କାଗଜକଳ କରଖାନା ପ୍ରତିଷ୍ଠା ପାଇଁ ଦାବି

ବାରିପଦା ୨୩-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦ ବ୍ଲକଠାରେ ଏକ ବୃହଦ ସରକାରୀ କାଗଜ କଳ ପ୍ରତିଷ୍ଠା ଦାବିରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କେନ୍ଦ୍ରୀୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱରେ ଶତାଧିକ ଶୁଳିଆପଦା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଏ ଡି ଏମ ଓ ବ୍ରଜବନ୍ଧୁ ଭୋଇଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଚେତାବନୀ ଦେଇଥିଲେ ଯେ ଆଗାମୀ ଏକ ମାସ ଭିତରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବୃହତ ସ୍ବାର୍ଥକୁ ଯଦି ପୂରଣ ନ କରନ୍ତି ତେବେ ଆଗାମୀ ଅଗଷ୍ଟ ସାତ ତାରିଖ ଦିନ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

"କାଗଜକଳ କରଖାନା ପ୍ରତିଷ୍ଠା ପାଇଁ ଦାବି"

ମୟୁରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ

ବାରିପଦା ୨୦ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଖୁଣ୍ଟା ଓ ବାଙ୍ଗିରିପୋଷି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ କୋଡିଏ କିଲୋ ଗଂଜେଇ, ୧୮ ବୋତଲ ବିଦେଶୀ ମଦ ଜବତ ଓ ୧୩ ଟି ବିଅର ବୋତଲ ଜବତ କରାଯିବା ସହ ଚାରି ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ବାଙ୍ଗିରିପୋଷି ଅଞ୍ଚଳର ଭାଗିରଥି ବେହେରା (୪୭) ଠାରୁ ୧କି ଗ୍ରା ୬୦୦ ଗ୍ରାମ ଓଜନର ଗଂଜେଇ ,୧୮ ଟି ବିଦେଶୀ ମଦ ବୋତଲ ଓ ୧୩ ଟି ବିଅର ବୋତଲ ,ରାଜୀବ କୁମାର ସେଠୀଠାରୁ ୩ କି ଗ୍ରା ୧୫୦ଗ୍ରାମ ର ଗଂଜେଇ, ସତ୍ୟବାନ ସେଠୀଠାରୁ ୯…

"ମୟୁରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ"

ପ୍ରଚଣ୍ଡ ରୌଦ୍ର ତାପ: ଅସହ୍ୟ ହୋଇପଡିଛି ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ

ବାରିପଦା ୧୮-୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ରଜରେ କୋହଳ ପାଗ ଓ ବର୍ଷା ବଦଳରେ ମୁଣ୍ଡଫଟା ଖରା ଓ ଅସହ୍ୟ ଗୁଳୁଗୁଳି। ରାଜ୍ୟର ଆଠଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ। ଏସବୁ ଦେଖିଲେ ଲାଗୁଚି ସତେ ଯେମିତି ବାଟବଣା ହୋଇ ଯାଇଛି ମୌସୁମୀ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଭାରତ ଆଡୁ ଗ୍ରୀଷ୍ମ ଲହରୀ ପ୍ରଭାବରେ ଆସନ୍ତା ୨୩ ତାରିଖ ପଯ୍ୟନ୍ତ ରାଜ୍ୟରେ ତାତି ଲାଗି ରହିବ। ଜୁନ ଦ୍ୱିତୀୟ ସପ୍ତାହରେ ଏ ଭଳି ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ଲୋକମାନଙ୍କ ମନରେ ସନ୍ଦେହ ଜାତ ହେଉଛି ଯେ ପାଣିପାଗ ବିଭାଗର ଅନୁମାନ ଭୁଲ ହେଲା ନା ମୌସୁମୀ ଧୋକା…

"ପ୍ରଚଣ୍ଡ ରୌଦ୍ର ତାପ: ଅସହ୍ୟ ହୋଇପଡିଛି ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ"

