ନଦୀରେ ବୁଡି ଯୁବକ ମୃତ

ବାରିପଦା ୨୯ ମଇ (ଓଡ଼ିଆ ପୁଅ/ସନ୍ତୋଷ ବରଜ) -ସ୍ଥାନୀୟ ମଧୁବନ ଅଞ୍ଚଳର ବୁଢାବଳଙ୍ଗ ନଦୀରୁ ଆଜି ସକାଳୁ ବାରିପଦା ଅଗ୍ନିଶମ ବିଭାଗ ଏକ ଯୁବକର ମୃତଦେହ ଉଦ୍ଧାର କରିଛି। ନଦୀରେ ଶବଟି ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ବାରିପଦା ଟାଉନ ଥାନାକୁ ଖବର ଦେଇଥିଲେ। ଯୁବକଙ୍କ ନାମ ବାବୁଲି ରଣା (୪୦)ପୋଡ଼ା ଅସ୍ତିଆ ଅଞ୍ଚଳର ବାସିନ୍ଦା। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇଅଛି।

"ନଦୀରେ ବୁଡି ଯୁବକ ମୃତ"

ଶିଶୁ ନାବାଳିକା ଅତ୍ୟାଚାର ନିରାକରଣ ପାଇଁ ପ୍ରୟାସ – “ପରୀ”

ବାରିପଦା ୨୮ ମଇ (ଓଡ଼ିଆ ପୁଅ//ସନ୍ତୋଷ ବରଜ) ସମାଜରେ ନାରୀର ମର୍ଯ୍ୟାଦା ସବୁବେଳେ ଖୁର୍ଣ୍ଣ ହେଉଅଛି। କିନ୍ତୁ ସବୁଠାରୁ ଦୁଃଖର ବିଷୟ ଯେତେବେଳେ ଜଣେ ଶିଶୁ କିଶୋରୀର ଇଜ୍ଜତ ସହିତ ଖେଳ ଖେଳାଯାଉଅଛି। ଯେତେବେଳ କି ଜଣେ କିଶୋରୀ ତା ଶରୀର କ’ଣ ଜାଣିନାହିଁ ତା’ର ସତିତ୍ୱ କୁ ଜଳାଞ୍ଜଳି ଦିଆଯାଉଛି। ପୂର୍ବରୁ ଏହିଭଳି ଅନେକ ଲୋମହର୍ଷଣକାରୀ ଘଟଣା ଆମ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିସାରିଛି। ଏହିଭଳି ଘଟଣାମାନ ଭିଆଉ ଥିବା ଲୋକମାନଙ୍କ ମନରେ ଭରି ରହିଛି କୁତ୍ସିତ ମାନସିକତା। ଏହି ମାନସିକତା କୁ ଦୂର କରିବାପାଇଁ ଓଡିଶା ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ କରା ଯାଇଛି ସମାଜ ସଚେତନତା କଯ୍ୟକ୍ରମ “ପରୀ”। ଏହି…

"ଶିଶୁ ନାବାଳିକା ଅତ୍ୟାଚାର ନିରାକରଣ ପାଇଁ ପ୍ରୟାସ – “ପରୀ”"

ପୋଖରୀରେ ବୁଡ଼ି ଯୁବକ ମୃତ

ବାରିପଦା ୨୭ ମଇ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବଡ଼ସାହି ତହସିଲ ଅନ୍ତର୍ଗତ ବାଲିଯୁଡା ଗ୍ରାମର ସୁକୃ ନାୟକ (୩୫)ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ଘଟଣା ମୁତାବକ ଆଜି ଦ୍ୱିପ୍ରହର ସମୟରେ ସୁକୃ ସ୍ଥାନୀୟ ପୋଖରୀରେ ଲୁଗା ଧୋଉ ଥିବା ସମୟରେ ତା’ର ଆଉଁରିଆ ବାତ ବାହାରିବାରୁ ସେ ପାଣିରେ ପଡ଼ି ଯାଇଥିଲା।ଉକ୍ତ ପୋଖରୀରେ ଗାଧୋଉଥିବା ମନ ବେହେରା (୧୧)ଉଠାଇବା ପାଇଁ ଚେଷ୍ଟା କରି ପାରିନଥିଲା। ମନର ପାଟି ଶୁଣି ଗ୍ରାମୋଲୋକ ଆସି ସୁକୃକୁ ଉଦ୍ଧାର କଲା ବେଳକୁ ତା’ର ମୃତୁ ହୋଇ ସାରିଥିଲା। ଘଟଣାସ୍ଥଳରେ ବଡ଼ସାହି ପୋଲିସ ପହଁଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ…

"ପୋଖରୀରେ ବୁଡ଼ି ଯୁବକ ମୃତ"

ପୌର ପରିଷଦ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ବାରିପଦା ୨୬ ମଇ (ଓଡ଼ିଆ ପୁଅ/ ସନ୍ତୋଷ କୁମାର ବରଜ) ପୌରପରିଷଦ ନିର୍ଵାହୀ ଯନ୍ତ୍ରୀ ଶ୍ରୀ ଶୁଭାଶିଷ ମାନସିଂଙ୍କ ପ୍ରତି ୪ ନଂ ୱାର୍ଡ କାଉନସିଲର କୃଷ୍ଣାନନ୍ଦ ମହାନ୍ତିଙ୍କ ଦୂର୍ବ୍ୟବହାର ପ୍ରତିବାଦରେ ଜିଲ୍ଲା OAS ସଂଘ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଶାଖା ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଶ୍ରୀ ମହାନ୍ତି ନିର୍ଵାହି ଯନ୍ତ୍ରୀଙ୍କ ପ୍ରତି କରିଥିବା ଅଭଦ୍ର ବ୍ୟବହାର ଓ ଅସଲ୍ଲୀ ଭାଷାରେ ଗାଳିଗୁଲଜ କରିବା କୁ ଦୃଢ ନିନ୍ଦା କରିବା ସହ ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଛି। ତା ସହ ବଡ଼ସାହି ତହସିଲଦାର ଉର୍ମିପ୍ରଭା ମହାରଣା ପ୍ରତି ବଡ଼ସାହି…

"ପୌର ପରିଷଦ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ"

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ

ବାରିପଦା ୨୬ ମଇ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଚାରି ବର୍ଷ ପୂର୍ତ୍ତି ପାଳନ କରୁଅଛି। ଏହି ଅବସରରେ କଟକ ବାଲିଯାତ୍ରା ପଡିଆରୁ ସାରା ଦେଶକୁ ନିଜ ଦଳର ସଫଳତା ବ୍ୟାଖ୍ୟା କରିବେ। ଅପରପକ୍ଷେ ଜାତୀୟ କଂଗ୍ରେସ ପକ୍ଷରୁ ଭାରତୀୟ ଜନତା ପାର୍ଟି କୁ ବିରୋଧ କରି ବିଶ୍ୱାସଘାତକ ଦିବସ ପାଳନ କରାଯାଉଛି।ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଠିକ ସେହିପରି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅହେତୁକ ତୈଳ ଦର ବୃଦ୍ଧି ବିରୋଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ସୁଶୀଳା ତିରିଆ, ସଭାପତି…

"ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ"