ମୋରଡ଼ା ଥାନା ଅଞ୍ଚଳରେ ଦିନକୁଦିନ ବଢିଚାଲିଛି ଛିନତାଇ ଓ ଡକାୟତି ଘଟଣା

ବାରିପଦା-୭/୯ (ଓଡ଼ିଆପୁଅ /ସନ୍ତୋଷ ବରଜ)ମୋରଡ଼ା ଥାନା ଅଞ୍ଚଳରେ ଦିନକୁଦିନ ବଢିଚାଲିଛି ଛିନତାଇ ଓ ଡକାୟତି ଘଟଣା। ଦିନ ଦ୍ୱିପ୍ରହର ରେ ଲୁଟୁଚନ୍ତି ଲୁଟେରା। ଅପରାଧୀ ଲୁଟେରାଙ୍କୁ ଧରିବାରେ ବିଫଳତାକୁ ନେଇ ଚର୍ଚ୍ଚାରେ ପୁଲିସ। ଅନ୍ୟପଟେ ରାସ୍ତା ଘାଟରେ ସୁରକ୍ଷାକୁ ନେଇ ସାଧାରଣ ଲୋକଙ୍କ ମନରେ ଆତଂକ ଖେଳିଯାଇଛି। ଏଭଳି ଏକ ଅଭିନବ ଲୁଟଘଟଣା ଆଜି ଅପରାହ୍ନରେ ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ପାଞ୍ଚଭାୟା ଶାଳ ଜଙ୍ଗଲରେ ଘଟିଯାଇସି। ଏହି ଥାନା ପାଞ୍ଚଭାୟା ଗ୍ରାମର ପିରେଶ୍ବର ମହାନ୍ତ ବଳଦ କିଣିବା ପାଇଁ ଯାଇଥିଲେ ଉଦଳା ହାଟ। ସାଙ୍ଗରେ ନେଇଥିଲେ ୫୩ହଜାର ଟଙ୍କା। ହାଟରୁ ବଳଦ କିଣି ଏକ ଟାଟାଏସି ଗାଡ଼ିରେ ନେଇ ଫେରୁଥିଲେ ନିଜ ଘର…

"ମୋରଡ଼ା ଥାନା ଅଞ୍ଚଳରେ ଦିନକୁଦିନ ବଢିଚାଲିଛି ଛିନତାଇ ଓ ଡକାୟତି ଘଟଣା"

୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ

ବାରିପଦା-୭-୯(ଓଡ଼ିଆପୁଅ /ସନ୍ତୋଷ ବରଜ)୧୨ଘଣ୍ଟିଆ ମୋରଡ଼ା ବନ୍ଦ। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରୀ ରହିବ ବନ୍ଦ। ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆଣି ତୁରନ୍ତ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରି ଡାକ୍ତରୀସେବା ଯୋଗାଇବା ଦାବିରେ ବିଜେପି ପକ୍ଷରୁ୧୨ଘଣ୍ଟିଆ ମୋରଡ଼ା ବନ୍ଦ। ବିଜେପି ରାଜ୍ୟ ଉପ ସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ୧୨ଘଣ୍ଟିଆ ବନ୍ଦ ପାଳନ। ମୋରଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ବିଶେଷଜ୍ଞଡାକ୍ତର ପଦ ଖାଲି ପଡ଼ିଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଡାକ୍ତର ନିଯୁକ୍ତି ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି।…

"୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ"

