ଅପରାହ୍ନରେ କାଳ ବୈଶାଖୀ

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ/ଦିଲ୍ଲୀପ କୁମାର ସାହୁ): ଦୁଇଦିନର ବ୍ୟବଧାନ ପରେ ଆଜି ପୁଣି ସରାରାଜ୍ୟରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି। ଏ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଜିଲ୍ଲାରେ ଅପରାହ୍ନରୁ ଘଡଘଡି ସହ ପବନ ବହିବ ଓ ଧୂଳି ଝଡ଼ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଏମିତିକି ଉପକୂଳ ଓଡିଶାର ଅନେକ ଜିଲ୍ଲାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଅପରପକ୍ଷେ କାଳ…

"ଅପରାହ୍ନରେ କାଳ ବୈଶାଖୀ"

୧୧ରୁ ପାଇକରାପୁର ମେଳଣ

ଭୁବନେଶ୍ୱର ୨-୪ (ଓଡ଼ିଆ ପୁଅ/ଦିଲ୍ଲିପ କୁମାର ସାହୁ) ଆସନ୍ତା ଏପ୍ରିଲ ୧୧ ତାରିଖରୁ ଭୁବନେଶ୍ୱର ମ୍ୟୁନିସିପଲଟି ଅନ୍ତର୍ଗତ ପାଇକରାପୁର ଗ୍ରାମରେ ପ୍ରସିଦ୍ଧ ଦୋଳ ମେଳଣ ଅନୁଷ୍ଠିତ ହେବାକୁ ଯାଉଛି। ଅନୁଷ୍ଠିତ ହେବାକୁ ଥିବା ମେଳଣ ଉତ୍ସବର ପ୍ରଥମ ଦିନରେ ଜମାଣ ହେବ ଓ ୧୨ ତାରିଖରୁ ଯାତ୍ରା ସଚିଦାନନ୍ଦ ପକ୍ଷରୁ ଯାତ୍ରା ନାଟକ ପରିବେଷଣ କରାଯିବ। ସେହିଭଳି ୧୩ ତାରିଖରେ ହରିହର ଭେଟ କରାଯିବ ବୋଲି ମହାଜନ ସାହି ପୁରୁଣା ମେଳଣ କମିଟିର ଆବାହକ କୁବେର ଚରଣ ସାହୁ ଜଣାଇଛନ୍ତି।

"୧୧ରୁ ପାଇକରାପୁର ମେଳଣ"

ରାନସମୱେର ଭାଇରସ କବଳରେ ବ୍ରହ୍ମପୁର ମେଡିକାଲ

ଭୁବନେଶ୍ୱର ୧୭/୫ (ଓଡ଼ିଆ ପୁଅ/ସଞ୍ଜୟ ସୁବୁଦ୍ଧି) ରାନସମ୍‌ କବଳରେ ଓଡ଼ିଶା ବ୍ରହ୍ମପୁର ସିଟି ଚିକିତ୍ସାଳୟର ୱେବ୍‌ ସାଇଟ ରାନସମୱେର୍‌ ଭାଇରସ ଦ୍ୱାରା କବଳିତ ହେବା ପରେ ଏବେ ଡାକ୍ତରଖାନାର ସମସ୍ତ ଡାଟା ଉଡିଯାଇଛି। ଅଚଳ ହୋଇପଡ଼ିଛି ଇଣ୍ଟରନେଟ ବ୍ୟବସ୍ଥା। ଫଳରେ ଜିଲ୍ଲା ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଏବେ ବାଧାପ୍ରାପ୍ତ ହୋଇଛି। ବିଶେଷକରି ଇ ମେଡିସିନ ଓ ଜନଔଷଧି କେନ୍ଦ୍ର ଅଚଳ ଯୋଗୁ ରୋଗୀ ସେବା ବ୍ୟହତ ହୋଇଛି। ଏ ନେଇ ମେଡିକାଲ ପକ୍ଷରୁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ସ୍ଥାନୀୟ ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଛି। ଅପରପକ୍ଷେ ଘଟଣାର ତଦନ୍ତ ଏବଂ ସମାଧାନ ପାଇଁ ରାଜ୍ୟ ସୂଚନା…

"ରାନସମୱେର ଭାଇରସ କବଳରେ ବ୍ରହ୍ମପୁର ମେଡିକାଲ"