ଲଗାଣ ବର୍ଷାରେ ଘର ଭାଙ୍ଗିଲା

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ଖଜରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଶରଧା ମହାନ୍ତଙ୍କ ଘର ଟି ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ବତୁରୀ ଯାଇ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହିତ ଶରଧା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଏବେ ସେ ନିରାଶ୍ରୟ ହୋଇଯାଇଛନ୍ତି। ପୂର୍ବରୁ ବହୁ ବର୍ଷ ତଳୁ ସ୍ୱାମୀ ଆରପରିକୁ ଚାଲି ଯାଇଥିବା ବେଳେ ଏକ ମାତ୍ର ସାହା ଭରସା ନାତି ମଧ୍ୟ କିଛି ମାସ ତଳେ ପ୍ରାଣ ହରାଇଛନ୍ତି। ପୁଅମାନେ ମଧ୍ୟ ଅନ୍ୟତ୍ର ରହୁଛନ୍ତି। ବର୍ତ୍ତମାନ ଖପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ମୁଣ୍ଡ ଗୁଞ୍ଜି ବାକୁ ଚାଳଟିଏ ନାହିଁ। ଏଣୁ ପ୍ରଶାସନ…

"ଲଗାଣ ବର୍ଷାରେ ଘର ଭାଙ୍ଗିଲା"

କାନ୍ଥ ପଡି ଜଣେ ମୃତ

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ଉଦୟପୁର ପଞ୍ଚାୟତ ଗୋପାଳପୁର ଗ୍ରାମରେ ଲଗାଣ ବର୍ଷା ଯୋଗୁ ଗତକାଲି ଅପରାହ୍ନରେ ଘର କାନ୍ଥ ଯାକି ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତ(୫୫) ଙ୍କ ର ଚିକିତ୍ସାଧୀନ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ନିଜ ଘର ଭିତରେ ଖଟ ବୁଣୁ ଥିବା ସମୟରେ ହଠାତ କାନ୍ଥ ଭାଙ୍ଗିପଡିଯାଇଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆ ଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ସେଠାରେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ସ୍ଥାନୀୟ ସାମାଜିକ କର୍ମୀ ଦୀପକ ରାଜ୍ ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ…

"କାନ୍ଥ ପଡି ଜଣେ ମୃତ"

କାଠ ମାଫିଆଙ୍କ ଆକ୍ରମଣ ଘଟଣା: ଜଣେ ଗିରଫ ୩ ଫେରାର

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଗତ ମଙ୍ଗଳବାର ଅପରାହ୍ନରେ ପାଟଣା ଥାନା ନିକଟ ବୈତରଣୀ ପୋଲ ନିକଟରେ ଚୋର କାଠ ଵୋଝେଇ ମିନି ଟ୍ରକ ଭରସାମ୍ୟ ହରାଇ ଓଲଟି ପଡିବା ଘଟଣା ଆଉ ପୋଲିସ ସାମ୍ନାରୁ ଗାଡିକୁ ନେଇ ଫେରାର ସହିତ ପୋଲିସ ଓ ବନ କର୍ମଚାରୀଙ୍କୁ ମାଡ ମାରିବା ପୋଲିସ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପାଟଣା ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଜୟ କୁମାର ସାହୁ। ତେବେ ଅନ୍ୟ ତିନି ଜଣ ଫେରାର ଥିବା ପୋଲିସ କହିଛି। ସୂଚନାଯୋଗ୍ୟ ଗତ ମଙ୍ଗଳବାର ଦିନ ODO9 J 0294 ନମ୍ବର ବିଶିଷ୍ଟ ଏକ ଅଶୋକ ଲିଲାଣ୍ଡ…

"କାଠ ମାଫିଆଙ୍କ ଆକ୍ରମଣ ଘଟଣା: ଜଣେ ଗିରଫ ୩ ଫେରାର"