ହତ୍ୟା ନା ଆତ୍ମହତ୍ୟା

ସାରସକଣା ୭-୯ (ଓଡ଼ିଆ ପୁଅ/ବନ୍ଧନ ସିଂ) ମୟୁରଭଞ୍ଜ, ଝରପୋଖରିଆ ଥାନା ଅନ୍ତର୍ଗତ ସାନକଛିମବିଲା ଗ୍ରାମ ରେ ଗୁନା ସିଂ ବହୁ ବର୍ଷ ଧରି ବାସ କରିଆସୁଥିଲେ। ଅଗଷ୍ଟ ୧୧ ତାରିଖ ଦିନ ତାଙ୍କ ସାନ ଭାଇ ବଙ୍ଗା ସିଂ ଏବଂ ତାଙ୍କ ବଡ଼ ପୁଅ ରାଜୁ ସିଂ ଏବଂ ତାଙ୍କ ଗାଁ ର ଭାସ୍କର ମହାନ୍ତ ଗଛ ରୁ ଗୁନା ସିଂ ଙ୍କ ଶବ କୁ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରିଥିଲେ। ଗଛରୁ ଶବ କୁ ଉଦ୍ଧାର ପରେ ମଧ୍ୟ ଝାଡ଼ପୋଖରୀଆ ପୋଲିସ କୁ କେହି ଜଣାଇନଥିଲେ କି ପୋଲିସ ମଧ୍ୟ ଜାଣି ପାରି ନ ଥିଲା। ଆଜିକୁ ପ୍ରାୟ ୨୦ ଦିନ ପରେ…

"ହତ୍ୟା ନା ଆତ୍ମହତ୍ୟା"

ମହିଳାଙ୍କୁ କଚାଡ଼ି କଚାଡ଼ି ମାରିଦେଲା ହାତୀ

ମୟୁରଭଞ୍ଜ ୨୩-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ପାଞ୍ଚପୀଢ଼ର ବିଭିନ୍ନ ଅଞ୍ଚଳରେ ହାତୀ ଆକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏପରି ଅଭାବନୀୟ ଘଟଣା ଗତକାଲି ରାତି ୧୦ଘଟିକା ସମୟରେ ରରୁଆଁ ଥାନା ଅନ୍ତର୍ଗତ ଜାମୁତି ଗ୍ରାମ ପଞ୍ଚାୟତ ଜାମୁତି ଗ୍ରାମରେ ଘଟିଛି। ଶର୍ମିଷ୍ଠା ମହାନ୍ତ ନାମଙ୍କ ମହିଳା ରାତ୍ର ୧୦ ଘଟିକା ସମୟରେ ପଡିଶା ଘରୁ ତରକାରୀ ନେଇ ଆସୁବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାବୁଡ଼ରେ ପଡି ଯାଇଥିଲେ। ଘଟଣା ସ୍ଥଳରେ ଉକ୍ତ ମହିଳାଙ୍କୁ ଅତି ବିଭତ୍ସ ଭାବେ ଘୋଷାଡ଼ି ଘୋଷାଡ଼ି ନିର୍ମମ ଭାବେ ମହିଳାଙ୍କୁ ମାରିଥିବା ଦେଖିବାକୁ ମିଳିଛି। ତେବେ ୩ ଦିନ ଭିତରେ ପାଞ୍ଚପୀଢ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ଜଣ…

"ମହିଳାଙ୍କୁ କଚାଡ଼ି କଚାଡ଼ି ମାରିଦେଲା ହାତୀ"

ଅମାନୁଷିକ ହତ୍ୟାକାଣ୍ଡ

ବାରିପଦା/ମୟୁରଭଞ୍ଜ ୯-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବାରିପଦା-ଅଜଣା ଦୁର୍ବୃତ୍ତର ବର୍ବରକାଣ୍ଡ। ଧାରୁଆ ଅସ୍ତ୍ରରେ ନୃଶଂସ ଭାବେ ଆକ୍ରମଣ କରି ବୃଦ୍ଧଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ। ସାଇକେଲ ଚଲାଇ ଘରକୁ ଫେରିବା ବାଟରେ ପଛପଟୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣର ଶିକାର ହୋଇ ସାଇକେଲ ସହ ମାଟିରେ ମୁହଁମାଡ଼ି ପଡିଯାଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ତେବେ ଘଟଣା ଆଜି ଭୋର ପ୍ରାୟ ୪ ରୁ ୫ଟା ମଧ୍ୟରେ ଘଟିଥିବା ଆଲୋଚନା ହେଉଛି। ଏଭଳି ନୃଶଂସ ହତ୍ୟାକାଣ୍ଡ ଆଜି ମୟୁରଭଞ୍ଜ ଜିଲ୍ଲାର ମୋରଡ଼ାଥାନା ଅଧୀନ ଗଡ଼ିଗାଁର ଫୁଲବାଡ଼ିଆ ଠାରେ ଘଟିଯାଇଛି। ଅଜଣା ଦୁର୍ବୃତ୍ତର ଆକ୍ରମଣରେ ଗଡ଼ିଗାଁର କୃଷ୍ଣଚନ୍ଦ୍ର ମହାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,…

