ ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ନିକଟରେ ଏକ ୧୨ ଚକିଆ ଟ୍ରକ ନଂ. ଏଚ.ଆର. ୫୫-ଏନ୍-୩୩୨୦ ରାସ୍ତା କଡରେ ଛିଡା ହୋଇଥିବା ବେଳେ ସାମନାପଟୁ ଦୃତ ବେଗରେ ଆସୁଥିବା ଏକ ଡମ୍ବର ନଂ. ଓଆର୦୪ଡି-୧୮୮୨ ଭାରସାମ୍ୟ ହରାଇ ଟ୍ରକଟିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଟ୍ରକ ଓ ଡମ୍ପରଟି କ୍ଷତିଗ୍ରସ୍ଥ ହୋଇଥିବା ବେଳେ ଡମ୍ପରର ଡ୍ରାଇଭର ଆହତ ହୋଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ କିଛି ସମୟ ଧରି ରାସ୍ତା ଜାମ ହୋଇଥିବା ବେଳେ ଯୋଡା…

"ଟ୍ରକ-ଡମ୍ପର ମୁହାଁମୁହିଁ ଧକ୍କା, ୧ ଆହତ"

ଅଜଣା ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ୍ୟୁ, ମୃତଦେହ ଉଦ୍ଧାର

ଯୋଡା – ୧୯.୦୪.୨୦୧୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଜୀବନ ବିତାଉଥିବା ଜଣେ ଅଜଣା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କର ବୟସ (୫୦) ବର୍ଷ ହେବ ବୋଲି ପୋଲିସ କହିଥିବା ବେଳେ ବୃଦ୍ଧାଙ୍କର କେଣସି ପରିଚୟ ମିଳିନଥିବା ପ୍ରକାଶ କରିଛି। ପୋଲିସର ସୂଚନା ଅନୁଯାୟୀ ଗତକାଲି ଷ୍ଟେଟ ବ୍ୟାଙ୍କ ଛକ ନିକଟରୁ ଏହି ବୃଦ୍ଧାଙ୍କୁ ଚିକିତ୍ସା ପାଇଁ କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପୋଲିସ ଖବର ପାଇବା ପରେ ଆଜି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବଡ଼ବିଲ ଅତିରିକ୍ତି ତହସିଲ୍ଦାର ତଥା…

"ଅଜଣା ବୃଦ୍ଧାଙ୍କ ସନ୍ଦେହ ଜନକ ମୃତ୍ୟୁ, ମୃତଦେହ ଉଦ୍ଧାର"

ପରିବହନକୁ କେନ୍ଦ୍ର କରି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଲଙ୍କାକାଣ୍ଡ, ୨ ଗୁରୁତର

ଯୋଡା- ତା ୧୯/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଉଚ୍ଚବାଲିସ୍ଥିତ ଇନ୍ଦ୍ରାଣୀ ପଟ୍ଟନାୟକ (ଆଇ.ପି) ଖଣିରେ ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ତୀବ୍ରତର ହୋଇଛି । ଏଥିରେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଯୋଡାସ୍ଥିତ ଟାଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନେ ହେଲେ ଜେଠୁରାମ ମହାନ୍ତ ଏବଂ ସରତ ଚନ୍ଦ୍ର ବାରିକ । ସେମାନଙ୍କ ମଧ୍ୟରୁ ଜେଠୁରାମ ମହାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଇନ୍ଦ୍ରାଣୀ ପଟ୍ଟନାୟକ ଖଣି ଖୋଲିବା ଦିନ ଠାରୁ ମା କୁଆଁରି ଟ୍ରାନ୍ସପୋର୍ଟ ନାମକ ଏକ ସଂସ୍ଥା…

"ପରିବହନକୁ କେନ୍ଦ୍ର କରି ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଲଙ୍କାକାଣ୍ଡ, ୨ ଗୁରୁତର"

ଯୋଡ଼ାଠାରେ ଟାଟା ଷ୍ଟିଲ ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ

ଯୋଡ଼ା, ଅପ୍ରେଲ ୧୮, ୨୦୧୮: (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା ଷ୍ଟିଲ ଫାୟାର ବ୍ରିଗେଡ଼ ଟିମ୍ ପକ୍ଷରୁ ଅପ୍ରେଲ ୧୪ ତାରିଖ ଦିନ ଅଗ୍ନି ସେବା ସପ୍ତାହର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଯୋଡ଼ା ମୁଖ୍ୟ ଶ୍ରୀ ଦେବାଶିଷ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟାଟା ଷ୍ଟିଲ ଓ ସ୍ଥାନୀୟ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ସାହାସୀ ଅଗ୍ନି ସେବା ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ଏହାସହିତ ସେ ଅଗ୍ନି ସେବା ପତାକାକୁ ଉତ୍ତୋଳନ କରିବା ସହିତ ସାହାସୀ ଅଗ୍ନି ସେବା ଅଧିକାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରିଥିଲେ । ଏହି ସପ୍ତାହ ପାଳନ…

