ରମେଶଙ୍କ ଆଗମନକୁ ନେଇ ସାନଖେମୁଣ୍ଡିରେ ଅଦିନିଆ ଦୀପାବଳୀ

ଆସିକା ୨୨-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) :ବିରୋଧୀ ଦଳରେ ଥାଇ ମଧ୍ୟ ନିଜର ବଳିଷ୍ଠ ସାଙ୍ଗଠନିକ ଦକ୍ଷତା, ରାଜନୈତିକ ନିପୁଣତା ଓ ପାରଦର୍ଶିତା ପାଇଁ କେବଳ ସାନଖେମୁଣ୍ଡି ନୁହେଁ ସାରା ଗଞ୍ଜାମ ଜିଲ୍ଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରମେଶ ଜେନାଙ୍କୁ ହାଇକୋର୍ଟ ରୁ ଜାମିନ ମିଳିସାରିଛି ସେ ଆସନ୍ତା କାଲି ସନ୍ଧ୍ୟା ସୁଧା ଜେଲ୍ ମୁକୁଳିବେ ଏହି ଖବର ଶୁଣିବା ପରେ ତାଙ୍କର ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସାନଖେମୁଣ୍ଡିର ବିଭିନ୍ନ ସ୍ଥାନରେ ଲୋକେ ବାଣ ଫୁଟାଇବା ସହ ନିଜ ପ୍ରିୟ ନେତାଙ୍କ ଆଗମନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ଦେଖାଯାଇଛି। ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ପଳାସପୁର, ଦୟାନିଧିପୁର,…

"ରମେଶଙ୍କ ଆଗମନକୁ ନେଇ ସାନଖେମୁଣ୍ଡିରେ ଅଦିନିଆ ଦୀପାବଳୀ"

ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜୀବନ ହାରିଲେ ଦମ୍ପତ୍ତି

ଗଞ୍ଜାମ ୨୨-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ):ସୋରଡା ବ୍ଲକ ଅନ୍ତର୍ଗତ ସୁରମଣି ଗାଁରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଗାଁର ଲମ୍ବୋଦର ବେହେରା ଓ ତାଙ୍କ ପତ୍ନୀ ବେହେରା ଜୟନ୍ତୀ ଆତ୍ମହତ୍ୟା କରିଛନ୍ତି। ପ୍ରଥମେ ଲମ୍ବୋଦର ଘରେ ଥିବା କିଛି ଔଷଧ ଏକାଠି ଖାଇଦେଇଥିଲେ। ଏହାପରେ ସେ ଅସୁସ୍ଥ ହୋଇପଡିଥିଲେ। ଗୁରୁତ୍ୱର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ପରେ ତାଙ୍କ ସ୍ତ୍ରୀ ମେଡିକାଲ ପରିସରରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥି ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

"ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜୀବନ ହାରିଲେ ଦମ୍ପତ୍ତି"

ଜେଲ୍ ରୁ ମୁକୁଳୁବେ ସାନ ଖେମୁଣ୍ଡିର ପୂର୍ବତନ ବାହୁବଳୀ ବିଧାୟକ ରମେଶ ଜେନା

ଆସିକା ୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଜେଲ୍ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର ତଥା ସାନ ଖେମୁଣ୍ଡି ର ପୂର୍ବତନ ବାହୁବଳୀ ବିଧାୟକ ରମେଶ ଜେନା। ଆଜି ତାଙ୍କୁ ଏସଡିଜିଏମ କୋର୍ଟରୁ ମିଳିଛି ଜାମିନ। ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ। କେତେକ କେସରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ କେତୋଟି କେସ ରେ ତାଙ୍କୁ ପୂର୍ବରୁ ଜାମିନ ମିଳିସାରିଥିଲା। ମାତ୍ର ଗୋଟିଏ କେସରେ ଜାମିନ ମିଳିନଥିବାରୁ ସେ ଦୀର୍ଘଦିନ ଧରି ଜେଲ ରେ ଥିଲେ। ଆଜି ମଧ୍ୟାହ୍ନରେ ତାଙ୍କୁ ଏସଡିଜିଏମ କୋଟରୁ ମିଳିଛି ଜାମିନ। ସୂଚନା ମୁତାବକ, ରବିବାର ଦିନ ଜେଲରୁ ବାହାରିବେ ସାନ…

