ଡାକ୍ତର ପଦବୀ ପୂରଣ ନ ହେଲେ ଆନ୍ଦୋଳନ ଧମକ: ଦାବିପତ୍ର ପ୍ରଦାନ ସହ ୧୫ ଦିନ ସମୟ ଦେଲା ବଣିକ ସଂଘ

ଟିଟିଲାଗଡ଼ ୧୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରେ ଦୀର୍ଘ ଦିନ ଧରି ଆଖ ପାଖ ଗ୍ରାମାଞ୍ଚଳର ତଥା କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ସିନ୍ଧେକେଲା, ମୁରିବାହଲ ପରି ପ୍ରମୂଖ ଅଞ୍ଚଳ ତଥା ନିକଟସ୍ଥ ନୂଆପଡା ଜିଲ୍ଲା, ରାଜଖରିଆର, କଳାହାଣ୍ଡି ଜିଲ୍ଲା ନିକଟବର୍ତ୍ତି ସମସ୍ତ ଗ୍ରାମାଞ୍ଚଳର ଲୋକ ପ୍ରାୟ ୪ ଶହରୁ ୫ ଶହ ଗ୍ରାମବାସୀ ନିର୍ଭର କରୁଥିବା ବେଳେ ଏହି ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡିରହିଥିବା ଓ ଆବେଦନ ନିବେଦନ ସତ୍ୱେ ପଦକ୍ଷେପ ନ ନେବା ନେଇ ଆଜି ପ୍ରତିବାଦ କରାଯାଇଛି। ଟିଟିଲାଗଡ଼ ଉପଖଣ୍ଡ ବଣିକ ସଙ୍ଘ ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ମନ ଦେଇ ସହର ପରିକ୍ରମା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

"ଡାକ୍ତର ପଦବୀ ପୂରଣ ନ ହେଲେ ଆନ୍ଦୋଳନ ଧମକ: ଦାବିପତ୍ର ପ୍ରଦାନ ସହ ୧୫ ଦିନ ସମୟ ଦେଲା ବଣିକ ସଂଘ"

ପୌର ପରିଷଦ ଦୁର୍ନୀତି ନେଇ ସାଧାରଣ ଲୋକଙ୍କ ରାସ୍ତାରୋକ

ଟିଟିଲାଗଡ଼ ୧୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ପୌର ପରିଷଦରେ ଜାଲ କାଗଜପତ୍ରରେ କେବଳ କାମ ଦର୍ଶାଇ ବ୍ୟାପକ ଦୁର୍ନୀତି ବିରୋଧରେ ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି। କୌଣସି କାର୍ଯ୍ୟ ସମ୍ପାଦନ ନ କରି ବିଲ, ଭାଉଚର କରିବା ଯୋଗୁଁ ସାଧାରଣ ଲୋକ ହଟହଟା ହେବା ସାର ହେଉଛି। ଏବେ ବର୍ଷା ଯୋଗୁଁ ମରାମତି ଅବା ପରିଚାଳନା ନ କରି ଓ ଜାଲ କାଗଜପତ୍ରରେ ଟଙ୍କା ହଡ଼ପ ନେଇ ୧୫ ଟି ୱାର୍ଡରେ ଲୋକ ପ୍ରଭାବିତ ହୋଇ ଚାଲିଛନ୍ତି। ବାରମ୍ବାର ଜଳ ବନ୍ଦୀ ହୋଇ ଅନେକ ସାଇ ମାନଙ୍କ ସପରିବାର ଭୋକ ଉପାସରେ ରହିବା ସହ ଅନେକ ଘର ଭଙ୍ଗା, ତଥା ଜଳ ନିଷ୍କାସନ ବ୍ୟବସ୍ଥା…

"ପୌର ପରିଷଦ ଦୁର୍ନୀତି ନେଇ ସାଧାରଣ ଲୋକଙ୍କ ରାସ୍ତାରୋକ"

ପ୍ରତିଶୋଧ ନେଉଛନ୍ତି ବିଧାୟିକା! ନିଲମ୍ବିତ ପୌର ପରିଷଦ ଇ.ଓ ଙ୍କ ଦୁର୍ନୀତି ତଦନ୍ତ ସରିବ କେବେ?

ଟିଟିଲାଗଡ଼ ୧୭-୮ (ଓଡ଼ିଆ ପୁଅ/ ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡକୁ ପାନୀୟ ଜଳଯୋଗାଣ ତଥା ଜିଲ୍ଲା ମାନ୍ୟତା ଦାବି ନେଇ ବିଗତ ଦିନରେ ତତ୍କାଳୀନ ଏନଏସି ନିର୍ବାଚନକୁ ଦୀର୍ଘ ବର୍ଷ ଧରି ବନ୍ଦ କରି ଦିଆ ଯାଇଥିଲା ଓ ପରେ ପାନୀୟ ଜଳଯୋଗଣ ହୋଇଥିଲା ଓ ଜିଲ୍ଲା କରିବା ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏପରି କି ଆମରଣ ଅନଶନ ତଥା ବ୍ୟାପକ ଉତ୍ତେଜନା ସହ ପୋଡାଜଳା ପରି ଉତ୍ତେଜନାତ୍ମକ ପରିସ୍ଥିତି ଦେଖା ଦେଇଥିଲା। ପରେ ଏନଏସି ନିର୍ବାଚନ ହେବା ସହ ନଗରପାଳ ଭାବେ ଲୋକପ୍ରିୟ ଜନପ୍ରତିନିଧି ଶ୍ରୀ ଶୁଭ୍ରାଂଶୁ ଦାସ ବିପୁଳ ସମର୍ଥନରେ ଇଲେକ୍ସନ କିଙ୍ଗ ହୋଇ ଉକ୍ତ ପଦବୀ ଅଳଙ୍କୃତ…

"ପ୍ରତିଶୋଧ ନେଉଛନ୍ତି ବିଧାୟିକା! ନିଲମ୍ବିତ ପୌର ପରିଷଦ ଇ.ଓ ଙ୍କ ଦୁର୍ନୀତି ତଦନ୍ତ ସରିବ କେବେ?"

ଜଘନ୍ୟ ଭାବେ ଯୁବତୀଙ୍କୁ ଧର୍ଷଣ ଓ ହତ୍ୟା ପରେ ଜଙ୍ଗଲରେ ଶବ ଛାଡି ଅଭିଯୁକ୍ତ ଫେରାର

ଟିଟିଲାଗଡ଼ ୧୦-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡରୁ ୧୩ କି.ମି ଦୂର ଗୁଲମୀ ଜଙ୍ଗଲରେ ଜଣେ ଯୁବତୀଙ୍କ ମୃତ ଦେହ ମିଳିଥିବା ନେଇ ସାଧାରଣରେ ଆଲୋଚନା ହେବାରେ ଲାଗିଛି। ପ୍ରକାଶ ଯେ ଗୁଲମୀ ଜଙ୍ଗଲରେ କିଛି ଦୁର୍ବୁତ୍ତ ଉକ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ପାସବିକ ଅତ୍ୟାଚାର କରିବା ପରେ ଜଘନ୍ୟ ଭାବେ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ତେବେ ପ୍ରାୟ ଆନୁମାନିକ ଭାବେ ୨୨,୨୩ ବର୍ଷୀୟ। ଉକ୍ତ ଯୁବତୀଙ୍କ ପରିଚୟ ମିଳିପାରି ନ ଥିବା ବେଳେ କେଉଁ ମାନେ ଓ କାହିଁକି ଏପରି ଜଘନ୍ୟ ଅଘଟଣ ଘଟାଇଛନ୍ତି ସେ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। କେତେକ…

"ଜଘନ୍ୟ ଭାବେ ଯୁବତୀଙ୍କୁ ଧର୍ଷଣ ଓ ହତ୍ୟା ପରେ ଜଙ୍ଗଲରେ ଶବ ଛାଡି ଅଭିଯୁକ୍ତ ଫେରାର"

