ଟିଟିଲାଗଡ଼ ସବ ଡିଭିଜନରେ ଯକ୍ଷ୍ମା ରୋଗୀ ହଟହଟା, ଜଣଙ୍କର ଶୋଚନୀୟ ମୃତ୍ୟୁ

ଟିଟିଲାଗଡ଼ ୧୬ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିବି ବା ମାରାତ୍ମକ ଯକ୍ଷ୍ମା ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ଓ ବିପୁଳ ଅର୍ଥ ବ୍ୟୟ ବରାଦ କରିବା ସହ ସମସ୍ତ ସେବା ମାଗଣାରେ ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ଟିଟିଲାଗଡ ସହର ରହାଟପଦା ପାଦ ର ବୁଲୁ ଆଡ଼ଯୁଅଟେ ନାମକ ସତେଇଶ ବର୍ଷୀୟ ଯୁବକ ର ଯକ୍ଷ୍ମା ଆକ୍ରାନ୍ତ ହୋଇ ଶୋଚନୀୟ ମୃତୁ ଘଟିଛି। ଉକ୍ତ ଯୁବକ ଔଷଧ ଖାଉଥିବା ବେଳେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ଝଡା ଫୁଙ୍କାର ଆଶ୍ରୟ ନେଇ ଔଷଧ ବନ୍ଦ କରି ମୃତ୍ୟୁ ବରଣ କରିଛି। ପ୍ରକାଶ ଯେ ସ୍ଥାନୀୟ…

"ଟିଟିଲାଗଡ଼ ସବ ଡିଭିଜନରେ ଯକ୍ଷ୍ମା ରୋଗୀ ହଟହଟା, ଜଣଙ୍କର ଶୋଚନୀୟ ମୃତ୍ୟୁ"

କିଡନୀ ରୋଗୀଙ୍କ ସଂଖ୍ୟା ତୀବ୍ର ରୂପେ ବୃଦ୍ଧି ଦେଶୀ ମଦ ନେଉଛି ଜୀବନ

ବଲାଙ୍ଗୀର ୩ ମଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସବ୍ଡିଭିଜନ ଅଂଚଳରେ କିଟନୀରେ ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ରାଧିକ ଭାବେ ବଢି ଚାଲିଛି। ସ୍ବେଛାସେବୀ ସଂଗଠନ ଜନସେବାର ଏକ ସର୍ଭେ ଅନୁଯାଇ ଗତ ଏକ ମାସରେ ବାର ଜଣଙ୍କ କିଟନୀ ନଷ୍ଟ ହେବl ଦ୍ୱାରା ମୃତ୍ୟୁ ଘଟିଛି। ଟିଟିଲାଗଡ ଉପଖଣ୍ଡର ଗଦୁଲ, କନିଝୁରୀ, ଉଦେପୁର, ମାରଲlଡ଼, ଚଟୁଅନକା, ମୁରୀବାହଲ, ମାଲେସିର ଆଦି ପ୍ରତିଟି ଗ୍ରାମରେ ଏହି ଆକ୍ରାନ୍ତ ରହିଥିବା ଦେଖାଯାଉଛି। କେବଳ ଟିଟିଲାଗଡ ଡାକ୍ତରଖାନାରେ ହିଁ ପ୍ରତି ଦିନ ତିନିରୁ ଚାରି ରୋଗୀ ଚିହ୍ନଟ ହେବା ଡାକ୍ତରଖାନା ତରଫରୁ ପ୍ରକାଶ ପାଇଛି। ଏହି ଆକ୍ରାନ୍ତ କେବଳ ବିଷାକ୍ତ ମଦ୍ୟ ପାନ କରିବା ଯୋଗୁଁ ଏ…

"କିଡନୀ ରୋଗୀଙ୍କ ସଂଖ୍ୟା ତୀବ୍ର ରୂପେ ବୃଦ୍ଧି ଦେଶୀ ମଦ ନେଉଛି ଜୀବନ"

