କେନ୍ଦୁଝର ପୋଲିସ ହାତରେ ୯ ଅନ୍ତଃରାଜ୍ୟ ଡ଼କାୟତ,୫ବନ୍ଧୁକ ଜବତ

କେନ୍ଦୁଝର ପୋଲିସ ହାତରେ ୯ ଅନ୍ତଃରାଜ୍ୟ ଡ଼କାୟତ,୫ବନ୍ଧୁକ ଜବତ କେନ୍ଦୁଝର୧୫/୧୧(ଓଡ଼ିଆପୁଅ/ସନ୍ତୋଷ ମହାପାତ୍ର)ରାଜ୍ୟରେ ଦିନକୁ ଦିନ ଚୋରି ଡ଼କାୟତି ସଂଖ୍ୟା ବୃଦ୍ଧି ପାଉଛି । ଏହା ସାଙ୍ଗକୁ ହତ୍ୟାକାଣ୍ଡ,ରାହାଜାନି ମଧ୍ୟ ବୃଦ୍ଧି ହେଉଛି । ଏହି ସବୁ ଘଟଣାରେ ରାଜ୍ୟର ବହୂ ଡ଼କାୟତ ସହ ଆନ୍ତଃରାଜ୍ୟ ଡ଼କାୟତ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ଡ଼କାୟତଙ୍କୁ ଧରିବାରେ ରାଜ୍ୟ ପୋଲିସ ବାରମ୍ବାର ତାର ପ୍ରୟାସ ଯାରି ରଖିଛି । ଏଭଳି ଏକ ଆନ୍ତଃରାଜ୍ୟ ଡ଼କାୟତ ଦଳକୁ ଧରିବାରେ କେନ୍ଦୁଝର ପୋଲିସକୁ ବଡ଼ ସଫଳତା ମିଳିଛି । ଏହି ଡ଼କାୟତ ଦଳ ରାଜ୍ୟର ଢେଙ୍କାନାଳ,ଯାଜପୁର,ରାଇରଙ୍ଗପୁର,ମୟୁରଭଞ୍ଜ ଓ ଅନୁଗୁଳ ଜିଲା ସହ ଝାରଖଣ୍ଡ ଆଦି ରାଜ୍ୟ ବାହାରେ ତାଙ୍କ…

"କେନ୍ଦୁଝର ପୋଲିସ ହାତରେ ୯ ଅନ୍ତଃରାଜ୍ୟ ଡ଼କାୟତ,୫ବନ୍ଧୁକ ଜବତ"

ସବୁ ଛାତ୍ରଛାତ୍ରୀ ଜଣେ ଜଣେ ଡ଼ିଏଫଓ ହେବାକୁ ଆହ୍ୱାନ-ମନ୍ତ୍ରୀ ବଦ୍ରୀ ପାତ୍ର

କେନ୍ଦୁଝର୯/୭ (ସନ୍ତୋଷ ମହାପାତ୍ର/ଓଡ଼ିଆ ପୁଅ)ବୃକ୍ଷ ପାଇଁ ଦିନଟିଏ। ଗଛ ବଂଚିଲେ ଆମେ ବଂଚିବା। ଗଛର ସୁରକ୍ଷାରେ ହିଁ ଆମର ଭବିଷଁତ ସୁରକ୍ଷିତ। ଏଭଳି ସବୁ ହିତବାଣି ଦେଇଛନ୍ତି ଖୋଦ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର। ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଠାରେ ବୃକ୍ଷ ଗଙ୍ଗା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଏଭଳି ହିତବାଣି ଦେବା ସହ ସମସ୍ତ ଛାତ୍ରଛାତ୍ରୀ ଯଦି ଜଣେ ଜଣେ ବନ ସଂରକ୍ଷକ ହୋଇପାରନ୍ତି ତାହେଲେ ଜଙ୍ଗଲ ବଂଚିବା ସହ ପରିବେଶର ସୁରକ୍ଷା ହୋଈପାରିବ। ଗାୟତ୍ରୀ ପରିବାର ପକ୍ଷରୁ ଆରମ୍ଭ କରାଯାଇଥିବା ବୃକ୍ଷ ଗଙ୍ଗା ଅଭିଯାନ ମାଧ୍ୟମରେ ଜଙ୍ଘିରା ଅଂଚଳରେ ଗତବର୍ଷ ପଚାଶ ହଜାର…

