ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ

ରାୟଗଡା ୧୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ହୋଇଥିବା ଅଭି ଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ୍ ପ୍ରସୂତୀ ମହିଳାଙ୍କ ପରିବାର। ଗତ ରାତିରେ ପ୍ରସୂତୀ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ତାଙ୍କୁ ଏକ ମୃତ ଶିଶୁକନ୍ୟା ହସ୍ତାନ୍ତର କରାଯାଇଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତାର ସ୍ୱାସ୍ଥ୍ୟବସ୍ତା ଖରାପ ହୋଇପଡିବା ଏବଂ ପରେ ତାକୁ ଏସଏନସିୟୁରେ ରଖାଯାଇଥିଲା। କିଛି ଘଂଟା ପରେ ଶିଶୁଟିର…

"ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ"

ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ

ରାୟଗଡା ୧୦/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସଦର ମହକୁମା ଠାରୁ ୫ କି.ମି ଦୂର ପିତାମହଲ ଗ୍ରାମ ନିକଟସ୍ଥ କୁମ୍ଭାରିଗୁଡା ଗ୍ରାମ ନିକଟସ୍ଥ ଆଜି ଟ୍ୟାଙ୍କର ଏବଂ କାର ମଧ୍ୟରେ ଦୁର୍ଘଟଣା ଘଟିଛି। କୁମ୍ଭାରିଗୁଡା ଗ୍ରାମ ନିକଟ ରାସ୍ତାକଡରେ ଠିଆ ହୋଇଥିବା ଟ୍ୟାଙ୍କର ଗାଡି ( ଓଆର ୦୭ଜେଡ୍ ୯୯୭୭) କୁ ପଛ ପଟୁ ଚେଭରଲେଟ କାର ( ଏପି ୩୧ଏଫ ୭୧୪୭ ) ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ପଡୋଶୀ ଆନ୍ଧ୍ରପ୍ରଦେଶ ଆରୁକୁର ୯…

"ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ"

ରାତି ପାହିଲେ ମା ବୁରାଦାଲା ପୋଲାମ୍ମାଙ୍କ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୫.୦୬ – ଦଶଦିନ କାଳ ଦେବୀ ବୁରାଦାଲା ପୋଲାମ୍ମା ନିଜର ଆଠ ଭଉଣୀଙ୍କ ସହ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବା ପରେ ବୁଧବାର ଦିନ ନିଜ ସ୍ଥାୟୀ ମନ୍ଦିରକୁ ପ୍ରସ୍ଥାନ କରିବେ। ଭୋର ୪ ଟା ସମୟରେ ରାୟଗଡା ତଥା ଦକ୍ଷିଣ ଓଡିଶାର ଅଧଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ। ସକାଳ ୭ଟା ପରେ ସାତ ଭଉଣୀ ଅଗ୍ନି ଗଙ୍ଗାମା, ମାରିଧିଆମ୍ମା, ନୁକାଲାମ୍ମା, ବାଙ୍ଗାରାମ୍ମା, ଉଗ୍ରତାରାମ୍ମା, ମୁତ୍ୟାଲାମ୍ମା ଏବଂ ସାତାପାଲାମ୍ମା ମଧ୍ୟ ନିଜ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ। ଏହା ପରେ ଦିନ ୧୦ଟା ସମୟରେ ଗ୍ରାମ…

"ରାତି ପାହିଲେ ମା ବୁରାଦାଲା ପୋଲାମ୍ମାଙ୍କ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ"

ଶିଶୁ ଓ ନାବାଳିକା ନିର୍ଯ୍ୟାତନ କୁ ରୋକିବା ନିମନ୍ତେ ସଚେତନାର ବାର୍ତ୍ତା ନେଇ ଗଡିଲା ପରୀ ରଥ

ରାୟଗଡା ୦୩/୦୬ – ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) କୋମଳମତି ଶିଶୁ ଙ୍କୁ କିପରି ନି ର୍ଯ୍ୟାତନାରୁ ସୁରକ୍ଷା ଦେଇ ପାରିବ ତାହା ନେଇ ଆଜି ଜିସିଡି ହାଇସ୍କୁଲ ପଡିଆ ଠାରୁ ପରୀ ରଥର ଶୁଭାରମ୍ଭ ହୋଇଛି। ଚଳିତ ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପରୀ ରଥ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସଦର ମହକୁମା ରେ ପହଂଚି ଲୋକଙ୍କୁ ସଚେତନ କରାଇବ। ଏଥି ନିମନ୍ତେ ଏକ ସାଧାରଣ ସଭାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଝିନ ହିକକା, ରାୟଗଡା ବିଧାୟକ ଲାଲବିହାରୀ…

"ଶିଶୁ ଓ ନାବାଳିକା ନିର୍ଯ୍ୟାତନ କୁ ରୋକିବା ନିମନ୍ତେ ସଚେତନାର ବାର୍ତ୍ତା ନେଇ ଗଡିଲା ପରୀ ରଥ"