ଶାରୀରିକ ଅକ୍ଷମ ଯୋଗୁଁ ପ୍ରାପ୍ତ ବୟସରେ ବି ବାପା ମା’ ଙ୍କର ବୋଝ ପାଳିଟିଛନ୍ତି ୩ ସନ୍ତାନ

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) ସନ୍ତୋଷ ପତି ଯୋଉ ବୟସରେ ରୋଜଗାର କରି ଘର ଚଳାଇବା କଥା ସେଇ ବୟସରେ ଏବେ ବାପା ମା’ଙ୍କ ପାଇଁ ବୋଝ ସାଜିଛନ୍ତି ତିନି ସନ୍ତାନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସାନ ନଈ ଗ୍ରାମର ନରୋତ୍ତମ ପ୍ରଧାନ ଓ ସୁରୁବାଲି ପ୍ରଧାନଙ୍କ ତିନି ସନ୍ତାନ, ବଡ଼ ପୁଅ ଅମିତକୁ ୩୦ ବର୍ଷ, ମଝିଆଁ ଝିଅ ଅମ୍ବିକାକୁ ୨୫ ଆଉ ସାନ ପୁଅ ବିଜୟକୁ ୧୮ ବର୍ଷ। ଶରୀର ବିକଳାଙ୍ଗ ଓ ଶରୀରର ଉଚ୍ଚତା ଖୁବ କମ ଯୋଗୁଁ ଚଳାବୁଲା କରି ପାରୁ ନଥିବାରୁ ତିନି ଭାଇ ଭଉଣୀ ଯଉଠି ବସୁଛନ୍ତି ସେଇଠି। ଏହି ତିନି ସନ୍ତାନକୁ…

"ଶାରୀରିକ ଅକ୍ଷମ ଯୋଗୁଁ ପ୍ରାପ୍ତ ବୟସରେ ବି ବାପା ମା’ ଙ୍କର ବୋଝ ପାଳିଟିଛନ୍ତି ୩ ସନ୍ତାନ"

ପାରିବାରିକ କଳହର କରୁଣ ପରିଣତି ବେକରେ ରଶୀ ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ

ତୁରୁମୁଙ୍ଗା ୫-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଗାଇଁତିରି ଗ୍ରାମର ଯରା ସାହିର ମଙ୍ଗୁ ଦିଗି, ପାରିବାରିକ କଳହକୁ ନେଇ ମାନସିକ ଭାରସାମ୍ୟ ହରାଇ ଗତକାଲି ନିଜ ଘର ସାମ୍ନାରେ ଏକ ଗଛରେ ରଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପାଟଣା ପୋଲିସ ଓ ସାହାରପଡା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏ ନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

"ପାରିବାରିକ କଳହର କରୁଣ ପରିଣତି ବେକରେ ରଶୀ ଲଗାଇ ଆତ୍ମହତ୍ୟା କଲା ସ୍ୱାମୀ"

ପ୍ରେମୀ ଯୁଗଳଙ୍କୁ ମାଡ଼ ମାରି ଉଲଗ୍ନ କରି ଭିଡିଓ ଉତ୍ତୋଳନ କରି ଭାଇରଲ କରାଯାଇଥିବା ଘଟଣାରେ ୩ ଗିରଫ ନାବାଳକ ଅଟକ