"ସବୁ ଛାତ୍ରଛାତ୍ରୀ ଜଣେ ଜଣେ ଡ଼ିଏଫଓ ହେବାକୁ ଆହ୍ୱାନ-ମନ୍ତ୍ରୀ ବଦ୍ରୀ ପାତ୍ର"

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ

କେନ୍ଦୁଝର୪/୭(ଓଡ଼ିଆପୁଅ/ସନ୍ତୋଷ ମହାପାତ୍ର)କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଥିବା ବେଳେ ପାଗ ଅନୁକୂଳ ଥିବାରୁ ଏହି ସୁନା ବେଶ ଦେଖିବାକୁ ଭକ୍ତ ଙ୍କର ପ୍ରବଳ ଭିଡ ଦେଖିବା କୁ ମିଳିଛି ।ା ବିଶ୍ୱ ର ସର୍ବବୃହତ ରଥ ତଥା ବିଶ୍ୱ ପ୍ରସିଦ୍ଦ କେନ୍ଦୁଝର ର ଏହି ସୁନାବେଶ ରେ ଗୋଟିଏ ରଥ ଉପରେ ପ୍ରଭୂ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର , କାଳିଆ ଠାକୁର ଜଗନ୍ନାଥ ଓ ମାତା ଶୁଭଦ୍ରା ଙ୍କର ଏକ ସଂଙ୍ଗେ ସୁନାବେଶେ କୁ ଭକ୍ତ ମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଖୁବ ନିଆରା । କେନ୍ଦୁଝର ର ଏହି ସୁନାବେଶ ରେ…

"କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ଅନୁଷ୍ଠିତ"

ଅନ୍ଧବିଶ୍ୱାସର ପରିଣତି ,୧୦ ଦିନରେ ଷଷ୍ଠ ଚେଙ୍କ, ସଚେତନତା ବଦଳରେ ସସପେଣ୍ଡ ଉପରେ ଜିଲାପ୍ରଶାସନର ଗୁରୁତ୍ୱ

କେନ୍ଦୁଝର ୨୦/୬ (ଓଡ଼ିଆ ପୁଅ/ସନ୍ତୋଷ ମହାପାତ୍ର) ଅନ୍ଧବିଶ୍ୱାସର ବଶବର୍ତି ହୋଇ ପୁଣି ଆଉ ଏକ କୋମଳମତି ଶିଶୁକୁ ଚେଙ୍କ ଅଭିଯୋଗ। ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକ ବାରାହାଗଡ଼ ପଂଚାୟତର ତଳବାରୁଡ଼ା ଗ୍ରାମରେ ଏଭଳି ଘଟିଛି ଅଘଟଣ। ଉକ୍ତ ଗ୍ରାମର ୧୫ ଦିନର ଶିଶୁ ପୁତ୍ରକୁ ତାର ଜେଜେମା କଳାବାତ ରୋଗର ଭଲ କରିବା ପାଇଁ ଚେଙ୍କ ଦେଇଥିଲା। ଏହି ଚେଙ୍କ ପିନ୍ଧୁଥିବା କାଚକୁ ଗରମ କରି ଶିଶୁଟିର ପେଟରେ ଦାଗି ଦିଆଯାଇଥିଲା। ଏହି ଚେଙ୍କ ଫଳରେ ଶିଶୁ ପୁତ୍ରର ଦେହ ଭଲନହେବାରୁ ଗୁରୁତର ଅବସ୍ଥତାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତି କରାଯାଇଛି। ଅନ୍ଧବିଶ୍ୱାସ ଫଳରେ ଏଭଳି ବାରମ୍ବାର ଘଟୁଥିବା ସିଡ଼ିଏମଓ କହିଛନ୍ତି। ଏଭଳି ବାରମ୍ବାର…