ବାଙ୍ଗିରିପୋଷି: ବସ ଟ୍ରକ ଦୁର୍ଘଟଣା – ସାତ ଆହତ

ବାରିପଦା ୧୫ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପୋଖରୀ ମୁଣ୍ଡ।କଟାଠାରେ ବାରିପଦାରୁ ଚାକୁଳିଆ ଯାଉଥିବା ଟାରଜନ ନାମକ ଯାତ୍ରୀବାହୀ ବସକୁ ପଛପଟୁ ଏକ ପିଚୁ ଡ୍ରମ ବୋଝେଇ ହୋଇଥିବା ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ ରେ ବସିଥିବା ୦୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।ସେମାନେ ହେଲେ ପ୍ରିୟଦର୍ଶିନୀ ଉପାଧ୍ୟାୟ (୩୦) ଉଦଳା, ଆରତୀ ପରିଛା (୪୫) ନାଫ୍ରି, ଗାଡିର ହେଲପେର ଧୀରେନ୍ଦ୍ର ଚାନ୍ଦ (୫୩) ମଣିସମୁଣ୍ଡିଆ, ଲୋକନାଥ ସାହୁ (୫୦) ମାନଗୋବିନ୍ଦପୁର, ତାରପଦ ମୁଣ୍ଡା (୪୨) କାଣିମହୁଲି, ନୀଳକଣ୍ଠ ଗିରି (୬୫) ପ୍ରତାପପୁର, ସୁବର୍ଣ୍ଣ ମହାନ୍ତ (୫୦) ଗିଧିବସା।ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ…

"ବାଙ୍ଗିରିପୋଷି: ବସ ଟ୍ରକ ଦୁର୍ଘଟଣା – ସାତ ଆହତ"

ରଜରେ ବୁଲିବା ହେଲା କାଳ: ପୋଲ ତଳକୁ ବାଇକ ଖସି ତିନି ମୃତ

ବାରିପଦା ୧୪/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଂଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଦୋରୋଚିପୁର ପୋଲରେ ଏକ ସ୍କୁଟି ବାଡେଇ ହେବା ଫଳରେ ଗାଡ଼ିରେ ବସିଥିବା ତିନି ଜଣ ପୋଲ ତଳେ ଖସିପଡି ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ସ୍ଥାନୀୟ କ୍ଷୀରୋପଦା ଗ୍ରାମର ସୋମନାଥ ସିଂ (୨୦) ପୂଜା ସିଂ (୧୫) ବର୍ଷା ସିଂ (୧୭)। ଘଟଣା ମୁତାବକ ସୋମନାଥ ନିଜର ଦୁଇ ଝିଆରୀଙ୍କୁ ନେଇ ଭୋଳାପୋଖରୀ ଛକକୁ ଆସୁଥିବା ସମୟରେ ଗାଡିର ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଥିଲା। ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।…

"ରଜରେ ବୁଲିବା ହେଲା କାଳ: ପୋଲ ତଳକୁ ବାଇକ ଖସି ତିନି ମୃତ"

ବିଦ୍ୟୁତ ତାର ସଂଯୋଗରେ ଆସି ଦୁଇ ଭଉଣୀ ମୃତ

ବାରିପଦା ୧୩/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ରାତି ପାହିଲେ ରଜ। ଚାରିଆଡେ ଖୁସିର ବାତାବରଣ। ମାତ୍ର ବାରିପଦା ବ୍ଲକ ଅନ୍ତର୍ଗତ ସଂଖାଭଙ୍ଗା ଠାରେ ଏପରି ଘଟଣା ଘଟିଲା ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା। ରଜ ଦୋଳିରେ ଝୁଲିବା ପାଇଁ ସଜବାଜ ହେଉଥିବା ଦୁଇ ଭଉଣୀ ଶେଷରେ ଜୁଇରେ ଚଢିଲେ। ଘଟଣା ମୁତାବକ ମୟୁରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ସଂଖାଭଙ୍ଗା ପଂଚାୟତର ସଢ଼େଇକଳା ଗ୍ରାମର ରାମେଶ୍ୱର ସୋରେନଙ୍କ ଦୁଇ ଝିଅ ସିଲି ସୋରେନ (୦୫) ଓ ଗଜଲଷ୍ମୀ ସୋରେନ (୦୬) ଖରାବେଳେ ଘରେ ଖେଳୁଥିବା ସମୟରେ ଫ୍ୟାନ ରେ ହାତ ବାଜିଯିବାରୁ ଫ୍ୟାନ ଟି ସେମାନଙ୍କ ଉପରେ ପଡିଯାଇଥିଲା। ଫଳରେ ଦୁଇ ଭଉଣୀଙ୍କୁ ଶକ୍ତ…

"ବିଦ୍ୟୁତ ତାର ସଂଯୋଗରେ ଆସି ଦୁଇ ଭଉଣୀ ମୃତ"