ତୁରୁମୁଙ୍ଗା ୩-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଦୁଇ ପ୍ରେମୀ ଯୁଗଳଙ୍କୁ ମାଡ ମାରି ଅସଭ୍ୟ ଭାଷା ପ୍ରୟୋଗ କରି ଜୋର ଜୋର ଜବରଦସ୍ତ ଉଲଗ୍ନ କରି ଯୁବତୀଙ୍କ ଉଲଗ୍ନ ଚିତ୍ରକୁ ମୋବାଇଲରେ ଉଠାଇ ଭାଇରାଲ କରିଥିବା ଘଟଣା ଗତକାଲି ୱେବ ପେପର ଓଡ଼ିଆ ପୁଅ ପ୍ରକାଶ ପାଇବା ପରେ ଆଜି ତୁରୁମୁଙ୍ଗା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଜଣ ହେଲେ ତୁରୁମଙ୍ଗା ଥାନା ନୂଆଗାଁର ପ୍ରହଲ୍ଲାଦ ନାଏକ ୩୦, ହରିଶ ନାଏକ ୩୦, ସଦର ଥାନା ବଡ଼ପଶି ଗ୍ରାମର ପ୍ରତାପ ନାଏକ, ୨୫ ଓ ଜଣେ ନାବାଳକ। ଗତ ରଥଯାତ୍ରା ଦିନ ଏହି ଭିଡ଼ିଓ ଟି ଉତ୍ତୋଳନ ହୋଇଥିବା ଜଣାପଡ଼ିଥିବା ବେଳେ…

"ପ୍ରେମୀ ଯୁଗଳଙ୍କୁ ମାଡ଼ ମାରି ଉଲଗ୍ନ କରି ଭିଡିଓ ଉତ୍ତୋଳନ କରି ଭାଇରଲ କରାଯାଇଥିବା ଘଟଣାରେ ୩ ଗିରଫ ନାବାଳକ ଅଟକ"

ପ୍ରେମୀ ଯୁଗଳଙ୍କୁ ମାଡ଼: ଯୁବତୀଙ୍କୁ ଉଲଗ୍ନ କରି ଭିଡିଓ ଅଶ୍ଳିଳ ଭିଡ଼ିଓ ସୁଟିଂ ଏବଂ ପରେ ଅଶ୍ଳିଳ ଭିଡ଼ିଓ ଭାଇରାଲ

– କେନ୍ଦୁଝରରେ ଚର୍ଚ୍ଚା ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକୁ ଅଞ୍ଚଳର ବାସୀଙ୍କ ଦାବି ତୁରୁମୁଙ୍ଗା ୨-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ଅଶ୍ଳୀଳ ଭିଡ଼ିଓ ଭାଇରାଲ କଲେ କୋଠରରୁ କୋଠର ଦଣ୍ଡ ମିଳିବାର ନିୟମ ରହିଛି। ହେଲେ କୋଠର ଦଣ୍ଡକୁ ଖାତିର ନ କରି ପୁଣି ପ୍ରେମୀ ଯୁଗଳଙ୍କୁ ମାଡ଼ ମାରି ପ୍ରେମିକାକୁ ଉଲଗ୍ନ କରି ମୋବାଇଲରେ ଭିଡିଓ ଉତ୍ତୋଳନ କରାଯାଇଥିବା ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ଯାହା ଏବେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚା ହେଉଛି ଭିଡିଓଟିରେ ୮ ରୁ ୧୦ ଜଣ ବ୍ୟକ୍ତି ପ୍ରେମି ଯୁଗଳଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ପ୍ରଚୁର ମାଡ଼ ମାରି ଯୁବତୀଙ୍କୁ…

"ପ୍ରେମୀ ଯୁଗଳଙ୍କୁ ମାଡ଼: ଯୁବତୀଙ୍କୁ ଉଲଗ୍ନ କରି ଭିଡିଓ ଅଶ୍ଳିଳ ଭିଡ଼ିଓ ସୁଟିଂ ଏବଂ ପରେ ଅଶ୍ଳିଳ ଭିଡ଼ିଓ ଭାଇରାଲ"

ସଂଜ୍ଞାହୀନ ଓ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରାସ୍ତାକଡରୁ ନାବାଳିକା ଉଦ୍ଧାର

