ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ତୁରୁମୁଙ୍ଗା ୨୬-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ବ୍ଲକ ତୁରୁମୁଙ୍ଗା ହାଇସ୍କୁଲ ପଡିଆ ଠାରେ ବଜାର କମିଟି ତରଫରୁ ୬୯ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ହୃଷିକେଶ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଗ୍ରାମର ଶିଳ୍ପପତି ପ୍ରତାପସାହୁ, ସମାଜ ସେବୀ ଅଖିଳ ନାଏକ ଯୋଗଦେଇଥିଲେ। ଏହି ଉତ୍ସବ ରେ ତୁରୁମୁଙ୍ଗା ଗ୍ରାମ ର ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ଝାଲିଆ ଙ୍କୁ ଉପଢୌଙ୍କନ ଏବଂ ମାନ ପତ୍ର ଦେଇ ବଜାର କମିଟି ତରଫରୁ…

"ପଞ୍ଚାୟତ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ"

ତୁରୁମୁଙ୍ଗା ଅଞ୍ଚଳରେ କାଉ ମଡକ ବାର୍ଡ ଫ୍ଲୁ ଆଶଙ୍କା

ତୁରୁମୁଙ୍ଗା ୨୩-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମଙ୍ଗା ବଜାରର ବିଭିର୍ଣ୍ଣ ଜାଗା ଆଜି ବହୁ କାଉ ମରି ପଡିଥିବା ଦେଖିବାକୁ ମିଳିଛି। ବାର୍ଡଫ୍ଲୁ ଆଶଙ୍କାରେ ଅଞ୍ଚଳ ବାସୀ ଏକ ପ୍ରକାର ଭୟଭୀତ ହୋଇ ରହିବା ସହିତ ପକ୍ଷୀ ଙ୍କ ରକ୍ତନମୁନା ସଂଗ୍ରହ କରିବା କୁ ଦାବି କରିଛନ୍ତି। ଏ ସମ୍ପର୍କରେ ରେ ବ୍ଲକ ପଶୁ ସମ୍ପଦ ଅଧିକାରୀ ଡ଼ଃ ବିଜୟ କୁମାର ସେଠି ଙ୍କୁ ପଚାରିବାରୁ ଅତ୍ୟଧିକ ଥଣ୍ଡା ଯାଗୁଁ ଏପରି ହୋଇଥିବା ଅନୁମାନ କରାଯାଉଥିବା କହିଛନ୍ତି ଏବଂ ପ୍ରକୃତ କାରଣ ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି।

"ତୁରୁମୁଙ୍ଗା ଅଞ୍ଚଳରେ କାଉ ମଡକ ବାର୍ଡ ଫ୍ଲୁ ଆଶଙ୍କା"

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଦୁଇଟି ଗାଡିର ଦୁଇ ଡ୍ରାଇଭର ଚାପି ହୋଇ ମୃତ

ତୁରୁମୁଙ୍ଗା ୧୯-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନିକଟ ୪୯ ନମ୍ବର ଜାତୀୟ ରାଜପଥ ଡିମିରିଗୁଡା ନିକଟରେ ଦୁଇ ଟ୍ରକ OR 11 J 4916 ଏବଂ WB 23 D2392 ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳେ ଚାପି ହୋଇ ଉଭୟ ଗାଡିର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଖବର ଲେଖିବା ପର୍ଯ୍ୟନ୍ତ ମୃତ ଡ୍ରାଇଭରଙ୍କ କୌଣସି  ପରିଚୟ ମିଳିପାରିନାହିଁ।

"ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ଦୁଇଟି ଗାଡିର ଦୁଇ ଡ୍ରାଇଭର ଚାପି ହୋଇ ମୃତ"

