ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ବିକାଶ କେବେ ହେବ ?

ରାୟଗଡା ୦୯/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ରାଜ୍ୟ ସରକାର ଅନୁସୂୂଚିତ ଜାତି ଓ ଜନଜାତି ଛାଚ୍ର ଛାତ୍ରୀଙ୍କ ଶିକ୍ଷା ନିମନ୍ତେ ସବୁ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଫଳତାର ଶୀର୍ଷକୁ ଛୁଇଁ ପାରିନାହିଁ। ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ମାଗଣା ଶିକ୍ଷାଦାନ ଠାରୁ ଆରମ୍ଭ କରି ଷ୍ଟାଇପେଣ୍ଡ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କାଁ ଭାଁ ଛାତ୍ର ଛାତ୍ରୀ ମାନେ ସଫଳତାର ପାହାଚ ଚଢି ଆଧୁନିକ ସମାଜ ସହିତ ହାତ ମିଶାଇ ଆଗକୁ ଅଗ୍ରସର ହୋଇପାରିଛନ୍ତି। କିନ୍ତୁ ବାସ୍ତବରେ ଯେଉଁ ପରିମାଣରେ ସଫଳତା ସରକାର ଆଶା କରୁଛନ୍ତି ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନଥିବା ଜଣା ପଡିଛି।…

"ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କ ବିକାଶ କେବେ ହେବ ?"

ଡେଙ୍ଗୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଜନଆନ୍ଦୋଳନ ହେବ – ଜିଲ୍ଲା କଂଗ୍ରେସ ସଭାପତି

ରାୟଗଡା୦୩/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲାରେ ଡେଙ୍ଗୁ ରୋଗ ଦିନକୁ ଦିନ ଗୁରୁତର ହେବାକୁ ଲାଗିଛି। ଡେଙ୍ଗୁ ରୋଗ ଗାଁ ଗହଳିରେ ସୀମିତ ଥିବା ବେଳେ ଏବେ ଏହି ରୋଗ ସହରମୁହାଁ ହୋଇଛି। ରାୟଗଡା ସହରବାସୀ ଏବେ ଏକ ପ୍ରକାରର ଆତଙ୍କିତ ଜୀବନ ଯାପନ କରୁଥିବା ଦେଖାଦେଇଛି। ଏହି ଭଳି ଏକ ସମ୍ବେଦନଶୀଳ ପରିସ୍ଥିତିର ଶୀଘ୍ର ସମାଧାନ କରିବା ଦାବିରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏପଟେ ସହରରେ ଡେଙ୍ଗୁ ରୋଗୀଙ୍କ ଆକ୍ରାନ୍ତ ଦିନକୁ ଦିନ ବଢିବାରେ ଲାଗିଛି…

"ଡେଙ୍ଗୁ ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଜନଆନ୍ଦୋଳନ ହେବ – ଜିଲ୍ଲା କଂଗ୍ରେସ ସଭାପତି"

ଜିଲ୍ଲାସ୍ତରୀୟ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସମ୍ବନ୍ଧୀୟ ଆଲୋଚନା

ରାୟଗଡା ୦୧/୦୭ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ )– ଜିଲ୍ଲା ସ୍ୱାସ୍ଥ୍ୟ ସମିତି ରାୟଗଡା ତରଫରୁ ଜେ କେ ପୁର ସ୍ଥିତ ମନୋରଂଜନ କେନ୍ଦ୍ର ଠାରେ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ରାୟଗଡ ବିଧାୟକ ଲାଲବିହାରୀ ହିମିରିକା, ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଚନ୍ଦ୍ରିକା ପ୍ରସାଦ ଦାସ, ଉପ-ଜିଲ୍ଲାପାଳ ତଥା ଭାରପ୍ରାପ୍ତ ପିଏ, ଆଇଟିଡିଏ ପ୍ରବୀର କୁମା ନାୟକ, ଜେ.କେ.ପେପର ମିଲର କାର୍ଯ୍ୟନିର୍ବାହୀ ଉପ-ସଭାପତି ପି.କେ.ସୁରି, ଜିଲ୍ଲା ପରିଷଦ ମେମ୍ବର ପି.ଗୌରୀ, ରାୟଗଡା ବ୍ଲକ ଅଧ୍ୟକ୍ଷ ପି.ରାମୁଲୁ ପ୍ରମୁଖ…

"ଜିଲ୍ଲାସ୍ତରୀୟ ଡେଙ୍ଗୁ ଏବଂ ଭେକ୍ଟର ବାହିତ ରୋଗ ସମ୍ବନ୍ଧୀୟ ଆଲୋଚନା"

ଇମ୍ଫା କାରଖାନା ମୁଖ୍ୟ ଫାଟକରେ ପୁଣି ଥରେ ତାଲା ଝୁଲିଲା

ରାୟଗଡା ୨୭/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ) – ଦୀର୍ଘ ୪୫ ଦିନର ନିରବତା ପରେ ପୁଣି ଥରେ ଇମ୍ଫା କାରଖାନା ମୁଖ୍ୟ ଫାଟକରେ ତାଲା ଝୁଲିଲା। ୯ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କଂପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ମଂଚର ଆବାହକ ଜିତୁ ଜାକେସିକା ପ୍ରକାଶ କରିଛନ୍ତି। ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ଇମ୍ଫା ମୁଖ୍ୟ ଫାଟକରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆନ୍ଦୋଳନକାରୀଙ୍କ କହିବା କଥା ହେଲେ ଦୀର୍ଘ ୪୫ ଦିନ ବିତି ଯାଇଥିଲେ ମଧ୍ୟ କଂପାନୀ ୯ ଦଫା ଦାବି ପୂରଣ ସକାଶେ…

"ଇମ୍ଫା କାରଖାନା ମୁଖ୍ୟ ଫାଟକରେ ପୁଣି ଥରେ ତାଲା ଝୁଲିଲା"

ଜେ କେ ପୁରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା ୨୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – କିଛି ଦିନର ନିରବତା ରାୟଗଡା ଜିଲ୍ଲାରେ ପୁଣି ଥରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରାୟଗଡା ସହର ଠାରୁ ୧୦ କି.ମି ଦୂରରେ ଥିବା ଜେ.କେ ପୁରରେ ଏହି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜେ କେ ପୁର ବି ସି ରୋଡର ମୁକ୍ତା ସାହିର ହରିହର ଶତପଥି ଙ୍କ ଝିଅ ଅଭିପ୍ସା(୧୨) ବର୍ଷ ର ଦେହ ଅସୁସ୍ଥ ହେବାରୁ ସେ ରାୟଗଡାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ସମୟରେ ସେ ଡେଙ୍ଗୁ ରେ ପିଡିତ ବୋଲି ଜଣା ପଡିଥିଲା। ତେବେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ଡାକ୍ତର ତାଙ୍କୁ…

"ଜେ କେ ପୁରରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ"

ନାବାଳିକାକୁ ଦୁର୍ଷ୍କମ ଉଦ୍ୟମ, ଜଣେ ଗିରଫ

ରାୟଗଡା ୧୮-୬ (ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ପୁଣି ଥରେ ଚର୍ଚ୍ଚାକୁ ଆସିଛି ରାୟଗଡା ଜିଲ୍ଲା ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକ, ଏଥର କିନ୍ତୁ ପ୍ରସବ ଜନିତ ଘଟଣା ନୁହେଁ ଚର୍ଚ୍ଚାକୁ ଆସିଛି ଦୁର୍ଷ୍କମ ପାଇଁ। ଘଟଣାରୁ ଜଣାପଡିଛି ଯେ କଲ୍ୟାଣସିଂହପୁର ସଦର ମହକୁମାର କଦମ୍ବଦ୍ୱାରା ସାହିର ଜଣେ ନାବାଳିକୁ ଜଣେ ବୃଦ୍ଧା ଦୁର୍ଷ୍କମ ଉଦ୍ୟମ କରିଥିଲେ। ରାତି ୨ ଟା ସମୟରେ ଜଳ ବେନିଆ ନାମ ଜଣେ (୫୫) ବର୍ଷିୟା ବୃଦ୍ଧି ରେବତି କରକରିଆକୁ ( ଛଦ୍ମନାମ -୧୮) ଏକୁଟିଆ ଶୋଇଥିବା ସମୟରେ ଦୁର୍ଷ୍କମ କରିବା ପାଇଁ ଉଦ୍ୟମ କରିଥିଲା। ରେବତି ପାଟି କରିବାକୁ ବେନିଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ସକାଳେ…

"ନାବାଳିକାକୁ ଦୁର୍ଷ୍କମ ଉଦ୍ୟମ, ଜଣେ ଗିରଫ"

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ

ରାୟଗଡା ୧୨/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବଦଳ ହୋଇଥିବା ଅଭି ଯୋଗ ହୋଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଖୋଦ୍ ପ୍ରସୂତୀ ମହିଳାଙ୍କ ପରିବାର। ଗତ ରାତିରେ ପ୍ରସୂତୀ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ତାଙ୍କୁ ଏକ ମୃତ ଶିଶୁକନ୍ୟା ହସ୍ତାନ୍ତର କରାଯାଇଥିବା ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ଶିଶୁଟି ଜନ୍ମ ହେବା ପରେ ତାର ସ୍ୱାସ୍ଥ୍ୟବସ୍ତା ଖରାପ ହୋଇପଡିବା ଏବଂ ପରେ ତାକୁ ଏସଏନସିୟୁରେ ରଖାଯାଇଥିଲା। କିଛି ଘଂଟା ପରେ ଶିଶୁଟିର…

"ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଳୁ ବଦଳ ଅଭିଯୋଗ"

ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ

ରାୟଗଡା ୧୦/୦୬ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାୟଗଡା ସଦର ମହକୁମା ଠାରୁ ୫ କି.ମି ଦୂର ପିତାମହଲ ଗ୍ରାମ ନିକଟସ୍ଥ କୁମ୍ଭାରିଗୁଡା ଗ୍ରାମ ନିକଟସ୍ଥ ଆଜି ଟ୍ୟାଙ୍କର ଏବଂ କାର ମଧ୍ୟରେ ଦୁର୍ଘଟଣା ଘଟିଛି। କୁମ୍ଭାରିଗୁଡା ଗ୍ରାମ ନିକଟ ରାସ୍ତାକଡରେ ଠିଆ ହୋଇଥିବା ଟ୍ୟାଙ୍କର ଗାଡି ( ଓଆର ୦୭ଜେଡ୍ ୯୯୭୭) କୁ ପଛ ପଟୁ ଚେଭରଲେଟ କାର ( ଏପି ୩୧ଏଫ ୭୧୪୭ ) ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିଲା। ପଡୋଶୀ ଆନ୍ଧ୍ରପ୍ରଦେଶ ଆରୁକୁର ୯…

"ଟ୍ୟାଙ୍କର ଓ କାର ମଧ୍ୟରେ ଧକ୍କା – ଜଣେ ମୃତ, ୮ ଆହତ"

ରାତି ପାହିଲେ ମା ବୁରାଦାଲା ପୋଲାମ୍ମାଙ୍କ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୫.୦୬ – ଦଶଦିନ କାଳ ଦେବୀ ବୁରାଦାଲା ପୋଲାମ୍ମା ନିଜର ଆଠ ଭଉଣୀଙ୍କ ସହ ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେବା ପରେ ବୁଧବାର ଦିନ ନିଜ ସ୍ଥାୟୀ ମନ୍ଦିରକୁ ପ୍ରସ୍ଥାନ କରିବେ। ଭୋର ୪ ଟା ସମୟରେ ରାୟଗଡା ତଥା ଦକ୍ଷିଣ ଓଡିଶାର ଅଧଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ। ସକାଳ ୭ଟା ପରେ ସାତ ଭଉଣୀ ଅଗ୍ନି ଗଙ୍ଗାମା, ମାରିଧିଆମ୍ମା, ନୁକାଲାମ୍ମା, ବାଙ୍ଗାରାମ୍ମା, ଉଗ୍ରତାରାମ୍ମା, ମୁତ୍ୟାଲାମ୍ମା ଏବଂ ସାତାପାଲାମ୍ମା ମଧ୍ୟ ନିଜ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ। ଏହା ପରେ ଦିନ ୧୦ଟା ସମୟରେ ଗ୍ରାମ…

"ରାତି ପାହିଲେ ମା ବୁରାଦାଲା ପୋଲାମ୍ମାଙ୍କ ନିଜ ସ୍ଥାୟୀ ମଣ୍ଡପକୁ ବିଜେ କରିବେ"

ଶିଶୁ ଓ ନାବାଳିକା ନିର୍ଯ୍ୟାତନ କୁ ରୋକିବା ନିମନ୍ତେ ସଚେତନାର ବାର୍ତ୍ତା ନେଇ ଗଡିଲା ପରୀ ରଥ

ରାୟଗଡା ୦୩/୦୬ – ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) କୋମଳମତି ଶିଶୁ ଙ୍କୁ କିପରି ନି ର୍ଯ୍ୟାତନାରୁ ସୁରକ୍ଷା ଦେଇ ପାରିବ ତାହା ନେଇ ଆଜି ଜିସିଡି ହାଇସ୍କୁଲ ପଡିଆ ଠାରୁ ପରୀ ରଥର ଶୁଭାରମ୍ଭ ହୋଇଛି। ଚଳିତ ମାସ ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହି ପରୀ ରଥ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ସଦର ମହକୁମା ରେ ପହଂଚି ଲୋକଙ୍କୁ ସଚେତନ କରାଇବ। ଏଥି ନିମନ୍ତେ ଏକ ସାଧାରଣ ସଭାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଆୟୋଜିତ ହୋଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ସାଂସଦ ଝିନ ହିକକା, ରାୟଗଡା ବିଧାୟକ ଲାଲବିହାରୀ…

"ଶିଶୁ ଓ ନାବାଳିକା ନିର୍ଯ୍ୟାତନ କୁ ରୋକିବା ନିମନ୍ତେ ସଚେତନାର ବାର୍ତ୍ତା ନେଇ ଗଡିଲା ପରୀ ରଥ"