ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର ଚିକିତ୍ସାରେ ବିଳମ୍ବ, ଆମ୍ବୁଲାନ୍ସ ବିଳମ୍ବରେ ଆସିବା ଓ ଡାକ୍ତର ଖାନାରେ ଡାକ୍ତର କିମ୍ବା ଔଷଧ ନ ଥିବାରୁ ରାସ୍ତାରୋକ

ତୁରୁମୁଙ୍ଗା ୧୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା କେନ୍ଦେଇପଶିଠାରେ ବିଲରେ କାମ କରୁଥିବା ସମୟରେ ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଘଟଣା ସ୍ଥଳରେ ଚାଖୁଣ୍ଡାପାଳ ପଞ୍ଚାୟତର ଜହ୍ନେଇପଶି ଗ୍ରାମର ପପିତା ନାଏକ (୨୫) ଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ୪ ଜଣ ଗୁରୁତର ହୋଇପଡ଼ିଥିଲେ। ଗୁରୁତ୍ତରଙ୍କୁ ପ୍ରଥମେ କେନ୍ଦେଇ ପଶି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ନ ଥିବା ସହିତ କୌଣସି ଔଷଧ କିମ୍ବା ସାଲାଇନରେ ବ୍ୟବହୃତ ହେଇଥିବା ପାଇପ ନଥିବାରୁ ମେଡିକାଲ ପରିସରରେ ଚାପା ଉତ୍ତେଜନା ଦେଖା ଦେବା ସହିତ ଉତ୍ୟକ୍ତ ଲୋକେ ମେଡିକାଲରେ ଚାବି ପକାଇବା ସହ କେନ୍ଦୁଝର ପାଟଣା ରାସ୍ତାକୁ କେନ୍ଦେଇପଶି ମେଡିକାଲ ସମ୍ମୁଖରେ…

"ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର ଚିକିତ୍ସାରେ ବିଳମ୍ବ, ଆମ୍ବୁଲାନ୍ସ ବିଳମ୍ବରେ ଆସିବା ଓ ଡାକ୍ତର ଖାନାରେ ଡାକ୍ତର କିମ୍ବା ଔଷଧ ନ ଥିବାରୁ ରାସ୍ତାରୋକ"

ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର

ତୁରୁମୁଙ୍ଗା ୧୧-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା କେନ୍ଦେଇପସି ବିଲରେ କାମ କରୁଥିବା ସମୟରେ ଆଜି ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଘଟଣା ସ୍ଥଳରେ ପପିତା ନାଏକ (୨୫) ଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ହୋଇ ପ୍ରଥମେ କେଂଦେଇପଶି ପରେ ଅଗ୍ନିଶମ ବିଭାଗ ଦ୍ଵାରା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଂହେଇ ପଶି ଗ୍ରାମର ପିପିତା ନାଏକ। ଗୁରୁତର ତିନି ଜଣ ହେଲେ ରେଣୁକା ନାଏକ, ଓ ମାଳତୀ ନାଏକ , ଓ ମମତା ନାଏକ। ଡାକ୍ତରଖାନାରେ ଡାକ୍ତର ନଥିବାରୁ ଉତ୍ତେଜନା ଲାଗି ରହିଛି।

"ବଜ୍ରାଘାତରେ ଜଣେ ମୃତ ୩ ଗୁରୁତର"

ଗ୍ୟାସ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ବନ୍ଦ

ତୁରୁମୁଙ୍ଗା ୧୦-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଜାତୀୟ କଂଗ୍ରେସର ବନ୍ଦ ଡାକରାରେ ଆଜି କେନ୍ଦୁଝର ଜିଲା ପାଟଣା ବ୍ଲକ ବନ୍ଦ କରାଯାଇଛି। ଏହାକୁ ସାଧାରଣରେ ସମ୍ପୂର୍ଣ୍ଣ ସ୍ୱାଗତ କରାଯାଇ ଶତାଧିକ କଂଗ୍ରେସ କର୍ମୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା। ବ୍ୟାଙ୍କ ସମେତ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା ତୁରୁମୁଙ୍ଗାର ନିନୂହାଁ ଛକ ନିକଟରେ ୨୨ ନମ୍ବର ଯୋନର ସଭାପତି ବସନ୍ତ ମିଶ୍ର ଓ ଶତ୍ରୁଘ୍ନ ସିଂ ବରିଷ୍ଠ କଂଗ୍ରେସ ନେତା କିରାଣୀ ସେଠି ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ ୨୧ ନମ୍ବର ଯୋନ ସଭାପତି ଆର୍ତ୍ତତ୍ରାଣ ମହାନ୍ତ ଯୁବ କଂଗ୍ରେସ ନେତା ମୁନା ସେଠୀଙ୍କ ନେତୃତ୍ୱରେ ୪୯ ନମ୍ବର ଜାତୀୟ…