"ଅନ୍ଧବିଶ୍ୱାସର ପରିଣତି ,୧୦ ଦିନରେ ଷଷ୍ଠ ଚେଙ୍କ, ସଚେତନତା ବଦଳରେ ସସପେଣ୍ଡ ଉପରେ ଜିଲାପ୍ରଶାସନର ଗୁରୁତ୍ୱ"

୭ ଦିନର ଶିଶୁପୁତ୍ରକୁ ଓ ୧୮ ମାସର ଶିଶୁ କନ୍ୟାକୁ ଚେଙ୍କ

କେନ୍ଦୁଝର୧୧/୬(ଓଡ଼ିଆପୁଅ/ସନ୍ତୋଷ ମହାପାତ୍ର) ଅନ୍ଧବିଶ୍ୱାସର କୁ ପରିଣତି। ପେଟ ଫୁଲି ବଥାହେବା ଓ ନାହି ପାଚିବାକୁ ନେଇ ଛୋଟଛୋଟ କୋମଳମତି ଶିଶୁଙ୍କୁ ଚେଙ୍କ ଅଭିଯୋଗ। ଆଦିବାସୀ ଅଧ୍ୟୁସୀତ କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଂଚଳରୁ ଆସିଛି ଏହି ଭଳି ଅଭିଯୋଗ। ଗୋଟିଏ ୭ ଦିନର ଶିଶୁପୁତ୍ରକୁ ଓ ଅନ୍ୟଟି ୧୮ ମାସର ଶିଶୁ କନ୍ୟାକୁ ଚେଙ୍କ। ହରିଚନ୍ଦନପୁର ବ୍ଲକ ବହରାଗୁଡା ଗାଁରେ ରହୁଥିବା ଅଂଜନା ଜୁଆଙ୍ଗ ୧୨ ଦିନତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା। ଜନ୍ମଦେବାର ୭ ଦିନ ପରେ ତାର ନାହି ପାଚି ପେଟ ଫୁଲି ବଥା ହେବାରୁ ଶିଶୁଟି ବହୁତ କଷ୍ଟ ପାଉଥିଲା। ଏହାକୁ ଦେଖି ଅଂଜନାର ଶାଶୁ ଅନ୍ଧବିଶ୍ୱାସର ଶିକାର ହୋଇ ୭…

"୭ ଦିନର ଶିଶୁପୁତ୍ରକୁ ଓ ୧୮ ମାସର ଶିଶୁ କନ୍ୟାକୁ ଚେଙ୍କ"

ଜିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ଅନୁଷ୍ଠିତ : ଆଶାକର୍ମୀମାନେ ସାମାଜିକ ଚେତନାର ବାର୍ତ୍ତାବହ

କେନ୍ଦୁଝର,୮/୬ (ଓଡ଼ିଆପୁଅ/ସନ୍ତୋଷ ମହାପାତ୍ର) ନଗରଭବନଠାରେ ଜିଲ୍ଲାସ୍ତରୀୟ ଆଶା ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ପାତ୍ର ଉଦବୋଧନ ଛଳରେ କହିଥିଲେ ଯେ ଆଶାକର୍ମୀମାନେ ଖରା, ବର୍ଷା, ଶୀତକାକର ସହି ଅନେକ କଷ୍ଟ ସ୍ୱୀକାର ପୂର୍ବକ ମାଆ ଓ ଶିଶୁଙ୍କର ଯେଉଁ ସେବା କରୁଛନ୍ତି ତାର ପଟାନ୍ତର ନାହିଁ। ମା’ ସିନା ନିଜ ସନ୍ତାନ ପାଇଁ କଷ୍ଟ ସହିଥାଏ, କିନ୍ତୁ ଆଶାକର୍ମୀମାନେ ଅନେକ ସନ୍ତାନ ପାଇଁ ଯେଉଁ କଷ୍ଟ ସ୍ୱୀକାର କରୁଛନ୍ତି ସେଥିପାଇଁ ପ୍ରଶଂସା ଯଥେଷ୍ଟ ହେବ ନାହିଁ ବୋଲି କହିବା ସହିତ ଆଶାମାନେ ଅଧିକ କ୍ରିୟାଶୀଳ ହୋଇ ନିଜର ଗାରିମା ବୃଦ୍ଧି କରିବାକୁ ଆହ୍ୱାନ ଜଣାଇଥିଲେ। ଜିଲ୍ଲାପାଳ ଡଃ ଏନ୍. ତିରୁମାଲା ନାୟକ…

"ଜିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ଅନୁଷ୍ଠିତ : ଆଶାକର୍ମୀମାନେ ସାମାଜିକ ଚେତନାର ବାର୍ତ୍ତାବହ"

ବ୍ୟାପକ ଦୁର୍ନିତି ବିରୋଧରେ କୃଷକ ସଂଗଠନ ପକ୍ଷରୁ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝର୬/୬(ଓଡ଼ିଆପୁଅ/ସନ୍ତୋଷ ମହାପାତ୍ର)କେନ୍ଦଝରରେ ଉଦ୍ୟାନ ବିଭାଗରେ ବ୍ୟାପକ ଦୃର୍ନିତି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ନବନିର୍ମାଣ କୃଷକ ସଂଗଠନର କାର୍ଯ୍ୟକର୍ତା । ଦୃର୍ନିତି ଅଭିଯୋଗ କରି ସଂଗଠନ ପକ୍ଷରୁ ସ୍ଥାନିୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଉଦ୍ୟାନ ବିଭାଗ ଉପନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ଯାଇଥିଲେ । ଉପନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉକ୍ତ ଚାଷୀମାନେ ୪ ଦଫା ଦାବୀ ନେଇ ବିକ୍ଷୋଭ କରିଥିଲେ । ଦାବୀ ପୁରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

"ବ୍ୟାପକ ଦୁର୍ନିତି ବିରୋଧରେ କୃଷକ ସଂଗଠନ ପକ୍ଷରୁ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ"

ସଂଘ ଶିକ୍ଷା ବର୍ଗ ଉଦଯାପିତ: ସଂଘ ବିଷୟରେ ଜାଣିବାକୁ ହେଲେ ଶାଖାକୁ ଆସ-ଗୋପାଳ ମହାପାତ୍ର

କେନ୍ଦୁଝର ୪/୬ (ଓଡ଼ିଆ ପୁଅ/ସନ୍ତୋଷ ମହାପାତ୍ର) ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ଓଡ଼ିଶା ତରଫରୁ ୨୦ ଦିନ ବ୍ୟାପି ଚାଲୁଥିବା ସଂଘ ଶିକ୍ଷା ବର୍ଗର ସମାରୋପ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶନିବାରଦିନ ଅପରାହ୍ନ ପାଂଚଟାରେ ସ୍ଥାନୀୟ କେନ୍ଦୁଝର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ବୃନ୍ଦାବନ ସୋରେନ(ଉପପ୍ରବନ୍ଧକ,ଭାରତୀୟ ତୈଳ ନିଗମ) ଓ ମୁଖ୍ୟ ବକ୍ତାଭାବେ ଆରଏସଏସର କ୍ଷେତ୍ରୀୟ କାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୋରେନ ଆରଏସଏସ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ତଥା ସୁରକ୍ଷା କରୁଥିବାରୁ କୃତଞ୍ଜତା ଞ୍ଜାପନ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଗୋପାଳ ମହାପାତ୍ର ସମାଜରେ ଦେଶଭକ୍ତିର ଜାଗରଣ କରିବା ପାଇଁ ସ୍ୱଂୟସେବକ ମାନଙ୍କୁ…

"ସଂଘ ଶିକ୍ଷା ବର୍ଗ ଉଦଯାପିତ: ସଂଘ ବିଷୟରେ ଜାଣିବାକୁ ହେଲେ ଶାଖାକୁ ଆସ-ଗୋପାଳ ମହାପାତ୍ର"