ବାଇକ ମୁହାଁ ମୁହିଁ ଧକ୍କା – ଜଣେ ମୃତ, ଜଣେ ଗୁରୁତର ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )୨୭.୦୧– ରାୟଗଡା ଜିଲ୍ଲା ସଦର ମହକୁମା ଠାରୁ ବିଷମ କଟକ ଯାଉଥିବା ୩୨୬ ନଂ ଜାତୀୟ ରାଜପଥର ବିଷମ କଟକ ଥାନା ଅନ୍ତର୍ଗତ ନୂଆଁ ଗାଁ ନିକଟରେ ଗତକାଲି ଅପରାହ୍ନ ୩ ଟା ସମୟରେ ଦୁଇ ଗୋଟି ବାଇକ ମୁହାଁ ମୁହିଁ ଦୁର୍ଘଟଣା ଘଟିବାରୁ ଜଣେ ଆରୋହୀ ବିଶ୍ୱନାଥ ହିକକା ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ବାଇକ୍ ଚାଳକ ଖଗେଶ୍ୱର ମାଝୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାରୁ ଜଣାପଡିଛି ଯେ ବିଷମକଟକ ବ୍ଲକ ଅନ୍ତର୍ଗତ ସାନବୁରୁଜା ବାଡି ଗ୍ରାମର ବିଶ୍ୱନାଥ ହିକକା ବାଇକ ଯୋଗେ ରାୟଗଡା ଅଭିମୁଖେ ଯାଉଥିବା…

"ବାଇକ ମୁହାଁ ମୁହିଁ ଧକ୍କା – ଜଣେ ମୃତ, ଜଣେ ଗୁରୁତର ।"

ସେଲଫି ହେଲା କାଳ – ମାଆ, ପୁଅ ମୃତ ଝିଅ ଗୁରୁତର

ରାୟଗଡା ୧୭.୦୧ ( ଓଡିଆ ପୁଅ / ସଂଗ୍ରାମ ପଟ୍ଟନାୟକ )– ରାୟଗଡା ଝୁଲା ବ୍ରିଜରେ ଦୁଇ ମାସ ନ ପୁରୁଣୁ ପୁଣି ଏକ ଅଘଟଣ ଘଟିଛି। ପୋଙ୍ଗଲ ଉପଲକ୍ଷେ କୁମୁଟଲପେଟା ଏକ ପରିବାର ରାୟଗଡା ମା ମଝିଘରିଆଣୀ ମନ୍ଦିର ଦର୍ଶନ ପରେ ଦିନ ଦ୍ୱିପହରେ ଝୁଲା ପୋଲ ଦେଖିବାକୁ ଯାଇଥିଲେ। ସେଲଫି ନିଶା ଏବଂ ପାଣିର ମଜା ନେବା ପାଇଁ ଜେ.ଶାନ୍ତି ନାମ୍ନି ମହିଳା ନିଜ ଝିଅ ଜେ.ଇନ୍ଦୁ ଏବଂ ପୁଅ ଜେ.ଅଖିଳ ଙ୍କ ସେଲଫି ର ମଜା ନେଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ୩ ଜଣ ଯାକ ଭାସି ଯାଇଥିଲେ। ଖବର ପାଇ ଅଗ୍ନଶମ ବିଭାଗ ଟିମ ପହଂଚି ୩ ଜଣଙ୍କୁ…

"ସେଲଫି ହେଲା କାଳ – ମାଆ, ପୁଅ ମୃତ ଝିଅ ଗୁରୁତର"

ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଆଶ୍ୱାସନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାୟଗଡା ୧୪.୦୧ (ଓଡ଼ିଆ ପୁଅ) – ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଆଚଂଳିକ ଶିକ୍ଷା ନିର୍ଦେଶାଳୟ ଆନୁକୁଲ୍ୟରେ ନାକ୍ ପ୍ରାୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ର ଦୁଇ ଦିନ ଧରି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇ ଆଲୋଚନା ଚକ୍ରର ଶୁଭଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଚଂଳିକ ଶିକ୍ଷା ନିର୍ଦେଶାଳୟ ବ୍ରହ୍ମପୁର ର ନିର୍ଦେଶକ ଡଃ ଲକ୍ଷିମକାନ୍ତ ତ୍ରିପାଠୀ, ଅବସର ପ୍ରାପ୍ତ ପ୍ରଫେସର ଡଃ ସାମସନ ମହାରଣା,…

"ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଆଶ୍ୱାସନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ"

ରାୟଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ

ରାୟଗଡା ୦୫.୦୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାଜ୍ୟ ସରକାରଙ୍କ ନୂତନ ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ଏକ ନିୟମ ପ୍ରଣୟନ କରିଛନ୍ତି। ଏହି ନିୟମ ପ୍ରକାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୀଳନି କ କ୍ଷରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟ କ୍ଷତାରେ ଜିଲ୍ଲାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଗୁଡିକର ଚିହ୍ନଟ ତଥା ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ମିଶ୍ର, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୁରଲିଧର ସ୍ୱାଇଁ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ବସନ୍ତ…

"ରାୟଗଡ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଚୟନ ନିମନ୍ତେ ବୈଠକ ଅନୁଷ୍ଠିତ"

ତୀର୍ଥଯାତ୍ରା ପାଇଁ ବାହାରିଲେ ବରିଷ୍ଠ ନାଗରିକ

ରାୟଗଡା ୦୩.୦୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ଙ୍କ ପାଇଁ ଘୋଷଣା କରିଥିବା ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷିରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ୫୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥ ଯାତ୍ରା କରିବାର ସୁଯୋଗ ଦିଆଯାଇଛି। ଏବଂ ଅନ୍ୟ ମାନଙ୍କୁ ଜିଲ୍ଲା ଭିତରେ ବୁଲା ଯିବାର କାର୍ଯ୍ୟକ୍ରମ ରହିଛି। କାଶିପୁର ବ୍ଲକର ୧୦ ଜଣ ମହିଳା ଏବଂ ୬ ଜଣ ପୁରୁଷ, ରାମନାଗୁଡା ବ୍ଲକର ୭ ଜଣ ମହିଳା ଏବଂ ୩ ଜଣ ପୁରୁଷ, ଗୁଡାରୀ ବ୍ଲକର…

"ତୀର୍ଥଯାତ୍ରା ପାଇଁ ବାହାରିଲେ ବରିଷ୍ଠ ନାଗରିକ"