ଅଂଶୁ ଘାତରେ ଯୁବକର ଶୋଚନୀୟ ମୃତ୍ୟୁ

ଟିଟିଲାଗଡ ୨୭-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ହଳଦୀ ଗ୍ରାମପଞ୍ଚାୟତର କଟାମରା ଗ୍ରାମର ଜଣେ ଯୁବକର ଅଂଶୁଘାତରେ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ ଗିରିଧାରୀ ହଂସ ନାମକ ଜଣେ ତିରିଶ ବର୍ଷୀୟ ଯୁବକ ଛେଳି ଛରlଇ ଯାଇଥିବା ବେଳେ ହଠାତ ଅଚେତ ହୋଇ ପଡ଼ିଥିଲେ। ପରିବାର ଲୋକେ ଖବର ପାଇଁ ଟିଟିଲାଗଡ ଡାକ୍ତର ଖାନା ତୁରନ୍ତ ଆଣି ଥିବା ବେଳେ ଡାକ୍ତର ଅଂଶୁଘାତରେ ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ। ଉକ୍ତ ମୃତ ଗିରିଧାରୀଙ୍କ ଗୋଟିଏ ଝିଅ ଓ ସ୍ତ୍ରୀ ତଥା ବୃଦ୍ଧ ମା ବାପା ଅଛନ୍ତି। ତେବେ ଡାକ୍ତର ପୋଲିସକୁ ସୂଚନା ଦେଇ ଥିବା ଡାକ୍ତର ପ୍ରକାଶ କରିଛନ୍ତି।

"ଅଂଶୁ ଘାତରେ ଯୁବକର ଶୋଚନୀୟ ମୃତ୍ୟୁ"

ଭାଲୁ ଆକ୍ରମଣରେ ଗୁରୁତର ପ୍ରତି ପ୍ରଶାସନର ଅବହେଳା ନେଇ ତୀବ୍ର ଅସନ୍ତୋଷ

ଟିଟିଟିଲାଗଡ ୨୭-୪ (ଓଡ଼ିଆ ପୁଅ) ଥାନା ଅନ୍ତର୍ଗତ ବାଗ୍ ଡେର ଗ୍ରାମର ଜଣେ ବ୍ୟକ୍ତିକୁ ଜଙ୍ଗଲରୁ ଚାଲି ଆସିଥିବା ଭାଲୁ ଆକ୍ରମଣ କରି ଗୁରୁତର କରିଦେଇଥିଲା। ଉକ୍ତ ଆକ୍ରାନ୍ତ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଟିଟିଲାଗଡ ଓ ପରେ ବଲାଙ୍ଗୀର ଜିଲ୍ଲା ଚିକିତ୍ସାଳୟ ଓ ସେଠୁ ବୁର୍ଲା ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥା ଅତି ଗୁରୁତର ଥିବା ଯୋଗୁଁ ଡାକ୍ତର କଟକକୁ ସ୍ଥାନାନ୍ତର କରିଥିଲେ। ହେଲେ ପରୀତାପର ବିଷୟ ଉକ୍ତ ବାଗ୍ର ଗ୍ରାମର ଦିନ ମଜୁରିଆ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ସୁନୁ ଆଡ଼ଜୁଏଟ (52) ନାମକ ବ୍ୟକ୍ତିକୁ ପ୍ରଶାସନ ତରଫରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ। ତାଙ୍କର କେହି ସାହା…

"ଭାଲୁ ଆକ୍ରମଣରେ ଗୁରୁତର ପ୍ରତି ପ୍ରଶାସନର ଅବହେଳା ନେଇ ତୀବ୍ର ଅସନ୍ତୋଷ"

ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ଶହେ ଛଅ ମାମଲା ଦାଖଲ

ଟିଟିଲାଗଡ ୧୧-୪ (ଓଡ଼ିଆ ପୁଅ) ଟିଟିଲାଗଡ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଟିଟିଲାଗଡ ଉପଜିଲ୍ଲାପାଳ ଆବେଦନ କାରୀଙ୍କ ଅଭିଯୋଗକୁ ନେଇ ତର୍ଜମା କରି ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶହେ ଛଅ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ଆବେଦନକାରୀଙ୍କ ସମସ୍ୟାର କଣ ସମାଧାନ କରାଯାଇଛି। ତାର ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା l

"ଯୁଗ୍ମ ଜନ ଅଭିଯୋଗ ଶୁଣାଣି, ଶହେ ଛଅ ମାମଲା ଦାଖଲ"