ଭୁଜବଳ ଲେଣ୍ଡମାଇନ ବିଷ୍ପୋରଣ ମାମଲାରେ ସବ୍ୟସାଚୀଙ୍କୁ ସିଜିଏମଙ୍କ କୋର୍ଟରେ ହାଜର

ରାୟଗଡ଼ା ୨୫/୫ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) -ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର କେନ୍ଦ୍ରିୟ କାରାଗାରରୁ ଅଣାଯାଇ ସିଜିଏମ୍ ଙ୍କ କୋର୍ଟରେ ହାଜର କରାଯାଇଥିଲା। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟରେ ୨୦୦୨ ମସିହାରେ ଲେଣ୍ଡମାଇନ ବିଷ୍ପୋରଣରେ ପୁଲିସଭେନ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ୫ ଓଏସ୍ଏପି ଜବାନ ସାମାନ୍ୟ ଆହତ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଏ ନେଇ ଚାନ୍ଦିଲି ଥାନା କେସନମ୍ବର ୧୩୯/୨୦୦୨ ରେ ଭାରତୀୟ ଦଣ୍ଡବିଧି ଆଇନର ଧାର ୩୨୪/୩୨୬/୩୦୭/୪୨୭/୧୨୦(ଖ) ଏବଂ ବିଷ୍ପୋରଣ ଆଇନ ଧାର ୯(ଖ) ଏବଂ ୪/୫ ବିଷ୍ପୋରଣ ସବ ଏକ୍ଟ ବଳରେ ଏକ ମାମଲା ରୁଜୁ…

"ଭୁଜବଳ ଲେଣ୍ଡମାଇନ ବିଷ୍ପୋରଣ ମାମଲାରେ ସବ୍ୟସାଚୀଙ୍କୁ ସିଜିଏମଙ୍କ କୋର୍ଟରେ ହାଜର"

ପିଲାଚୋର ଗୁଜବ ଥମିବାର ନାଁ ଧରୁନି

ରାୟଗଡା ୨୪/୦୫ – (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ରାୟଗଡାରେ ପିଲା ଚୋର ଘଟଣାର ଗୁଜବକୁୁ ନେଇ ରାୟଗଡାରେ କୋକୁଆ ଭୟ ସୃଷ୍ଟି ହୋଇଛି। ଦୀର୍ଘ ୪ ଦିନ ଧରି ଚାଲିଥିବା ଏହି ଘଟଣାରେ ରାୟଗଡା ଜନସାଧାରଣ ତଥା ରାୟଗଡା ଜିଲ୍ଲାବାସୀଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। ରାୟଗଡା ଆଖ ପାଖ ଅଂଚଳ ଗୁଡିକର ଜନସାଧାରଣ କାମଧନ୍ଦାକୁ ନ ଯାଇ ନିଜ ନିଜ ପରିବାରକୁ ରାତିଦିନ ଜଗିରହିଥିବା ଦେଖିବାକୁ ମିଳୁଛି। ଗତ ୨୧ ତାରିଖ ଦିନ ପିଲାଚୋରି ଘଟଣାର ଗୁଜବକୁ ନେଇ ରାୟଗଡା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ପିଲା ଚୋର ଏକ ଗୁଜବ, ଏହାକୁ ବିଶ୍ୱାସ…

"ପିଲାଚୋର ଗୁଜବ ଥମିବାର ନାଁ ଧରୁନି"

ରାୟଗଡାରେ ପିଲା ଚୋର ଆତଙ୍କ ସନ୍ଦେହ ଘେରରେ ୪ ଅଟକ

ରାୟଗଡା ୨୧/୦୫ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସହର ତଥା ଆଖପାଖ ଅଂଚଳରେ ପିଲା ଚୋର ଆତଙ୍କ ଦେଖାଦେଇଛି। ଆଜି ରାୟଗଡା ସହର ସ୍ଥିତ ଆର.ଡି ଅଫିସ ନିକଟରୁ ଜଣେ ପିଲା ଚୋର ସନ୍ଦିଗ୍ଧ କୁ ଧରି ନିସ୍ତୁକ ମାଡ ମାରିଥିଲେ। କୌଣସି ସୂତ୍ରରୁ ପୋଲିସ ଖବର ପାଇ ସନ୍ଦିଗ୍ଧ କୁ ଉଦ୍ଧାର କରି ଥାନା କୁ ନେଇ ଆସିଥିଲେ। ସେହିପରି ଜିମିଟିପେଟା ଗ୍ରାମ ଠାରେ ଜଣେ ପିଲା ଚୋର ସନ୍ଦିଗ୍ଧ କୁ ଧରି ଗାଁ ଲୋକ ଖୁଂଟରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ଏ ସଂପର୍କରେ ପୋଲିସ ଖବର ପାଇଁ ସନ୍ଦିଗ୍ଧ ଙ୍କୁ ଲୋକଙ୍କ କବଳରୁ ଉଦ୍ଧାର…

"ରାୟଗଡାରେ ପିଲା ଚୋର ଆତଙ୍କ ସନ୍ଦେହ ଘେରରେ ୪ ଅଟକ"