"ଜେଲ୍ ରୁ ମୁକୁଳୁବେ ସାନ ଖେମୁଣ୍ଡିର ପୂର୍ବତନ ବାହୁବଳୀ ବିଧାୟକ ରମେଶ ଜେନା"

ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ

ବ୍ରହ୍ମପୁର :୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ): ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ। ବିଶେଷ କରି ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଗଜପତି, ରାୟଗଡା, କନ୍ଧମାଳରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତା ତିନି ଦିନ ଧରି ବର୍ଷା ଲାଗି ରହିବ। ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

"ଆସନ୍ତାକାଲିଠାରୁ ବଢିବ ବର୍ଷାର ପରିମାଣ"

ଟାଟା ଏସି ଭାରସାମ୍ୟ ହରାଇ ଓଲଟିଲା ୨ ଆହତ

ଛତ୍ରପୁର ୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଶୁକ୍ରବାର ସକାଳ ପ୍ରାୟ ୬ ଘଂଟା ସମୟରେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଚୈତନ୍ୟପଡ଼ା ଛକ ନିକଟରେ ଏକ ପରିବା ବୋଝେଇ ଟାଟା ଏସି (ନଂ-ଓଡ଼ି୦୭ସି- ୯୩୪୦) ୨ ଜଣ ଯୁବକଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଛି। ଘଟଣାରୁ ପ୍ରକାଶ, ଗୁରୁବାର ସକାଳ ପ୍ରାୟ ୬ ଘଂଟା ସମୟରେ ବ୍ରହ୍ମପୁରରୁ ପରିବା ବୋଝେଇ କରି ଏକ ଟାଟା ଏସି ଗାଡ଼ି ହିଞ୍ଜିଳିକାଟୁ ଅଭିମୁଖେ ଆସୁଥିବା ବେଳେ ଚୈତନ୍ୟପଡ଼ା ଛକ ନିକଟରେ ପ୍ରାତଃ ଭ୍ରମଣରେ ଯାଇଥିବା ଜୈନିକ ଯୁବକଙ୍କ ଧକ୍କା ଦେବା ସହ ଭାରସାମ୍ୟ ହରାଇ…

"ଟାଟା ଏସି ଭାରସାମ୍ୟ ହରାଇ ଓଲଟିଲା ୨ ଆହତ"

ଟ୍ରେନ ଧକ୍କାରେ ମହିଳା ମୃତ

ଛତ୍ରପୁର ୨୦-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) : ଛତ୍ରପୁର ଷ୍ଟେସନ ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନ ଧକ୍କା ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ। ମୃତକଙ୍କ ନାଁ ସୁଜ୍ଞାନୀ ତରାଇ ଓ ତାଙ୍କ ଘର ଲଙ୍ଗଳେଶ୍ୱରରେ ବୋଲି ଜଣାପଡିଛି। ବ୍ରହ୍ମପୁର ଭୁବନେଶ୍ୱର ପାସେଞ୍ଜରରେ ଘରକୁ ଯିବା ପାଇଁ ସୁଜ୍ଞାନୀ ଟ୍ରେନ ଲାଇନ ପାର ହେଉଥିବା ବେଳେ ପରବର୍ତ୍ତି ଦିଗରୁ ଆସୁଥିବା ପୁରୀ ତିରୁପତି ଟ୍ରେନ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତକ ଛତ୍ରପୁର ଟେଲିଫୋନ କାର୍ଯ୍ୟାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରୁଥିଲେ।

"ଟ୍ରେନ ଧକ୍କାରେ ମହିଳା ମୃତ"

ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ

ବ୍ରହ୍ମପୁର ୧୯-୭ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅଞ୍ଚଳରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ଗଞ୍ଜାମ ଜିଲା ପାଟପୁର ଥାନା ଅଧିନ ମଳିକ ସାହିର ନାଥ ମଳିକ ପୁଅ ଚିତ୍ରସେନ ଘର ପଛପଟେ ଗଛ ଲଗାଇବାକୁ ଯାଇଥିଲେ। ସେଠାରେ ତାଙ୍କ ଦାଦା ଉଦୟ ମଳିକ ବାଡ଼ିରେ ଲାଗିଥିବା କାଙ୍କଡ଼ ଗଛଗୁଡ଼ିକୁ ଉପାଡ଼ି ଫୋପାଡୁ ଥିବା ଦେଖିଥିଲେ। ଚିତ୍ରସେନ ଏହାର ପ୍ରତିବାଦ କରିବାରୁ ଉଦୟ ତାଙ୍କୁ ଗାଳିଗୁଲଜ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ। ନାଥ ସେଠାରେ ପହଞ୍ଚି ବୁଝାସୁଝା…

"ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ"

ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ

ବ୍ରହ୍ମପୁର (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ ହୋଇଛନ୍ତି। ସୂଚନାଯୋଗ୍ୟଯେ, ଗତ ୮ ତାରିଖ ଦିନ ସୁଶାନ୍ତ କାର୍ ଯୋଗେ ଅନ୍ୟ ୪ ସହଯୋଗୀଙ୍କ ସହ ଘରୁ ବାହାରି ଗୋଷାଣିନୂଆଗାଁ ଥାନା ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପ ସାହି ରାସ୍ତା ଉପରେ ତାଙ୍କ କାର୍ ଉପରକୁ ଦୁଇଟି ବୋମା ମାଡ଼ ହୋଇଥିଲା। ସୁଶାନ୍ତଙ୍କ ସମେତ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଆହତ ହୋଇଥିଲେ। ଘଟଣା ଦିନ ସାହିରେ ଆତଙ୍କ ଖେଳାଉଥିବା ଅଭିଯୋଗରେ ପୁଲିସ ସୁଶାନ୍ତଙ୍କର ୬ ସମର୍ଥକଙ୍କୁ ଉଠାଇ ନେଇଥିବା ବେଳେ ପରବର୍ତ୍ତି ସମୟରେ ବୋମା ମାଡ଼ ଘଟଣାରେ ସଂପୃକ୍ତ ୯ଜଣଙ୍କୁ ଗିରଫ…

"ସୁଶାନ୍ତ ବିଷୋୟୀଙ୍କ କାର୍ ଉପରକୁ ହୋଇଥିବା ବୋମା ମାଡ଼ ଘଟଣାରେ ଆଉ ଦୁଇ ଗିରଫ"

କୁକୁରମାନଙ୍କର ସଂଘବଦ୍ଧ ଆକ୍ରମଣରେ ହରିଣ ଆହତ

ଖଲ୍ଲିକୋଟ ୧୭-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ): ବାଣିଆ ନିକଟରେ ବିଲରେ ବୁଲୁଥିବା ଏକ ହରିଣକୁ କୁକୁରମାନେ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ଆହତ ହୋଇଛି। ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା କରାଇଛନ୍ତି।

"କୁକୁରମାନଙ୍କର ସଂଘବଦ୍ଧ ଆକ୍ରମଣରେ ହରିଣ ଆହତ"

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ରାୟଗଡା ଓ ଗଞ୍ଜାମରେ ରାସ୍ତା ଉପରେ ପାଣି

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ଲଗାଣ ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ଆଜି ସକାଳୁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ରାଜ୍ୟର ୧୫ଟି ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ଯେଉଁ ୧୫ ଜିଲ୍ଲାକୁ ସାଢ଼େ ୧୨ ଯାଏଁ ସତର୍କ ସୂଚନା ଜାରି କରାଯାଇଛି ସେହି ଜିଲ୍ଲାଗୁଡ଼ିକ…

"ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା, ରାୟଗଡା ଓ ଗଞ୍ଜାମରେ ରାସ୍ତା ଉପରେ ପାଣି"