ରେଳ ଡାକସେବା, (ଆର ଏମ ଏସ )ପୁନଃ କାର୍ଯ୍ୟକ୍ଷମ ଦାବୀ, ଡାକ ସେବାରୁ ସାଧାରଣ ବଞ୍ଚିତ

ଟିଟିଲାଗଡ଼ ୧୧-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳଜନକ୍ସନରେ ଦୀର୍ଘ ଦିନରୁ ଥିବା ରେଳ ଡାକ ସେବା, (ଆର ,ଏମ ,ଏସ) କାର୍ଯ୍ୟାଳୟକୁ ମନମୁଖୀ ଭାବେ ବଲାଙ୍ଗୀରକୁ କିଛି ନ୍ୟସ୍ତ ସ୍ଵାର୍ଥ ପଦାଧିକାରୀ ସ୍ଥାନାନ୍ତରିତ କରିଦେଇଛନ୍ତି। ଯଦ୍ୱାରା ଦିଲ୍ଲୀରୁ ଦୌଲତାବାଦ ରାଜଧାନୀ ପରିବର୍ତ୍ତନ ପରି ସାଧାରଣ ଗୁରୁତ୍ୱପୂର୍ଣ୍ଣ ଡାକ ସେବାରୁ ବଞ୍ଚିତ ହେବ ନେଇ ତୀଵ୍ର ଅସନ୍ତୋଷ ଦେଖାଦେଇଛି। ଏହି ଟିଟିଲାଗଡ ରେଳ ଜଙ୍କସନ ଓଡ଼ିଆର ଅନ୍ୟତମ ଜଙ୍କସନ ହେବା ସହ ଭାରତର ସମସ୍ତ ସ୍ଥାନକୁ ଯାତାୟାତର ସୁବିଧା ରହିଛି। ଫଳରେ ଏଠି ଥିବା ରେଲଡାକ ସେବା ଯୋଗାଇବାରେ ବେଶ କେନ୍ଦ୍ର ପାଲଟିଥିଲା। ହେଲେ କିଛି ପଦାଧିକାରୀ ତାଙ୍କ ନିଜ ବ୍ୟକ୍ତିଗତ ସ୍ୱାର୍ଥ…

"ରେଳ ଡାକସେବା, (ଆର ଏମ ଏସ )ପୁନଃ କାର୍ଯ୍ୟକ୍ଷମ ଦାବୀ, ଡାକ ସେବାରୁ ସାଧାରଣ ବଞ୍ଚିତ"

ବିଷ ପିଇ ଜୀବନ ହାରିଦେଲେ ଚାଷୀ, ଋଣ ବୋଝ ମୁଖ୍ୟ କାରଣ

ବଲାଙ୍ଗୀର ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବାହାଦୂର ରଣା ନାମକ ଜଣେ ବ୍ୟକ୍ତିଙ୍କ ବିଷ କ୍ରିୟା ଯୋଗୁଁ ଶୋଚନୀୟ ମୃତୁ ଘଟିଛି। ପ୍ରକାଶ ଯେ, ମାରଲଡ଼ ଗ୍ରାମପାୟତରେ ନିକଟସ୍ଥ ମଧିଗୁଡା ଗ୍ରାମର ବାହାଦୂର ରଣା ତାଙ୍କ ଚାରି ଏକର ଜମିରେ କପା ଚାଷ କରିଥିଲେ ଓ ପ୍ରାୟ ତିନି ଲକ୍ଷ ଟଙ୍କାର କରଜ କରିଥିଲେ। ତେବେ ଫସଲ ଠିକ ନ ହେବା ଓ ଋଣ ପରିଶୋଧ ପାଇଁ ସେ ମାନସିକ ଚାପରେ ଥିଲେ। ଗତ କାଲି ସେ ସେ ଘରେ ଥିବା କୀଟନାଶକ ପିଇ ଗୁରୁତର ହୋଇଯାଇଥିବା ପରିବାର ଲୋକ ଦେଖି…

"ବିଷ ପିଇ ଜୀବନ ହାରିଦେଲେ ଚାଷୀ, ଋଣ ବୋଝ ମୁଖ୍ୟ କାରଣ"

ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ନିର୍ଦ୍ଦେଶ ସତ୍ୱେ ସରକାରୀ ଅନୁଷ୍ଠାନର ଅଣଦେଖା: ସ୍ବେଚ୍ଛାସେବୀଙ୍କୁ ଆକ୍ରମଣ: ଚିକିତ୍ସାନ ପାଇ ଗୁରୁତର ଫେରୁଛି ନିଜ ଘରକୁ

ବଲାଙ୍ଗୀର ୬-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲାରେ ସରକାରୀ ଭାବେ ଏଡ୍ସ ଅକ୍ରାନ୍ତଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ ନିମନ୍ତେ ବିହାନ, ବିଏନପି+, ସାଇ, ଆଦି ପ୍ରମୂଖ ବେସରକାରୀ ଅନୁଷ୍ଠାନଙ୍କୁ ସରକାର ମାସିକ ମୋଟା ଅଙ୍କର ଅର୍ଥ ଯୋଗାଇ ଦେଇ ଆସୁଛନ୍ତି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ସବୁ କାଗଜପତ୍ରରେ କାମ କରି ମାସିକ ପିସି କାରବାର ଖୋଲା ଖୋଲି କରି ମାଲାମାଲ ହେବ। ସାର ହେଉଛି। ସେହିପରି ଏହି ଜିଲ୍ଲାର ଟିଟିଲାଗଡର ଜଣେ ଅସହାୟ ବିଧବା ମହିଳା ଅର୍ଥ ଅଭାବରୁ ଦୟନୀୟ ଅବସ୍ଥାରେ ପ୍ରଥମେ ଟିଟିଲାଗଡ ଓ ପରେ ବଲାଙ୍ଗୀର ସ୍ଥାନାନ୍ତରିତ ହୋଇ ଥିଲେ। ହେଲେ ଏକ…

"ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ନିର୍ଦ୍ଦେଶ ସତ୍ୱେ ସରକାରୀ ଅନୁଷ୍ଠାନର ଅଣଦେଖା: ସ୍ବେଚ୍ଛାସେବୀଙ୍କୁ ଆକ୍ରମଣ: ଚିକିତ୍ସାନ ପାଇ ଗୁରୁତର ଫେରୁଛି ନିଜ ଘରକୁ"

ଐତିହାସିକ ରାଣୀପୁର ଝରିଆଲ ଓ ଧବଳେଶ୍ବର ଶିବ ମନ୍ଦିରରେ ବୋଲବମ ଭକ୍ତଙ୍କ ସୁଅ: କେନ୍ଦ୍ର ବିନ୍ଦୁ ପାଲଟିଛି ଗୁପ୍ତ ସୁଡ଼ଙ୍ଗ

ବଲାଙ୍ଗୀର ୩୧-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ପୀଠ ରାଣୀପୁର ଝରିଆଲ ର ସୋମେଶ୍ୱର ଶିବ ମନ୍ଦିର ଓ ଟିଟିଲାଗଡ଼ ର ଧବଳେଶ୍ବର ଶିବ ମନ୍ଦିରରେ ଜଳଲାଗି ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ରେଳ ଓ ବିଭିନ୍ନ ଜାନ ବହନରେ ଏହି ଟିଟିଲାଗଡ଼ ରେଳ ଜନକ୍ସନକୁ ଆସି ଆଜି ରାତ୍ରି ସାରା ଜଳ ନେଇ ଚାଲି ଚାଲି ଯାଇ ପୀଠରେ ପୂଜାର୍ଚ୍ଚନା କରି ପାଣି ଲାଗି କରିବେ। ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ତଥା ରାୟଗଡା, ରାଉଲକେଲା, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ବରଗଡ ସୋନପୁର, ବୌଦ୍ଧ ଆଦି ବିଭିନ୍ନ ସ୍ଥାନରୁ ଟିଟିଲାଗଡ଼ରେ ପହଞ୍ଚି ଏହି ଦୁଇଟି…

"ଐତିହାସିକ ରାଣୀପୁର ଝରିଆଲ ଓ ଧବଳେଶ୍ବର ଶିବ ମନ୍ଦିରରେ ବୋଲବମ ଭକ୍ତଙ୍କ ସୁଅ: କେନ୍ଦ୍ର ବିନ୍ଦୁ ପାଲଟିଛି ଗୁପ୍ତ ସୁଡ଼ଙ୍ଗ"