"ଅମାନୁଷିକ ହତ୍ୟାକାଣ୍ଡ"

ବ୍ୟବଚ୍ଛେଦ ବେଳେ ତାଡ଼ିନେଲେ ଆଖି

ମୟୁରଭଞ୍ଜ ୮-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ବିଷପିଇ ମହିଳାଙ୍କ ଆତ୍ମହତ୍ୟା। ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପଘର ଲୋକ। ଚାନ୍ଦୁଆ ଥାନାରେ କରିଛନ୍ତି ଅଭିଯୋଗ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଚାନ୍ଦୁଆଥାନା କେଉଟୁଣୀମାରି ପଞ୍ଚାୟତ ଦରଦରା ଗାଁରେ। ଗ୍ରାମର ଜଗନ୍ନାଥ ସେଠୀ ବୈଦିକ ରୀତିରେ ବଡ଼ସାହିଥାନା କୁଚିଲାଖୁଣ୍ଟା ଗ୍ରାମର ସୁଚିତ୍ରା ସେଠୀଙ୍କୁ ବିବାହ କରିଥିଲେ। ତେବେ ବିବାହ ପରେ ଉତ୍ତମ ବୁଝାମଣା ସାଙ୍ଗକୁ ହସଖୁସିରେ ଆଗକୁ ବଢ଼ିଥିଲା ସଂସାର। ଆଉ ଏହା ମଧ୍ୟରେ ୨ଟି ସନ୍ତାନର ଜନକ ହୋଇଥିଲେ। ହେଲେ ସ୍ବାମୀ ଜଗନ୍ନାଥ ଅନ୍ୟ ଜଣେ…

"ବ୍ୟବଚ୍ଛେଦ ବେଳେ ତାଡ଼ିନେଲେ ଆଖି"

 ଚିତି ସାପ କାମୁଡ଼ାରେ ଶିଶୁର ମୃତ୍ୟୁ

ମୟୁରଭଞ୍ଜ ୪-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ମହାନ୍ତ) ଜିଲ୍ଲା ରାଇରଙ୍ଗପୁର ହସ୍ପିଟାଲରେ ଜଣେ ଶିଶୁଙ୍କର ଚିତି ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ଶିଶୁଟି ପଡୋଶୀ ଝାଡ଼ଖଣ୍ଡ ରାଜ୍ୟ ଲାଗଳା ଗ୍ରାମର ସାନି ମଣ୍ଡଳଙ୍କ ଅଢେଇ ବର୍ଷର ପୁଅ ଆୟୁଷ ମଣ୍ଡଳ। ଆୟୁଷ ପରିବାର ଲୋକଙ୍କ ସହ ବେଡ଼ରେ ସୋଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିତି ସାପଟି କାମୁଡି ଥିଲା। ଝାଡ଼ଖଣ୍ଡ ରାଜ୍ୟ ଲାଗଳା ଗ୍ରାମବାସୀ ସ୍ଵାସ୍ଥ୍ୟ ସେବା ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ନିର୍ଭରଶୀଳ ହୋଇଥାନ୍ତି। ତେବେ ଚିକିସ୍ଥା ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ଆଣୁଥିବା ବେଳେ ରାସ୍ତାରେ ଆୟୁଷର ପ୍ରାଣବାୟୁ ଉଡିଯାଇଥିଲା।

" ଚିତି ସାପ କାମୁଡ଼ାରେ ଶିଶୁର ମୃତ୍ୟୁ"