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ଡ୍ରାଇଭର ଗୁରୁତର

ତୁରୁମୁଙ୍ଗା ୧୭-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) ଆଜି ଅପରାହ୍ନରେ ତୁରୁମୁଙ୍ଗା ଥାନା ଅଧିନ ୪୯ ନମ୍ବର ଜାତୀୟ ରାଜପଥର ଡାବୁରଚୁଆ ନିକଟରେ ଏକ ୧୨ ଚକିଆ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି। ଗାଡିର ଡ୍ରାଇଭର ଗୁରୁତର ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗାଡିଟି କେନ୍ଦୁଝର ପଟୁ ଧଳା ପାଉଡର ନେଇ କଲିକତାକୁ ଯାଉଥିବା ଜଣାପଡିଛି। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଂଚି ତଦନ୍ତ ଜାରି ରଖିଛି।

"ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ଡ୍ରାଇଭର ଗୁରୁତର"

୨୬ ଜାନୁଆରୀରେ ଦିଲ୍ଲୀରେ ପଙ୍କଜ ପାଇବେ ଜାତୀୟ ସାହାସିକତା ପୁରସ୍କାର

ତୁରୁମୁଙ୍ଗା ୧୭-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝରର ପଙ୍କଜ ମହାନ୍ତ ପାଇବେ ସାହାସିକତା ପୁରସ୍କାର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କଟୁଳିକନା ଗାଁ ଢ଼ିପା ସାହିର ପଙ୍କଜ ମହାନ୍ତ ଗତବର୍ଷ ମେ ମାସ  ୨୬  ତାରିଖର ଘଟଣା ଗାଁ’ ନିକଟସ୍ଥ ବୈତରଣୀ ନଦୀରେ ଗାଧୋଉ ଥିବା ବେଳେ ଅସାବଧାନତା ବଶତଃ ୩ ଜଣ ମହିଳାଙ୍କର ଚୋରା ବାଲିରେ ଗୋଡ଼ ଖସିଗଲା ସେମାନେ ନଦୀରେ ବୁଡିଗଲେ। ଜୀବନ ବଞ୍ଚିବାକୁ ମହିଳାମାନେ ଚିତ୍କାର କରୁଥିଲେ। ପାଖରେ ସମସ୍ତେ ଦେଖୁଥିଲେ ମଧ୍ୟ କେହି ସାହସ କରିପାରିନଥିଲେ। ହେଲେ ୯ମ ଶ୍ରେଣୀର ଛାତ୍ର ପଙ୍କଜ ନିଜ ଜୀବନକୁ ବାଜି ଲଗାଇ ନଦୀରେ ଡେଇଁ ପଡ଼ିଥିଲେ। ନଦୀରେ ପହଁରି ପହଁରି ୩…

"୨୬ ଜାନୁଆରୀରେ ଦିଲ୍ଲୀରେ ପଙ୍କଜ ପାଇବେ ଜାତୀୟ ସାହାସିକତା ପୁରସ୍କାର"

କାର ବୋଲେରୋ ମୁହାଁ ମୁହିଁ ଧକ୍କା ୨ ଗୁରୁତର

ତୁରୁମୁଙ୍ଗା ୧୫-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଧିନ ତୁରୁମୁଙ୍ଗା ଚମ୍ପୁଆ ଆର ଡି ରୋଡ଼ ର ଗିଧିବାସ ଛକରେ ଭାରସାମ୍ୟ ହରାଇ ବଲେରୋ ଏବଂ ଇଓନ କାର ମୁହାଁମୁହିଁ ଧକ୍କା ହେବା ଫଳରେ କାର ଚାଳକ ଗୁରୁତର ଆହତ ହେବା ସହିତ ବୋଲେରରେ ଥିବା ଜଣେ ଆହତ ହୋଇଛୋନ୍ତି। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ସୂଚନା ଅନୁଯାୟୀ ଓଆର 09 Q 3232 ବୋଲେରୋ ଗାଡିଟି ଘଟଗାଁରୁ ଚମ୍ପୁଆକୁ ଫେରୁଥିବା ବେଳେ ଚମ୍ପୁଆ ପଟୁ ତୁରୁମୁଙ୍ଗା ପଟକୁ ଯାଉଥିବା କାର JH 05AW 8448 ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର…