ଅଜଣା ଯୁବକର ମୃତଦେହ, ନେଇ ଆଲୋଚନା

ଟିଟିଲାଗଡ ୧୧-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନା ଅନ୍ତର୍ଗତ ଭାଟିପଡା ଗ୍ରାମ ଅନ୍ତର୍ଗତ କଲି ମନ୍ଦିର ନିକଟରେ ଥିବା ନାଳରେ ଜଣେ ଅଜଣା ଯୁବକର ମୃତ ଦେହ ଭାସୁଥିବା ଦେଖାଯାଇଛି। ପ୍ରକାଶ ଯେ ପ୍ରାୟ ତିରିଶ ବର୍ଷୀୟ ପାଖାପାଖି ଏହି ଯୁବକର କିଛି ପରିଚୟ ମିଳି ପାରୁ ନ ଥିବା ବେଳେ ଲୋକେ ଉକ୍ତ ଯୁବକ ମୃତ ଶରୀର ଭାସୁଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ। ତେବେ ଯୁବକର ମୃତ୍ୟୁକୁ ନେଇ ନା ନା ଆଲୋଚନାମାନ ସାଧାରଣରେ ହେଉଥିବା ବେଳେ ମୃତ୍ୟୁର କାରଣ ନେଇ ଟିଟିଲାଗଡ ଥାନା ଅଧିକାରୀ ବିଜୟାନନ୍ଦ କର୍କରା ତଦନ୍ତ ଚଳାଇଥିବା ଜଣାଯାଇଛି।

"ଅଜଣା ଯୁବକର ମୃତଦେହ, ନେଇ ଆଲୋଚନା"

ଜିଲ୍ଲାମାନ୍ୟତା ଦାବି ନେଇ ଯୁବ ନାଗରିକ କମିଟି ତରଫରୁ ଶୋଭାଯାତ୍ରା

ଟିଟିଲାଗଡ ୮-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବି ନେଇ ଅତୀତରେ କେବଳ ପ୍ରତିଶୃତି ଦେଇ ନିରବ ରହିଯାଉଥିବା ପଦାଧିକାରୀଙ୍କ ବିରୋଧରେ ଚାଲିଥିବା ଅନଶନରେ ଆଜି ସ୍ଥାନୀୟ ସଚେତନ ନାଗରିକ କମିଟି ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସ୍ଥାନୀୟ ହାଟପଦା ପଡା ଠାରୁ ପଦଯାତ୍ରାରେ ଏହି ଯୁବ ସଚେତନ ନାଗରିକ କମିଟି ସହର ପରିକ୍ରମା କରି ଧାରଣା ସ୍ଥଳରେ ଯାଇ ପହଞ୍ଚିଥିଲେ। ବିଭିନ୍ନ ସ୍ଲୋଗାନମାନ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦିଆଯାଇଥିବା ଧାରଣା ସ୍ଥଳରେ ଏକ ସଭାର ଆୟୋଜନ କରି ଏହି ଦାବିକୁ ତୁରନ୍ତ ସରକାର ପୂରଣ ନ କଲେ ପରିଣାମ ଭୟଙ୍କର ହେବ ଓ ସରକାର ହିଁ ଦାୟୀ…

"ଜିଲ୍ଲାମାନ୍ୟତା ଦାବି ନେଇ ଯୁବ ନାଗରିକ କମିଟି ତରଫରୁ ଶୋଭାଯାତ୍ରା"

ରେଳ ଦୁର୍ଘଟଣାରୁ ବଞ୍ଚିଲେ ଯାତ୍ରୀ: ବିନା ଇଞ୍ଜିନ୍ ରେ ୧୨ କିଲୋମିଟର ଓଲଟା ଚାଲିଲା ପୁରୀ ଅହମଦାବାଦ୍ ଏକ୍ସପ୍ରେସ୍

ଟିଟିଲାଗଡ଼ ୮-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ରେଳ ଷ୍ଟେସନରେ ଆଜି ଅହମଦାବାଦରୁ ପୁରୀ ଏକ୍ସପ୍ରେସ ଟ୍ରେନ ସମ୍ବଲପୁରକୁ ଇଞ୍ଜିନ୍ ବଦଳେଇ ଯିବା ବଦଳରେ ଓଲଟା ବିନା ଇଞ୍ଜିନ୍ ରେ ବଗିଗୁଡିକ ଚାଲିଯାଇ କେସିଙ୍ଗା ରେଳ ଷ୍ଟେସନରେ ପହଂଚିଛି। ପ୍ରକାଶ ଯେ, ଟ୍ରେନ ନଂ 18406 ଅହମ୍ମଦାବାଦ ପଟୁ ଆସି ସମ୍ବଲପୁର ଦେଇ ପୁରୀକୁ ଯାତ୍ରା କରିବା କଥା ଓ ଟିଟିଲାଗଡ ରେ ଇଞ୍ଜିନ୍ ବଦଳାଯାଇଥାଏ। ହେଲେ ରେଳ ବିଭାଗ କର୍ମକର୍ତ୍ତାଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଉକ୍ତ ଟ୍ରେନ ବିନା ଇଞ୍ଜିନ୍ ରେ ବାର କିମି ଦୂର ବିଶାଖାପାଟଣା ପଟେ ଯାଇ କେସିଙ୍ଗା ରେଳ ଷ୍ଟେସନରେ ପହଂଚିଛି। ତେବେ ଏ ନେଇ ରେଳ ଷ୍ଟେସନରେ ସାଧାରଣ…