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ

ବାରିପଦା ୨-୮ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଁଳାଡୁବା ଗ୍ରାମର ଜଣେ ନାବାଳିକାର ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ନାବାଳିକା ଜଣକ ହେଲେ ଅଁଳାଡୁବାର ପିଣ୍ଟୁ ସାହୁଙ୍କ ଝିଅ ଖୁସି ସାହୁ। ଖୁସି ସାହୁ ଅଁଳାଡୁବା ନୋଡାଲ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି। ତେବେ ଗତକାଲି ରାତିରେ ଖୁସି ଘରେ ଶୋଇଥିବା ବେଳେ ବିଷଧର ସାପ ଦଂଶନରେ ତାର ମୃତ୍ୟୁ ଘଟିଥିବା ପରିବାର ସୂଚନାନୁଯାୟୀ ଜଣାପଡିଛି।

"ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ"

ଶିଶୁକନ୍ୟାକୁ ହତ୍ୟା ଏବଂ ମାଆର ଅତ୍ମହତ୍ୟା

ବାରିପଦା ୩୧-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) – ନଅ ମାସର ଶିଶୁକନ୍ୟାକୁ ହତ୍ୟା କରି ମାଆର ଅତ୍ମହତ୍ୟା। ବିବାହର ୧ ବର୍ଷ ନ ପୁରୁଣୁ ଘଟିଛି ଏଭଳି ଅଘଟଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜୟବିଲା ଗ୍ରାମରେ। ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ସୁନାରାମ ସିଂ ଙ୍କ ପତ୍ନୀ ଠାକୁରାଣୀ ସିଂ କିରୋସିନି ଢାଳି ନିଜର ୯ ମାସର ଶିଶୁକନ୍ୟାକୁ ହତ୍ୟା କରିବା ପରେ ନିଜ ଦେହରେ ମଧ୍ୟ କିରୋସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଗୁରୁତର ଭାବେ ଆହତ ହୋଇଥିବା ଠାକୁରାଣୀ ସିଂ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ…

"ଶିଶୁକନ୍ୟାକୁ ହତ୍ୟା ଏବଂ ମାଆର ଅତ୍ମହତ୍ୟା"

ସ୍ତ୍ରୀକୁ ହତ୍ୟାକରୀ ପୋତି ଦେଲା ସ୍ୱାମୀ: ସ୍ୱାମୀ ଗିରଫ

ବାରିପଦା ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) -ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୋରିଷପାଳ ପଂଚାୟତର ରଙ୍ଗମାଟିଆ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ସ୍ୱାମୀର କୋଦାଳ ମାଡରେ ସ୍ତ୍ରୀକୁ ହତ୍ୟା କରି ସାରିବାପରେ ତାକୁ ଘର ପଛପଟେ ପୋତି ଦେଇଥିଲା ସ୍ୱାମୀ। ଘଟଣା ମୁତାବକ ମୃତା ସବିତା ଦେହୁରୀ ଓ ତାଙ୍କ ସ୍ୱାମୀ ରାଜକିଶୋର ଦେହୁରୀଙ୍କ ପୁଅ ବାହାରେ ରହି କାମ କରେ ଓ ଚାଷ କାଯ୍ୟ ପାଇଁ ପାଞ୍ଚ ହଜାର ଟଙ୍କା ପଠାଇଥିଲା। ମାତ୍ର ସବିତା ଉକ୍ତ ଅର୍ଥକୁ ମଦ ଓ ହାଣ୍ଡିଆ ଖାଇ ଖର୍ଚ୍ଚ କରିଦେଇଥିବାରୁ ତାଙ୍କ ସ୍ୱାମୀ ଏଥିରେ ଉତ୍ୟକ୍ତ ହୋଇ ଗତ ୨୫ ତାରିଖ ଦିନ କୋଦାଳରେ…

"ସ୍ତ୍ରୀକୁ ହତ୍ୟାକରୀ ପୋତି ଦେଲା ସ୍ୱାମୀ: ସ୍ୱାମୀ ଗିରଫ"