ଇମ୍ଫା ତ୍ରିପାକ୍ଷିକ ଆଲୋଚନା ସଫଳ ଦୀର୍ଘ ୧୯ ଦିନ ପରେ କମ୍ପାନୀ ଫାଟକ ଖୋଲିଲା

ରାୟଗଡା ୧୧/୦୫ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ଦୀର୍ଘ ୧୮ ଦିନ ପରେ ପୁଣି ଦ୍ୱିତୀୟ ଥର ପାଇଁ ଇମ୍ଫା ପ୍ରସଙ୍ଗରେ ତ୍ରିପା କ୍ଷିକ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟ କ୍ଷତାରେ ଦୀର୍ଘ ଦୁଇଘଂଟା ଧରି ଆଲୋଚନା ହୋଇଥିଲା। ଜିଲ୍ଲାପ୍ରଶାସନ, ଆନ୍ଦୋଳନକାରୀ ଏବଂ କଂପାନୀ କତୃପ କ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ନିସ୍କର୍ଷ ବାହାରିଥିଲା। ଗତ ମାସ ୩୦ ତାରିଖ ଦିନ ହୋଇଥିବା ଆଲୋଚନାରେ ନିସ୍କର୍ଷ ନ ବାହାରିବା ଏବଂ ଏଥିପାଇଁ ଜିଲ୍ଲାପ୍ରଶାସନ ଇମ୍ପା କଂପାନୀର ବରିଷ୍ଟ ଅଧିକାରୀ ମାନେ ରହିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରକାଶ କରିବା ପରେ ଗତକାଲି ଇମ୍ପା…

"ଇମ୍ଫା ତ୍ରିପାକ୍ଷିକ ଆଲୋଚନା ସଫଳ ଦୀର୍ଘ ୧୯ ଦିନ ପରେ କମ୍ପାନୀ ଫାଟକ ଖୋଲିଲା"

ମା ମଝିଘରିଆଣି ମନ୍ଦିର ହୁଣ୍ଡିରୁ ଦାନ ଆକାରରେ ମିଲିଲା ୫୯ ଲକ୍ଷ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୫ – ଦିନକୁ ଦିନ ମା ମଝିଘରିଆଣୀଙ୍କ ଭକ୍ତଙ୍କ ସଂଖ୍ୟା ବଢିବା ସହିତ ଦାନ ରାଶି ମଧ୍ୟ ବଢିବାରେ ଲାଗିଛି । ରାୟଗଡ଼ାର ଅଧିଷ୍ଟାତ୍ରୀ ଦେବୀ ମାଁ ମଝିଘରିଆଣିଙ୍କ ଦାନ ବକ୍ସକୁ ଆଜି ଚଳିତ ବର୍ଷ ପ୍ରଥମ ଥର ଖୋଲାଯାଇଛି । ଚଳିତ ଥର ଏହି ହୁଣ୍ଡିରୁ ୫୯ ଲକ୍ଷ ୨୭ ହଜାର ୩୭୩ ଟଙ୍କା ମିଳିଥିବା ବେଳେ ୩୨ ଗ୍ରାମ ସୁନା ଓ ୨ କେଜି ୯୦ ଗ୍ରାମ ରୁପା ସହ କିଛି ବିଦେଶୀ ମୁଦ୍ରା ଆଦାୟ ହୋଇଛି । ସେହିଭଳି ୧୨୫୦୦ ଟଙ୍କାର ୫୦୦ ଟଙ୍କିଆ ଅଚଳ ନୋଟ ମଧ୍ୟ ମିଳିଛି…

"ମା ମଝିଘରିଆଣି ମନ୍ଦିର ହୁଣ୍ଡିରୁ ଦାନ ଆକାରରେ ମିଲିଲା ୫୯ ଲକ୍ଷ"

ଆବସ ଯୋଜନା ହିତାଧିକାରୀଙ୍କ ଫାଇଲ ଗାଏବ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୬/୦୫ – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଫେଲମାରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବ୍ଲକର ସଦର ମହକୁମା ଗ୍ରାମପଂଚାୟତ ସହ ପୁଜାରୀଗୁଡା, ପାର୍ସାଲି ଏବଂ ସିଙ୍ଗାରୀ ଗ୍ରାମପଂଚାୟତରେ ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଥିବା ୩୬ଜଣ ହିତିଧିକାରୀଙ୍କ ଫାଇଲ ହଜିଯାଇଥିବା ଏବେ ଚିନ୍ତାର କାରଣ ବନିଛି । ଫଳରେ ବର୍ଷବର୍ଷ ଧରି ଅଧାଗଢ଼ା ଘର କରି ହିତାଧିକାରୀ ଟଙ୍କା ପାଇନଥିବା ଭଳି ସମସ୍ୟା କଲ୍ୟାଣସିଂହପୁର ପଂଚାୟତ ସମିତିରେ ଦେଖାଦେଇଛି । ବ୍ଲକ ସଦର ମହକୁମା ଗ୍ରାମପଂଚାୟତ ସହ ପୁଜାରୀଗୁଡରା, ପାର୍ସାଲି ଏବଂ ସିଙ୍ଗାରୀ ଏହି ଚାରୋଟି ପଂଚାୟତର…

"ଆବସ ଯୋଜନା ହିତାଧିକାରୀଙ୍କ ଫାଇଲ ଗାଏବ"