ଓଡ଼ିଆ ପୁଅର ପ୍ରଭାବ: ଜିଲ୍ଲା ଚିକିତ୍ସାଧୀକାରୀ ସମସ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା ପ୍ରତିଶ୍ରୁତି ଦେଲେ: ସମ୍ପୃକ୍ତ ସରକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ

ବଲାଙ୍ଗୀର ୩୧-୭ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସହରର ଜଣେ ଅସହାୟ ଏଡ୍ସ ଆକ୍ରାନ୍ତ ମହିଳା ଗୁରୁତର ଭାବେ ମୃତ୍ୟୁ ଶହ ସଂଗ୍ରାମ କରୁଥିବା ନେଇ ଖବର ପ୍ରକାଶ କରା ଯାଇଥିଲା। ତେବେ କୌଣସି ସରକାରୀ ଅବା ବେସରକାରୀ ଅନୁଷ୍ଠାନ ତାଥା ଜିଲ୍ଲାର ସରକାରୀ କାର୍ଯ୍ୟରତ ସାଇ ଓ ଅନ୍ୟାନ୍ୟ ସଂସ୍ଥା ଉକ୍ତ ଗୁରୁତର ମହିଳାଙ୍କୁ ସହାୟତା ପ୍ରଦାନ କରିନଥିଲେ। ତେବେ କିଛି ସ୍ବେଚ୍ଛାସେବୀ ଗୁରୁବାର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି ଗତ ୨୯ ତାରିଖରେ କରିଥିଲେ। ଡ଼ଃ ପ୍ରଦୀପ ନାୟକ ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ କରି ତୁରନ୍ତ ବଲାଙ୍ଗୀର ନେବାକୁ ପରାମର୍ଶ ଦେଇଥିଲେ। ଉକ୍ତ ବିଭାଗର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ…

"ଓଡ଼ିଆ ପୁଅର ପ୍ରଭାବ: ଜିଲ୍ଲା ଚିକିତ୍ସାଧୀକାରୀ ସମସ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା ପ୍ରତିଶ୍ରୁତି ଦେଲେ: ସମ୍ପୃକ୍ତ ସରକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ"

ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଡ୍ସ ଆକ୍ରାନ୍ତ: ପ୍ରଶାସନକୁ ଗୁହାରି ସତ୍ୱେ ମିଳୁନି ସହାୟତା

ବଲାଙ୍ଗୀର ୨୮-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସାଧାରଣ ଓ ଅସହାୟ ଗରୀବ କେହି ବି ସ୍ବାସ୍ଥ୍ୟ ସେବାରୁ ବଂଚିତ ନ ହୁଅନ୍ତୁ ବୋଲି କୋଟି, କୋଟି ଟଙ୍କାର ବ୍ୟୟ ବରାଦ କରି ବିଭିନ୍ନ ଯୋଜନା କଯ୍ୟକାରୀ କରିଛନ୍ତି। ହେଲେ ବଲାଙ୍ଗିର ଜିଲ୍ଲାର ଗରିବ ଓ ଏଡ୍ସରେ ଅକ୍ରାନ୍ତ ହୋଇ ସୁଦ୍ଧା ଏହି ଜିଲ୍ଲାର ଅନୁଦାନ ପ୍ରାପ୍ତ ସ୍ୱେଚ୍ଛା ସେବୀ ଅନୁଷ୍ଠାନ କେବଳ ଅର୍ଥ ହରିଲଟ କରି ଚାଲିଛନ୍ତି। ଟିଟିଲାଗଡ ସହର ନେହେରୁ ନଗରର ଜଣେ ଅସହାୟ ବିଧବାଙ୍କ ଆକୁଳ ନିବେଦନ ସତ୍ୱେ ନୀରବ ଦ୍ରଷ୍ଟା ସାଜିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ଜିଲ୍ଲାରେ ମାସିକ…

"ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଏଡ୍ସ ଆକ୍ରାନ୍ତ: ପ୍ରଶାସନକୁ ଗୁହାରି ସତ୍ୱେ ମିଳୁନି ସହାୟତା"