"କାର ବୋଲେରୋ ମୁହାଁ ମୁହିଁ ଧକ୍କା ୨ ଗୁରୁତର"

ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ତୁରୁମୁଙ୍ଗା ୧୦-୧ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ପଞ୍ଚାୟତର ନିଃନୂଆଁ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ବିଦେଶୀ ମଦ ଦୋକାନ ବନ୍ଦ କରିବା ଦାବିରେ ଶୋଭାଯାତ୍ରାରେ ନିଃନୁଆଁ ଗ୍ରାମରୁ ବାହାରି ତୁରୁମୁଙ୍ଗା ସରପଞ୍ଚଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ନିଃନୁଆଁ ଗ୍ରାମବାସୀ ସେହି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ମଦନ ସାହୁଙ୍କ ଘରେ ବିଦେଶୀ ମଦ ଦୋକାନ ଖୋଲୁଥିବାର ସୂଚନା ପାଇ ସମୂହ ଗ୍ରାମବାସୀ ପଂଚାୟତରେ ବିଦେଶୀ ମଦ ଦୋକାନ ସ୍ଥାପନକୁ ବିରୋଧ କରି ସ୍ଥାନୀୟ ସରପଞ୍ଚଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ତୁରୁମୁଙ୍ଗା ସରପଞ୍ଚ ଉମେଶ ଦେହୁରୀଙ୍କ ସୂଚନା ମୁତାବକ ସମ୍ପୃକ୍ତ…

"ବିଦେଶୀ ମଦଦୋକାନ ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ"

ଧାନର ଅଭାବ ବିକ୍ରି ଏବଂ କ୍ୱିଣ୍ଟାଲ ପିଛା ୬ କେ.ଜି କାଟି ରଖୁ ଥିବା ନେଇ ବି.ଜେ.ପି କୃଷକ ମୋର୍ଚ୍ଚା ତରଫରୁ କେନ୍ଦେଇ ପଶି ଲ୍ୟାମ୍ପସ୍ ସମ୍ମୁଖରେ ଧାରଣା

ତୁରୁମୁଙ୍ଗା ୪-୧ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶିଠାରେ କେନ୍ଦୁଝର ଜିଲ୍ଲା ବି.ଜେ. ପି କୃଷକ ମୋର୍ଚ୍ଚା ତରଫରୁ ଧାନର ଅଭାବି ବକ୍ରି ଏବଂ କ୍ୱିଣ୍ଟାଲ ପିଛା ୬ କେ.ଜି କାଟିବାକୁ ନେଇ କେନ୍ଦେଇ ପଶି ଲ୍ୟାମ୍ପସ୍ ପ୍ରତିବାଦ କରାଯାଇଛି। ବି.ଜେ. ପି ରାଷ୍ଟ୍ରିୟ କୃଷକ ମୋର୍ଚ୍ଚା ଉପ ସଭାପତି ମହେଶ୍ବର ସାହୁଙ୍କ ନେତୃତ୍ୱରେ ଶହ ଶହ କୃଷକ ଏକ ଶୋଭା ଯାତ୍ରାରେ କେନ୍ଦେଇ ପଶି ହନୁମାନ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି କେନ୍ଦେଇ ପଶି ଲ୍ୟାମ୍ପସ୍ ସମ୍ମୁଖରେ ଧାନରେ ଅଭାବି ବିକ୍ରି ଓ କ୍ୱିଣ୍ଟାଲ ପିଛା ୬ କେ.ଜି କାଟି ରଖି ବାକୁ ନେଇ ଧାରଣା ଦେଇ…

"ଧାନର ଅଭାବ ବିକ୍ରି ଏବଂ କ୍ୱିଣ୍ଟାଲ ପିଛା ୬ କେ.ଜି କାଟି ରଖୁ ଥିବା ନେଇ ବି.ଜେ.ପି କୃଷକ ମୋର୍ଚ୍ଚା ତରଫରୁ କେନ୍ଦେଇ ପଶି ଲ୍ୟାମ୍ପସ୍ ସମ୍ମୁଖରେ ଧାରଣା"