ତୁରୁମୁଙ୍ଗା ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାଇଡ଼ିହା ଜାରକାଣୀ ବେଡା ନିର୍ମାଣାଧିନ ରାସ୍ତା କଡ଼ରୁ ଜଣେ ନାବାଳିକାକୁ ସଂଜ୍ଞାହୀନ ଓ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରି ୧୦୮ ସାହାଯ୍ୟରେ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ନାବାଳିକାର ପରିଚୟ ଅସ୍ପଷ୍ଟ ଥିବା ବେଳେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାର ଚିକିତ୍ସା ଚାଲୁ ରହିଛି।

"ସଂଜ୍ଞାହୀନ ଓ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ରାସ୍ତାକଡରୁ ନାବାଳିକା ଉଦ୍ଧାର"

ଦୁଇ ନାବାଳିକା ଭଉଣୀଙ୍କୁ ଉଦ୍ଧାର କଲା ଚାଇଲଡ଼ ଲାଇନ

ତୁରୁମୁଙ୍ଗା ୨୩-୭ (ଓଡ଼ିଆପୁଅ/ସନ୍ତୋଷ ପତି)କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କଣ୍ଟିଆପଡା ଗ୍ରାମରୁ ଆଜି ଚାଇଲଡ଼ ଲାଇନ ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଉଦ୍ଧାର କରିଛି। ଉଦ୍ଧାର ନାବାଳିକା ଦ୍ୱୟ ସଦର ଥାନା ଶୁଆକାଟି ଗ୍ରାମର ଗତକାଲି ସେମାନେ ଘରୁ କୌଣସି କାରଣରୁ ପଳାଇ ଆସିଥିଲେ। ଆଜି ସକାଳୁ କଣ୍ଟିଆପଡା ଗ୍ରାମର ଜଙ୍ଗଲ ପଟୁ ଚାଲି ଚାଲି ଆସୁଥିବା ଦେଖି ଅଙ୍ଗନବାଡି କର୍ମୀ ସଂଜୁବାଲା ନାଏକ ତାଙ୍କୁ ଅଟକାଇ ଚାଇଲଡ଼ ଲାଇନକୁ ଖବର ଦେଇଥିଲେ। ଚାଇଲଡ଼ ଲାଇନ ତରଫରୁ ଅକ୍ଷୟ ମହାନ୍ତ, ରୂଢ଼ି ସୁନ୍ଦର ମିଶ୍ର, ସୁଜାତା ଦେହୁରୀ ପହଞ୍ଚି ଦୁଇ ଭଉଣୀଙ୍କୁ ଉଦ୍ଧାର କରିଛନ୍ତି।

"ଦୁଇ ନାବାଳିକା ଭଉଣୀଙ୍କୁ ଉଦ୍ଧାର କଲା ଚାଇଲଡ଼ ଲାଇନ"

ପାରିବାରିକ କଳହର କାରଣରୁ ବିଷ ଖାଇ ଆତ୍ମହତ୍ୟା କଲା ସ୍ୱାମୀ

ତୁରୁମୁଙ୍ଗା ୨୧-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡ଼ା ବ୍ଲକ ଖଡିକାପଦା ଗ୍ରାମର ଗୁହିରା ସାହିର ରବି ମୁଣ୍ଡା (୩୨) ନିଜ ସ୍ତ୍ରୀ ସହିତ ଝଗଡା କରି ବିଷ ପାନ କରି ବୁଧୁ ସାହି ଜଙ୍ଗଲ ନିକଟ ରାସ୍ତା କଡରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପାଟଣା ପୋଲିସ ପହଞ୍ଚି ଶବ ଜବତ କରିଛି। ଘଟଣା ସ୍ଥଳରୁ ପୋଲିସ ଏକ ସାଇକେଲ ଓ ବିଷ ବୋତଲ ଜବତ କରିଛି। ଏନେଇ ପାଟଣା ଥାନା କେଶ ନମ୍ବର ୨୦/୨୮ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

"ପାରିବାରିକ କଳହର କାରଣରୁ ବିଷ ଖାଇ ଆତ୍ମହତ୍ୟା କଲା ସ୍ୱାମୀ"