"ରେଳ ଦୁର୍ଘଟଣାରୁ ବଞ୍ଚିଲେ ଯାତ୍ରୀ: ବିନା ଇଞ୍ଜିନ୍ ରେ ୧୨ କିଲୋମିଟର ଓଲଟା ଚାଲିଲା ପୁରୀ ଅହମଦାବାଦ୍ ଏକ୍ସପ୍ରେସ୍"

ଜିଲ୍ଲା ମାନ୍ୟତା ଅନଶନରତ ଯୁବଛାତ୍ର ଅଂଶୁଘାତର ଶିକାର

ଟିଟିଲାଗଡ ୨୪-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ଆଜି ପଞ୍ଚମ ଦିନରେ ପହଂଚି ଥିବା ବେଳେ ଉତ୍କଟ ଖରାରେ ଧାରଣା ରତ ଜଣେ ଛାତ୍ର ଅଂଶୁଘାତର ଶିକାର ହୋଇଛନ୍ତି l ଟିଟିଲାଗଡ ସ୍ଥିତ ଡ଼ି.ଏ.ଭି ମହାବିଦ୍ୟାଳୟର ଯୁକ୍ତ+ ୩ ରେ ଅଧ୍ୟୟନ କରୁଥିବା ରୁଦ୍ରପ୍ରସାଦ ପୁଞ୍ଜି ଧାରଣା ସ୍ଥଳରେ ହଠାତ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଧାରଣାସ୍ଥଳରୁ ଟିଟିଲାଗଡ ମୁଖ୍ୟ ସରକାରୀ ଚିକିତ୍ସାଳୟର ଅଂଶୁଘାତ କକ୍ଷରେ ଡାକ୍ତର କୃଷ୍ଣଚନ୍ଦ୍ର ପାଲ ଭର୍ତି କରି ଚିକିତ୍ସା ଆରମ୍ଭ କରିଥିବା ସୂଚନା ମିଳିଛି। କ୍ରମାଗତ ଭାବେ ଅନିଦ୍ଧିଷ୍ଟ କାଳ ପାଇଁ ଚାଲୁଥିବା ଏ ଧାରଣା ଓ ଦାବିନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ର…

"ଜିଲ୍ଲା ମାନ୍ୟତା ଅନଶନରତ ଯୁବଛାତ୍ର ଅଂଶୁଘାତର ଶିକାର"

ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର

ଟିଟିଲାଗଡ଼ ୨୨-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନାରୁ ଚାରି କିମି ଦୂର ସିରୁଲ ଗ୍ରାମ ନିକଟରେ ଜଣେ ଯୁବକର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି। ପ୍ରାୟ ତିରିଶ ବର୍ଷୀୟ ଜଣେ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କରିଦେଇ ଦୁର୍ବୃତ ଫେରାର ହୋଇଯାଇଥିବା ଆଲୋଚନା ହେଉଛି। ଉକ୍ତ ଯୁବକର ମୃତଦେହ ନିକଟରେ ତନିସ୍କା ସୋ ରୁମ ଉଲ୍ଲେଖ ଥିବା ଏକ ନୂତନ କିଣା ଯାଇଥିବା ଗାଡି ପଡ଼ି ରହିଛି। ତେବେ ଏ ଘଟଣା ନେଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିବା ଜଣାଯାଇଛି। ଉକ୍ତ ଯୁବକର ନାମ ରୋମାଞ୍ଚ ରଣା ଓ ସେ ତେନ୍ତୁଳୀଖୁଣ୍ଟି ଗ୍ରାମର ବୋଲି ଜଣାଯାଇଛି କ୍ଷ ଟିଟିଲାଗଡ଼ ଥାନା ଅଧିକାରୀ ଘଟଣା…

"ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଫେରାର"