୧୫୭.୪୭ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ନିର୍ମିତ କଟକ ସହର-ନୂଆପାଟଣାକୁ ସଂଯୋଗ କରୁଥିବା “ଉତ୍କଳ ଗୌରବ ମଧୁସୂଦନ ସେତୁ” ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭ ଉଦ୍ଘାଟିତ

– ଏହି ସେତୁ ଯୋଗାଯୋଗ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ – ଓଡିଶା ଦିବସ ଅବସରରେ ମଧୁବାବୁଙ୍କ ନାମରେ ନାମିତ ସେତୁ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି କଟକ ୧-୪ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ଆଜି ପୂର୍ବାହ୍ନରେ ମହାନଦୀ ଉପରେ ସି.ଡି.ଏ. ବିଜୁ ପଟ୍ଟନାୟକ ପାର୍କ ନିକଟରେ କଟକ ସହର-ନୂଆପାଟଣାକୁ ସଂଯୋଗ କରୁଥିବା “ଉତ୍କଳ ଗୌରବ ମଧୁସୂଦନ ସେତୁ” କୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭ ଉଦ୍ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ୩ ଲେନ୍‌ ବିଶିଷ୍ଟ ୨୫୮୩ ମିଟର ଦୈର୍ଘ୍ୟ ଓ ୧୪.୮ ମିଟର ପ୍ରସ୍ତ ପରିମିତ ୧୫୭.୪୭ କୋଟି ଟଙ୍କା ବିନିମୟରେ ନାବାର୍ଡ ସହାୟତାରେ ରାଜ୍ୟ ସରକାରଙ୍କ ପୂର୍ତ…

"୧୫୭.୪୭ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ନିର୍ମିତ କଟକ ସହର-ନୂଆପାଟଣାକୁ ସଂଯୋଗ କରୁଥିବା “ଉତ୍କଳ ଗୌରବ ମଧୁସୂଦନ ସେତୁ” ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭ ଉଦ୍ଘାଟିତ"

୩ ଦିନିଆ ରିମାଣ୍ଡରେ ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳ – କ’ଣ ଖୋଲିଲା ଗୁମର ?

କଟକ ୧୪-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ସୁଭଦ୍ରାପୁରର ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଧଳସାମନ୍ତ ଏବଂ ରଞ୍ଜିତା ବିଶ୍ୱାଳଙ୍କୁ ତିନିଦିନିଆ ପୋଲିସ ରିମାଣ୍ଡର ଅନୁମତି ମିଳିଛି। ଏହି ଅନୁମତି ଜେଏମ୍‌ଏଫ୍‌ଏସି (ଗ୍ରାମାଞ୍ଚଳ) ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟଯେ, କମିସନରେଟ ପୁଲିସ କହିବା ଅନୁଯାୟୀ ବିଜନ ପାଲକୁ ହତ୍ୟା ଷଡଯନ୍ତ୍ର ଡି ବ୍ରଦର୍ସ ରଚିଥିଲେ ଝାରପଡା ଜେଲରେ। ଏହି ମାମଲାରେ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କ ସହିତ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଗିରଫ କରଥିଲା ପୋଲିସ। ବିଜନ ପାଲ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ସୁଶାନ୍ତ ଧଳସାମନ୍ତର ସଂପୃକ୍ତି ଦର୍ଶାଇ ସୁଶାନ୍ତ ଧଳସାମନ୍ତ ଏବଂ ରଂଜିତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ଏହି ମାମଲାରେ ଉଭୟଙ୍କୁ ପୋଲିସ…

"୩ ଦିନିଆ ରିମାଣ୍ଡରେ ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳ – କ’ଣ ଖୋଲିଲା ଗୁମର ?"

ସଂକ୍ଷେପରେ ତାଜା ଖବର: କଟକ ଓଏମପି ଛକ ତାଳଦଣ୍ଡା କେନାଲ ଓଭରବ୍ରିଜରେ ଜଳିଗଲା ଟାଟା ମେଜିକ

କଟକ ୧୩-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) କଟକ ଓଏମପି ଛକ ତାଳଦଣ୍ଡା କେନାଲ ଓଭରବ୍ରିଜରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ ସମୟରେ ଗୋଟିଏ ଟାଟା ମେଜିକ ଜଳିଯାଇଛି।

"ସଂକ୍ଷେପରେ ତାଜା ଖବର: କଟକ ଓଏମପି ଛକ ତାଳଦଣ୍ଡା କେନାଲ ଓଭରବ୍ରିଜରେ ଜଳିଗଲା ଟାଟା ମେଜିକ"

ଦୁଷ୍କର୍ମ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳିକା ପୀଡ଼ିତାଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ ୧୩-୩ (ଓଡ଼ିଆ ପୁଅ/ଚନ୍ଦନ ମଲ୍ଲିକ) କଟକ ଜିଲ୍ଲା ସାଲେପୁରର ଦୁଷ୍କର୍ମ ପୀଡ଼ିତାଙ୍କର ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ ନାବାଳିକା ସହ ଦୁଷ୍କର୍ମ ପରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ତାରେ ଏସ୍‌ସିବିରେ ଭର୍ତ୍ତି କରାଯାଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟଯେ, ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଥଣ୍ଡା ବୋତଲରେ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କୁ ଦୁଷ୍କର୍ମ ପରେ ବ୍ଲାକ୍‌ମେଲିଂ କରୁଥିଲା।

"ଦୁଷ୍କର୍ମ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳିକା ପୀଡ଼ିତାଙ୍କ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ"

ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଧଳସାମନ୍ତ ଏବଂ ରଞ୍ଜିତା ବିଶ୍ୱାଳଙ୍କୁ ତିନିଦିନିଆ ରିମାଣ୍ଡରେ ନେବ ପୋଲିସ୍

କଟକ ୧୩-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଧଳସାମନ୍ତ ଏବଂ ରଞ୍ଜିତା ବିଶ୍ୱାଳଙ୍କୁ ତିନିଦିନିଆ ରିମାଣ୍ଡରେ ସଦର ଥାନା ପୋଲିସକୁ କୋର୍ଟରୁ ଅନୁମତି ମିଳିଲା। ସୂଚନାଯୋଗ୍ୟଯେ, କମିସନରେଟ ପୁଲିସ କହିବା ଅନୁଯାୟୀ ବିଜନ ପାଲକୁ ହତ୍ୟା ଷଡଯନ୍ତ୍ର ଡି ବ୍ରଦର୍ସ ରଚିଥିଲେ ଝାରପଡା ଜେଲରେ। ଏହି ମାମଲାରେ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କ ସହିତ କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଗିରଫ କରଥିଲା ପୋଲିସ। ବିଜନ ପାଲ ହତ୍ୟା ଉଦ୍ୟମ ମାମଲାରେ ପୋଲିସ ସୁଶାନ୍ତ ଧଳସାମନ୍ତର ସଂପୃକ୍ତି ଦର୍ଶାଇ ସୁଶାନ୍ତ ଧଳସାମନ୍ତ ଏବଂ ରଂଜିତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା।

"ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ସୁଶାନ୍ତ ଧଳସାମନ୍ତ ଏବଂ ରଞ୍ଜିତା ବିଶ୍ୱାଳଙ୍କୁ ତିନିଦିନିଆ ରିମାଣ୍ଡରେ ନେବ ପୋଲିସ୍"

“ପ୍ରସାର” ଆନୁକୂଲ୍ୟରେ ପୁସ୍ତକ ଉନ୍ମୋଚନ ଉତ୍ସବ

କଟକ, ମାର୍ଚ୍ଚ ୧୨-୩ (ଓଡ଼ିଆ ପୁଅ) ଆଜି ସନ୍ଧ୍ୟାରେ “ ପ୍ରସାର” ଆନୁକୁଲ୍ୟରେ ଶ୍ରୀରାମଚନ୍ଦ୍ର ଭବନରେ ପ୍ରଫେସର ଡାକ୍ତର ରବୀନ୍ଦ୍ର ନାଥ ସାହୁଙ୍କ “ଜୀବେଦୟା” ଓ “ଭିନ୍ନ ମାଟିର ମହକ” ନାମକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକ, ମୁଖ୍ୟ ଅତିଥି, ଡକ୍ଟର ବୈଷ୍ଣବ ଚରଣ ସାମଲ, ମୁଖ୍ୟ ବକ୍ତା, ବରେଣ୍ୟ ଅତିଥି ଡକ୍ଟର ସତ୍ୟ ରାୟ ଓ ସଭାପତି ଭାବେ ପ୍ରଜ୍ଞା ଶିରୋମଣୀ ଡକ୍ଟର ସୁଧାକର ଦାସ ପ୍ରମୁଖ ଯୋଗଦେଇଥିଲେ। ଲେଖକ ରବୀନ୍ଦ୍ର ନାଥ ସାହୁ ନିଜର ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ପ୍ରସାର ସମ୍ପର୍କରେ ସଂପାଦକ ନିକୁଞ୍ଜ ନାୟକ ଆଲୋକପାତ୍ର କହିଥିଲେ। ଉକ୍ତ ଉତ୍ସବରେ କୃତୀ।…

"“ପ୍ରସାର” ଆନୁକୂଲ୍ୟରେ ପୁସ୍ତକ ଉନ୍ମୋଚନ ଉତ୍ସବ"

ତାଜା ଖବର : କଟକ ନୂଆପଡ଼ା ଅଂଚଳରେ ଅଖାରେ ବନ୍ଧା ମୃତ ଦେହ ଉଦ୍ଧାର

କଟକ ୧୨-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) କଟକ ନୂଆପଡ଼ା ଅଂଚଳରେ ଏକ ଜରି ଅଖାରେ ବନ୍ଧା ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି। ପ୍ରାଥମିକ ରିପୋର୍ଟରୁ, ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

"ତାଜା ଖବର : କଟକ ନୂଆପଡ଼ା ଅଂଚଳରେ ଅଖାରେ ବନ୍ଧା ମୃତ ଦେହ ଉଦ୍ଧାର"

ତାଜା ଖବର: କୁନ୍ଦୁଲି ମାମଲାରେ ଆସିଲା କେନ୍ଦ୍ରୀୟ ଫରେନସିକ ଲାବୋରେଟୋରୀ ରିପୋର୍ଟ: ପିଡ଼ୀତାଙ୍କ କପଡାରେ ଅନ୍ୟ କାହାର ସିମେନ ଲାଗି ନ ଥିବା ସ୍ପଷ୍ଟ – କ୍ରାଇମ ବ୍ରାଞ୍ଚ ଏସପି ଆର.ବି.ପାଣିଗ୍ରାହୀ

କଟକ ୧୨-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) କୁନ୍ଦୁଲି ମାମଲାରେ ଆସିଛି କେନ୍ଦ୍ରୀୟ ଫରେନସିକ ଲାବୋରେଟୋରୀ ରିପୋର୍ଟ। ରିପୋର୍ଟରେ ପିଡ଼ୀତାଙ୍କ କପଡାରେ ଅନ୍ୟ କାହାର ସିମେନ ଲାଗି ନ ଥିବା ସ୍ପଷ୍ଟ ହୋଇଛି। ପୂର୍ବରୁ ମଧ୍ୟ ଷ୍ଟେଟ ଫରେନସିକ ଲାବୋରେଟୋରୀ ଏହି ସମାନ ରିପୋର୍ଟ ଦେଇଥିଲା। ଏମକେସିଜି ମେଡ଼ିକାଲର ଡାକ୍ତରୀ ଟିମ ମଧ୍ୟ ଦୁଷ୍କର୍ମ ହୋଇଥିବାର କିଛି ପ୍ରମାଣ ପାଇନଥିଲେ। ତେଣୁ ଦୁଷ୍କର୍ମ ଘଟଣାରେ ସତ୍ୟତା ଥିବାର ଏ ଯାଏ କିଛି ପ୍ରମାଣ ମିଳିନାହିଁ। ହେଲେ ଆତ୍ମହତ୍ୟା ଘଟଣାର ତଦନ୍ତ ଜାରୀ ରହିଚି ବୋଲି ସାମ୍ବାଦିକ ସମ୍ମିଳନୀରେରେ ସ୍ପଷ୍ଟ କଲେ କ୍ରାଇମ ବ୍ରାଞ୍ଚ ଏସପି ଆର.ବି.ପାଣିଗ୍ରାହୀ।  