"ଗ୍ୟାସ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ ବନ୍ଦ"

ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ

ତୁରୁମୁଙ୍ଗା ୯-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ତଥା ପାଟଣା ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମରେ ଶିକାର ହେଇଥିବା ପାଟଣା ଥାନାରେ ପୀଡ଼ିତାର ମା’ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଗତକାଲି ଦିନ ୨ ଟା ସମୟରେ ଯୁବତୀ ଜଣଙ୍କ ପରିଶ୍ରା ଯିବା ସମୟରେ ଶଶୀଭୂଷଣ ଲୋହାର ନାମକ ଜଣେ ଯୁବକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପାଟଣା ପୋଲିସ ଅଭିଯୁକ୍ତ ଶଶୀଭୂଷଣ ଲୋହାର (୧୯) କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

"ଭିନ୍ନକ୍ଷମ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ"

ଲଗାଣ ବର୍ଷାରେ ଭାଙ୍ଗୁଛି ମାଟି ଘର! ଗରିବଙ୍କ ଦୁଃଖ ବୁଝିବ କିଏ?

ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ଜିଲ୍ଲା ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳ ବର୍ଷା ଯୋଗୁଁ ପାଟଣା ବ୍ଲକର ମୁରୁସୁଆଁ ପଞ୍ଚାୟତର ଅର୍ଜୁନ ଚରଣ ସାହୁଙ୍କ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ସେ ଜଣେ ଚାଷୀ ହେଇଥିବାରୁ ତାଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

"ଲଗାଣ ବର୍ଷାରେ ଭାଙ୍ଗୁଛି ମାଟି ଘର! ଗରିବଙ୍କ ଦୁଃଖ ବୁଝିବ କିଏ?"

ପାଟଣା ବ୍ଲକରେ ଉନ୍ନୟନ କାମ ବାଟବଣା: ବିନା ସୂଚନା ଫଳକରେ ଚାଲିଛି କଂକ୍ରିଟ କାମ ଉପସ୍ଥିତ ରହୁ ନାହାନ୍ତି ଯନ୍ତ୍ରୀ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ନିମ୍ନମାନର କାମ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ

‌ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଗାଁ ରାସ୍ତା ଆଉ କଚା ନ ରହିବା ପାଇଁ ସରକାର କଂକ୍ରିଟ ରାସ୍ତା କରିବା ପାଇଁ ଵିଭିର୍ଣ୍ଣ ଯୋଜନା ମାଧ୍ୟମରେ ପକ୍କା ରାସ୍ତା କରାଯାଉଥିବା ଡିଣ୍ଡମ ପିଟି ପ୍ରତ୍ୟେକ ଗ୍ରାମରେ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବ୍ଲକ ପ୍ରଶାସନର ଦାଇତ୍ୱ ହୀନ ଓ ଖାମଖିଆଲି ମନୋଭାବ ଯୋଗୁଁ ଏବେ ଉନ୍ନୟନ କାମ ବାଟ ବଣା ହେଉଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ବ୍ଲକର ୨୦ ଟି ପଞ୍ଚାୟତ ଉନ୍ନୟନ କାମ ବାଟବଣା ହୋଇଛି। ଉନ୍ନୟନ କାମକୁ ଠିକ ତଦାରଖ କରିବା ପାଇଁ ୨୦ ଟି ପଞ୍ଚାୟତ ପାଇଁ ୧୦ ଜଣ ଯନ୍ତ୍ରୀ ନିୟୋଜିତ ହୋଇଛନ୍ତି।…

"ପାଟଣା ବ୍ଲକରେ ଉନ୍ନୟନ କାମ ବାଟବଣା: ବିନା ସୂଚନା ଫଳକରେ ଚାଲିଛି କଂକ୍ରିଟ କାମ ଉପସ୍ଥିତ ରହୁ ନାହାନ୍ତି ଯନ୍ତ୍ରୀ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ନିମ୍ନମାନର କାମ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ"

ଟ୍ରକରେ ଲାଗିଲା ନିଆଁ!

ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ୪୯ ନମ୍ବର ରାଜପଥର ବେଲଦା ଛକ ନିକଟରେ ଆଜି ସକାଳେ OR 23B 0587 ସମ୍ବଲପୁର ପଟୁ କଲିକତା ଅଭିମୁଖେ ସିମେଣ୍ଟ ବୋଝେଇ ହେଇ ଆସୁଥିବା ଏକ ଦଶ ଚକିଆ ଟ୍ରକରେ ହଠାତ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଓ ସଦର ଥାନା ପୋଲିସ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ ତେବେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ସୂଚନା ଦେଇଛନ୍ତି।  

"ଟ୍ରକରେ ଲାଗିଲା ନିଆଁ!"

କ୍ରମାଗତ ତୈଳ ଦର ଵୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବିକ୍ଷୋଭ

ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଅହେତୁକ ତୈଳ ଦର ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରାଯାଇଛି। ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରାଯାଇଥିଲା। ଏହି ବିକ୍ଷୋଭରେ ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକଙ୍କ ସମେତ ପାଟଣା ବ୍ଲକ ଉପସଭାପତି ନବକିଶୋର ପୃଷ୍ଟି, ଯୁବ ନେତା ବାବିଲାଲ ସାହୁ, ନିତ୍ୟାନନ୍ଦ ମହାନ୍ତ ଅଯୋଧ୍ୟା ପୃଷ୍ଟି, ପ୍ରଶାନ୍ତ କୁମାର ଭଞ୍ଜ, ରଞ୍ଜନ କୁମାର ବେହେରା, ରାମଚନ୍ଦ୍ର ସାହୁ, ଦେବେନ୍ଦ୍ର ପାତ୍ର,ସମେତ ବିଜୁଜନତା…

"କ୍ରମାଗତ ତୈଳ ଦର ଵୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳର ବିକ୍ଷୋଭ"

ଭାଲୁ ଆକ୍ରମଣ ଜଣେ ଗୁରୁତର

ତୁରୁମୁଙ୍ଗା ୭-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ ବଡ଼ ଗମ୍ଭାରୀଆ ଗ୍ରାମର ରାଘବ ଦେହୁରୀ (୫୫) ଆଜି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ରାଘବ ଆଜି ଦିନ ୧୦ ଟା ବେଳେ ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ ବଳଦ ଚରାଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶୀକାର ହୋଇଥିବା ଜଣା ପଡ଼ିଛି। (ପ୍ରତିକାତ୍ମକ ଫଟୋ)

"ଭାଲୁ ଆକ୍ରମଣ ଜଣେ ଗୁରୁତର"

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ତୁରୁମୁଙ୍ଗା ୭-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ଜିଲ୍ଲା ଅସ୍ତବ୍ୟସ୍ତ ହୋଇ ପଡିଛି ଜିଲ୍ଲାର ପାଟଣା ଓ ସାହାରପଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଟଣା ବ୍ଲକର ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ଗ୍ରାମର ଚିନ୍ତାମଣି ନାଏକ, କେନ୍ଦେଇ ପଶି ପଞ୍ଚାୟତର ମହିଁଶା ମୁଣ୍ଡି ଗ୍ରାମର ଗୁରୁଚରଣ ନାଏକ, ଖୁଣ୍ଟାପଡା ଗ୍ରାମର ସାବିତ୍ରୀ ମହାରଣା ଓ ଜୋନୀ ନାଏକ, କେଂଦେଇ ପଶି ଗ୍ରାମର ଦୀନବନ୍ଧୁ ନାଏକ ବଡ଼ ଗମ୍ଭାରୀଆ ଅର୍ଜୁନ ମହାପାତ୍ର ସିଲିଦା ନବୀନ ବାରିକଙ୍କ ଏବଂ ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ତାଳପଦା ଗ୍ରାମର ରତ୍ନାକର ମହାନ୍ତ, ଡମ୍ବରୁଧର ମହାନ୍ତ ମୋହନ ମହାନ୍ତ ଘର…

"ଲଗାଣ ବର୍ଷାରେ ଭାଙ୍ଗିଲା ଘର"