"ଯୋଡ଼ାଠାରେ ଟାଟା ଷ୍ଟିଲ ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ"

ମଜଦୁର ସଂଘ ନାମରେ ଗୁରୁତର ଅଭିଯୋଗ, ଭିଜିଲାନ୍ସ ବିଭାଗ ଯାଞ୍ଚ କରି ଫେରିଲେ

ଯୋଡା- ତା ୧୮/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଟାଟା କମ୍ପାନୀ ଅଧିନରେ ପରିଚାଳିତ ଯୋଡାସ୍ଥିତ ଯେଡା ଇଷ୍ଟ ଶ୍ରମିକ ସଂଘ ନାମରେ କେତେ ଜଣ ଶ୍ରମିକ ଗୁରୁତର ଅଭିଯୋଗ ଆଣି ଜାମସେଦପୁରସ୍ଥିତ ଟାଟା କମ୍ପାନୀର ନିଜସ୍ୱ ଭିଜିଲାନ୍ସ ବିଭାଗର ଦୃଷ୍ଟି ଆକର୍ଷଣ କରିଥିବା ଖବର ହସ୍ତଗତ ହୋଇଛି । ସେଥିରେ ସେମାନେ ଅଭିଯୋଗ କରିଛନ୍ତି ଯେ, ଶ୍ରମିକ ସଂଘର ବିଭିନ୍ନ ଉଚ୍ଚ ପଦବୀରେ ଥିବା କର୍ମକର୍ତ୍ତମାନେ କମ୍ପାନୀରେ ନିଯୁକ୍ତି କ୍ଷେତ୍ରରେ ଅର୍ଥକାରବାର କରିବା ସହିତ ପାତର ଅନ୍ତର ନିତି ଅବଲମ୍ବନ କରିଆସୁଛନ୍ତି । କର୍ମକର୍ତ୍ତମାନେ କାର୍ଯ୍ୟକୁ ନଯାଇ ପୁରା ଦରମା ପାଇବା ସହ କମ୍ପାନୀର ବିଭିନ୍ନ ସୁବିଧା ସୁଯୋଗ ଉଚ୍ଚ…

"ମଜଦୁର ସଂଘ ନାମରେ ଗୁରୁତର ଅଭିଯୋଗ, ଭିଜିଲାନ୍ସ ବିଭାଗ ଯାଞ୍ଚ କରି ଫେରିଲେ"

ହାତୀ ପଲଙ୍କ ଆକ୍ରମଣ ; ଭାଙ୍ଗିଲେ ୬ ବଖରା ଘର, ଆସବାବପତ୍ର ନଷ୍ଟ କରିବା ସହ ଖାଇଗଲେ ଧାନ – ଚାଉଳ

ଯୋଡା- ତା ୧୭/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦୀର୍ଘ ଦିନ ହେଲା ଖାଦ୍ୟ ଅନ୍ୱେଷଣରେ ଲୋକାରଣ୍ୟକୁ ପଶି ଆସିଥିବା ୨୨ ଜଣିଆ ହାତୀ ପଲ ବନ ବିଭାଗ କର୍ମଚାରୀଙ୍କୁ ନାକେଦମ କରିଥିବା ବେଳେ ଗ୍ରାମବାସୀଙ୍କ ରାତିର ନିଦ ହଜେଇ ଦେଇଥିବାର ଖବର ମିଳିଛି । ଧାନ ଓ ଜନ ଜୀବନ ର ରକ୍ଷା ନିମନ୍ତେ ବିନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପ୍ରତିଷେଧମୂଳକ ଯୋଜନା ଏହି ବନ୍ୟପ୍ରାଣୀଙ୍କ ସଂଘବଦ୍ଧ ଯୋଜନା ଆଗରେ ଫିକା ପଡିଯାଇଥିବା କାରଣରୁ ଏହି ସଂଘବଦ୍ଧ ହାତୀପଳ ପଦର୍ପରେ ରାତିଅଧିଆ ଗୋଟାଏ ପରେ ଗୋଟାଏ ଗ୍ରାମକୁ ଟାର୍ଗେଟ କରୁଥିବାର ଜଣାପଡିଛି । ବଡବିଲ ରେଞ୍ଜ ଅନ୍ତର୍ଗତ ବିଲେଇପଦା…

"ହାତୀ ପଲଙ୍କ ଆକ୍ରମଣ ; ଭାଙ୍ଗିଲେ ୬ ବଖରା ଘର, ଆସବାବପତ୍ର ନଷ୍ଟ କରିବା ସହ ଖାଇଗଲେ ଧାନ – ଚାଉଳ"