"ତାଜା ଖବର: କୁନ୍ଦୁଲି ମାମଲାରେ ଆସିଲା କେନ୍ଦ୍ରୀୟ ଫରେନସିକ ଲାବୋରେଟୋରୀ ରିପୋର୍ଟ: ପିଡ଼ୀତାଙ୍କ କପଡାରେ ଅନ୍ୟ କାହାର ସିମେନ ଲାଗି ନ ଥିବା ସ୍ପଷ୍ଟ – କ୍ରାଇମ ବ୍ରାଞ୍ଚ ଏସପି ଆର.ବି.ପାଣିଗ୍ରାହୀ"

ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ

କଟକ ୧୧-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ ଦ୍ୱାରା ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ: ୨୦୧୮’ ପାଇଁ ପ୍ରଖ୍ୟାତ ସାହିତ୍ୟିକ ଡକ୍ଟର ସାତକଡ଼ି ହୋତାଙ୍କୁ ଅର୍ପଣ କରାଯାଇଛି। ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଆଦି କ୍ଷେତ୍ରରେ ସେ ପ୍ରତିଷ୍ଠିତ ହେବା ସହିତ ଓଡ଼ିଆ ପାଠକମାନଙ୍କ ନିକଟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ପ୍ରାୟ ଚାଳିଶ୍ ଖଣ୍ଡ ଗଳ୍ପ, ଉପନ୍ୟାସ ସହିତ କିଛି ଅନୁବାଦ ଓ ଆତ୍ମଜୀବନୀ ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରେ। ଏହି ଅନବଦ୍ୟ ଅବଦାନ ପାଇଁ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ କୋଣାର୍କ ମନ୍ଦିରର ଏକ ରୌପ୍ୟ ପ୍ରତିରୂପ ସହିତ ଏକ ଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରାଯାଇଛି। ଫାଉଣ୍ଡେସନର…

"ସାତକଡ଼ି ହୋତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ"

କଟକରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର: ବାଳ ଅପରାଧୀଙ୍କୁ ନିଯୁକ୍ତି ଦିଆଗଲେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ଅପରାଧ କରିବେନି – ପ୍ରଧାନ ବିଚାରପତି

– ଓଡିଶା ଜୁଡିସିଆଲ ଏକାଡେମୀରେ ଜୁଭେନାଇଲ ଜଷ୍ଟିସ ପ୍ରସଙ୍ଗରେ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ – ବାଳ ଅପରାଧୀଙ୍କୁ ଥଇଥାନ ଓ ନିଯୁକ୍ତି କରିବା ଏବେ ମୁଖ୍ୟ ପ୍ରସଙ୍ଗ: ଏହାଦ୍ୱାରା ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ – ଯହି ସେମାନଙ୍କୁ ନିଯୁକ୍ତି ଦିଆଯାଏ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ଅପରାଧ କରିବେନି। କଟକ ୧୧-୩ (ଓଡ଼ିଆ ପୁଅ/ସରୋଜ ମଲ୍ଲିକ) ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଆଜି ଓଡ଼ିଶା ଗସ୍ତରେ ଆସି କଟକ ସ୍ଥିତ ଓଡିଶା ଜୁଡିସିଆଲ ଏକାଡେମୀରେ ଜୁଭେନାଇଲ ଜଷ୍ଟିସ ପ୍ରସଙ୍ଗରେ ଆୟୋଜିତ ସମ୍ମିଳନୀରେ ସେ ଯୋଗ ଦେଇଛନ୍ତି। ବାଳ ଅପରାଧ ସମ୍ପର୍କିତ ଆଲୋଚନା ଚକ୍ରରେ ଯୋଗଦେଇ ଜଷ୍ଟିସ୍‌…

"କଟକରେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର: ବାଳ ଅପରାଧୀଙ୍କୁ ନିଯୁକ୍ତି ଦିଆଗଲେ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ ଏବଂ ଅପରାଧ କରିବେନି – ପ୍ରଧାନ ବିଚାରପତି"