ଜଙ୍ଗଲ ଜମିରେ ନିର୍ମିତ ବିଦ୍ୟାଳୟକୁ ହଟାଇବା ଘଟଣା: ସ୍ଥାନୀୟ ଅଞ୍ଚଳ ରେ ୧୪୪ ଧାରା ଜାରି

ବେତନଟୀ/ମୟୁରଭଞ୍ଜ ୧୧/୬ (ଓଡ଼ିଆ ପୁଅ/ମନୋଜ କୁମାର ମହାନ୍ତ) ବୈଶିଙ୍ଗା ଥାନା ଅନ୍ତର୍ଗତ ନଡପୁର ସରସ୍ୱତୀ ଶିଶୁ ମନ୍ଦିର ସରକାରୀ ଜମିରେ ଥିବାରୁ ଏହାକୁ ଚିହ୍ନଟ ପାଇଁ ଗତ ୪ ତାରିଖ ଦିନ ସୂଚନା ପ୍ରଦାନ କରାଯାଥିଲା। ଆଜି ବେତନଟୀ ତହସିଲଦାର ମନିସା ଦାସ ଏଠାରେ ପହଞ୍ଚି ସମସ୍ତଙ୍କୁ ଉକ୍ତ କାର୍ଯ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ପ୍ରତିବାଦ କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ନାମଯଜ୍ଞ ଚାଲୁଅଛି। ଘଟଣା ସ୍ଥଳରେ ବୈଶିଙ୍ଗା ପୋଲିସ ଆଇ ଆଇ ସି ଓ ବେତନଟୀ ତହସିଲଦାର ମନିସା ଦାସ, ବନ ବିଭାଗର କର୍ମଚାରୀ ଅଛନ୍ତି। ସ୍ଥାନୀୟ ଅଞ୍ଚଳ ରେ ୧୪୪ ଧାରା ଜାରି କରାଯାଇଥିବା ସୂଚନା ମିଳିଛି।

"ଜଙ୍ଗଲ ଜମିରେ ନିର୍ମିତ ବିଦ୍ୟାଳୟକୁ ହଟାଇବା ଘଟଣା: ସ୍ଥାନୀୟ ଅଞ୍ଚଳ ରେ ୧୪୪ ଧାରା ଜାରି"

ରଙ୍ଗମାଟିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ

ବାରିପଦା ୧୧/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଦିନ ୧୦.୩୦ ମି. ସମୟରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଯକ୍ଷ୍ମା ବିଭାଗଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଫଳରେ ବିଭାଗ ମଧ୍ୟରେ ଥିବା ଜରୁରୀ କାଗଜପତ୍ର ଯଥା ନୋଟିଫିକେସନ ରେଜିଷ୍ଟ୍ରର, ଫ୍ରିଜ ଓ ତା’ ମଧ୍ୟରେ ଥିବା ଔଷଧ, ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲା।

"ରଙ୍ଗମାଟିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଗ୍ନିକାଣ୍ଡ"

ବାଙ୍ଗିରିପୋଷି -ଭୁବନେଶ୍ୱର ଟ୍ରେନରେ କଟି ଯୁବକ ମୃତ

ବାରିପଦା ୧୧/୬ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ଆଜି ସକାଳୁ ବାରିପଦା ସହର ସ୍ଥିତ ସୁନଗଡ଼ିଆ ଠାରେ ବାଙ୍ଗିରିପୋଷି-ଭୁବନେଶ୍ୱର ଯାଉଥିବା ଟ୍ରେନରେ କଟି ସ୍ଥାନୀୟ ଅଞ୍ଚଳର ରାଜୁ ବିଶୋଇ (୩୩) ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ରୂପେ କଟି ଯାଇଛି। କାଲି ରାତିରୁ ସେ ଘରୁ କେଉଁ ଆଡେ ଚାଲି ଯାଇଥିଲେ ଆଜି ସକାଳୁ ତାଙ୍କର ମୃତଦେହ ଟ୍ରେନ ଲାଇନ ଉପରେ କଟି ଥିବାର ଦେଖି ସ୍ଥାନୀୟ ଲୋକେ ତାଙ୍କ ଘରେ ଖବର ଦେଇଥିଲେ। ଫଳରେ ଏହି ରୁଟ ରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଛି।

"ବାଙ୍ଗିରିପୋଷି -ଭୁବନେଶ୍ୱର ଟ୍ରେନରେ କଟି ଯୁବକ ମୃତ"

ମୋବାଇଲରେ କଥା ହେବା ହେଲା କାଳ: ବଜ୍ରାଘାତରେ ଯୁବତୀ ମୃତ

ବାରିପଦା ୧୦ ଜୁନ୍ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅନ୍ତର୍ଗତ ସାନକେରକ ଗ୍ରାମର ରଶ୍ମିତା ମହାନ୍ତ (୨୨) ନିଜ ଵିଲରୁ ଫୋନେରେ କଥାହୋଇ ଫେରୁଥିବା ସମୟରେ ବଜ୍ରାଘାତ ହେବାରୁ ଘୋଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବଡ଼ସାହି ଥାନା ପୋଲିସ ପହଁଚି ଶବକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ଆଣିଥିଲେ।

"ମୋବାଇଲରେ କଥା ହେବା ହେଲା କାଳ: ବଜ୍ରାଘାତରେ ଯୁବତୀ ମୃତ"